କନକ ବ୍ୟୁରୋ: ୨୦୦୮ ମସିହା ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଛି ୧୫ ବର୍ଷ । ଠିକ ଆଜିର ଦିନରେ ଜଳପଥରେ ଆସି ମୁମ୍ବାଇରେ ପଶିବା ପରେ ଆତଙ୍କବାଦୀ ଯେଉଁ ମୃତ୍ୟୁର ତାଣ୍ଡବ ରଚିଥିଲେ ତାହା କେହି ଭୁଲି ନାହାନ୍ତି । ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣରେ ସହିଦ ଯବାନ ଓ ନାଗିରକଙ୍କୁ ମନେ ପକାଉଛି ସାରା ଦେଶ । ମୁମ୍ବାଇ ଆକ୍ରମଣକୁ ଚାହିଁକି ମଧ୍ୟ କୌଣସି ଭାରତୀୟ ଭୁଲି ପାରିବେ ନାହିଁ । ଆତଙ୍କବାଦୀଙ୍କ ଆକ୍ରମଣରେ ୧୬୦ରୁContinue reading “୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ । ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଆତଙ୍କ ରଚିଥିଲେ ଆତଙ୍କବାଦୀ । ସହିଦ ଯବାନ ଓ ନାଗିରକଙ୍କୁ ମନେ ପକାଉଛି ସାରା ଦେଶ ।”
Author Archives: Raghaba
ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ । ବୋଲିଂ ଉପରେ ଫୋକସ କରିବ ଟିମ୍ ଇଣ୍ଡିଆ, ପ୍ରଥମ ମ୍ୟାଚ ଜିତିଥିବାରୁ ଦଳର ମଦୋବଳ ଦୃଢ
କନକ ବ୍ୟୁରୋ: ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଟି-୨୦ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଦୃଢ ରହିଛି ଭାରତୀୟ ଦଳର ମନୋବଳ । ବିଜୟ ଧାରା ବଜାୟ ରଖି ସିରିଜ୍ ଉପରେ କବଜା କରିବାକୁ ଲକ୍ଷ୍ୟ । ପ୍ରଥମ ମ୍ୟାଚରେ ପେସ ବୋଲର ମାନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ବେଳେ ଆଜିର ମ୍ୟାଚରେ ତ୍ରୁଟି ସୁଧାରିବାକୁ ଉଦ୍ୟମ କରିବ ଭାରତୀୟ ଦଳ । ସେପଟେ ଭାରତକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ସହContinue reading “ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ । ବୋଲିଂ ଉପରେ ଫୋକସ କରିବ ଟିମ୍ ଇଣ୍ଡିଆ, ପ୍ରଥମ ମ୍ୟାଚ ଜିତିଥିବାରୁ ଦଳର ମଦୋବଳ ଦୃଢ”
କୋଣାର୍କ ନବଗ୍ରହ ପୀଠରେ ନିଆରା ପରମ୍ପରା । ଦିବ୍ୟାଙ୍ଗ ପିଲାଙ୍କୁ ବାଲିରେ ଅଧା ପୋତି ସୂର୍ଯ୍ୟଙ୍କୁ ଆରାଧନା ।
କନକ ବ୍ୟୁରୋ: ବାଲିରେ ଅଧାପୋତା ଦିବ୍ୟାଙ୍ଗ ପିଲାଙ୍କ ସୁସ୍ଥ କାମନା କଲେ ପରିବାର ଲୋକେ । ପବିତ୍ର କାର୍ତ୍ତିକ ମାସ ଶେଷ ଶନିବାରରେ କୋଣାର୍କ ନବଗ୍ରହ ପୀଠରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କାର୍ତ୍ତିକ ମାସର ପ୍ରଥମ ଶନିବାରରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଶେଷ ଶନିବାରରେ ସମାପ୍ତ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ, ଶୋକ, ଭୟରୁ ମୁକ୍ତ ରଖିବାକୁ ନବଗ୍ରହଙ୍କ ପୂଜାର୍ଚ୍ଚନା କରିଛନ୍ତି । ନିଜ ନିଜ ଦିବ୍ୟାଙ୍ଗContinue reading “କୋଣାର୍କ ନବଗ୍ରହ ପୀଠରେ ନିଆରା ପରମ୍ପରା । ଦିବ୍ୟାଙ୍ଗ ପିଲାଙ୍କୁ ବାଲିରେ ଅଧା ପୋତି ସୂର୍ଯ୍ୟଙ୍କୁ ଆରାଧନା ।”
ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମ ସମୟରେ କଟିଗଲା ବିଜୁଳି ।ପ୍ରଦର୍ଶନୀ ପଡିଆରେ ଚାଲିଥିବା ପୁସ୍ତକ ମେଳା ସମୟରେ ଏମିତି ଦୃଶ୍ୟ ।
କନକ ବ୍ୟୁରୋ: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମ ସମୟରେ କଟିଗଲା ବିଜୁଳି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ପୁସ୍ତକ ମେଳା ସମୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ବେଳେ ପାଖାପଖି ୪ ମିନିଟ ବିଦ୍ୟୁତ କଟିଥିଲା । କେବଳ ଯେ ଗୋଟିଏ ଥର ଏମିତି ହେଲା ତାହା ନୁହେଁ ବାରମ୍ବାର ଏଭଳି ବିଦ୍ୟୁତ କଟିଥିବାଦେଖିବାକୁ ମିଳିଛି । ପ୍ରଦର୍ଶନୀ ପଡିଆରେ ଚାଲିଥିବା କାର୍ଯ୍ୟକ୍ରମରେ ଏଭଳି ବିଦ୍ୟୁତ କଟିବା ଛତିଶଗଡ ରାଜ୍ୟପାଳଙ୍କ ସୁରକ୍ଷାContinue reading “ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମ ସମୟରେ କଟିଗଲା ବିଜୁଳି ।ପ୍ରଦର୍ଶନୀ ପଡିଆରେ ଚାଲିଥିବା ପୁସ୍ତକ ମେଳା ସମୟରେ ଏମିତି ଦୃଶ୍ୟ ।”
କେରଳ କୋଚି ବିଶ୍ୱବିଦ୍ୟାଳୟରେ ଲାଇଭ୍ କନସର୍ଟ୍ ଚାଲିଥିବା ବେଳେ ଦଳଚକଟା । ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ , ୬୦ରୁ ଅଧିକ ଆହତ । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ।
କନକ ବ୍ୟୁରୋ: କେରଳ କୋଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଘଟଣ । ଦଳଚକଟାରେ ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । କୋଚି ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା । ନିକିତା ଗାନ୍ଧୀଙ୍କ ଲାଇଭ୍ କନସର୍ଟ ବେଳେ ଛାତ୍ରଛାତ୍ରୀଙ୍କ ସହ ୨ ହଜାରରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା । ଏତିକି ବେଳେContinue reading “କେରଳ କୋଚି ବିଶ୍ୱବିଦ୍ୟାଳୟରେ ଲାଇଭ୍ କନସର୍ଟ୍ ଚାଲିଥିବା ବେଳେ ଦଳଚକଟା । ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ , ୬୦ରୁ ଅଧିକ ଆହତ । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ।”
ଟନେଲରେ ଫସିଥିବା ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର ଆଶା । ଅଗର ମେସିନ ବିଫଳ ହେବା ପରେ ପାହାଡ ଉପରପଟୁ ଉଦ୍ଧାର କାର୍ଯ୍ୟ, ଶ୍ରମିକ ସୁସ୍ଥ ଥିବା ସୂଚନା ।
କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫଶିଥିବା ଶ୍ରମିକଙ୍କ ଉଦ୍ଧାର ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଶନିବାର ଖନନ ସମୟରେ ଆମେରିକାରୁ ଆସିଥିବା ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ସୁଡଙ୍ଗରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି । ଅଗର ମେସିନ ଫେଲ ମାରିବା ପରେ ଏବେ ପାହାଡର ଉପର ପଟୁContinue reading “ଟନେଲରେ ଫସିଥିବା ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର ଆଶା । ଅଗର ମେସିନ ବିଫଳ ହେବା ପରେ ପାହାଡ ଉପରପଟୁ ଉଦ୍ଧାର କାର୍ଯ୍ୟ, ଶ୍ରମିକ ସୁସ୍ଥ ଥିବା ସୂଚନା ।”
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସିବେ ଭୁବନେଶ୍ୱର । ଆସନ୍ତାକାଲି ପାରାଦୀପରେ ବୋଇତ ବନ୍ଧାଣ ଉତ୍ସବରେ ହେବେ ସାମିଲ ।
କନକ ବ୍ୟୁରୋ: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ମହାମହିମ । ଏହାପରେ କଡା ସୁରକ୍ଷା ବଳୟରେ ରାଜଭବନ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ସକାଳେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ପାରାଦୀପ ଯିବା କାର୍ଯ୍ୟକ୍ରମ ରହିଛି । ପାରାଦୀପ ବନ୍ଦରରେ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ ଉଦଘାଟନ କରିବେ । ପାରାଦୀପରୁ ଅପରାହ୍ଣରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବାରContinue reading “ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସିବେ ଭୁବନେଶ୍ୱର । ଆସନ୍ତାକାଲି ପାରାଦୀପରେ ବୋଇତ ବନ୍ଧାଣ ଉତ୍ସବରେ ହେବେ ସାମିଲ ।”
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ । ସେପଟେ ପ୍ରସାଦ ପାଇ ବ୍ରତ ଉଦଯାପନ କଲେ ବ୍ରତଧାରୀ ।
କନକ ବ୍ୟୁରୋ: ପଞ୍ଚକ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ସକାଳୁ ସକାଳୁ ବ୍ୟାରିକେଡ ଦେଇ ଲମ୍ବାଧାଡିରେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବଡ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦଯାପନ କରିଛନ୍ତି । ଗତକାଲି ବିଳମ୍ବିତ ରାତି ୨ଟାରେ ଦ୍ୱାର ଫିଟା ଯାଇ ମଙ୍ଗଳାଆଳତୀ କରାଯିବ ସହContinue reading “ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ । ସେପଟେ ପ୍ରସାଦ ପାଇ ବ୍ରତ ଉଦଯାପନ କଲେ ବ୍ରତଧାରୀ ।”
ପଞ୍ଚୁକ ବ୍ରତ ପାଇଁ ଉତ୍ସବ ମ୍ରୁଖର ଶ୍ରୀକ୍ଷେତ୍ର । ଆଜି ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ
କନକ ବ୍ୟୁରୋ: ପଞ୍ଚୁକ ବ୍ରତ ପାଇଁ ଉତ୍ସବ ମ୍ରୁଖର ଶ୍ରୀକ୍ଷେତ୍ର । ବଡଦାଣ୍ଡରେ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି ଚହଳି । ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କଳା ଠାକୁରଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମିଛି । ଏହି ଚିତାକର୍ଷକ ବେଶରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ର ହଳ ମୂଷଳContinue reading “ପଞ୍ଚୁକ ବ୍ରତ ପାଇଁ ଉତ୍ସବ ମ୍ରୁଖର ଶ୍ରୀକ୍ଷେତ୍ର । ଆଜି ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ”
ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନଲିସା । ଜୁସ୍ ପିଆଇ ଅନଶନ ଭାଙ୍ଗିଲେ କୁନା ତ୍ରିପାଠୀ ।
କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରଯୋଜିକା ସନଲିସା ଚଳାଇଥିବା ଆମରଣ ଅନଶନ ଭାଙ୍ଗିଛନ୍ତି । ତେବେ ଧାରଣା ଜାରି ରହିବ ବୋଲି ଘୋଷଣା କରିଛନ୍ତି ସନଲିସା । କଳାକାରଙ୍କ ବିବାଦ ଭିତରେ ଓଡିଆ ଫିଲ୍ମ ବଞ୍ଚାଇବା ଦାବିରେ ସନଲିସା ଗୁରୁବାରଠାରୁ ଅନଶନ ଆରମ୍ଭ କରିଥିଲେ । ଏହାପରେ ଆମରଣ ଅନଶନ ଆରମ୍ଭ ହୋଇଥିଲା । ଆଜି ଧାରଣା ସ୍ଥଳରେ ଅଭିନେତା ଅନୁଭବ ମହାନ୍ତି ଓ କୁନା ତ୍ରିପାଠୀ ପହଞ୍ଚିିଥିଲେ । ସନଲିସାଙ୍କୁ ଜୁସ ପିଆଇ ସେContinue reading “ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନଲିସା । ଜୁସ୍ ପିଆଇ ଅନଶନ ଭାଙ୍ଗିଲେ କୁନା ତ୍ରିପାଠୀ ।”