ନବରଙ୍ଗପୁରରେ ଯୁବତୀଙ୍କୁ ୩୧ ଖଣ୍ଡ କରି କାଟିବା ଘଟଣା । ଅଭିଯୁକ୍ତ ଦମ୍ପତ୍ତି ଗିରଫ । ବିବାହ ପାଇଁ ଜିଦ୍ ଧରିବାରୁ ତଣ୍ଟି ଚିପି ମାରିଥିବା ସୂଚନା ।

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ରାଇଘରରେ ଯୁବତୀଙ୍କୁ ୩୧ ଖଣ୍ଡ କରିବା ଘଟଣାରେ ଅଭିଯୁକ୍ତ ଦମ୍ପତି ଗିରଫ । ମୁରମଡିହି ଗାଁର ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ବୁଧବାର ଠାରୁ ନିଖୋଜ ଥିଲେ ନବରଙ୍ଗପୁର ରାଇଘର ଥାନା ବାଗବେଡ଼ା ଗାଁ ତିଲାବତୀ । ବୁଧବାର ଠାରୁ ନିଖୋଜ ଥିଲେ ତିଲାବତୀ । ତିନି ଦିନ ପରେ ମୁରମଡିହିContinue reading “ନବରଙ୍ଗପୁରରେ ଯୁବତୀଙ୍କୁ ୩୧ ଖଣ୍ଡ କରି କାଟିବା ଘଟଣା । ଅଭିଯୁକ୍ତ ଦମ୍ପତ୍ତି ଗିରଫ । ବିବାହ ପାଇଁ ଜିଦ୍ ଧରିବାରୁ ତଣ୍ଟି ଚିପି ମାରିଥିବା ସୂଚନା ।”

ରାଜଧାନୀ ଉପକଣ୍ଠରେ ବିସ୍ଥାପିତଙ୍କ ଦୁଃଖ । ରାଜପଥ ସମ୍ପ୍ରସାରଣ ପାଇଁ ଜାଗା ଛାଡି ନିଜେ ହେଉଛନ୍ତି ହନ୍ତସନ୍ତ ।

କନକ ବ୍ୟୁରୋ: ଆପଣମାନେ ବିସ୍ଥାପିତଙ୍କ ଦୁଃଖର କାହାଣୀ ଶୁଣିଥିବେ ବା ଦେଖିଥିବେ । କିନ୍ତୁ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହୁଥିବା ବିସ୍ଥାପିତଙ୍କ ଦୁଃଖ କାହାଣୀ ହୁଏତ ଜାଣିନଥିବେ । ହେଲେ, ଆଜି ଆମେ ଆପଣଙ୍କୁ ସେହି ବିସ୍ଥାପିତଙ୍କ ଯନ୍ତ୍ରଣା ଦେଖାଇବୁ, ଯେଉଁମାନେ ରାଜପଥ ସମ୍ପ୍ରସାରଣ ପାଇଁ ବର୍ଷ ବର୍ଷ ଧରି ରହି ଆସୁଥିବା ଜାଗାକୁ ଛାଡି ଦେଇଥିଲେ । ଆଉ ଜାଗା ଛାଡି ଦେବା ପରେ ଏବେ ଦୟନୀୟ ଜୀବନଯାପନ କରୁଛନ୍ତି । ଦେଖନ୍ତୁ ଭୁବନେଶ୍ୱର ଉପକଣ୍ଠContinue reading “ରାଜଧାନୀ ଉପକଣ୍ଠରେ ବିସ୍ଥାପିତଙ୍କ ଦୁଃଖ । ରାଜପଥ ସମ୍ପ୍ରସାରଣ ପାଇଁ ଜାଗା ଛାଡି ନିଜେ ହେଉଛନ୍ତି ହନ୍ତସନ୍ତ ।”

ଲଜରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁ ପରେ ମହିଳାଙ୍କ ସ୍ୱାମୀ ଫେରାର, ହତ୍ୟା ନେଇ ବଢ଼ିଲା ସନ୍ଦେହ ।

କନକ ବ୍ୟୁରୋ: ବ୍ରହ୍ମପୁର କୋଇଲୁଣ୍ଡି ରାସ୍ତାରେ ଥିବା ଏକ ହୋଟେଲ ରୁମରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଅବଦୁଲ ପରିପାଲିପ, ସେ କେରଳର ବୋଲି ଜଣାପଡିଛି । ସୂଚନା ମୁତାବକ, ଗତ ୧୯ତାରିଖରୁ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ବେଳେ ଏହି ଲଜରେ ରହିଥିଲେ । ତେବେ ଆଜି ସକାଳୁ ହୋଟେଲ ରୁମରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ଘଟଣା ସ୍ଥଳରୁ ଫେରାରContinue reading “ଲଜରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁ ପରେ ମହିଳାଙ୍କ ସ୍ୱାମୀ ଫେରାର, ହତ୍ୟା ନେଇ ବଢ଼ିଲା ସନ୍ଦେହ ।”

ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଭର୍ଟିକାଲ ଡ୍ରିଲିଂ । ପାହାଡ଼ ଉପରପଟୁ ଚାଲିଛି ଖନନ କାମ ।

କନକ ବ୍ୟୁରୋ: ଉତରକାଶୀ ଟନେଲରେ ଫଶିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ଭର୍ଟିକାଲ ଡ୍ରିଲିଂ କରି ଶ୍ରମିକଙ୍କ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି କାମ । ଶନିବାର ଖନନ ସମୟରେ ଆମେରିକାରୁ ଆସିଥିବା ଅଗର ମେସିନର ବ୍ଲେଡ ଭାଂଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ସୁଡ଼ଙ୍ଗରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି ।Continue reading “ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଭର୍ଟିକାଲ ଡ୍ରିଲିଂ । ପାହାଡ଼ ଉପରପଟୁ ଚାଲିଛି ଖନନ କାମ ।”

ରିଲିଜ ହୋଇପାରନ୍ତି ଆଇପିଏଲର ଦାମୀ ଖେଳାଳୀ , ଏଥର ନିଲାମୀରେ ଚମକିବେ ବିଶ୍ୱକପ ଷ୍ଟାର ! 

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୧୯ ତାରିଖରେ ଦୁବାଇରେ ହୋଇପାରେ ଆଇପିଏଲ ନିଲାମୀ । ତେବେ ଏହି ନିଲାମୀ ପୂର୍ବରୁ ଦଳ ଭିତରେ ଆରମ୍ଭ ହୋଇଛି ଟ୍ରେଡ ।  ନିଲାମୀ ପୂର୍ବରୁ ଅନେକ ଖେଳାଳୀଙ୍କୁ ରିଲିଜ କରିବେ ଫ୍ରାଞ୍ଚାଇଜ । ଯେଉଁ ତାଲିକାରେ ଅନେକ ଦାମୀ ଖେଳାଳୀ ମଧ୍ୟ ରହିଛନ୍ତି । ଗତ ସିଜିନରେ ଯେଉଁ ଖେଳାଳୀଙ୍କର ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିଲା ସେମାନଙ୍କୁ ରିଲିଜ କରି ନୂଆ ମୁହଁକୁ ଦଳରେ ସାମିଲ କରିବାକୁ ଚାହୁଁଛନ୍ତିContinue reading “ରିଲିଜ ହୋଇପାରନ୍ତି ଆଇପିଏଲର ଦାମୀ ଖେଳାଳୀ , ଏଥର ନିଲାମୀରେ ଚମକିବେ ବିଶ୍ୱକପ ଷ୍ଟାର ! “

ବର୍ଷା ଅଭାବରୁ ଉଜୁଡି ଗଲା ଚାଷ । ବର୍ଷକ ଦାନା ପାଇଁ ଘୋର ଚିନ୍ତାରେ ଗୁଣୁପୁର ଚାଷୀ ।

କନକ ବ୍ୟୁରୋ: ବର୍ଷା ଅଭାବରୁ ଉଜୁଡି ଗଲା ଚାଷ । ଚିନ୍ତାରେ ରାୟଗଡ଼ା ଗୁଣୁପୁର ଅଞ୍ଚଳର ଚାଷୀ । ଧାର କରଜ କରି ଚାଷୀ ହେକ୍ଟର ହେକ୍ଟର ଜମିରେ ଚାଷ କରିଥିଲା ଚାଷୀ । ଗୁଣୁପୁର ବ୍ଲକର ୩ ହଜାର ୫୯୭ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ହେଲେ ବର୍ଷା ନଥିବାରୁ ଧାନ ଗଛ ସବୁ ନଡା ପାଲଟି ଗଲାଣି । ଯାହାକୁ ଚାଷୀଙ୍କ ଚିନ୍ତା ବଢିଛି । କିପରି ପରିବାର ପ୍ରତିପୋଷଣ କରିବେ,Continue reading “ବର୍ଷା ଅଭାବରୁ ଉଜୁଡି ଗଲା ଚାଷ । ବର୍ଷକ ଦାନା ପାଇଁ ଘୋର ଚିନ୍ତାରେ ଗୁଣୁପୁର ଚାଷୀ ।”

ଆସନ୍ତା ୨୮ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ସ୍କାନିଂ ପାଇଁ ଏଏସଆଇକୁ ସହଯୋଗ କରିବେ ଶ୍ରୀମନ୍ଦିର ପ୍ରଶାସନ ।

କନକ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । କାର୍ତ୍ତିକ ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପରଦିନଠାରୁ ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବା ପାଇଁ ନିଷ୍ପତ୍ତିି ନିଆଯାଇଛି । ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି, ତାହା ଚିହ୍ନଟ କରାଯିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରରContinue reading “ଆସନ୍ତା ୨୮ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ସ୍କାନିଂ ପାଇଁ ଏଏସଆଇକୁ ସହଯୋଗ କରିବେ ଶ୍ରୀମନ୍ଦିର ପ୍ରଶାସନ ।”

ଦ୍ୱିତୀୟ ପର୍ଯ୍ୟାୟରେ ୨୫ଜଣଙ୍କୁ ମୁକ୍ତ କଲା ହମାସ୍ । ବଦଳରେ ୧୫୦ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବାକୁ ରାଜି ହୋଇଛି ଇସ୍ରାଏଲ ।

କନକ ବ୍ୟୁରୋ: ଇସ୍ରାଏଲ-ହମାସ ଲଢେଇରେ ଯୁଦ୍ଧ ବିରତି ଆଣିଛି ସାମାନ୍ୟ ଆଶ୍ୱସ୍ତି । ଦୁଇ ପକ୍ଷଙ୍କ ଦ୍ୱାରା ପଣବନ୍ଦୀଙ୍କୁ ମୁକ୍ତ ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଛି । ଶୁକ୍ରବାର ଓ ଶନିବାରରେ ହମାସ ଦୁଇଟି ପର୍ଯ୍ୟାୟରେ ମୋଟ ୩୮ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବା ସହ ଏମାନଙ୍କ ଫଟୋ ଜାରି କରିଛି । ଯୁଦ୍ଧବନ୍ଦୀ ମାନେ ଇଜିପ୍ଟ ଦେଇ ଇସ୍ରାଏଲରେ ପହଁଚିଥିବା ବେଳେ ସେମାନଙ୍କୁ ମ୍ବାଗତ କରାଯାଇଛି । ସେହିପରି ଜେଲରେ ଥିବା କିଛି ପାଲେଷ୍ଟାଇନ ନାଗରିକଙ୍କୁContinue reading “ଦ୍ୱିତୀୟ ପର୍ଯ୍ୟାୟରେ ୨୫ଜଣଙ୍କୁ ମୁକ୍ତ କଲା ହମାସ୍ । ବଦଳରେ ୧୫୦ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବାକୁ ରାଜି ହୋଇଛି ଇସ୍ରାଏଲ ।”

ଟନେଲରେ ଶ୍ରମିକଙ୍କୁ ଚାପମୁକ୍ତ କରିବାକୁ ଲ୍ୟାଣ୍ଡଲାଇନ୍ ବ୍ୟବସ୍ଥା । ପରିବାର ସହ କଥା ହେବା ପାଇଁ ହୋଇଛି ପ୍ରସ୍ତୁତି ।

କନକ ବ୍ୟୁରୋ: ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ବିଏସଏନଏ ପକ୍ଷରୁ ଶ୍ରମିକଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟନେଲରେ ଫସିଥିବା ଶ୍ରମିକମାନେ ଯେପରି ନିଜ ପରିବାର ସହ କଥାବାର୍ତା ହୋଇପାରିବେ ସେଥିପାଇଁ ବିଏସଏନଏଲ ଏହି ସୁବିଧା ଯୋଗାଇ ଦେଇଛି । ଏକ ଛୋଟ ଲ୍ୟାଣ୍ଡଫୋନ୍ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଓ ଆଉଟଗୋଇଙ୍ଗର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ନେଟୱର୍କ ନଥିବାରୁ ନିକଟରେ ଏକ ଛୋଟ ଟେଲିଫୋନ୍Continue reading “ଟନେଲରେ ଶ୍ରମିକଙ୍କୁ ଚାପମୁକ୍ତ କରିବାକୁ ଲ୍ୟାଣ୍ଡଲାଇନ୍ ବ୍ୟବସ୍ଥା । ପରିବାର ସହ କଥା ହେବା ପାଇଁ ହୋଇଛି ପ୍ରସ୍ତୁତି ।”

ଟନେଲରେ ଫସିଥିବା ଶ୍ରମିକଙ୍କ ପାଇଁ ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ଉଦ୍ଧାର ପାଇଁ ଚାଲିଛି ମାନୁଆଲ ଡ୍ରିଲିଂ ।

କନକ ବ୍ୟୁରୋ: ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ବିଏସଏନଏ ପକ୍ଷରୁ ଶ୍ରମିକଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟନେଲରେ ଫସିଥିବା ଶ୍ରମିକମାନେ ଯେପରି ନିଜ ପରିବାର ସହ କଥାବାର୍ତା ହୋଇପାରିବେ ସେଥିପାଇଁ ବିଏସଏନଏଲ ଏହି ସୁବିଧା ଯୋଗାଇ ଦେଇଛି । ଏକ ଛୋଟ ଲ୍ୟାଣ୍ଡଫୋନ୍ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଓ ଆଉଟଗୋଇଙ୍ଗର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ନେଟୱର୍କ ନଥିବାରୁ ନିକଟରେ ଏକ ଛୋଟ ଟେଲିଫୋନ୍Continue reading “ଟନେଲରେ ଫସିଥିବା ଶ୍ରମିକଙ୍କ ପାଇଁ ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ଉଦ୍ଧାର ପାଇଁ ଚାଲିଛି ମାନୁଆଲ ଡ୍ରିଲିଂ ।”

Design a site like this with WordPress.com
Get started