ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ଦମ୍ପତ୍ତିିଙ୍କୁ ବାଥରୁମରେ ବନ୍ଦ କରି ଘରେ ବୁଲାଇଲେ କଳାକନା ।

କନକ ବ୍ୟୁରୋ: ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ଶସସ୍ତ୍ର ଡୟାକତି । ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା । ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍ । ସୂଚନା ମୁତାବକ ଲୋକେ ଘରେ ଥିବା ବେଳେ ଅସ୍ତ୍ରଶସ୍ତ୍ର ନେଇ ଘରେ ପଶିଥିଲେ ଦୁର୍ବୃତ୍ତ ଘରେ ଥିବା ଦମ୍ପତ୍ତିିଙ୍କୁ ବାଥରୁମରେ ବନ୍ଦ କରିଦେଇଥିଲେ । ପରେ ଘରେ ଥିବା ସୁନା ଗହଣା ସହContinue reading “ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ଦମ୍ପତ୍ତିିଙ୍କୁ ବାଥରୁମରେ ବନ୍ଦ କରି ଘରେ ବୁଲାଇଲେ କଳାକନା ।”

ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବା ନେଇ ତେଜିଲା ରାଜନୀତି । ନରସିଂହ ମିଶ୍ର କହିଲେ ‘ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର ।

କନକ ବ୍ୟୁରୋ:୪ ଦିନର ଶୀତ ଅଧିବେଶନକୁ ନେଇ ତେଜିଛି ରାଜନୀତି । ୨୬ଟି କାର୍ଯ୍ୟ ଦିବସ ବାକି ଥିବା ବେଳେ ଅଚାନକ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ସମାନ ଢ଼ଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିରୋଧୀଙ୍କୁ ଭୟ କରୁଛନ୍ତି ସରକାରContinue reading “ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବା ନେଇ ତେଜିଲା ରାଜନୀତି । ନରସିଂହ ମିଶ୍ର କହିଲେ ‘ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର ।”

ଝିଅ ଶ୍ୱେତାଙ୍କ ନାଁରେ ‘ପ୍ରତୀକ୍ଷା’ବଙ୍ଗଳା କରିଦେଲେ ଅମିତାଭ । ପିଲାଙ୍କ ମଧ୍ୟରେ ସମାନ ସମ୍ପତ୍ତି ବାଣ୍ଟିବାକୁ କହିଥିଲେ ବିଗ୍ ବି ।

କନକ ବ୍ୟୁରୋ: ଝିଅ ଶ୍ୱେତା ବଚ୍ଚନଙ୍କୁ ଦାମୀ ଉପହାର ଦେଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ମୁମ୍ବାଇ ଜୁହୁରେ ଥିବା ଚର୍ଚ୍ଚିତ ବଙ୍ଗଳା ‘ପ୍ରତୀକ୍ଷା’କୁ ଝିଅ ଶ୍ୱେତାଙ୍କ ନାଁରେ ଲେଖିଦେଇଛନ୍ତି । ନଭେମ୍ବର ୮ ତାରିଖରେ ଦୁହିଁଙ୍କ ମଧ୍ୟରେ ଏହାର ଆଇନଗତ ପ୍ରକିୟା ସରିଛି । ଏହି ବଙ୍ଗଳାର ମୂଲ୍ୟ ୫୦ କୋଟି ୬୩ ଲକ୍ଷ । ଏହାକୁ ଦୁଇଟି ପ୍ଲଟରେ ଭାଗ କରାଯାଇଛି । ଏବେ ଦୁଇଟିଯାକ ପ୍ଲଟରେ ଥିବା ବଙ୍ଗଳାର ମାଲିକାଣୀ ଶ୍ୱେତାContinue reading “ଝିଅ ଶ୍ୱେତାଙ୍କ ନାଁରେ ‘ପ୍ରତୀକ୍ଷା’ବଙ୍ଗଳା କରିଦେଲେ ଅମିତାଭ । ପିଲାଙ୍କ ମଧ୍ୟରେ ସମାନ ସମ୍ପତ୍ତି ବାଣ୍ଟିବାକୁ କହିଥିଲେ ବିଗ୍ ବି ।”

ଲଢୁଆ ବିମାନ ‘ଜେଜସ୍’ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଦୁନିଆରେ ଆମେ କାହାଠାରୁ କମ୍ ନୁହେଁ ।

କନକ ବ୍ୟୁରୋ:‘ତେଜସ୍’ ଯୁଦ୍ଧ ବିମାନରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଳୁରୁରେ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ବେଙ୍ଗାଳୁରୁର ୟେଲହଙ୍କା ଏୟାରବେସ୍ରେ ପହଂଚିଥିଲେ ମୋଦୀ । ସେଠାରେ ‘ତେଜସ୍’ ଯୁଦ୍ଧ ବିମାନରେ ବସି ଉଡାଣ ଭରିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ତେଜସ୍’ରେ ସଫଳତାର ସହିତ ଉଡାଣ ପୂରଣ କରିଛି । ‘ତେଜସ୍’ରେ ଉଡିବାର ଅନୁଭବ ଅବିଶ୍ୱନୀୟ ।Continue reading “ଲଢୁଆ ବିମାନ ‘ଜେଜସ୍’ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଦୁନିଆରେ ଆମେ କାହାଠାରୁ କମ୍ ନୁହେଁ ।”

ସସ୍ମିତଙ୍କ ଉପରେ ବର୍ଷିଲେ ପୃଥ୍ୱୀରାଜ । ରାଜ୍ୟପାଳଙ୍କ କ୍ଷମତା ବିଷୟରେ ଯଦି ଜଣାନାହିଁ, ତେବେ ଆଇନ ବିଶାରଦଙ୍କ ସହ ଆଲୋଚନା କରି ବୟାନ ରଖନ୍ତୁ ।

କନକ ବ୍ୟୁରୋ : ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବୟାନକୁ ନେଇ ବର୍ଷିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସିଧାସଳଖ ସସ୍ମିତଙ୍କୁ ର୍ଟାର୍ଗେଟ କରିବା ପୃଥ୍ୱୀରାଜ କହିଛନ୍ତି, ଅଳ୍ପ ବିଦ୍ୟା ଭୟଙ୍କରୀ । ଯେଉଁମାନଙ୍କର ସମ୍ବିଧାନ ବିଷୟରେ ଜ୍ଞାନ ନାହିଁ, ଅନଭିଜ୍ଞ ଏବଂ ମୂର୍ଖ । ଆଇନ ବ୍ୟବସ୍ଥା ଉପରେ ଅଜ୍ଞ । ସେଭଳି ଲୋକ ହାକିମଙ୍କ ନିର୍ଦେଶରେ ଗଣମାଧ୍ୟମ ଆଗରେ କହିଲେ, ଭୁଲ ତ୍ରୁଟି ହୁଏ । ରାଜ୍ୟପାଳଙ୍କ କ୍ଷମତା ଉପରେ ଯଦି ଜଣାContinue reading “ସସ୍ମିତଙ୍କ ଉପରେ ବର୍ଷିଲେ ପୃଥ୍ୱୀରାଜ । ରାଜ୍ୟପାଳଙ୍କ କ୍ଷମତା ବିଷୟରେ ଯଦି ଜଣାନାହିଁ, ତେବେ ଆଇନ ବିଶାରଦଙ୍କ ସହ ଆଲୋଚନା କରି ବୟାନ ରଖନ୍ତୁ ।”

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ୨୦୨୩ର ଶୁଭାରମ୍ଭ । ଯୁବକ-ଯୁବତୀଙ୍କୁ ପଞ୍ଚପ୍ରାଣ ଶପଥ ପାଠ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କନକ ବ୍ୟୁରୋ: ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ୨୦୨୩ର ଶୁଭାରମ୍ଭ ହୋଇଛି । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟର ସହଯୋଗରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି ଯୁବ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି । ଚଳିତ ବର୍ଷର ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଥିମ୍ ରହିଛି ‘ଇଣ୍ଡିଆ ଆଟ୍ ୨୦୪୭’ । ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ୫୦୬ ପ୍ରତିନିଧି ସାମିଲContinue reading “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ୨୦୨୩ର ଶୁଭାରମ୍ଭ । ଯୁବକ-ଯୁବତୀଙ୍କୁ ପଞ୍ଚପ୍ରାଣ ଶପଥ ପାଠ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।”

ପୋଲିସ ସାଜିଲା ବିପଦର ବନ୍ଧୁ । ରାସ୍ତା କଡରେ ପଡିଥିବା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ ।

କନକ ବ୍ୟୁରୋ: ପୋଲିସ ସାଜିଲା ବିପଦର ବନ୍ଧୁ । ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାକଡ଼ରେ ପଡିରହିଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ମେଡ଼ିକାଲ ନେଲେ ପୋଲିସ ବାବୁ । କାମାକ୍ଷାନଗର ପୋଲିସ ସୂଚନା ଅନୁସାରେ ଦିଲ୍ଲୀପ ଜେନା ନାମକ ଜଣେ ବ୍ୟକ୍ତି ଜିରିଡ଼ାମାଳି ଠାରେ ଅଜଣାଗାଡି ଧକ୍କାରେ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିରହିଥିଲେ । ସେହି ସମୟରେ କାମାକ୍ଷାନଗର ଥାନାର ପେଟ୍ରୋଲିଙ୍ଗ ଗାଡି ସେହି ରାସ୍ତା ଦେଇ ଫେରୁଥିଲା । ଦିଲ୍ଲୀପଙ୍କୁ ରାସ୍ତା କଡରେ ଗୁରୁତରContinue reading “ପୋଲିସ ସାଜିଲା ବିପଦର ବନ୍ଧୁ । ରାସ୍ତା କଡରେ ପଡିଥିବା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ ।”

ଦଙ୍ଗା କବଳରେ ଆୟରଲାଣ୍ଡ : ଜଳୁଛି ଦେଶ

ଜଣେ ଆଲଜିରିଆ ପ୍ରବାସୀ ମୁସଲମାନ ବ୍ଯକ୍ତି ଦ୍ଵାରା ଆକ୍ରମଣରେ ଏକ ଛୋଟ ପିଲା ସମେତ ୫ ଜଣ ଗୁରୁତର ଆହତ ହୋଇଥିଲେ । ତା ପରଠାରୁ ଆୟର୍ଲାଣ୍ଡର ରାଜଧାନୀ ଡବଲିନ୍ ଦଙ୍ଗାରେ ଆରମ୍ଭ ହେଇଯାଇଛି ।  ନଭେମ୍ବର ୨୩ ରୁ ଏଠାରେ ବିଭିନ୍ନ ସ୍ଥାନରେ ହିଂସା ଆରମ୍ଭ ହେଉଛି ।  ହୋଟେଲ ଏବଂ ରେଷ୍ଟୁରାଣ୍ଟର କବାଟ ଝରକା ସବୁ ଭାଙ୍ଗି ଦିଆଯାଇଛି । | ଏକ ଡବଲ୍ ଡେକର୍ ବସ୍ କୁ ନିଆଁ ଲଗେଇ ଦିଆଯାଇଛି ।Continue reading “ଦଙ୍ଗା କବଳରେ ଆୟରଲାଣ୍ଡ : ଜଳୁଛି ଦେଶ”

ରାୟଗଡାରେ ଗଡିଲା ଲକ୍ଷ୍ମୀବସ୍ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବା ସରକାରଙ୍କ ଲକ୍ଷ୍ୟ ।

କନକ ବ୍ୟୁରୋ: ଓଡ଼ିଶାରେ ଆହୁରି ବ୍ୟାପକ ହୋଇଛି ଲକ୍ଷ୍ମୀ ବସ୍ ସେବା । ରାୟଗଡ଼ାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳର ପରିବହନ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ବଡ଼ ପଦକ୍ଷେପ ନିଆଯାଇଛି । ଗ୍ରାମାଂଚଳର ସହରାଂଚଳକୁ ସୁନିଶ୍ଚିତ ବସ୍ ସଂଯୋଗ ଲକ୍ଷ୍ୟରେ ଲକ୍ଷ୍ମୀ ଯୋଜନାର ଆରମ୍ଭ କରାଯାଇଛି । ସେହିପରି ମହିଳା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିବା ସହ ପର୍ଯ୍ୟଟନContinue reading “ରାୟଗଡାରେ ଗଡିଲା ଲକ୍ଷ୍ମୀବସ୍ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବା ସରକାରଙ୍କ ଲକ୍ଷ୍ୟ ।”

ଘାଟିରେ ଓଲଟିଲା ଟିପ୍ପର, ୫ ଶ୍ରମିକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟରେ ବିଏସଏଫ୍ ଯବାନ୍ ।

କନକ ବ୍ୟୁରୋ: ସ୍ୱାଭିମାନ୍ ଅଞ୍ଚଳ ମାଲକାନାଗିରିର ହନ୍ତାଳଗୁଡା ଘାଟିରେ ଓଲଟିଲା ଟିପ୍ପର । ଫଳରେ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଟିପ୍ପରରେ ଲୁହାଛଡ ଓ ସିମେଣ୍ଟ ଯାଉଥିଲା । ଆହତ ଶ୍ରମିକଙ୍କୁ ବଡପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବିଏସଏଫ୍ ଯବାନ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡିଛି । The post ଘାଟିରେ ଓଲଟିଲା ଟିପ୍ପର, ୫ ଶ୍ରମିକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟରେ ବିଏସଏଫ୍ ଯବାନ୍ । first appeared on KanakContinue reading “ଘାଟିରେ ଓଲଟିଲା ଟିପ୍ପର, ୫ ଶ୍ରମିକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟରେ ବିଏସଏଫ୍ ଯବାନ୍ ।”

Design a site like this with WordPress.com
Get started