ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଇସ୍ପାତ ଉତ୍ପାଦନ ପଦ୍ଧତି ସମ୍ବନ୍ଧୀୟ କର୍ମଶାଳା

କନକ ବ୍ୟୁରୋ : ବିଜୁପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଆନୁକୁଲ୍ୟରେ ଇସ୍ପାତ ଉତ୍ପାଦନ ପଦ୍ଧତି ସମ୍ବନ୍ଧୀୟ ଦ୍ୱିତୀୟ କର୍ମଶାଳା ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି .ଏହି କର୍ମଶାଳାରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ସିହ୍ନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉଦବୋଧନ ଦେଇଥିଲେ । ଶ୍ରୀଯୁକ୍ତ ଅରୁଣ ରଥ ଆର୍ଶେଲର ମିତ୍ତଲ ନିପନ ଷ୍ଟିଲ ଗ୍ରାଉଣ୍ଡ ଫିଲ୍ଡ ପ୍ରକଳ୍ପ ମୁଖ୍ୟContinue reading “ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଇସ୍ପାତ ଉତ୍ପାଦନ ପଦ୍ଧତି ସମ୍ବନ୍ଧୀୟ କର୍ମଶାଳା”

ଆଉ ମାତ୍ର ୪ ମିଟର । ଶେଷ ପର୍ଯ୍ୟାୟରେ ପହଞ୍ଚିଲା ଅପରେସନ, ସୁଡଙ୍ଗ ଭିତରୁ ଉଦ୍ଧାର ହେବେ ୪୧ ଶ୍ରମିକ ।

କନକ ବ୍ୟୁରୋ : ଉତ୍ତରକାଶୀ ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆହୁରି କିଛି ଘଣ୍ଟା ସମୟ ଲାଗିବ । ଗତକାଲିଠୁ ଯଦିଓ ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଛି କିନ୍ତୁ ଏବେ ଆହୁରି ସମୟ ଲାଗିବ ବୋଲି ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏନଡିଆରଏଫ ଡିଜି କହିଛନ୍ତି, ଡ୍ରିଲିଂ କାମ ଶେଷ ହେବାପରେ ଯଥାଶ୍ରୀଘ୍ର ତାଙ୍କୁ ବାହାରକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସେ କହିଛନ୍ତି ।Continue reading “ଆଉ ମାତ୍ର ୪ ମିଟର । ଶେଷ ପର୍ଯ୍ୟାୟରେ ପହଞ୍ଚିଲା ଅପରେସନ, ସୁଡଙ୍ଗ ଭିତରୁ ଉଦ୍ଧାର ହେବେ ୪୧ ଶ୍ରମିକ ।”

ପନୌତି ଟିପ୍ପଣୀ ନେଇ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ, ଶନିବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ବଢିଲା ଅଡୁଆ । ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପନୌତି ଶବ୍ଦ ବ୍ୟବହାରକୁ ନେଇ ବିଜେପି ତରଫରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିଜେପିର ଅଭିଯୋଗ ପରେ ନିର୍ବାଚନ ଆୟୋଗ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛି । ଏନେଇ ଶନିବାର ସୁଦ୍ଧା ଜବାବ ରଖିବାକୁ ରାହୁଲଙ୍କୁ ନୋଟିସରେ କୁହାଯାଇଛି । ବିଜେପି ତରଫରୁ କରାଯାଇଥିବା ଅଭିଯୋଗ ମୁତାବକ ରାହୁଲ ଗାନ୍ଧୀContinue reading “ପନୌତି ଟିପ୍ପଣୀ ନେଇ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ, ଶନିବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ”

ଓଡ଼ିଶାକୁ ଆସିଲା ଭାରତ ଅଟା । ୨୭ଟଙ୍କା ୫୦ ପଇସାରେ ମିଳୁଛ ଗୋଟିଏ କେଜି, ନାଫେଡ ପକ୍ଷରୁ ହେଉଛି ବିକ୍ରି

କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟକୁ ପ୍ରଥମ କରି ଆସିଲ କେନ୍ଦ୍ର ସରକାରଙ୍କ ଭାରତ ଅଟା । ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଭାରତ ଅଟାକୁ ଲଂଚ କରିଥିଲେ । ଭାରତ ଅଟା କେଜି ପ୍ରତି ୨୭ଟଙ୍କା ୫୦ ପଇସାରେ ମିଳୁଛି । ଆଜି ନାଫେଡ ଦ୍ୱାରା ଏହି ଭାରତ ଅଟା ବଂଟନ କରାଯାଉଛି । ଏହି ଅଟା ନେବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲ । ବାହାରେ ୫ କେଜି ଅଟାକୁ ୨୪୦Continue reading “ଓଡ଼ିଶାକୁ ଆସିଲା ଭାରତ ଅଟା । ୨୭ଟଙ୍କା ୫୦ ପଇସାରେ ମିଳୁଛ ଗୋଟିଏ କେଜି, ନାଫେଡ ପକ୍ଷରୁ ହେଉଛି ବିକ୍ରି”

ହସ୍ପିଟାଲ ତଳେ ହମାସ୍ ଆତଙ୍କୀଙ୍କ ବିରାଟ ସୁଡ଼ଙ୍ଗ । ସୁଡ଼ଙ୍ଗରେ ଥିଲା ଅତ୍ୟାଧୁନିକ ସୁବିଧା, ପ୍ରମାଣ ଦେଲା ଇସ୍ରାଏଲ ସେନା

କନକ ବ୍ୟୁରୋ : ହସ୍ପିଟାଲ ତଳେ ବିରାଟ ସୁଡ଼ଙ୍ଗ । ଆଉ ଏହି ସୁଡ଼ଙ୍ଗରେ ରହିଛି ସବୁପ୍ରକାର ସୁବିଧା । ହେଲେ ଏହା ରୋଗୀଙ୍କ ପାଇଁ ନୁହେଁ ବରଂ ଆତଙ୍କୀ କାର୍ଯ୍ୟକଳାପ ପାଇଁ । ଆତଙ୍କୀ ସଂଗଠନ ହମାସର ଏପରି କଳା କାରନାମା ଏବେ ପଦାକୁ ଆସିଛି । ହସ୍ପିଟାଲ ତଳେ ବିରାଟ ସୁଡ଼ଙ୍ଗ କରି ସେଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା ହମାସ୍ । ଗାଜାର ସବୁଠୁ ବଡ଼ ହସ୍ପିଟାଲ ହେଉଛି ଅଲ୍-ସିଫା ହସ୍ପିଟାଲ । ଏହାରିContinue reading “ହସ୍ପିଟାଲ ତଳେ ହମାସ୍ ଆତଙ୍କୀଙ୍କ ବିରାଟ ସୁଡ଼ଙ୍ଗ । ସୁଡ଼ଙ୍ଗରେ ଥିଲା ଅତ୍ୟାଧୁନିକ ସୁବିଧା, ପ୍ରମାଣ ଦେଲା ଇସ୍ରାଏଲ ସେନା”

କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ନାମରେ ଆସିଲା ଠକେଇ ଅଭିଯୋଗ । କ୍ରିକେଟ ଏକାଡେମୀ ଖୋଲିବା ନାମରେ ୧୮ ଲକ୍ଷ ଟଙ୍କା ନେଇଥିବା ଥାନାରେ ଅଭିଯୋଗ

କନକ ବ୍ୟୁରୋ : ଭାରତୀୟ ଟିମର ପୂର୍ବତନ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ନାମରେ କେରଳରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗରେ ଉଲ୍ଲେଖ ରହିଛି କି, ଏସ୍ ଶ୍ରୀସନ୍ଥ ଓ ଅନ୍ୟ ଦୁଇଜଣ ଏକ କ୍ରିକେଟ ଏକାଡେମୀ ଖୋଲିବା ନାମରେ ୧୮.୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । କେରଳର ଚୁଣ୍ଡାରେ ରହୁଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି କି, ରାଜୀବ କୁମାର ଓ ଭେଙ୍କେଟେସ୍ କିନି ୨୦୧୯ ଏପ୍ରିଲ ୨୫ ତାରିଖରେ ତାଙ୍କ ଠାରୁ ୧୮.୭୦Continue reading “କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ନାମରେ ଆସିଲା ଠକେଇ ଅଭିଯୋଗ । କ୍ରିକେଟ ଏକାଡେମୀ ଖୋଲିବା ନାମରେ ୧୮ ଲକ୍ଷ ଟଙ୍କା ନେଇଥିବା ଥାନାରେ ଅଭିଯୋଗ”

ଆରପାରିରେ ଫାତିମା ବିବି, ସୁପ୍ରିମକୋର୍ଟରେ ଥିଲେ ପ୍ରଥମ ମହିଳା ବିଚାରପତି

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିବିଙ୍କର ଦେହାନ୍ତ ହୋଇଯାଇଛି । ୯୬ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏହି ବିଚାରପତିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ରାଜ୍ୟପାଳ ଭାବେ ଫାତିମା ବିବି ନିଜର ଛାପ ଛାଡିଯାଇଛନ୍ତି ।Continue reading “ଆରପାରିରେ ଫାତିମା ବିବି, ସୁପ୍ରିମକୋର୍ଟରେ ଥିଲେ ପ୍ରଥମ ମହିଳା ବିଚାରପତି”

ଆଇସିସି ଆଣିଲା ଷ୍ଟପ୍ କ୍ଲକ୍ ନିୟମ, ବିଳମ୍ବରେ ବୋଲିଂ କଲେ ଦଣ୍ଡ । ଗୋଟିଏ ମିନିଟରୁ ଅଧିକ ଟପିଲେ ୫ ରନର ପେନାଲ୍ଟି ।

କନକ ବ୍ୟୁରୋ : କ୍ରିକେଟ ମ୍ୟାଚ ହେବ ଆହୁରି ରୋମାଞ୍ଚକର । ଦିନିକିଆ ଓ ଟି-୨୦ ମ୍ୟାଚକୁ ଆହୁରି ରୋମାଞ୍ଚକର କରିବାକୁ ବଡ ନିଷ୍ପତ୍ତି ନେଇଛି ଆଇସିସି । ଯେଉଁଥିପାଇଁ ଷ୍ଟପ୍ କ୍ଲକ୍ ନିୟମ ଆଣିଛି । ଏହି ନିୟମ ଅନୁଯାୟୀ, ବୋଲିଂ କରୁଥିବା ଦଳ ଗୋଟିଏ ଓଭର ଶେଷ କରିବାର ୬୦ ସେକେଣ୍ଡ ମଧ୍ୟରେ ହିଁ ପରବର୍ତ୍ତୀ ଓଭର କରିବାକୁ ପଡିବ । ନଚେତ୍ ବୋଲିଂ କରୁଥିବା ଦଳକୁ ୫ ରନର ପେନାଲ୍ଟି ଗଣିବାକୁ ପଡିବContinue reading “ଆଇସିସି ଆଣିଲା ଷ୍ଟପ୍ କ୍ଲକ୍ ନିୟମ, ବିଳମ୍ବରେ ବୋଲିଂ କଲେ ଦଣ୍ଡ । ଗୋଟିଏ ମିନିଟରୁ ଅଧିକ ଟପିଲେ ୫ ରନର ପେନାଲ୍ଟି ।”

ଘୋଡା ଉପରୁ ଖସି ଆହତ ଅଭିନେତା ଶ୍ରୀତମ ଦାସ । ଅସ୍ତ୍ରୋପଚାର ହେବା ନେଇ ସୂଚନା ।

କନକ ବ୍ୟୁରୋ: ସୁଟିଂ ସେଟରେ ଆହତ ହେଲେ ଅଭିନେତା ଶ୍ରୀତମ୍ ଦାସ । ତାଙ୍କ ହାତରେ ଆଘାତ ଲାଗିଛି । ଏବେ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । କିଛି ସମୟ ପରେ ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି । ‘ନବକଳେବର’ ଫିଲ୍ମର ସୁଟିଂ ସେଟରେ ଆହତ ହୋଇଛନ୍ତି ଶ୍ରୀତମ୍ । ଏହି ସିନେମାରେ ଶ୍ରୀତମ ଦାସ ମୁକୁନ୍ଦ ଦେବ ଚରିତ୍ରରେ ଅଭିନୟ କରୁଛନ୍ତି । ଘୋଡାରେ ବସି ଯାଉଥିବାର ଏକ ଦୃଶ୍ୟ ସୁଟିଂ କରୁଥିଲେContinue reading “ଘୋଡା ଉପରୁ ଖସି ଆହତ ଅଭିନେତା ଶ୍ରୀତମ ଦାସ । ଅସ୍ତ୍ରୋପଚାର ହେବା ନେଇ ସୂଚନା ।”

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାଠ ଫାଳିଆରେ ମାଡ଼ । ଶିକ୍ଷକ ଓ ଅଭିଭାବକ ଭିତରେ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍ ।

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତ ବରାହି ଉଚ୍ଚ ବିଦ୍ୟାଳୟର ସ୍କୁଲ ଶିକ୍ଷକଙ୍କୁ ଆକ୍ରମଣ ଉଦ୍ୟମ । ଜଣେ ଅଭିଭାବକ କାଠ ଫାଳିଆରେ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ରହିଛି । ଏହାପରେ ବରାହି ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଧାରଣାରେ ବସିଛନ୍ତି । ନ୍ୟାୟ ନମିଳିଲେ ଆନ୍ଦୋଳନରୁ ହଟିବେ ନାହିଁ କି ପିଲାଙ୍କୁ ପାଠ ପଢାଇବେ ନାହିଁ ବୋଲି କହିଛନ୍ତି । ଗତକାଲି ସ୍କୁଲ ପରିସରରେ ଅଭିଭାବକ ମାନଙ୍କର ବୈଠକ ଥିଲା । ବୈଠକରେContinue reading “ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାଠ ଫାଳିଆରେ ମାଡ଼ । ଶିକ୍ଷକ ଓ ଅଭିଭାବକ ଭିତରେ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍ ।”

Design a site like this with WordPress.com
Get started