ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତ୍ତା , ଜୟଶଙ୍କରଙ୍କ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ । କ’ଣ ଆଲୋଚନା କରାଯାଇଥିଲା ?

ପୃଥିବୀର  ଅନେକ ଅଞ୍ଚଳ ଏବେ ଯୁଦ୍ଧର ବିଭୀଷିକା ମଧ୍ୟରେ କବଳିତ ହେଇଅଛି । ଏଥିରେ ରୁଷ-ୟୁକ୍ରେନ, ଇସ୍ରାଏଲ୍-ପାଲେଷ୍ଟାଇନ ଏବଂ ୟେମେନ ଭଳି ଅନେକ ଦେଶ ପ୍ରତ୍ୟକ୍ଷ ଭାବେ ଓ ଆହୁରି ବହୁ ଦେଶ ପରୋକ୍ଷ ଭାବେ ଏହି ଯୁଦ୍ଧରେ ଲିପ୍ତ ଅଛନ୍ତି । ଏହିଭଳି ତିକ୍ତ ପରିବେଶରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ଏଥି ସହିତ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଇରାନ ଗସ୍ତରେContinue reading “ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତ୍ତା , ଜୟଶଙ୍କରଙ୍କ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ । କ’ଣ ଆଲୋଚନା କରାଯାଇଥିଲା ?”

ରାସ୍ତାକଡ଼ରୁ ନବଯାତ ଶିଶୁ କନ୍ୟା ଉଦ୍ଧାର । ଅସହାୟ ଅବସ୍ଥାରେ କିଏ ଛାଡି ଚାଲିଗଲା କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ରାସ୍ତାକଡ଼ରୁ ନବଯାତ ଶିଶୁ କନ୍ୟା ଉଦ୍ଧାର । ଭଦ୍ରକ ଧାମରା ବଜାର ନିକଟ ପେଟ୍ରୋଲ ପମ୍ପ ରାସ୍ତାକଡ଼ରୁ ଶିଶୁ କନ୍ୟାଟି ଉଦ୍ଧାର ହୋଇଛି । ମଣି ଶଙ୍କର ଗ୍ରୁପର ସଦସ୍ୟ ସୁମନ୍ତ କୁମାର ମହାନ୍ତି ଧାମରାରୁ ଫେରୁଥିବା ବେଳେ ରାସ୍ତାକଡ଼ରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ନବଜାତ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ତାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରContinue reading “ରାସ୍ତାକଡ଼ରୁ ନବଯାତ ଶିଶୁ କନ୍ୟା ଉଦ୍ଧାର । ଅସହାୟ ଅବସ୍ଥାରେ କିଏ ଛାଡି ଚାଲିଗଲା କାରଣ ଅସ୍ପଷ୍ଟ”

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ । ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟରଙ୍କୁ ଆହ୍ୱାନ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ।

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଛନ୍ତି । ଆଗାମୀ ୨୬ ଜାନୁଆରୀରେ ଭଗୱନ୍ତଙ୍କ ଉପରେ ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟର ମାନଙ୍କୁ ଆହ୍ୱାନ କରିଛି ପନ୍ନୁ । କେବଳ ଏତିକି ନୁହେଁ ପଞ୍ଜାବ ଡିଜିପି ଗୌରବ ଯାଦବଙ୍କୁ ମଧ୍ୟ ଜୀବନରୁ ମାରିବାକୁ ଧମକ ଦେଇଛି ପନ୍ନୁ । ଖଲିସ୍ତାନୀ ସମର୍ଥକ ଓ ଗ୍ୟାଙ୍ଗଷ୍ଟରଙ୍କ ଉପରେContinue reading “ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ । ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟରଙ୍କୁ ଆହ୍ୱାନ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ।”

ସମ୍ବଲପୁର ସମଲେଇ ପ୍ରକଳ୍ପ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଦେବ ନିମନ୍ତ୍ରଣ । ୩୦ଟି ଜିଲ୍ଲାରେ ଥିବା ଦେବାଳୟ ଗୁଡ଼ିକୁ କରାଯିବ ନିମନ୍ତ୍ରଣ

କନକ ବ୍ୟୁରୋ : ସମ୍ବଲପୁର ମା’ ସମଲେଇ ପ୍ରକଳ୍ପ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାକୁ ନିମନ୍ତ୍ରଣ ପାଇଁ ଟିମ୍ ବାହାରିଛନ୍ତି । ପୂଜକ ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ୫ଟି ଟିମ୍ କରାଯାଇଛି । ୨ ଜଣ ପୂଜକ, ଜଣେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଜିଲ୍ଲା ପ୍ରଶାସନର ପ୍ରତିନିଧି ସାମିଲ ହୋଇଛନ୍ତି । ଏହି ଟିମ୍ ରାଜ୍ୟର ୩ରୁ ୪ ଦିନ ଭିତରେ ସବୁContinue reading “ସମ୍ବଲପୁର ସମଲେଇ ପ୍ରକଳ୍ପ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଦେବ ନିମନ୍ତ୍ରଣ । ୩୦ଟି ଜିଲ୍ଲାରେ ଥିବା ଦେବାଳୟ ଗୁଡ଼ିକୁ କରାଯିବ ନିମନ୍ତ୍ରଣ”

ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ । କେୟାର ଟେକର ସୋନିକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ । ବିଶ୍ୱଜିତଙ୍କ କେୟାର ଟେକର ସୋନିଙ୍କୁ ଗିରଫ କରିଛି ପୋଲିସ । ବିବାହ ପାଇଁ ବିଶ୍ୱଜିତ୍ ରାଜି ନହେବାରୁ ସୋନି ହତ୍ୟା କରିଥିବା ସୂଚନା ମିଳିଛି । ବିଶ୍ୱଜିତଙ୍କ କେୟାର ଟେକର ଭାବେ ସୋନି ତିନି ବର୍ଷ ଧରି ରହି ଆସୁଥିଲେ । ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠିଥିଲା । ଆଉ ବିଶ୍ୱଜିତଙ୍କୁ ବିବାହ କରିବାContinue reading “ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ । କେୟାର ଟେକର ସୋନିକୁ ଗିରଫ କଲା ପୋଲିସ”

ଏମିତି ଝିଅକୁ ଧିକ୍ ! ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା-ମାଆଙ୍କୁ ପନିକିରେ ଆକ୍ରମଣ 

କନକ ବ୍ୟୁରୋ : ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା-ମାଆଙ୍କୁ ପନିକିରେ ଆକ୍ରମଣ କରିଛି ଝିଅ । ବାଲେଶ୍ୱର ସୋର ଥାନା ହାତିଗଡ଼ିଆ ଗାଁରେ ଘଟିଛି ଏମିତି ଏକ ଘଟଣା । ଆକ୍ରମଣରେ ଗୁରୁତର ହୋଇଥିବା ବାପା ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ହାତିଗଡ଼ିଆ ଗାଁର ରଞ୍ଜିତ୍ ସିଂ ଓ ବୁଦୁନି ସିଂଙ୍କ ବଡ଼ ଝିଅ କୁନି ବିବାହ ପରେ ବାପ ଘରେ ରହୁଥିଲେ । ଗତକାଲି ରାତିରେ ସେ ଫୋନ୍ରେ କଥାContinue reading “ଏମିତି ଝିଅକୁ ଧିକ୍ ! ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା-ମାଆଙ୍କୁ ପନିକିରେ ଆକ୍ରମଣ “

ଇରାକରେ ଆମେରିକାର ଦୂତାବାସ ନିକଟରେ ଆକ୍ରମଣ । ୮ ଟି ସ୍ଥାନରେ ବିସ୍ଫୋରଣ, ଚାରି ଜଣଙ୍କର ମୃତ୍ୟୁ ।

ଇରାକର ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ ଏର୍ବିଲରେ ହୋଇଥିବା ବିସ୍ଫୋରଣରେ ମିଳିତ ମଞ୍ଚ କିମ୍ବା ଆମେରିକାର ସେନାବାହିନୀର କେହି ପ୍ରାଣ ହରାଇ ନାହାଁନ୍ତି । ସୂଚନାନୁସାରେ, ମିଳିତ ବାହିନୀ ଇରାକର ଏର୍ବିଲ ବିମାନବନ୍ଦର ନିକଟରେ ତିନୋଟି ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଛନ୍ତି । ଆକ୍ରମଣ ପରେ ଏରବିଲରେ ବିମାନ ଚଳାଚଳ ବନ୍ଦ କରାଯାଇଛି । ଇରାକର ଆର୍ବିଲରେ ଥିବା ଆମେରିକାର କନସୁଲେଟ୍ ନିକଟରେ ଅନେକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପାଇଁ ଇରାନର ରିଭଲ୍ୟୁସନାରୀContinue reading “ଇରାକରେ ଆମେରିକାର ଦୂତାବାସ ନିକଟରେ ଆକ୍ରମଣ । ୮ ଟି ସ୍ଥାନରେ ବିସ୍ଫୋରଣ, ଚାରି ଜଣଙ୍କର ମୃତ୍ୟୁ ।”

ଜାଡ଼ରେ ଥରୁଛି ରାଜଧାନୀ ଦିଲ୍ଲୀ । ଘନ କୁହୁଡ଼ି ଯୋଗୁଁ ରେଳ ଯାତ୍ରା ଓ ବିମାନ ସେବା ପ୍ରଭାବିତ

କନକ ବ୍ୟୁରୋ : ଘନ କୁହୁଡି ସାଙ୍ଗକୁ ପ୍ରଚଣ୍ଡ ଥଣ୍ଡା ରାଜଧାନୀ ଦିଲ୍ଲୀକୁ ପ୍ରଭାବିତ କରିଛି । ବିମାନଠୁ ରେଳ ଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୁହୁଡ଼ି ଯୋଗୁଁ ଅନେକ ବିମାନ ବାତିଲ ହୋଇଥିବା ବେଳେ ଅନେକ ବିମାନର ରୁଟ୍ ଡାଇଭର୍ଟ କରାଯାଇଛି । ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରୁ ପ୍ରାୟ ୩୦ଟି ବିମାନ ବିଳମ୍ବିତ ହୋଇଥିବା ବେଳେ ୧୭ଟି ବିମାନ ବାତିଲ ହୋଇଛି ।Continue reading “ଜାଡ଼ରେ ଥରୁଛି ରାଜଧାନୀ ଦିଲ୍ଲୀ । ଘନ କୁହୁଡ଼ି ଯୋଗୁଁ ରେଳ ଯାତ୍ରା ଓ ବିମାନ ସେବା ପ୍ରଭାବିତ”

ଆଠମଲ୍ଲିକ ବିଜେଡିରେ କନ୍ଦଳ । ନଳିନୀ ପ୍ରଧାନଙ୍କୁ ଜୋରଦାର ବିରୋଧ

କନକ ବ୍ୟୁରୋ : ଆଠମଲ୍ଲିକ ବିଜେଡିରେ କନ୍ଦଳ । ଜଂଘା ଦେବ ମନ୍ଦିର ପ୍ରତିଷ୍ଠା ଓ ଦାରୁଦେବଙ୍କ ବିଗ୍ରହ ସ୍ଥାପନ ବେଳେ ଏହି ବିବାଦ ଦେଖାଦେଇଛି । ବିଧାୟକ ରମେଶ ସାଏଙ୍କ ଗୋଷ୍ଠୀ ବିଜେଡି ନେତା ତଥା ପୂର୍ବତନ ପୂର୍ତ ସଚିବ ନଳିନୀ ପ୍ରଧାନଙ୍କୁ ଜୋରଦାର ବିରୋଧ କରିଛି । ନଳିନୀ ପ୍ରଧାନ ସୋମବାର ତାଙ୍କ ସମର୍ଥକଙ୍କ ସହ ମନ୍ଦିର ବିଗ୍ରହ ସ୍ଥାପନ ପାଇଁ ଆସୁଥିଲେ । ଏହି ଅବସରରେ ଗଣ୍ଡ ସମାଜ ପକ୍ଷରୁ ବିରୋଧ କରାଯାଇଛିContinue reading “ଆଠମଲ୍ଲିକ ବିଜେଡିରେ କନ୍ଦଳ । ନଳିନୀ ପ୍ରଧାନଙ୍କୁ ଜୋରଦାର ବିରୋଧ”

ଭୁବନେଶ୍ୱରରେ ପାଳିତ ହୋଇଛି ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ବାର୍ଷିକ ଉତ୍ସବ । ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କୁ ଯୋଡିବା ସଂଗଠନର ମୂଳ ଲକ୍ଷ୍ୟ

କନକ ବ୍ୟୁରୋ : ଭୁବନେଶ୍ୱରରେ ପାଳିତ ହୋଇଛି ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ବାର୍ଷିକ ଉତ୍ସବ । କାର୍ଯ୍ୟକ୍ରମରେ ବିଶ୍ୱର ୧୭୩ଟି ଦେଶରୁ ଅନେକ ଓଡ଼ିଆ ଜୁମ୍ ମିଟିଂ ମାଧ୍ୟମରେ ଯୋଡି ହୋଇଥିଲେ । ବିଶ୍ୱର ବିଭିନ୍ନ ଦେଶରେ ଯେତେ ଓଡ଼ିଆ ଅଛନ୍ତି ସେମାନଙ୍କୁ ଯୋଡିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସଂଗଠନର ମୂଳ ଲକ୍ଷ୍ୟ । ଏହା ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱରେ ପ୍ରଚାର ପ୍ରସାର କରିବା ସହContinue reading “ଭୁବନେଶ୍ୱରରେ ପାଳିତ ହୋଇଛି ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ବାର୍ଷିକ ଉତ୍ସବ । ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କୁ ଯୋଡିବା ସଂଗଠନର ମୂଳ ଲକ୍ଷ୍ୟ”

Design a site like this with WordPress.com
Get started