କନକ ବ୍ୟୁରୋ : ବଢି ବଢି ଚାଲିଛି ବଲାଙ୍ଗିର ସହର । ସହରର ବିଭିନ୍ନ ସ୍ଥାନରେ ସରକାରୀ, ବେସରକାରୀ ବିଜ୍ଞାପନ ପାଇଁ ମ୍ୟୁନିସିପାଲଟି ତରଫରୁ ହୋଡିଂ ବ୍ୟବସ୍ଥ।। କରାଯାଇଛି । ଏହି ହୋଡିଂ ଲଗାଇବା ପାଇଁ ଟେଣ୍ଡର କରାଯାଏ । ପ୍ରତି ବର୍ଷ ୫ ଲକ୍ଷ ଟଙ୍କା ଦେବାର ନୀୟମ ରହିଛି । ହେଲେ ବଲାଙ୍ଗିର ମ୍ୟୁନିସିପାଲଟିରେ ଦୀର୍ଘ ବର୍ଷ ଧରି ଜଣକୁ ବିନା ଟେଣ୍ଡରରେ ହୋଡିଂ କାମ ଦିଆଯାଉଛି । ଅନୁକମ୍ପା ଦେଖାଇ ପାଂଚ ଲକ୍ଷContinue reading “ବଲାଙ୍ଗୀରରେ ହୋର୍ଡିଂ ଦୁର୍ନୀତି! ବର୍ଷ ବର୍ଷ ଧରି ବିନା ଟେଣ୍ଡରରେ ଗୋଟିଏ ସଂସ୍ଥା ନେଇଛି ହୋର୍ଡିଂ କାମ, ୫ ଲକ୍ଷ ବଦଳରେ ଦେଉଛି ୧ ଲକ୍ଷ ଟଙ୍କା”
Author Archives: Raghaba
ବ୍ରହ୍ମପୁର ସହରରେ ବଢୁଛି ଟ୍ରାଫିକ୍ ସମସ୍ୟା । ଭେଣ୍ଡିଂ ଯୋନକୁ ଯାଉନାହାନ୍ତି ଉଠାଦୋକାନୀ, ରାସ୍ତାକଡରେ ବସୁଛନ୍ତି ଦୋକାନୀ
କନକ ବ୍ୟୁରୋ : ରେଶମ ସହର ଭାବେ ପରିଚିତ ବ୍ରହ୍ମପୁର । ୪୨ଟି ୱାର୍ଡ ବିଶିଷ୍ଟ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଅଂଚଳ ସଂପ୍ରସାରଣ ହୋଇଛି । ଲୋକ ସଂଖ୍ୟା ବଢିବା ସହ କୋଠାବାଡି ବଢିିଛି । ହେଲେ ବ୍ରହ୍ମପୁର ସହରର ଦୀର୍ଘ ଦିନର ଟ୍ରାଫିକ ସମସ୍ୟାରେ କିଛି ପରିବର୍ତନ ହୋଇନାହିଁ । ଟ୍ରାଫିକ ସମସ୍ୟାର ସମାଧାନ ଲାଗି ପୋଲିସ ଓ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଗଲେ ମଧ୍ୟ କିଛି କାମରେ ଆସୁନାହିଁ । କିଛି ଅମାନିଆContinue reading “ବ୍ରହ୍ମପୁର ସହରରେ ବଢୁଛି ଟ୍ରାଫିକ୍ ସମସ୍ୟା । ଭେଣ୍ଡିଂ ଯୋନକୁ ଯାଉନାହାନ୍ତି ଉଠାଦୋକାନୀ, ରାସ୍ତାକଡରେ ବସୁଛନ୍ତି ଦୋକାନୀ”
୨୦୦୮ରୁ ଭାଙ୍ଗି ଯାଇଥିବା ପୋଲର ହୋଇପାରୁନି ମରାମତି । ପାହାଡି ନଦୀରେ ପଶି ଯିବା ଆସିବାକୁ କରୁଛନ୍ତି ପିଲାଠୁ ବୁଢା
କନକ ବ୍ୟୁରୋ : ଭାଙ୍ଗି ଯାଇଛି ପାହାଡିଆ ନଦୀ ଉପରେ ନିର୍ମିତ ହୋମ ପାଇପ୍ ପୋଲ । ଏହାସହ ପୋଲକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ମଧ୍ୟ ବିପର୍ଯ୍ୟସ୍ଥ ଅବସ୍ଥାରେ ରହିଛି । ଫଳରେ ବର୍ଷ ବର୍ଷ ଧରି ଅସୁବିଧା ଭୋଗୁଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ୪ଟି ଗ୍ରାମବାସୀ । ପ୍ରତିବର୍ଷ ବର୍ଷା ଦିନେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି କୁସୁମବାଟା, ମୁଣ୍ଡୁମାସ୍କା, ପାଜିଗୁଡା ଏବଂ ସଲାଗୁଡା ଗ୍ରାମବାସୀ । ଆଉ ଏ ସମସ୍ୟା ସହ ଜୁଝିContinue reading “୨୦୦୮ରୁ ଭାଙ୍ଗି ଯାଇଥିବା ପୋଲର ହୋଇପାରୁନି ମରାମତି । ପାହାଡି ନଦୀରେ ପଶି ଯିବା ଆସିବାକୁ କରୁଛନ୍ତି ପିଲାଠୁ ବୁଢା”
ଧବଳେଶ୍ୱର ମୁଖ୍ୟ ଫାଟକରେ ଲାଗିଲା ପ୍ରଶାସନର ନୋଟିସ୍ । ଘଣ୍ଟାଏ ଭିତରେ ମନ୍ଦିର ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ଧବଳେଶ୍ୱର ମୁଖ୍ୟ ଫାଟକରେ ପ୍ରଶାସନ ପକ୍ଷରୁ ଲାଗିଲା ନୋଟିସ୍ । ୧ଘଣ୍ଟା ମଧ୍ୟରେ ମନ୍ଦିର ଦ୍ୱାର ନଖୋଲିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାନଗଲେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଲେଖାଅଛି । ୬ଘଣ୍ଟା ହେଲା ଧବଳେଶ୍ୱର ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଦର୍ଶନ ବ୍ୟବସ୍ଥାକୁ ନେଇContinue reading “ଧବଳେଶ୍ୱର ମୁଖ୍ୟ ଫାଟକରେ ଲାଗିଲା ପ୍ରଶାସନର ନୋଟିସ୍ । ଘଣ୍ଟାଏ ଭିତରେ ମନ୍ଦିର ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ।”
ଭିତରକନିକା ପାଖ ଚାଷ ଜମିରେ ବାରହା ଆତଙ୍କ । ନଷ୍ଟ କରୁଛନ୍ତି ଫସଲ, ରାତି ଅନିଦ୍ରା ହୋଇ ଫସଲ ଜଗୁଛନ୍ତି ଚାଷୀ
କନକ ବ୍ୟୁରୋ : ଚାଷୀର ନିଦ ହଜେଇ ଦେଇଛି ଜଙ୍ଗଲୀ ବାରହା । ପାଚିଲା ଧାନ କିଆରି ଅମଳ ବେଳେ ବାରହା ସାଧିଛି ଦାଉ । ଜଙ୍ଗଲୀ ବାରହା ଧାନ କ୍ଷେତ ନଷ୍ଟ କରିଦେଉଥିବା ବେଳେ ନିଜର ପରିଶ୍ରମର ଫଳ କୁ ଘରକୁ ଆଣିବା ପାଇଁ ଚାଷୀ ହେଉଛି ରାତି ଅନିଦ୍ରା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଭିତରକନିକା ଅଞ୍ଚଳରେ । ଏଠାରେ ଚାଷୀମାନେ ହାତରେ ବାଡି ଓ ଟର୍ଚ୍ଚ ଧରି ସୁନାର ଫସଲକୁ ଜଗିContinue reading “ଭିତରକନିକା ପାଖ ଚାଷ ଜମିରେ ବାରହା ଆତଙ୍କ । ନଷ୍ଟ କରୁଛନ୍ତି ଫସଲ, ରାତି ଅନିଦ୍ରା ହୋଇ ଫସଲ ଜଗୁଛନ୍ତି ଚାଷୀ”
ମଧ୍ୟପ୍ରଦେଶରେ ବିଜେପିର ଭୋଟ୍ ବଢାଇବ କି ଅଯୋଧ୍ୟା ରାମ ମନ୍ଦିର । ପୋଷ୍ଟର ଲଗାଇ ବିଜେପି କରିଛି ଜୋରଦାର ପ୍ରଚାର
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପି ଭୋଟ୍ ବଢ଼ାଇବ କି ଅଯୋଧ୍ୟ ରାମ ମନ୍ଦିର । ଏହି ପ୍ରଶ୍ନ ଏବେ ଉଠୁଛି । କାରଣ ମଧ୍ୟପ୍ରଦେଶ ନିର୍ବାଚନ ବେଳେ ଅଯୋଧ୍ୟା ରାମ ମନ୍ଦିରକୁ ପୋଷ୍ଟରରେ ବଡ଼ ସ୍ଥାନ ଦେଇଥିଲା ଭାରତୀୟ ଜନତା ପାର୍ଟି । ଭବ୍ୟ ରାମ ମନ୍ଦିରର ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର ସାହାଯ୍ୟରେ ବିଜେପି ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଶୀର୍ଷ ନେତାଙ୍କ ଫଟୋContinue reading “ମଧ୍ୟପ୍ରଦେଶରେ ବିଜେପିର ଭୋଟ୍ ବଢାଇବ କି ଅଯୋଧ୍ୟା ରାମ ମନ୍ଦିର । ପୋଷ୍ଟର ଲଗାଇ ବିଜେପି କରିଛି ଜୋରଦାର ପ୍ରଚାର”
ସମ୍ବଲପୁରରୁ କଂଗ୍ରେସ ଭବନକୁ ସ୍ପିଡ୍ ପୋଷ୍ଟରେ ଆସିଲା ତୁଳସୀ । ପିସିସି ସଭାପତିଙ୍କ ଅପିଲ, ବିଭିନ୍ନ ଜାଗାରୁ ରାଜ୍ୟବାସୀ ପଠାନ୍ତୁ ତୁଳସୀ ।
କନକ ବ୍ୟୁରୋ: କଂଗ୍ରେସ ଭବନରେ ଆସି ପହଞ୍ଚିଲା ପ୍ରଥମ ସଜ ତୁଳସୀ । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଜଣେ ସାଧାରଣ ବ୍ୟକ୍ତି ସ୍ପିଡ ପୋଷ୍ଟରେ ସମ୍ବଲପୁରରୁ ପଠାଇଛନ୍ତି ତୁଳସୀ ଆଉ ତା ସହିତ ଏକ ଚିଠି । ପିସିସି ସଭାପତି ଓଡ଼ିଶା ବାସୀଙ୍କୁୁ ଅନୁରୋଧ କରିଛନ୍ତି ଜଗାପାଇଁ ତୁଳସୀ ପଠାଇଲେ କଂଗ୍ରେସ ଦାୟିତ୍ୱର ସହ ତୁଳସୀ ଯାତ୍ରାରେ ତୁଳସୀକୁ ନେଇ ଜଗା ଦୁଆରେ ସମର୍ପଣ କରିବ । ଆଉ ଏହି ତୁଳସୀ ଯାତ୍ରାରେ ସମସ୍ତେ ସାମିଲ ହେବାକୁ ଆହ୍ୱାନContinue reading “ସମ୍ବଲପୁରରୁ କଂଗ୍ରେସ ଭବନକୁ ସ୍ପିଡ୍ ପୋଷ୍ଟରେ ଆସିଲା ତୁଳସୀ । ପିସିସି ସଭାପତିଙ୍କ ଅପିଲ, ବିଭିନ୍ନ ଜାଗାରୁ ରାଜ୍ୟବାସୀ ପଠାନ୍ତୁ ତୁଳସୀ ।”
ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ କେଇ ଘଣ୍ଟାର ଅପେକ୍ଷା । ଉତରାଖଣ୍ଡ ସରକାରଙ୍କ ସୂଚନା, ଖୁବଶୀଘ୍ର କରାଯାଇପାରେ ଶ୍ରମିକଙ୍କୁ ଉଦ୍ଧାର
କନକ ବ୍ୟୁରୋ: ଆଉ କିଛି ଘଂଟା ମଧ୍ୟରେ ବାହାରି ପାରନ୍ତି ଶ୍ରମିକ । ବାକି ଥିବା ଡ୍ରିଲିଂ ଖୁବ୍ ଶୀଘ୍ର ଶେଷ ହେବା ଆଶା କରାଯାଉଥିବା କହିଛନ୍ତି ଉତ୍ତରାଖଣ୍ଡ ସଡ଼କ ପରିବହନ ବିଭାଗର ଅତିିକ୍ତ ସଚିବ ମହମୁଦ ଅହମଦ । ବାକି ଥିବା ଆଉ କିଛି ମିଟରରେ କୌଣସି ବାଧା ଆସିନପାରେ ବୋଲି ଆଶା କରାଯାଉଥିବା କହିଛନ୍ତି । ଅଗର ମେସିନରେ ପୁଣି ଥରେ କାମ ଆରମ୍ଭ ହୋଇଛି ଏବଂ ଦୁଇ ଘଂଟାରେ ଡ୍ରିଲିଂ ସରିବା ଆଶାContinue reading “ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ କେଇ ଘଣ୍ଟାର ଅପେକ୍ଷା । ଉତରାଖଣ୍ଡ ସରକାରଙ୍କ ସୂଚନା, ଖୁବଶୀଘ୍ର କରାଯାଇପାରେ ଶ୍ରମିକଙ୍କୁ ଉଦ୍ଧାର”
ବ୍ୟାଙ୍କକରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘ବିଶ୍ବ ହିନ୍ଦୁ କଂଗ୍ରେସ’ । ଅତିଥି ତାଲିକାରେ ଅଛନ୍ତି ଯୋଗୀ ଆଦିତ୍ୟନାଥ
ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଶୁକ୍ରବାର(ଆଜିଠାରୁ)ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ହିନ୍ଦୁ କଂଗ୍ରେସ (ସମ୍ମିଳନୀ)କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭଗବତ ଉଦଘାଟନ କରିବେ । ଏହି ସମ୍ମିଳନୀରେ ବହୁ ଚିନ୍ତକ, କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କ ସମାବେଶ ହେବ . ସେଠାରେ ସମଗ୍ର ବିଶ୍ୱରେ ହିନ୍ଦୁମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ଏବଂ ତା’ସହ ଜଡିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯିବ । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭଗବତ ଆଜିଠାରୁ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱContinue reading “ବ୍ୟାଙ୍କକରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘ବିଶ୍ବ ହିନ୍ଦୁ କଂଗ୍ରେସ’ । ଅତିଥି ତାଲିକାରେ ଅଛନ୍ତି ଯୋଗୀ ଆଦିତ୍ୟନାଥ”
ଆଦାନୀ ମାମଲାର ଯାଂଚ ପାଇଁ ଆଉ ସମୟ ମାଗିବ ନାହିଁ ସେବି, ସୁପ୍ରିମକୋର୍ଟକୁ କହିଲେ ସଲିସିଟର ଜେନରାଲ
କନକ ବ୍ୟୁରୋ : ହିଣ୍ଡେନବର୍ଗ ରିପୋର୍ଟ ସହିତ ଜଡିତ ଶୁଣାଣି ମାମଲାରେ ସଲିସିଟର ଜେନରାଲ ତୁଷାର ମେହେତା ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି, ଏହି ମାମଲାର ଯାଂଚ ପାଇଁ ପ୍ରତିଭୂତି ବିନିମୟ ବୋର୍ଡ ବା ସେବି ଆଉ ସମୟ ମାଗିବ ନାହିଁ । ହିଣ୍ଡେନବର୍ଗ ରିପୋର୍ଟ ସହିତ ଜଡିତ ୨୪ଟି ମାମଲା ମଧ୍ୟରୁ ୨୨ଟି ମାମଲାରେ ଯାଂଚ ଶେଷ ହୋଇଛି । ଚଳିତ ସପ୍ତାହ ଆରମ୍ଭରେ ଓକିଲ ବିଶାଲ ତିୱାରୀ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଯେଉଁଥିରେContinue reading “ଆଦାନୀ ମାମଲାର ଯାଂଚ ପାଇଁ ଆଉ ସମୟ ମାଗିବ ନାହିଁ ସେବି, ସୁପ୍ରିମକୋର୍ଟକୁ କହିଲେ ସଲିସିଟର ଜେନରାଲ”