କନକ ବ୍ୟୁରୋ : ଏଚ୍୯ଏନ୍୨ ଭୂତାଣୁ ସଂକ୍ରମଣର ସଂଖ୍ୟା ଚୀନର ପିଲାମାନଙ୍କ ଶରୀରରେ ଦ୍ରୃତ ଗତିରେ ବଢିବାରେ ଲାଗିଛି । ଏବଂ ଅନ୍ୟାନ୍ୟ ଜାବତୀୟ ରୋଗରେ ମଧ୍ୟ ଚୀନର ଲୋକମାନେ ପୀଡିତ ହେଲେଣି । ଏହିଭଳି ପରିସ୍ଥିତିରେ ରାମ ମନୋହର ଅଟୋମୋବାଇଲ ର ନିର୍ଦେଶକ ଡଃ ଅଜୟ ଶୁକ୍ଲା ଲୋକମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସାବଧାନ ରହିବା ପାଇଁ ଏବଂ ସଫା ସୁତୁରା ଉପରେ ଅଧିକ ଧ୍ୟାନ ଦେବା ପାଇଁ । ଡଃ ଏହା ମଧ୍ୟContinue reading “ଚାଇନାରେ ଶିଶୁମାନଙ୍କ ଠାରେ ବ୍ୟାପୁଥିବା ନିମୋନିଆକୁ ନେଇ ଭାରତ ସରକାର ସତର୍କ । କ’ଣ କହୁଛନ୍ତି ବିଶେଷଜ୍ଞ ?”
Author Archives: Raghaba
କାଲିଠୁ କଟକର ଐତିହାସିକ ବାଲିଯାତ୍ରା । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସର ସ୍ପେଶାଲ ପ୍ଲାନ୍ ।
କନକ ବ୍ୟୁରୋ: ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ସପ୍ତାହେରୁ ଅଧିକ ସମୟ ଧରି ଲାଗିବ ମେଳା । ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଉକ୍ରଳୀୟ ପରମ୍ପରାକୁ ବହନ କରୁଥିବା ଏହି ଐତିହାସିକ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇଛି ସେଲଫି ଜୋନ । କଟକ ଇନ୍ କଟକContinue reading “କାଲିଠୁ କଟକର ଐତିହାସିକ ବାଲିଯାତ୍ରା । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସର ସ୍ପେଶାଲ ପ୍ଲାନ୍ ।”
ତମାଖୁ ଜାତୀୟ ସାମଗ୍ରୀ ଉପରେ ଟିକସ ବଢ଼ାଇବାକୁ ଦାବି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଲେ ଡାକ୍ତର ଓ ପବ୍ଲିକ ହେଲ୍ଥ ଗ୍ରୁପ
କନକ ବ୍ୟୁରୋ: ତମାଖୁ ଜାତୀୟ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା, ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଉପରେ ବଜେଟରେ ଟିକସ ବଢ଼ାଇବା ପାଇଁ ବିଶେଷଜ୍ଞମାନେ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଇଛନ୍ତି। ସମସ୍ତ ପ୍ରକାର ତମାଖୁ ଜାତୀୟ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇବା ପାଇଁ ସେମାନେ ମତ ଦେଇଛନ୍ତି। ଦେଶରେ ତମାଖୁଜନିତ ସାମଗ୍ରୀର ବ୍ୟବହାର ହ୍ରାସ କ୍ଷେତ୍ରରେ ଟିକସ ବୃଦ୍ଧି ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ। ଅଧିକାଂଶ ଦେଶ ଏହି ଉପାୟକୁ ଆପଣାଇଛନ୍ତି। ନିକଟରେ ହୋଇଥିବା ଏକContinue reading “ତମାଖୁ ଜାତୀୟ ସାମଗ୍ରୀ ଉପରେ ଟିକସ ବଢ଼ାଇବାକୁ ଦାବି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଲେ ଡାକ୍ତର ଓ ପବ୍ଲିକ ହେଲ୍ଥ ଗ୍ରୁପ”
ଆଜି ସାରା ରାତି ଜଗା ଦର୍ଶନ । କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି
କନକ ବ୍ୟୁରୋ: ଆଜି ସାରା ରାତି ହେବ ଜଗା ଦର୍ଶନ । କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ପଞ୍ଚୁକର ଚତୁର୍ଥ ଦିନ । ଆଉ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ତେଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳଙ୍କୁ ଭିଡ଼ ଜମିବ । ଏହାଛଡା ଆଜି ଛୁଟିଦିନ ରବିବାର ଥିବାରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଅନ୍ୟପଟେ ପ୍ରଶାସନContinue reading “ଆଜି ସାରା ରାତି ଜଗା ଦର୍ଶନ । କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି”
ଭାରତ ଗସ୍ତରେ ଆସୁଛନ୍ତି ‘ନାସା’ର ମୁଖ୍ୟ ବିଲ୍ ନେଲସନ୍ । ଇସ୍ରୋ ମୁଖ୍ୟାଳୟରେ ବୈଜ୍ଞାନିକଙ୍କ ସହ କରିବେ ଭେଟ, ‘ନିସାର’ ମିଶନ ଉପରେ ହେବ ଆଲୋଚନା
କନକ ବ୍ୟୁରୋ : ନାସା ପ୍ରମୁଖ ବିଲ୍ ନେଲସନ ନଭେମ୍ବର ୨୭ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ସୂଚନା ଦେଇଛି । ନାସା ତରଫରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇ କୁହାଯାଇଛି କି ନେଲସନ ଅନ୍ତରୀକ୍ଷ ଅନୁସନ୍ଧାନ ସହିତ ଜଡିତ ବିଶେଷ ଭାବେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସହ ୨୦୨୪ରେ ଲଞ୍ଚ୍ ହେବାକୁ ଥିବା ‘ନିସାର’ ମିଶନକୁ ନେଇ ଭାରତ ଯାତ୍ରା କରୁଛନ୍ତି । ନ୍ୟୁଜ୍Continue reading “ଭାରତ ଗସ୍ତରେ ଆସୁଛନ୍ତି ‘ନାସା’ର ମୁଖ୍ୟ ବିଲ୍ ନେଲସନ୍ । ଇସ୍ରୋ ମୁଖ୍ୟାଳୟରେ ବୈଜ୍ଞାନିକଙ୍କ ସହ କରିବେ ଭେଟ, ‘ନିସାର’ ମିଶନ ଉପରେ ହେବ ଆଲୋଚନା”
ରୋଗ ଲୁଚାଇଲେ ଖର୍ଚ୍ଚ ଉଠାଇବନି ସ୍ୱାସ୍ଥ୍ୟ ବୀମା କମ୍ପାନୀ । ଜାଣନ୍ତୁ ଏନେଇ କ’ଣ ରହିଛି ନିୟମ
କନକ ବ୍ୟୁରୋ : ଯଦି ରକ୍ତଚାପ ଓ ମଧୁମେହ ଭଳି ରୋଗ ଆପଣ ସ୍ୱାସ୍ଥ୍ୟ ବୀମା କମ୍ପାନୀକୁ ଲୁଚାଇଛନ୍ତି କିମ୍ବା କୌଣସି ପୁର୍ବ ବେମାରୀ ବା ପ୍ରି-ଏକଜିଷ୍ଟିଙ୍ଗ ଡିଜିଜ ରହିଛି ତେବେ ସାବଧାନ ହୋଇଯାନ୍ତୁ । କାରଣ ଲୁଚାଇଥିବା ରୋଗ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ସେ ନେଇ ଆପଣଙ୍କୁ କୌଣସି ଚିକିତ୍ସା ଜନିତ ଖର୍ଚ୍ଚ ମିଳିବ ନାହିଁ । କଣ ଏହି ପ୍ରି- ଏକଜିଷ୍ଟିଙ୍ଗ ଡିଜିଜ ସ୍ୱାସ୍ଥ୍ୟବୀମା ପଲିସି ନେବାର ୪୮ ମାସ ଆଗରୁContinue reading “ରୋଗ ଲୁଚାଇଲେ ଖର୍ଚ୍ଚ ଉଠାଇବନି ସ୍ୱାସ୍ଥ୍ୟ ବୀମା କମ୍ପାନୀ । ଜାଣନ୍ତୁ ଏନେଇ କ’ଣ ରହିଛି ନିୟମ”
କେନ୍ଦୁଝର କଣ୍ଡରାପଶି ଗାଁବନ୍ଧରେ ୧୦ଟିକିଆ ହାତୀପଲ୍ଲ । ହଜି ଯାଇଥିବା ଛୁଆ ହାତୀକୁ ଖୋଜୁଛନ୍ତି ହାତୀ ।
କନକ ବ୍ୟୁରୋ: ଛୁଆ ହାତୀକୁ ଖୋଜି ଖୋଜି ତୁଳସୀପୁରରେ ପହଂଚିଲେ ହାତୀ ପଲ । ଛୁଆ ହାତୀ ନିଖୋଜ ହେବା ପରେ ପ୍ରାୟ ୧୦ ହାତୀ କେନ୍ଦୁଝର ସଦର ବ୍ଲକ କଣ୍ଡରାପଶି ଗ୍ରାମ ନିକଟ ଥିବା ବନ୍ଧରେ ପଶିଥିବା ଦେଖିବାକୁ ମିଳିଛି । ଗତ ରାତିରେ ହାତୀଗୁଡ଼ିକ ଗ୍ରାମ ଭିତରକୁ ପଶିବାକୁ ପ୍ରୟାସ କରିଥିଲେ । କିନ୍ତୁ ବନ୍ଧ ପାଖରେ ହାତୀପଲ ଫସି ରହିଯାଇଥିଲେ । ହାତୀପଲକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଚାଷContinue reading “କେନ୍ଦୁଝର କଣ୍ଡରାପଶି ଗାଁବନ୍ଧରେ ୧୦ଟିକିଆ ହାତୀପଲ୍ଲ । ହଜି ଯାଇଥିବା ଛୁଆ ହାତୀକୁ ଖୋଜୁଛନ୍ତି ହାତୀ ।”
ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିପାରେ ଲମ୍ବା ସମୟ । ପ୍ଲାଜମା କଟରରେ କଟା ଚାଲିଛି ଭାଙ୍ଗିଯାଇଥିବା ଅଗର ମେସିନ ।
କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିପାରେ ଲମ୍ବା ସମୟ । କାରଣ ଉଦ୍ଧାର କାର୍ଯ୍ୟରେ ଗୋଟିଏ ପରେ ଗୋଟିଏ ବାଧା ଉପୁଜିବାରେ ଲାଗିଛି । ଭାଙ୍ଗିଯାଇଥିବା ଅଗର ମେସିନକୁ ପାଇପରୁ ବାହାର କରିବାରେ ପ୍ଲାଜମା କଟରର ସହାୟତା ନିଆଯାଇଛି । ଉଦ୍ଧାରକାରୀ ଦଳ ପ୍ଲାଜମା ମେସିନକୁ ନେଇ ଭିତରକୁ ଯାଇ ଏହି କାମରେ ଲାଗିଛନ୍ତି । ଅଗର ମେସିନକୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯିବା ପରେ ଭିତରକୁ ଯାଇ ସ୍ଥିତିContinue reading “ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିପାରେ ଲମ୍ବା ସମୟ । ପ୍ଲାଜମା କଟରରେ କଟା ଚାଲିଛି ଭାଙ୍ଗିଯାଇଥିବା ଅଗର ମେସିନ ।”
ଚର୍ଚ୍ଚାରେ ହଲିଉଡ ସିନେମାର ଓଡ଼ିଆ ନିର୍ଦ୍ଦେଶକ । ‘ଦ ସେଲେସିଟି’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କେନ୍ଦୁଝର ଆନନ୍ଦପୁରର ଜୈମିନ୍ ବାଲ୍ ।
କନକ ବ୍ୟୁରୋ: ହଲିଉଡରେ ଓଡ଼ିଆ ପୁଅ । କେନ୍ଦୁଝରର ଜୈମିନ୍ ବାଲଙ୍କୁ ମିଳିଛି ହଲିଉଡ୍ରେ କାମ କରିବାର ସୁଯୋଗ । ମାତ୍ର ୧୫ ବର୍ଷ ବୟସରେ ବଲଉଡରେ ସହୀ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ । ଓମ୍ ଶାନ୍ତି ଓମ୍, ହମ୍କୋ ଦିୱାନା କରଗୟେ, ଗୋଲମାଲ ରିଟର୍ଣ୍ଣସ୍ ପରି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏବେ ହଲିଉଡରେ ନିଜ ନିର୍ଦ୍ଦେଶିତ ଫିଲ୍ମ ରିଲିଜ୍ ହେବ । ‘ଦ ସେଲେସିଟି’ ନାମକ ଏହିContinue reading “ଚର୍ଚ୍ଚାରେ ହଲିଉଡ ସିନେମାର ଓଡ଼ିଆ ନିର୍ଦ୍ଦେଶକ । ‘ଦ ସେଲେସିଟି’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କେନ୍ଦୁଝର ଆନନ୍ଦପୁରର ଜୈମିନ୍ ବାଲ୍ ।”
ଟଲିଉଡରେ ମାଲକାନଗିରିର ମୋନିକା । ତେଲଗୁ ଫିଲ୍ମରେ ଅଭିନୟ କରି ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ ।
କନକ ବ୍ୟୁରୋ: ମାଲକାନଗିରିର ମୋନିକା, ତେଲଗୁ ଫିଲ୍ମର ନାୟିକା । ମାଲକାନଗିରି କାଲିମେଳା ବ୍ଲକ ଏମ୍ଭି ୭୫ ଗାଁର ମୋନିକା ସମାଦ୍ଦାର । ତେଲଗୁ ଫିଲ୍ମରେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ଶ୍ରୀ ଶ୍ରୀନିବାସ କ୍ରିଏସନ୍ ଦ୍ୱାରା ନିର୍ମିତ ତେଲଗୁ ଚଳଚ୍ଚିତ୍ର ‘ଗାରାଗା’ରେ ନାୟିକା ଭାବେ ସେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଏବେ ଆନ୍ଧ୍ରପ୍ରଦେଶରେ ଚାଲିଛି । ମୋନିକାଙ୍କ ବାପା ଗୌତମ ସମାଦ୍ଦାର ପେସାରେ ଜଣେ ବ୍ୟବସାୟୀ ।Continue reading “ଟଲିଉଡରେ ମାଲକାନଗିରିର ମୋନିକା । ତେଲଗୁ ଫିଲ୍ମରେ ଅଭିନୟ କରି ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ ।”