ଆସନ୍ତା କାଲି ବଡଓଷା । ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ଗଜଭୋଗ ଓ ତରଣ ।

କନକ ବ୍ୟୁରୋ: ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ଆସନ୍ତାକାଲି ଧବଳେଶ୍ୱରଙ୍କ ପୀଠରେ ପାଳନ ହେବ ବଡ଼ ଓଷା । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ । ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦଯାପନ କରିଥାନ୍ତି । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇ ୧୦୮ ଗରାContinue reading “ଆସନ୍ତା କାଲି ବଡଓଷା । ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ଗଜଭୋଗ ଓ ତରଣ ।”

କଲିକତାରୁ ଓଡିଶା ଷ୍ଟଡିଟୁରରେ ଆସିଥିଲେ । ଜଳପ୍ରପାତରେ ଗାଧୋଉଥିବାବେଳେ ଗୋଡ ଖସି ଜଣେ ଛାତ୍ର ନିଖୋଜ,ଦୁଇ ଗୁରୁତର ।

କନକ ବ୍ୟୁରୋ: ଷ୍ଟଡିଟୁର୍ ପାଇଁ ଆସି ଜଳପ୍ରପାତରେ ଗାଧୋଇବା ହେଲା କାଳ । ଅସାବଧାନତା କାରଣରୁ ଜଳ ପ୍ରପାତରେ ଭାସି ଯାଇ ଜଣେ ଛାତ୍ର ନିଖୋଜ ଥିବା ବେଳେ ଅନ୍ୟ ୨ ଛାତ୍ର ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କଲିକତାର ଏକ ଘରୋଇ କଲେଜର ଛାତ୍ରମାନେ ଷ୍ଟଡି ଟୁରରେ ଯୋଡ଼ା ଅଂଚଳକୁ ଆସିଥିବା ବେଳେ ବଲାଣି ଥାନା କୁଣ୍ଡୁଲୁ ଜଳପ୍ରପାତକୁ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ । ଗାଧୋଇବା ବେଳେ ଅସାବଧାନତା କାରଣରୁ ତାରାଶଙ୍କରContinue reading “କଲିକତାରୁ ଓଡିଶା ଷ୍ଟଡିଟୁରରେ ଆସିଥିଲେ । ଜଳପ୍ରପାତରେ ଗାଧୋଉଥିବାବେଳେ ଗୋଡ ଖସି ଜଣେ ଛାତ୍ର ନିଖୋଜ,ଦୁଇ ଗୁରୁତର ।”

ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦କୁ ୨ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟ ପରେ ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨ ୱିକେଟ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ କରିଥିଲା ୨୦୮ ରନ୍ । ଦଳ ପକ୍ଷରୁ ଯୋଶ୍ ଇଂଲିଶ ୫୦ ବଲ୍ ଖେଳି କରିଥିଲେ ୧୧୦ ରନ୍ । ନିଜ ଇନିଂସ୍ ଭିତରେ ସେ ୧୧ ଚୌକା ଓ ୮Continue reading “ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦କୁ ୨ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ ।”

ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ବାଙ୍କଚୁଡ଼ ବା ବାମନ ବେଶରେ ମହାପ୍ରଭୁ । କାଲି ହେବ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ ।

କନକ ବ୍ୟୁରୋ: ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ବାଙ୍କଚୁଡ଼ ବା ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହାସହ ଗରୁଡ଼ ଉତଥାପନ ନୀତି ବି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପଂଚକର ୫ ଦିନ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ । ଏହି କ୍ରମରେ ପ୍ରଥମ ଦିନରେ ବଡ଼ ଏକାଦଶୀରେ ମହାପ୍ରଭୁ ଲକ୍ଷ୍ମୀ-ନାରାୟଣ ତଥା ଠିଆକିଆ ବେଶରେ ଭକ୍ତଙ୍କୁContinue reading “ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ବାଙ୍କଚୁଡ଼ ବା ବାମନ ବେଶରେ ମହାପ୍ରଭୁ । କାଲି ହେବ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ ।”

କଟକରେ ଡିପଫେକ୍ ଜରିଆରେ ବ୍ଲାକମେଲ୍ ଅଭିଯୋଗ । ଶହେରୁ ଅଧିକ ଯୁବତୀଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲା ଯୁବକ ।

କନକ ବ୍ୟୁରୋ: ଡିପ୍ଫେକ୍ ଫଟୋ ସୋସିଆଲ୍ ମଡିଆରେ ଅପଲୋଡ୍ କରି ବ୍ଲାକ୍ମେଲିଂ କରୁଥିବା ଅଭିଯୋଗରେ ଜଣେ ଗିରଫ । ଡିପ୍ଫେକ୍କୁ ନେଇ ସାରା ଦେଶରେ ବିତର୍କ ଚାଲିଥିବା ବେଳେ କଟକରୁ ଏଭଳି ଏକ ଚାଂଚଲ୍ୟକର ଖବର ଆସିଛି । ଯୁବତୀଙ୍କ ନାଁରେ ଫେକ୍ ଇନଷ୍ଟାଗ୍ରାମ ଆଇଡି ଖୋଲି ଏଡିଟିଂ ଫଟୋ ସହ ଅଶ୍ଳୀଳ ଭାଷାରେ ପୋଷ୍ଟ କରିବା ପଡ଼ିଛି ମହଙ୍ଗା । ଅଭିଯୁକ୍ତ ଦୀନେଶ ସେଠୀକୁ ଗିରଫ କରି କୋର୍ଟ ଚାଲଣ କଲା କଟକ ସାଇବର ଥାନାContinue reading “କଟକରେ ଡିପଫେକ୍ ଜରିଆରେ ବ୍ଲାକମେଲ୍ ଅଭିଯୋଗ । ଶହେରୁ ଅଧିକ ଯୁବତୀଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲା ଯୁବକ ।”

ଆଜିଠୁ ଇସ୍ରାଏଲ ଓ ହମାସ ଯୁଦ୍ଧବିରତି । ମାନବିକତା ଦୃଷ୍ଟିକୋଣରୁ ସହାୟତା ଓ ୫୦ ପଣବନ୍ଦୀ ମୁକ୍ତ ପାଇଁ ନିଷ୍ପତ୍ତି ।

କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ ମଧ୍ୟ ଚାଲିଥିବା ଯୁଦ୍ଧ ଭିତରେ ବଡ଼ ଘୋଷଣା କରିଛି କାତାର । ଆଜିଠାରୁ ଗାଜାରେ ୪ ଦିନ ପାଇଁ ଯୁଦ୍ଧବିରତି ଘୋଷଣା ହୋଇଛି । ଏହାସହ ଆଜି ଅପରାହ୍ଣ ସୁଦ୍ଧା ପଣବନ୍ଦୀଙ୍କୁ ମୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି । ଭାରତୀୟ ସମୟ ଅନୁସାରେ ସକାଳ ୭ଟାରୁ ଅସ୍ତ୍ରବିରତି ଆରମ୍ଭ ହୋଇଛି । ସ୍ଥାନୀୟ ସମୟ ଅପରାହ୍ନ ୪ଟା ବା ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୭ଟାରେ ବନ୍ଧକମାନଙ୍କୁ ମୁକ୍ତ କରାଯିବContinue reading “ଆଜିଠୁ ଇସ୍ରାଏଲ ଓ ହମାସ ଯୁଦ୍ଧବିରତି । ମାନବିକତା ଦୃଷ୍ଟିକୋଣରୁ ସହାୟତା ଓ ୫୦ ପଣବନ୍ଦୀ ମୁକ୍ତ ପାଇଁ ନିଷ୍ପତ୍ତି ।”

କେବେ ଉଦ୍ଧାର ହେବେ ୪୧ ଶ୍ରମିକ? ଶେଷ ପର୍ଯ୍ୟାୟରେ ଡ୍ରିଲିଂ କାମ । ଆତୁର ହୋଇ ବାଟ ଚାହିଁ ରହିଛନ୍ତି ପରିବାର ।

କନକ ବ୍ୟୁରୋ: ଦିନ ଗଡ଼ୁଛି, ଅପେକ୍ଷା ବି ବଢ଼ୁଛି । ୧୩ ଦିନ ହେଲା ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଶ୍ରମିକ କେବେ ବାହାର ଦୁନିଆ କେବେ, ତାକୁ ଅପେକ୍ଷା କରି ରହିଛନ୍ତି ଦେଶବାସୀ । ଫସିଥିବା ଶ୍ରମିକ ଏତିକି ଆଶା ବାନ୍ଧିଛନ୍ତି ଯେ ଆଜି ନହେଲେ କାଲି ନିଶ୍ଚିତ ଉଦ୍ଧାର ହେବେ । ସେମାନଙ୍କୁ ବାହାର କରିବା ପାଇଁ ଏନଡିଆରଏଫ, ଏସଡିଆରଏଫ୍, ଆଇଟିବିପି ଠାରୁ ଆରମ୍ଭ କରି ସମସ୍ତ ଉଦ୍ଧାରକାରୀ ଦଳ ଲାଗି ପଡ଼ିଛନ୍ତିContinue reading “କେବେ ଉଦ୍ଧାର ହେବେ ୪୧ ଶ୍ରମିକ? ଶେଷ ପର୍ଯ୍ୟାୟରେ ଡ୍ରିଲିଂ କାମ । ଆତୁର ହୋଇ ବାଟ ଚାହିଁ ରହିଛନ୍ତି ପରିବାର ।”

ସରିବ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। କିଏ ହେବେ ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ, ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ : ୨୦୨୩ ୱାର୍ଲ୍ଡକପ୍ ଶେଷ ହେବା ସହିତ ସରିଛି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଦୁଇ ବର୍ଷର କାର୍ଯ୍ୟକାଳକୁ ଆଉ ଆଗକୁ ବୃଦ୍ଧି ନକରିବାକୁ ରାହୁଲ ବିସିିସିଆଇକୁ ଅବଗତ କରାଇଛନ୍ତି । ଗତ ଦୁଇ ବର୍ଷରେ ରାହୁଲଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ ଟିମ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ, ଟି-୨୦ ବିଶ୍ୱକପ ସମେତ ଦିନିକିଆ ବିଶ୍ୱକପରେ ଉନ୍ନତମାନର ପ୍ରଦର୍ଶନ କରିଥିଲା । ତେବେ ରାହୁଲ ଦ୍ରାବିଡଙ୍କ ପରେ ପୂର୍ବତନ ବ୍ୟାଟ୍ସମ୍ୟାନContinue reading “ସରିବ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। କିଏ ହେବେ ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ, ବଢ଼ିଲା ଚର୍ଚ୍ଚା”

ଅଡୁଆରେ ଅଭିନେତା ପ୍ରକାଶ ରାଜ । ତାମିଲନାଡୁ ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ପ୍ରକାଶଙ୍କୁ ଇଡିର ସମନ

କନକ ବ୍ୟୁରୋ : ବଢିଲା ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ । ପୁଞ୍ଜି ସ୍କିମ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ହାଜର ହେବାକୁ ପ୍ରକାଶଙ୍କୁ ନୋଟିସ ଜାରି କରିଛି ଇଡି । ପ୍ରଣବ ଜୁଏଲର୍ସ ସଂସ୍ଥା ଦ୍ୱାରା ପରିଚାଳିତ ପୁଞ୍ଜି ସ୍କିମକୁ ପ୍ରକାଶ ରାଜ ପ୍ରଚାର କରିଥିବା ବେଳେ ଏଥିରେ ପ୍ରକାଶ ରାଜଙ୍କର ସେୟାର ଥିବା ମଧ୍ୟ ଇଓଡବ୍ଲ୍ୟୁ,Continue reading “ଅଡୁଆରେ ଅଭିନେତା ପ୍ରକାଶ ରାଜ । ତାମିଲନାଡୁ ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ପ୍ରକାଶଙ୍କୁ ଇଡିର ସମନ”

ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ଶ୍ରୀସନ୍ଥ । ଠକେଇ ଅଭିଯୋଗ ଆଣିଲେ କେରଳର ବ୍ୟବସାୟୀ

କନକ ବ୍ୟୁରୋ : ଟିମ ଇଣ୍ଡିଆର ପୂର୍ବତନ ଖେଳାଳୀ ଶ୍ରୀସନ୍ଥଙ୍କ ନାଁରେ ମାମଲା ରୁଜୁ । ଠକେଇ ମାମଲାରେ ଶ୍ରୀସନ୍ଥ ଓ ତାଙ୍କର ଦୁଇଜଣ ସହଯୋଗୀଙ୍କ ନାଁରେ କେରଳ ପୁଲିସ ନିକଟରେ ମାମଲା ରୁଜୁ କରାଯାଇଛି । ଭେଙ୍କେଟେଶ କିନ ଓ ରାଜୀବ କୁମାର ଏବଂ ଶ୍ରୀସନ୍ଥଙ୍କ ନାଁରେ କେରଳ ଜଣେ ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି । ଏକ ସ୍ପୋଟସ ଏକାଡେମୀ ଖୋଲିବା ପାଇଁ ଏହି ସରୀଶ ଗୋପାଳନଙ୍କଠୁ ଶ୍ରୀସନ୍ଥ ଓ ଅନ୍ୟ ଦୁଇ ସହଯୋଗୀContinue reading “ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ଶ୍ରୀସନ୍ଥ । ଠକେଇ ଅଭିଯୋଗ ଆଣିଲେ କେରଳର ବ୍ୟବସାୟୀ”

Design a site like this with WordPress.com
Get started