ନବରଙ୍ଗପୁରରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ମାରି ୩୧ ଖଣ୍ଡ କଲା ଅଭିଯୁକ୍ତ । ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କଲା ପୋଲିସ

କନକ ବ୍ୟୁରୋ: ନବରଙ୍ଗପୁରରେ ସବୁ ନୃସଂଶତାର ସୀମା ପାର କଲା ଅଭିଯୁକ୍ତ । ଯୁବତୀଙ୍କୁ ମାରି ୩୧ ଖଣ୍ଡ କରି ପୋତିଦେଇଥିବା ସୂଚନା ମିଳିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ମୁରମଡିହି ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରିଛି ପୁଲିସ । ହତ୍ୟାର କାରଣ ଜଣାପଡିନଥିଲେ ସୁଦ୍ଧା ସନ୍ଦେହରେ ରାଇଘର ପୁଲିସ ମୁରମଡିହି ଗାଁର ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଛି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ ପହଞ୍ଚି ଛାନଭିନContinue reading “ନବରଙ୍ଗପୁରରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ମାରି ୩୧ ଖଣ୍ଡ କଲା ଅଭିଯୁକ୍ତ । ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କଲା ପୋଲିସ”

ମାଲକାନଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫ ଶ୍ରମିକଙ୍କ ମୃତ୍ୟୁରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା ।

କନକ ବ୍ୟୁରୋ: ଆଜି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ଆହତ ୮ ଜଣଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀContinue reading “ମାଲକାନଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫ ଶ୍ରମିକଙ୍କ ମୃତ୍ୟୁରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା ।”

ବ୍ଲକ ପରିସରରେ ମଦର ଆସର । ନିଆଳି ବ୍ଲକ୍ କାର୍ଯ୍ୟାଳୟରେ ମଦ ବୋତଲ ।

କନକ ବ୍ୟୁରୋ: ବ୍ଲକ ପରିସରରେ ମଦର ଆସର । ସରକାରୀ କାର୍ଯ୍ୟାଳୟରେ ନିଶାଦ୍ରବ୍ୟକୁ ନିଷିଦ୍ଧ କରାଯିବା ପାଇଁ କଡା ନିର୍ଦ୍ଦେଶ ରହିଛି । କିନ୍ତୁ ପୁରୀ ନିଆଳି ବ୍ଲକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ ଏକାଧିକ ମଦ ବୋତଲ ପଡିଥିବା ନେଇ ଅସନ୍ତୋଶ ପ୍ରକାଶ ପାଇଛି । ବ୍ଲକର ଚତୁଃପାଶ୍ୱର୍ରେ ପାଚେରି ରହିଥିବା ବେଳେ ଫାଟକ ଗୁଡିକରେ ତାଲା ପଡିଛି । ମାତ୍ର କେତେବେଳେ ଏବଂ କିଏ ବ୍ଲକ କାର୍ଯ୍ୟାଳୟContinue reading “ବ୍ଲକ ପରିସରରେ ମଦର ଆସର । ନିଆଳି ବ୍ଲକ୍ କାର୍ଯ୍ୟାଳୟରେ ମଦ ବୋତଲ ।”

ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଏବଂ ବାଇକ୍ ଧକ୍କା, ୩ ଜଣ ମୃତ

କନକ ବ୍ୟୁରୋ: ନୟାଗଡ଼ା ଦଶପଲ୍ଲା ସୁବଳୟା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର ବାଇକକୁ ଧକ୍କା ଦେବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ମୃତକଙ୍କ ପରିଚୟ ମିଳିଥିବା ବେଳେ ସେମାନେ ସମସ୍ତେ ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡିଛି । ମୃତକ ମାନେ ହେଲେ ଦୀପକ ମେଡିନିରା, ନୀଳକଣ୍ଠ ଜାନି, ଗୋକୁଳା ନନ୍ଦ ନାୟକ । ସମସ୍ତ ବ୍ୟକ୍ତି ଦଶପଲ୍ଲା ଅଂଚଳର ହୋଇଥିବା ବେଳେ କାରଟି ଛତିଶଗଡ଼ର ବୋଲି ଜଣାପଡ଼ିଛି ।Continue reading “ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଏବଂ ବାଇକ୍ ଧକ୍କା, ୩ ଜଣ ମୃତ”

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ++ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା ।

କନକ ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ++ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । କିଛି ଦିନ ତଳେ ୫ ଜଣିଆ ଟିମ୍ ଅନୁଧ୍ୟାନ କରିଥିଲେ । ରେଭେନ୍ସା କ୍ୟାମ୍ପସର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ଏ ପ୍ଲସ ପ୍ଲସ ମାନ୍ୟତା ମିଳିଥିବା କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ପ୍ରଥମ ଥରContinue reading “ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ++ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା ।”

ଟିମ୍ ଇଣ୍ଡିଆକୁ ବାଏ ବାଏ କରିପାରନ୍ତି ଦ୍ରାବିଡ ! ଆଇପିଏଲର ୨ଟି ଟିମ୍ ରାହୁଲଙ୍କୁ ନେବାକୁ ବେଶ ଆଗ୍ରହୀ !

କନକ ବ୍ୟୁରୋ : ୨୦୨୩ ବିଶ୍ୱକପ ଶେଷ ହେବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି ଟିମ୍ ଇଣ୍ଡିଆ । ଏହି ସିରିଜ ପାଇଁ ଦ୍ରାବିଡଙ୍କୁ ବିଶ୍ରାମ ଦିଆଯାଇ ଲକ୍ଷ୍ମଣଙ୍କୁ ଟିମ୍ ଇଣ୍ଡିଆର କୋଚ୍ କରାଯାଇଛି । ତେବେ ଆଗକୁ ଲମ୍ବା ସମୟ ଧରି ଲକ୍ଷ୍ମଣଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିପାରେ । କାରଣ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦ୍ରାବିଡ ନିଜର କାର୍ଯ୍ୟକାଳ ବୃଦ୍ଧି କରି ନପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବରContinue reading “ଟିମ୍ ଇଣ୍ଡିଆକୁ ବାଏ ବାଏ କରିପାରନ୍ତି ଦ୍ରାବିଡ ! ଆଇପିଏଲର ୨ଟି ଟିମ୍ ରାହୁଲଙ୍କୁ ନେବାକୁ ବେଶ ଆଗ୍ରହୀ !”

ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା । ଅଧାରେ ଅଟକିଗଲା ଅଗର ମେସିନ୍ । ଖୁବଶୀଘ୍ର ଉପରପଟୁ ଖୋଳିବା ପ୍ରକ୍ରିୟା ହେବ ଆରମ୍ଭ

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟରେ ବାଧା ଭିତରେ ଭଲ ଖବର ସାମ୍ନାକୁ ଆସିଛି । ଟନେଲ ଭିତରେ ଥିବା ସବୁ ଶ୍ରମିକ ସୁସ୍ଥ ଅଛନ୍ତି । ଶ୍ରମିକଙ୍କ ପାଖକୁ ଠିକ ସମୟରେ ଖାଦ୍ୟପାନୀୟ ପଠାଯାଉଛି । ଶ୍ରମିକଙ୍କ ସହ ଲଗାତାର ଯୋଗାଯୋଗରେ ଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଯେତେ ସମୟ ଲାଗୁ ସେମାନଙ୍କୁ ଯେପରି ସୁରକ୍ଷିତ ଉଦ୍ଧାର କରାଯାଇପାରିବ ସେନେଇ ଶ୍ରମିକମାନେ କହିଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀContinue reading “ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା । ଅଧାରେ ଅଟକିଗଲା ଅଗର ମେସିନ୍ । ଖୁବଶୀଘ୍ର ଉପରପଟୁ ଖୋଳିବା ପ୍ରକ୍ରିୟା ହେବ ଆରମ୍ଭ”

ଭାରତ ଏବଂ ନେପାଳ ସେନା ମଧ୍ୟରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ “ସୂର୍ଯ୍ୟ କିରଣ- XVII”

ଭାରତ ଏବଂ ନେପାଳର ସଶସ୍ତ୍ର ବାହିନୀ ମଧ୍ୟରେ ବହୁ ପ୍ରତୀକ୍ଷିତ ମିଳିତ ସାମରିକ ଅଭ୍ୟାସ “ସୂର୍ଯ୍ୟ କିରଣ- XVII” ଗତକାଲି ଠାରୁ  ଉତ୍ତରାଖଣ୍ଡର ପିଥୋରାଗଡରେ ଆରମ୍ଭ ହୋଇଯାଇଛି । ୧୪ ଦିନିଆ ଏହି ସଂଯୁକ୍ତ ସମରାଭ୍ୟାସ ୨୪ ନଭେମ୍ବର ରୁ ଆରମ୍ଭ ହୋଇ ୭ ଡିସେମ୍ବର ଯାଏ ଚାଲିବ । ନେପାଳୀ ଦଳର ପ୍ରତିନିଧିତ୍ୱ ନେପାଳ  ସେନାବାହିନୀର ଶ୍ରୀ ତାରା ଦଳ ବାଟାଲିୟନ ଦ୍ୱାରା କରାଯାଉଥିବା ବେଳେ ଭାରତୀୟ ଦଳକୁ ‘ପଞ୍ଚସୁଳ ବ୍ରିଗେଡ୍’ର କୁମାୟୁଂ ବାଟାଲିଅନ୍ ପ୍ରତିନିଧିତ୍ୱContinue reading “ଭାରତ ଏବଂ ନେପାଳ ସେନା ମଧ୍ୟରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ “ସୂର୍ଯ୍ୟ କିରଣ- XVII””

ଅଚାନକ ବିଧାନସଭାର ଶୀତ ଅଧିବେଶନ ବନ୍ଦକୁ ନେଇ ତେଜିଲା ରାଜନୀତି । ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ।

କନକ ବ୍ୟୁରୋ: ୪ ଦିନର ଶୀତ ଅଧିବେଶନକୁ ନେଇ ତେଜିଛି ରାଜନୀତି । ୨୬ଟି କାର୍ଯ୍ୟ ଦିବସ ବାକି ଥିବା ବେଳେ ଅଚାନକ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ସମାନ ଢ଼ଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିରେଧୀଙ୍କୁ ଭୟ କରୁଛନ୍ତିContinue reading “ଅଚାନକ ବିଧାନସଭାର ଶୀତ ଅଧିବେଶନ ବନ୍ଦକୁ ନେଇ ତେଜିଲା ରାଜନୀତି । ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ।”

ହମାସ ଆଜି ଛାଡ଼ିବ ଦ୍ୱିତୀୟ ବ୍ୟାଚ୍ ବନ୍ଧକ । ଗତକାଲି ୨୪  ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା

ଗାଜାରେ ଚାରି ଦିନିଆ ଅସ୍ତ୍ରବିରତି ବଦଳରେ ୨୪ ଜଣ ବନ୍ଧକଙ୍କ ପ୍ରଥମ ବ୍ୟାଚ୍ ମୁକ୍ତ ହେବାର ଗୋଟିଏ ଦିନ ପରେ ହମାସ ଆଜି ଦ୍ୱିତୀୟ ବ୍ୟାଚ୍ ବନ୍ଧକ ତାଲିକା ଇସ୍ରାଏଲକୁ ହସ୍ତାନ୍ତର କରିଛି । ହମାସ୍ ଆଜି ଏହି ବନ୍ଧକମାନଙ୍କୁ ମୁକ୍ତ କରିପାରେ । | ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ସୁରକ୍ଷା ଅଧିକାରୀମାନେ ହମାସରୁ ପ୍ରାପ୍ତ ବନ୍ଧକ ତାଲିକା ଯାଞ୍ଚ କରୁଛନ୍ତି । ଗତକାଲି ମୁକ୍ତ ହୋଇଥିବା ଇସ୍ରାଏଲ୍ ବନ୍ଧକମାନଙ୍କContinue reading “ହମାସ ଆଜି ଛାଡ଼ିବ ଦ୍ୱିତୀୟ ବ୍ୟାଚ୍ ବନ୍ଧକ । ଗତକାଲି ୨୪  ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା”

Design a site like this with WordPress.com
Get started