କନକ ବ୍ୟୁରୋ: ଧବଳେଶ୍ୱର ପୀଠରେ ବଡ଼ଓଷା ପୂର୍ବରୁ ବଡ଼ ବିଭ୍ରାଟ । ଦର୍ଶନ ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଛି । ଭିଡ଼କୁ ନଜରରେ ରଖି ପୀଠରେ ଲଗାଯାଇଥିବା ବ୍ୟାରିକେଡ ଯୋଗୁ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ପୂଜକ ଅଭିଯୋଗ କରିଛନ୍ତି । ବ୍ୟାରିକେଡ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେବାକୁ ପଡୁଥିବା ପୂଜକ ଅଭିଯୋଗ କରିଛନ୍ତି । ବଡ ଓଷା ପୂର୍ବରୁ ବଡ ବିବାଦ ପ୍ରଶାସନ, ପୂଜକ ମୁହାଁମୁହିଁ ଦିନକ ପରେ ବଡଓଷାContinue reading “ବ୍ୟାରିକେଡ୍ ବ୍ୟବସ୍ଥାକୁ ବିରୋଧ କରି ଧବଳେଶ୍ୱର ପୀଠରେ ଧାରଣାରେ ବସିଲେ ପୂଜକ । ପୂଜାର୍ଚ୍ଚନା କରି ନପାରିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ”
Author Archives: Raghaba
ଚାଲିଛି ପଞ୍ଚୁକ, ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ । ଭିଡ଼ର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଜୋତା, ମୋବାଇଲ ଷ୍ଟାଣ୍ଡ ନାଁରେ ଶୋଷଣ
କନକ ବ୍ୟୁରୋ: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭିଡ ଯୋଗୁଁ ପଞ୍ଚୁକ ଆରମ୍ଭରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଭିତର କାଠ ଦର୍ଶନକୁ ବନ୍ଦ କରାଯାଇଛି । ବାହାରକାଠ ନିକଟରୁ ଜଗା ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ନିକଟରେ ଧଡା ପକାଯାଇ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡା ଯାଉଛି । ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ବଢାଇ ଦିଆଯାଇଛି । ହେଲେ ଭକ୍ତଙ୍କ ଏହି ଗହଳିContinue reading “ଚାଲିଛି ପଞ୍ଚୁକ, ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ । ଭିଡ଼ର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଜୋତା, ମୋବାଇଲ ଷ୍ଟାଣ୍ଡ ନାଁରେ ଶୋଷଣ”
ଶେଷ ପର୍ଯ୍ୟାୟରେ ପହଁଚିଲା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ । ପାଇପ ଯୋଗେ କେମିତି କରାଯିବ ଉଦ୍ଧାର, ଡେମୋ ଦେଖାଇଲା ଏନଡିଆରଏଫ୍
କନକ ବ୍ୟୁରୋ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ । ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକମାନଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ସେପଟୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟୁContinue reading “ଶେଷ ପର୍ଯ୍ୟାୟରେ ପହଁଚିଲା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ । ପାଇପ ଯୋଗେ କେମିତି କରାଯିବ ଉଦ୍ଧାର, ଡେମୋ ଦେଖାଇଲା ଏନଡିଆରଏଫ୍”
ସାପ ଓ ହତ୍ୟାକାଣ୍ଡର ଜଘନ୍ୟ ଷଡ଼ଯନ୍ତ୍ର । ନାଗସାପ ଚୋଟରେ ନିଜ ସ୍ତ୍ରୀ ଓ ୨ ବର୍ଷର କୁନିଝିଅକୁ ମାରିଦେଲା ଜହ୍ଲାଦ
କନକ ବ୍ୟୁରୋ: କବିସୂର୍ଯ୍ୟନଗରରେ ଛାତିଥରା ଘଟଣା । ନିଜ ସ୍ତ୍ରୀ ଓ ଜନ୍ମକଲା ଝିଅକୁ ସାପ ଚୋଟରେ ମାରିଦେଲା ଜହ୍ଲାଦ । ହତ୍ୟାକାଣ୍ଡର ଏପରି ସାଂଘାତିକ ଷଡ଼ଯନ୍ତ୍ର ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି । କାହାଣୀଟି ଯେତିକି ଭୟଙ୍କର, ସେତିକି ହୃଦୟ ବିଦାରକ । ଅକ୍ଟୋବର ୬ ତାରିଖ ବିଳମ୍ବିତ ରାତି କବିସୂର୍ଯ୍ୟନଗରର ଅଢ଼େଇବର ଗାଁ ଘରେ ୨ ବର୍ଷର କୁନିଝିଅକୁ ଧରି ନିଶ୍ଚିନ୍ତରେ ଶୋଇଥିଲେ ୨୩ ବର୍ଷୀୟା ବାସନ୍ତୀ ପାତ୍ର । ସେ ଜାଣିନଥିଲେ, ରାତିରContinue reading “ସାପ ଓ ହତ୍ୟାକାଣ୍ଡର ଜଘନ୍ୟ ଷଡ଼ଯନ୍ତ୍ର । ନାଗସାପ ଚୋଟରେ ନିଜ ସ୍ତ୍ରୀ ଓ ୨ ବର୍ଷର କୁନିଝିଅକୁ ମାରିଦେଲା ଜହ୍ଲାଦ”
ବିଧାନସଭା ପ୍ରଶ୍ନକାଳରେ କୋଶଳୀ ଭାଷାରେ ପ୍ରଶ୍ନ କଲେ ନରସିଂହ । ସମାନ ଭାଷାରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ । ସେପଟେ ପ୍ରତାପ ଦେବ ଓ ରୋହିତ ପୂଜାରୀ କଥା କଟାକଟି
କନକ ବ୍ୟୁରୋ: ପ୍ରାୟ ୩ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହୋଇଛି ବିଧାନସଭା । ସ୍ୱାଭାବିକ୍ ହୋଇଛି ପ୍ରଶ୍ନକାଳ, ସୁରୁଖୁରୁରେ ଚାଲିଛି ଗୃହକାର୍ଯ୍ୟ । ଆଉ ଏସବୁ ଭିତରେ ପ୍ରଶ୍ନକାଳରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ଶିଳ୍ପ ବିଭାଗର ଆଲୋଚନା ଚାଲିଥିବା ବେଳେ କୋଶଳୀ ଭାଷାରେ ପ୍ରଶ୍ନ କରୁଥିଲେ କଂଗ୍ରେସ ବିଧାୟକ ଦଳ ନେତା । ଆଉ ସମସ୍ତଙ୍କୁ ଚକିତ କଲା ଭଳି, ସମାନ କୋଶଳୀ ଭାଷାରେ ଉତ୍ତର ରଖିଥିଲେ ଶିଳ୍ପମନ୍ତ୍ରୀ । କୋଶଳୀContinue reading “ବିଧାନସଭା ପ୍ରଶ୍ନକାଳରେ କୋଶଳୀ ଭାଷାରେ ପ୍ରଶ୍ନ କଲେ ନରସିଂହ । ସମାନ ଭାଷାରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ । ସେପଟେ ପ୍ରତାପ ଦେବ ଓ ରୋହିତ ପୂଜାରୀ କଥା କଟାକଟି”
ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିରେ ହେବ ସଂଶୋଧନ । କ୍ୟାବିନେଟ୍ ନିଷ୍ପତିକୁ ନେଇ ବିବାଦ ପରେ ନରମିଲେ ସରକାର
କନକ ବ୍ୟୁରୋ: ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗରେ ବିବାଦ ଉପୁଜିବା ପରେ, ରାଜ୍ୟ ସରକାର ନିଷ୍ପତିର ତର୍ଜମା କରୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ଦୁଇ ଦିନ ବିଧାନସଭା ଅଚଳ ହେବା ପରେ, ଅଧିକ ତର୍ଜମା ପାଇଁ ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଇ ଦେଇଛନ୍ତି ସରକାର । ଆଉ କମିଟିର ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତି ନେବେ ବୋଲି ଗୃହରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପ୍ରତ୍ୟାହୃତ ହେବContinue reading “ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିରେ ହେବ ସଂଶୋଧନ । କ୍ୟାବିନେଟ୍ ନିଷ୍ପତିକୁ ନେଇ ବିବାଦ ପରେ ନରମିଲେ ସରକାର”
ମାତ୍ର ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେଶନ । ୨୬ଟି କାର୍ଯ୍ୟଦିବସ ପୂର୍ବରୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ହଟ୍ଟଗୋଳ କରି ବିରୋଧୀଙ୍କ କକ୍ଷତ୍ୟାଗ ।
କନକ ବ୍ୟୁରୋ: ମାତ୍ର ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେଶନ । ୨୬ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ତେବେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ଶୀତ ଅଧିବେଶନ ଚାଲିବାକୁ ଥିବାବେଳେ, ଏହାର ଯଥେଷ୍ଟ ପୂର୍ବରୁ ବିଧାନସଭାକୁ ମୁଲତବୀ ଘୋଷଣା କରିଦିଆଯାଇଛି । ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତContinue reading “ମାତ୍ର ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେଶନ । ୨୬ଟି କାର୍ଯ୍ୟଦିବସ ପୂର୍ବରୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ହଟ୍ଟଗୋଳ କରି ବିରୋଧୀଙ୍କ କକ୍ଷତ୍ୟାଗ ।”
ନେପାଳକୁ ଫେରିବ କି ରାଜତନ୍ତ୍ର ? ପୁଣି ହେବ କି ନେପାଳ ହିନ୍ଦୁ ରାଷ୍ଟ୍ର ?
ନେପାଳର ରାଜଧାନୀ କାଠମାଣ୍ଡୁରେ ରାଜତନ୍ତ୍ରର ପୁନ ପ୍ରଚଳନ ଦାବିରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି । କେପି ଓଲିଙ୍କ ଦଳର କର୍ମୀ ଏବଂ ରାଜତନ୍ତ୍ର ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହିଂସାତ୍ମକ ରୂପ ନେଇଥିଲା । ଏହି କାରଣରୁ କାଠମାଣ୍ଡୁ ପୋଲିସକୁ ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ସେଲ ଛାଡିବାକୁ ପଡିଥିଲା । କାଠମାଣ୍ଡୁ: ନେପାଳରେ ରାଜତନ୍ତ୍ରର ପ୍ରତ୍ୟାବର୍ତ୍ତନ ପାଇଁ ଦାବି ଜୋର ଧରିଛି । ଗୁରୁବାର ରାଜଧାନୀ କାଠମାଣ୍ଡୁରେ ରାଜତନ୍ତ୍ର ସମର୍ଥକମାନେ ପ୍ରଦର୍ଶନ କରିବା ପରେ ହିଂସାContinue reading “ନେପାଳକୁ ଫେରିବ କି ରାଜତନ୍ତ୍ର ? ପୁଣି ହେବ କି ନେପାଳ ହିନ୍ଦୁ ରାଷ୍ଟ୍ର ?”
୧୩ଟି ବିରଳ ରୋଗ ପାଇଁ ଭାରତରେ ମିଳିବ ଔଷଧ । ତାହା ପୁଣି ଶସ୍ତା ଦାମରେ
କନକ ବ୍ୟୁରୋ : ଦେଶରେ ସେହି ରୋଗୀମାନଙ୍କ ପାଇଁ ଖୁସି ଖବର ଯେଉଁମାନେ ବିରଳ ରୋଗରେ ପୀଡିତ । ଏବେ ସରକାର ସେମାନଙ୍କୁ କମ୍ ଦାମରେ ଔଷଧ ପ୍ରଦାନ କରିବେ । ଏହି ୧୩ଟି ବିରଳ ରୋଗ ପାଇଁ ଦେଶରେ ଔଷଧ ପ୍ରସ୍ତୁତ ହୋଇଛି । ଏବେ ଏହି ଔଷଧର ଦାମ କୋଟି କୋଟି ଟଙ୍କା ନୁହେଁ ବରଂ କମ୍ ଦାମରେ ଉପଲବ୍ଧ ହେବ । ଏହି ବିରଳ ରୋଗ ମଧ୍ୟରେ ରହିଛି ସିକିଲ ସେଲ ବାContinue reading “୧୩ଟି ବିରଳ ରୋଗ ପାଇଁ ଭାରତରେ ମିଳିବ ଔଷଧ । ତାହା ପୁଣି ଶସ୍ତା ଦାମରେ”
ଖବର ବାଜିବାର ୨୪ ଘଂଟା ନପୁରୁଣୁ ଚେତିଲା ପ୍ରଶାସନ । ରାତି ପାହୁ ପାହୁ ବାଙ୍କୀରେ ଆରମ୍ଭ ହେଲା ରାସ୍ତା କାମ
କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ଖବର ପ୍ରସାରଣର ୨୪ ଘଂଟା ନପୂରୁଣୁ ଅଧାପନ୍ତରିଆ ଭାବରେ ପଡ଼ିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କଟକ ବାଙ୍କୀ ବ୍ଲକ ଅନ୍ତର୍ଗତ କଢ଼ାମଲ୍ଲ – ପୁଇଁଚା ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘ ୮ ମାସ ଧରି ଅଧା ପନ୍ତରିଆ ଅବସ୍ଥାରେ ପଡି ରହିଥିଲା । ଏନେଇ ଗତକାଲି କନକ ନ୍ୟୁଜରେ ଖବର ପ୍ରସାରିତ ହୋଇଥିଲା । ଖବର ବାଜିବା ପରେ ପ୍ରଶାସନର ନିଦ ଭାଙ୍ଗିଛିContinue reading “ଖବର ବାଜିବାର ୨୪ ଘଂଟା ନପୁରୁଣୁ ଚେତିଲା ପ୍ରଶାସନ । ରାତି ପାହୁ ପାହୁ ବାଙ୍କୀରେ ଆରମ୍ଭ ହେଲା ରାସ୍ତା କାମ”