ଧବଳେଶ୍ୱର ପୀଠରେ ବ୍ୟାରିକେଡକୁ ନେଇ ଅସନ୍ତୁଷ୍ଟ ପୂଜକ ସମିତି । ଭକ୍ତଙ୍କୁ ମନ୍ଦିର ପ୍ରବେଶ ନିଷେଧ କରାଯାଉଥିବା ଅଭିଯୋଗ

କନକ ବ୍ୟୁରୋ: ବାବା ଧବଳେଶ୍ୱର ପୀଠରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ପୂଜକ ସମିତି । ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଭକ୍ତ ଛିଡା ହୋଇରହିଥିଲେ ବି ଭକ୍ତଙ୍କୁ ମନ୍ଦିରକୁ ପ୍ରବେଶ କରିବାକୁ ନିଷେଧ କରାଯାଉଥିବା ଅଭିଯୋଗ ହୋଇଛି । ପଞ୍ଚୁକର ଦ୍ୱିତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଫଳରେ ଶୃଙ୍ଖଳିତ ଦର୍ଶନ କରାଯିବାକୁ ପ୍ରଶାସନ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲେ ବି ଭକ୍ତଙ୍କ ସମସ୍ୟା କିନ୍ତୁ ବଢିଯାଇଛିContinue reading ” ଧବଳେଶ୍ୱର ପୀଠରେ ବ୍ୟାରିକେଡକୁ ନେଇ ଅସନ୍ତୁଷ୍ଟ ପୂଜକ ସମିତି । ଭକ୍ତଙ୍କୁ ମନ୍ଦିର ପ୍ରବେଶ ନିଷେଧ କରାଯାଉଥିବା ଅଭିଯୋଗ”

୨ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହେଲା ଗୃହକାର୍ଯ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ ।

କନକ ବ୍ୟୁରୋ : ୨ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ୨ ଦିନ ହେବ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହକୁ ଚଲାଇ ଦେଇନଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋ-ହଲ୍ଲା କରିଥିଲେ । ଯେଉଁଥିପାଇଁ ଗୃହକୁ ବାରମ୍ବାର ମୁଲତବି କରିବାକୁ ପଡିଥିଲା । ଏପରିକିContinue reading “୨ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହେଲା ଗୃହକାର୍ଯ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ ।”

୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ମାମଲା । ରାୟ ବିରୋଧରେ ଭାରତର ଆବେଦନକୁ ଗ୍ରହଣ କଲା କତାର କୋର୍ଟ । ପରବର୍ତ୍ତୀ ଶୁଣାଣି ଉପରେ ନଜର ।

କନକ ବ୍ୟୁରୋ: ୮ ଭାରତୀୟଙ୍କୁ ଦିଆଯାଇଥିବା ମୃତ୍ୟଦଣ୍ଡାଦେଶ ଉପରେ ଭାରତର ଆବେଦନକୁ ଗ୍ରହଣ କଲା କତାର । କତାରର ଅଦାଲତ ଭାରତର ଆବେଦନକୁ ଗ୍ରହଣ କରିଛନ୍ତି । ଏବେ ଆବେଦନର ଶୁଣାଣି ନିମନ୍ତେ ନୂଆ ତାରିଖ ଘୋଷଣା କରାଯିବ । କତାରସ୍ଥିତ ‘କୋର୍ଟ ଅଫ୍ ଫାଷ୍ଟ୍ ଇନଷ୍ଟାନ୍ସ’ ଦ୍ୱାରା ବର୍ଷେ ଜେଲ୍ରେ ରହିବା ପରେ ଗତ ମାସରେ ୮ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା । ‘ଦାରା ଗ୍ଲୋବାଲ୍ ଟେକ୍ନୋଲୋଜି ଆଣ୍ଡ୍ କନସଲଟାନ୍ସିContinue reading “୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ମାମଲା । ରାୟ ବିରୋଧରେ ଭାରତର ଆବେଦନକୁ ଗ୍ରହଣ କଲା କତାର କୋର୍ଟ । ପରବର୍ତ୍ତୀ ଶୁଣାଣି ଉପରେ ନଜର ।”

ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ କିଛି ମିଟର ବାକି । ଆଜି ଉଦ୍ଧାର ପାଇଁ ସବୁ ପ୍ରସ୍ତୁତି ଶେଷ ।

କନକ ବ୍ୟୁରୋ: ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର କିଛି ମିଟର ବାକି । ଆଜି ଉଦ୍ଧାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଖୁବ୍ ଶୀଘ୍ର ଆରମ୍ଭ ହେବ ଡ୍ରିଲିଂ କାମ । ଦିନ ୧୧ଟାରୁ ୧୧ଟା ୩୦ ଭିତରେ ଡ୍ରିଲିଂ କାମ ଆରମ୍ଭ ହେବ ବୋଲି କୁହାଯାଉଛି । ଆଜି ସଂଧ୍ୟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଛି । ମେସିନ ଖରାପ ଯୋଗୁ ଗତକାଲି ରାତିରୁ ବନ୍ଦ ରହିଥିଲାContinue reading “ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ କିଛି ମିଟର ବାକି । ଆଜି ଉଦ୍ଧାର ପାଇଁ ସବୁ ପ୍ରସ୍ତୁତି ଶେଷ ।”

ମନ୍ଦିରରୁ ଲୁଟିନେଲେ ମା’ଙ୍କ ସବୁ ଅଳଙ୍କାର । ବାଲେଶ୍ୱର ସିମୁଳିଆ ଅଞ୍ଚଳର ଘଟଣା ।

କନକ ବ୍ୟୁରୋ: ମନ୍ଦିରରୁ ଚୋରି । ନେଇଗଲେ ମା’ଙ୍କ ରୂପା ମୁକୁଟ ସହ ୩୦ରୁ ଅଧିକ ସୁନା ଚିତା । ବାଲେଶ୍ୱର ଜିଲ୍ଲା ସିମୁଳିଆ କୁପୁରା ଅଂଚଳରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ କୁପୁରାଣୁଣି ମନ୍ଦିର ତାଲା ଭାଙ୍ଗି ମାଆଙ୍କ ରୂପା ମୁକୁଟ ଏବଂ ସୁନା ଚିତା ଚୋରି କରିନେଇଛନ୍ତି । ସେହିପରି ସ୍ଥାନୀୟ ପାର୍ବତୀ ମନ୍ଦିରର ତାଲା ଭାଙ୍ଗି ମାଆଙ୍କ ରୂପା ମୁକୁଟ ଓ ସୁନା ଲକେଟContinue reading “ମନ୍ଦିରରୁ ଲୁଟିନେଲେ ମା’ଙ୍କ ସବୁ ଅଳଙ୍କାର । ବାଲେଶ୍ୱର ସିମୁଳିଆ ଅଞ୍ଚଳର ଘଟଣା ।”

ମଦ ପିଇ ରାସ୍ତାରେ ଗଡିଲେ ଶିକ୍ଷକ । କର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ଗ୍ରାମବାସୀ ।

କନକ ବ୍ୟୁରୋ: ମଦ ପିଇ ରାସ୍ତାରେ ଗଡିଲେ ସାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଂଚାୟତ ହାତୀଖୁଲିଆ ଗ୍ରାମରେ । ଉକ୍ତ ଗ୍ରାମର ହାତୀଖୁଲିଆ ୟୁଜିୟୁପି ସ୍କୁଲ ଚାରି ଜଣ ଶିକ୍ଷକ ପ୍ରତିଦିନ ମଦ୍ୟପାନ କରି ଶିକ୍ଷାଦାନ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାପରେ ଗ୍ରାମବାସୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଔପଦା ସହଶିକ୍ଷାContinue reading “ମଦ ପିଇ ରାସ୍ତାରେ ଗଡିଲେ ଶିକ୍ଷକ । କର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ଗ୍ରାମବାସୀ ।”

ନଭେମ୍ବର ୨୭ରୁ ଡିସେମ୍ବର ୫ ଯାଏଁ ଭୁବନେଶ୍ୱର ବାଲିଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ ।

କନକ ବ୍ୟୁରୋ: ନଭେମ୍ବର ୨୭ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଭୁବନେଶ୍ୱର ବାଲିଯାତ୍ରା । ଐତିହାସିକ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ହେବାକୁ ଥିବା ଏହି ବାଲିଯାତ୍ରା ପାଇଁ ଗୁରୁବାର ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରସ୍ତୁତି ବୈଠକ । ଚଳିତଥର ପ୍ରାୟ ୯୦୦ ଷ୍ଟଲ୍ ହେବବୋଲି ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ସର୍କିଟ ହାଉସରେ ବସିଥିବା ବୈଠକରେ ବାଲିଯାତ୍ରାକୁContinue reading “ନଭେମ୍ବର ୨୭ରୁ ଡିସେମ୍ବର ୫ ଯାଏଁ ଭୁବନେଶ୍ୱର ବାଲିଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ ।”

ଆୟବର୍ହିଭୂତ ସଂପତ୍ତିି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ । ବାସଭବନ ସହ ତିନିଟି ଘରେ ଚଢ଼ାଉ ।

କନକ ବ୍ୟୁରୋ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଂଟ ଗଙ୍ଗା ପାଇକରାୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ । ସଂପୃକ୍ତ ଅଧିକାରୀଙ୍କ ନବରଙ୍ଗପୁର ସ୍ଥିତ ଭଡା ଘର ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ଜୟପୁର ସ୍ଥିତ ତିନୋଟି ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିିଛି । ଡିଏସ ୩ ସିନେମା ହଲ ନିକଟରେ ରହିଛି ଗଙ୍ଗା ପାଇକରାୟଙ୍କ ଭଡା ଘର । TheContinue reading “ଆୟବର୍ହିଭୂତ ସଂପତ୍ତିି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ । ବାସଭବନ ସହ ତିନିଟି ଘରେ ଚଢ଼ାଉ ।”

ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମ୍ବଲପୁରରୁ ଗଲା ଅଗର ମେସିନ୍ । ଗ୍ରୀନ୍ କରିଡର କରି ମାଲବାହୀ ଟ୍ରେନ୍ ଓ ଟ୍ରଲରରେ ପଠାଗଲା ମେସିନ୍ ।

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣଙ୍କ ଉଦ୍ଧାର କାମରେ ସହାୟକ ହୋଇଥିବା ଅଗର ମେସିନ୍ ସମ୍ବଲପୁରରୁ ଯାଇଛି । ଏହି ଅତ୍ୟାଧୁନିକ ମେସିନ୍କୁ ଗ୍ରୀନ୍ କରିଡର ଦ୍ୱାରା ଉତରକାଶୀ ପଠାଯାଇଛି । ଏକ ମାଲବାହୀ ଟ୍ରେନ୍ ଓ ୬ଟି ଟ୍ରେଲରରେ ମେସିନ୍କୁ ଖଣ୍ଡଖଣ୍ଡ କରି ପଠାଯାଇଛି । ସମ୍ବଲପୁରରୁ ରାୟପୁର, ଗ୍ୱାଲିୟର ଦେଇ ଟନେଲ ନିକଟକୁ ଏହି ମେସିନ୍ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁରରୁ ୨୧ ତାରିଖରେ ଯାଇଥିବା ଏହି ମେସିନ୍ ଉତ୍ତରକାଶୀରେ ପହଞ୍ଚିContinue reading “ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମ୍ବଲପୁରରୁ ଗଲା ଅଗର ମେସିନ୍ । ଗ୍ରୀନ୍ କରିଡର କରି ମାଲବାହୀ ଟ୍ରେନ୍ ଓ ଟ୍ରଲରରେ ପଠାଗଲା ମେସିନ୍ ।”

ତିନି ଦିନ ହେଲା ସୁରୁଖୁରରେ ଚାଲିପାରୁନି ଗୃହ । ଆଜି କାର୍ଯ୍ୟକାଳ ସ୍ୱାଭାବିକ ହେବା ନେଇ ଆଶା । ହେଲେ କ୍ୟାବିନେଟ୍ ନିଷ୍ପତି ପ୍ରତ୍ୟାହାର ପାଇଁ ବିଜେପିର ଜିଦ୍ ।

କନକ ବ୍ୟୁରୋ: ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ତିନିଦିନ ହେଲା ଚାଲିପାରୁନି ଗୃହ । ବିରୋଧୀଙ୍କ ଗୋଟିଏ ଜିଦ୍ ଯେ, ଆଦିବାସୀ ଜମି ହସ୍ତାନ୍ତର ବିଲ୍ ସ୍ଥଗିତ ନୁହେଁ ପ୍ରତ୍ୟାହାର କରାଯାଉ । ଏଥିପାଇଁ ବାରମ୍ବାର ଗୃହକୁ ଅଚଳ କରିବାକୁ ପଡ଼ିଛି । ତେବେ ଆଜି ଗୃହ ସ୍ୱାଭାବିକ ହେବ ନା ପୁଣି ହଟ୍ଟଗୋଳ ହେବ, ତା’ ଉପରେ ରହିଛି ନଜର । ଗୁରୁବାର ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ଗୃହ ବାହାରେ ବିକ୍ଷୋଭContinue reading “ତିନି ଦିନ ହେଲା ସୁରୁଖୁରରେ ଚାଲିପାରୁନି ଗୃହ । ଆଜି କାର୍ଯ୍ୟକାଳ ସ୍ୱାଭାବିକ ହେବା ନେଇ ଆଶା । ହେଲେ କ୍ୟାବିନେଟ୍ ନିଷ୍ପତି ପ୍ରତ୍ୟାହାର ପାଇଁ ବିଜେପିର ଜିଦ୍ ।”

Design a site like this with WordPress.com
Get started