କନକ ବ୍ୟୁରୋ : ବର୍ଷା ନାହିଁ କି ନଦୀରେ ପାଣି ନାହିଁ । କିନ୍ତୁ ନଦୀବନ୍ଧ ଧସି ଯାଇଛି । ନଦୀ ବନ୍ଧରେ ପାଣି ମାଡ ହେଲେ ବନ୍ଧ ଧସିବାର ଖବର ଆଗରୁ ଆମେ ଦେଖିଛେ, ହେଲେ ପୁରୀ ଜିଲ୍ଲା ସତ୍ୟବାଦୀର କିଛି ଭିନ୍ନ ଘଟଣା ଘଟିଛି । ପାଣି ନଥାଇ ଭାର୍ଗବୀ ନଦୀର ଶାଖାନଦୀ ନୂଆନଈ ବନ୍ଧରେ ଦେଢ ଶହ ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି । ୧୦ ଫୁଟ ତଳୁ ବନ୍ଧ ଦବିContinue reading “ନଦୀରେ ପାଣି ନଥାଇ ଧସିଲା ନଦୀବନ୍ଧ । ନିମ୍ନମାନର କାମ ଯୋଗୁଁ ନଦୀବନ୍ଧ ଧସି ଯାଇଥିବା ଅଭିଯୋଗ”
Tag Archives: News
ଓଡିଶାରୁ ପଶ୍ଚିମବଙ୍ଗ ଚାଲିଥିଲା ବନ୍ୟଜନ୍ତୁ ଚୋରାଚାଲାଣ । ଜଳେଶ୍ୱର ଷ୍ଟେସନରୁ ଜଣେ ଗିରଫ
କନକ ବ୍ୟୁରୋ : ଓଡିଶାରୁ ପଶ୍ଚିମବଙ୍ଗକୁ ଯାଉଥିଲା ବନ୍ୟଜନ୍ତୁ । ଚୋରା ଚାଲାଣ ବେଳେ ଜଳେଶ୍ୱର ଷ୍ଟେସନରୁ ଧାରିଲା ରେଳବାଇ ପୋଲିସ । ଜଣେ ଗିରଫ । ପଶ୍ଚିମବଙ୍ଗ ନାୟାଗ୍ରାମ ଅଞ୍ଚଳର ସଞ୍ଜୟ ନାୟକ ପ୍ଲାଷ୍ଟିକ ବ୍ୟାଗରେ ୨୫ଟି ଗୋଧୀ, ଦୁଇଟି ଡାହୁକ, ଏବଂ ଗୋଟିଏ କଇଁଛକୁ ଟ୍ରେନ ଯୋଗେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲେ । ଏନେଇ କୌଣସି ସୁତ୍ରରୁ ଖବର ପାଇଁ ଜଳେଶ୍ୱର ଷ୍ଟେସନରୁ ଜବତ କରିଛି ରେଳବାଇ ପୋଲିସ । ଏହାସହ ସଞ୍ଜୟକୁContinue reading “ଓଡିଶାରୁ ପଶ୍ଚିମବଙ୍ଗ ଚାଲିଥିଲା ବନ୍ୟଜନ୍ତୁ ଚୋରାଚାଲାଣ । ଜଳେଶ୍ୱର ଷ୍ଟେସନରୁ ଜଣେ ଗିରଫ”
ଆଜି ଦ୍ୱିତୀୟ ଥର ଗଞ୍ଜାମ ଗସ୍ତରେ ଯିବେ ଫାଇଭ୍-ଟି ସଚିବ । ଜିଲ୍ଲାର ବିଭିନ୍ନ ବିକାଶ ପ୍ରକଳ୍ପର କରିବେ ସମୀକ୍ଷା
କନକ ବ୍ୟୁରୋ : ବିବାଦ ଭିତରେ ଆଜି ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିକାଶ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ୍-ଟି ସଚିବ । ଭିକେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ସୋରାଡ଼ା ପରେ ପୋଲସରାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଖଲିକୋର୍ଟ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳା ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବାରContinue reading “ଆଜି ଦ୍ୱିତୀୟ ଥର ଗଞ୍ଜାମ ଗସ୍ତରେ ଯିବେ ଫାଇଭ୍-ଟି ସଚିବ । ଜିଲ୍ଲାର ବିଭିନ୍ନ ବିକାଶ ପ୍ରକଳ୍ପର କରିବେ ସମୀକ୍ଷା”
ଉପାନ୍ତ ଅଞ୍ଚଳର ଶିକ୍ଷକଙ୍କ ପୁଅ ଇସ୍ରୋ ବୈଜ୍ଞାନିକ । ଚନ୍ଦ୍ରାଯାନ-୩ରେ ରହିଛି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ
କନକ ବ୍ୟୁରୋ : ଉପାନ୍ତ ଅଞ୍ଚଳର ଶିକ୍ଷକଙ୍କ ପୁଅ ଇସ୍ରୋ ବୈଜ୍ଞାନିକ । ଚନ୍ଦ୍ରାଯାନ-୩ ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର । ଜୟନ୍ତ କେରଳ ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରାଯାନ-୩ରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ମାଲକାନାଗିରି ଜିଲ୍ଲାରେ ତାଙ୍କର ଦିବଙ୍ଗତ ବାବା ଜୟଦେବ ହାଲଦାର ଶିକ୍ଷକକତା କରୁଥିଲେ । କୋରାପୁଟContinue reading “ଉପାନ୍ତ ଅଞ୍ଚଳର ଶିକ୍ଷକଙ୍କ ପୁଅ ଇସ୍ରୋ ବୈଜ୍ଞାନିକ । ଚନ୍ଦ୍ରାଯାନ-୩ରେ ରହିଛି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ”
ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ଲୁହରେ ଭରିଲା ମୋଦୀଙ୍କ ଆଖି । ବୈଜ୍ଞାନିକଙ୍କ ପରିଶ୍ରମ ଓ ଧୈର୍ଯ୍ୟକୁ କଲେ ଉଚ୍ଚ ପ୍ରଶଂସା
କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଓ ପରେ ପରେ ଗ୍ରୀସ୍ ଗସ୍ତ ଶେଷ କରି ଆଜି ଭୋର ସମୟରେ ଭରତରେ ପହଞ୍ଚଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ସିଧା ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ମୁଖ୍ୟାଳୟରେ ପହଞ୍ଚି ବୈଜ୍ଞାନିକଙ୍କୁ ଭେଟିଥିଲେ ଏବଂ ଚନ୍ଦ୍ରାୟନ୩ ପାଇଁ ସେମାନଙ୍କର ପରିଶ୍ରମ ଓ ଧୈର୍ଯ୍ୟକୁ ଶତ ପ୍ରଶଂସା କରିଥିଲେ । ଏହି ଅବସରରେ ମୋଦୀ କହିଥିଲେ ଯେ, ‘ ସେ ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାରେ ଥିଲେ ବି ତାଙ୍କ ମନContinue reading “ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ଲୁହରେ ଭରିଲା ମୋଦୀଙ୍କ ଆଖି । ବୈଜ୍ଞାନିକଙ୍କ ପରିଶ୍ରମ ଓ ଧୈର୍ଯ୍ୟକୁ କଲେ ଉଚ୍ଚ ପ୍ରଶଂସା”
ଗଜପତି ମୋହନାରେ ଖଣିରେ ପଥର ଫଟା ଯିବା ବେଳେ ଅଘଟଣ : ପଥର ତଳେ ଚାପି ହୋଇ ମାମୁଁ ଭଣଜାଙ୍କ ମୃତ୍ୟୁ
କନକ ବ୍ୟୁରୋ : ପଥର ବ୍ଲାଷ୍ଟିଙ୍ଗ ବେଳେ ଅଘଟଣ । ପଥର ତଳେ ଚାପି ଜୀବନ ହରାଇଲେ ୨ ଶ୍ରମିକ । ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡ଼ା କ୍ରସର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଦୁଇ ଶ୍ରମିକ ହେଲେ ମାମୁଁ, ଭଣଜା । ମୃତକଙ୍କ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝରେଡ଼ି ରାଧା ଗୋବିନ୍ଦପୁର ଗାଁରେ । ଶୁକ୍ରବାର ଦିନ କ୍ରସର ନିକଟରେ ଥିବା ପଥର କୁଆଁରିରେ ବ୍ଲାଷ୍ଟିଂ ଚାଲିଥିଲା ।Continue reading “ଗଜପତି ମୋହନାରେ ଖଣିରେ ପଥର ଫଟା ଯିବା ବେଳେ ଅଘଟଣ : ପଥର ତଳେ ଚାପି ହୋଇ ମାମୁଁ ଭଣଜାଙ୍କ ମୃତ୍ୟୁ “
ଦାରିଙ୍ଗବାଡି ଖାରିଗୁଡା ଗାଁରେ ଗାଈ ଚରାରୁ ଗୁଳିକାଣ୍ଡ । ଜଣେ ମୃତ
କନକ ବ୍ୟୁରୋ : ମକାବାଡ଼ରେ ଗୁଳିକାଣ୍ଡ । ଗାଈ ଚରାକୁ ନେଇ ବିବାଦ ପରେ ଚାଷ ଜମିରେ ଫୁଟିଲା ଗୁଳି । ଘଟଣାରେ ଜଣଙ୍କର ମୃତ୍ୟୁ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ଗୁଳିମାଡ଼ରେ ଖାରିଗୁଡ଼ା ଗାଁର ମାଦି ପଡ୍ରାଙ୍କ ଜୀବନ ଯାଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମାଦିଙ୍କ ପୁଅ ଧର୍ମେନ୍ଦ୍ର । ଖବର ଅନୁସାରେ ଗାଈ ମକା ଫସଲ ଖାଇଦେବାକୁ ନେଇ ମାଦିContinue reading “ଦାରିଙ୍ଗବାଡି ଖାରିଗୁଡା ଗାଁରେ ଗାଈ ଚରାରୁ ଗୁଳିକାଣ୍ଡ । ଜଣେ ମୃତ”
ଅଗଷ୍ଟ ୨୩ ପାଇଲା ଜାତୀୟ ମହାକାଶ ଦିବସର ମାନ୍ୟତା । ମୋଦୀଙ୍କୁ ‘ଚନ୍ଦ୍ରଯାନ-୩’ର ଡେମୋ ଦେଖାଇଲେ ଇସ୍ରୋ ମୁଖ୍ୟ ଏସ. ସୋମନାଥ ।
କନକ ବ୍ୟୁରୋ: ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଲୁର ଇସ୍ରୋ ମୁଖ୍ୟାଳୟରେ ପହଂଚିବା ପରେ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହା ସହ ମୋଦୀ କହିଛନ୍ତି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ମଧ୍ୟ ନାମକରଣ କରାଯାଇଛି । ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିଲା, ସେହି ସ୍ଥାନର ନାଁ ଶିବଶକ୍ତି ରଖାଯାଇଛି । ପ୍ରଧାନମନ୍ତ୍ରୀContinue reading “ଅଗଷ୍ଟ ୨୩ ପାଇଲା ଜାତୀୟ ମହାକାଶ ଦିବସର ମାନ୍ୟତା । ମୋଦୀଙ୍କୁ ‘ଚନ୍ଦ୍ରଯାନ-୩’ର ଡେମୋ ଦେଖାଇଲେ ଇସ୍ରୋ ମୁଖ୍ୟ ଏସ. ସୋମନାଥ ।”
ଟ୍ରେନରେ ବଡଧରଣର ଅଗ୍ନିକାଣ୍ଡ । ଜଳିଗଲେ ଯାତ୍ରୀ, ୮ ମୃତ, ଏକାଧିକ ଗୁରୁତର
କନକ ବ୍ୟୁରୋ: ଟ୍ରେନରେ ବଡଧରଣର ଅଗ୍ନିକାଣ୍ଡ । ୮ ପର୍ଯ୍ୟଟକଙ୍କ ମୃତ୍ୟୁ ସୂଚନା । ୨୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ତାମିଲନାଡୁର ମଦୁରାଇ ଷ୍ଟେସନ ନିକଟରେ ସକାଳ ପ୍ରାୟ ୫ଟା ୧୫ରେ ଟ୍ରେନର ଟୁରିଷ୍ଟ କୋଚ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ ବ୍ୟତିବ୍ୟସ୍ତ ହୋଇ ଟ୍ରେନରୁ ଡେଇଁ ପଡିଥିଲେ ଶହଶହ ଯାତ୍ରୀ । ଟ୍ରେନଟି ଲକ୍ଷେ୍ନøରୁ ରାମେଶ୍ୱରମ୍ ଯାଉଥିବା ବେଳେContinue reading “ଟ୍ରେନରେ ବଡଧରଣର ଅଗ୍ନିକାଣ୍ଡ । ଜଳିଗଲେ ଯାତ୍ରୀ, ୮ ମୃତ, ଏକାଧିକ ଗୁରୁତର”
ଗ୍ରୀସରୁ ଫେରି ସିଧା ଇସ୍ରୋ ଆସିଲେ ମୋଦୀ । ‘ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’ର ଦେଲେ ନାରା
କନକ ବ୍ୟୁରୋ: ସମୟ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଏକ ଜନସଭାରେ ‘ଜୟ ଯବାନ୍ , ଜୟ କିଶାନ’ ବୋଲି ନାରା ଦେଇଥିଲେ । ହେଲେ ଆଜିକା ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ନାରା ଦେଇଛନ୍ତି ‘ ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ ‘ ବୋଲି ନାରା ଦେଇଛନ୍ତି । ଗ୍ରୀସରୁ ଫେରି ସିଧା ବେଙ୍ଗାଲୁରୁର ଇସ୍ରୋ ମୁଖ୍ୟାଳୟରେ ପହଞ୍ଚିଥିଲେ ମୋଦୀ । ସେଠାରେ ମୁନ୍ ମିଶନର ସମସ୍ତ ବେୟଜ୍ଞାନିକଙ୍କୁ ;ଭେଯି ସେମାନଙ୍କୁ ଭୂରୀ ପ୍ରଶଂସାContinue reading “ଗ୍ରୀସରୁ ଫେରି ସିଧା ଇସ୍ରୋ ଆସିଲେ ମୋଦୀ । ‘ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’ର ଦେଲେ ନାରା”