ୱେଷ୍ଟଇଣ୍ଡିଜ ଖେଳାଳୀ ମାରଲୋନ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ ବ୍ୟାନ୍ କଲା ଆଇସିସି, ଜାଣନ୍ତୁ କାରଣ

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଚର୍ଚ୍ଚିତ ଖେଳାଳୀ ମାର୍ଲୋନ ସାମୁଏଲ୍ସଙ୍କୁ ଅର୍ନ୍ତଜାତୀୟ କ୍ରିକେଟ ପରିଷଦ ୬ ବର୍ଷ ପାଇଁ ବ୍ୟାନ୍ କରିଛି । ସାମୁଏଲ୍ସ ୱେଷ୍ଟଇଣ୍ଡିଜ ପାଇଁ ଅନେକ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଘରୋଇ କ୍ରିକେଟ ଖେଳୁଛନ୍ତି । ହେଲେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଇସିସି ତାଙ୍କ ଉପରେ ୬ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି । ଏହିContinue reading “ୱେଷ୍ଟଇଣ୍ଡିଜ ଖେଳାଳୀ ମାରଲୋନ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ ବ୍ୟାନ୍ କଲା ଆଇସିସି, ଜାଣନ୍ତୁ କାରଣ”

୪୦୦୮୮ ଜଣ ଶ୍ରମିକ ଦାଦନ ଖଟିବାକୁ ଓଡ଼ିଶା ଛାଡିଛନ୍ତି । ୯ଟି ଜିଲ୍ଲାରେ ଜଣେ ବି ନାହାନ୍ତି ଦାଦନ, ବିଧାନସଭାରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ।

କନକ ବ୍ୟୁରୋ : ସରକାରୀ ଭାବେ ଓଡ଼ିଶାରେ ଦାଦନ ସଂଖ୍ୟା ୪୦୦୮୮ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ । ରାଜ୍ୟରୁ ୪୦୦୮୮ ଜଣ ଶ୍ରମିକ ବାହାର ରାଜ୍ୟ ତଥା ଦେଶକୁ ଦାଦନ ଖଟିବାକୁ ଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ଲାଇସେନ୍ସ ପ୍ରାପ୍ତ ୬୨୬ ଜଣ ଠିକାଦାର ଜରିଆରେ ଏହି ଶ୍ରମିକ ମାନେ ବାହାରକୁ ଯାଇଛନ୍ତି। ରାଜ୍ୟରେContinue reading “୪୦୦୮୮ ଜଣ ଶ୍ରମିକ ଦାଦନ ଖଟିବାକୁ ଓଡ଼ିଶା ଛାଡିଛନ୍ତି । ୯ଟି ଜିଲ୍ଲାରେ ଜଣେ ବି ନାହାନ୍ତି ଦାଦନ, ବିଧାନସଭାରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ।”

ଇସଲାମ ବିରୋଧୀ ଗ୍ରୀଟ୍ ବିଲଡର୍ସ ନେଦରଲ୍ୟାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ନୁପୁର ଶର୍ମାଙ୍କୁ କରିଥିଲେ ସମର୍ଥନ ।

ପୈଗମ୍ବର ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟ ଯୋଗୁ ଯେତେବେଳେ ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଥିଲେ, ସେତେବେଳେ ଗ୍ରୀଟ୍ ବିଲଡର୍ସ ତାଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଥିଲେ । ଜଣେ ସାଂସଦ ଭାବରେ ଗ୍ରୀଟ୍ ବିଲଡର୍ସ ଟ୍ୱିଟ୍ କରି କହିଥିଲେ ଯେ ଜଣେ ଭାରତୀୟ ନେତା ନୁପୁର ଶର୍ମା ମହମ୍ମଦଙ୍କ ବିଷୟରେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଏହି ବିବୃତ୍ତିContinue reading “ଇସଲାମ ବିରୋଧୀ ଗ୍ରୀଟ୍ ବିଲଡର୍ସ ନେଦରଲ୍ୟାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ନୁପୁର ଶର୍ମାଙ୍କୁ କରିଥିଲେ ସମର୍ଥନ ।”

ଜୀବନ ନେଉଛି ସଡକ ଦୁର୍ଘଟଣା । ଗତ ୫ ବର୍ଷରେ ସଡକ ଦୁର୍ଘଟଣାରେ ଯାଇଛି ୨୫୯୩୪ ଜଣଙ୍କ ଜୀବନ, ୨୦୨୨ରେ ଯାଇଛି ସର୍ବାଧିକ ଜୀବନ ।

କନକ ବ୍ୟୁରୋ : ରାଜ୍ୟରେ ବଢିଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ । ୫ ବର୍ଷର ରେକର୍ଡ ଭାଙ୍ଗିଛି ଗତ ୨୦୨୨ର ଦୁର୍ଘଟଣା । ୨୦୨୨ରେ ଯାଇଛି ସର୍ବାଧିକ ୫୪୬୭ ଜଣଙ୍କ ଜୀବନ । ସେହିଭଳି ୨୦୨୨ରେ ୧୧୬୬୩ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ୧୦୩୦୨ ଜଣ ଆହତ ହୋଇଛନ୍ତି । ସେହିପରି ଗତ ପାଞ୍ଚ ବର୍ଷରେ ମୋଟ ୫୪,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି। ଯେଉଁଥିରେ ୨୫,୯୩୪ ଜଣଙ୍କ ଜୀବନ ଯାଇଛି। ଆଉ ଆହତ ହୋଇଛନ୍ତି ୫୧,Continue reading “ଜୀବନ ନେଉଛି ସଡକ ଦୁର୍ଘଟଣା । ଗତ ୫ ବର୍ଷରେ ସଡକ ଦୁର୍ଘଟଣାରେ ଯାଇଛି ୨୫୯୩୪ ଜଣଙ୍କ ଜୀବନ, ୨୦୨୨ରେ ଯାଇଛି ସର୍ବାଧିକ ଜୀବନ ।”

ଲ୍ୟାଣ୍ଡିଙ୍ଗବେଳେ ସମୁଦ୍ରରେ ପଶିଗଲା ବିମାନ । ପହଁରି ପହଁରି ଜୀବନ ବଞ୍ଚାଇଲେ ପାଇଲଟ୍ ଓ ଯାତ୍ରୀ ।

କନକ ବ୍ୟୁରୋ: ଲ୍ୟାଣ୍ଡିଙ୍ଗ ସମୟରେ ବିମାନ ଏଭଳି ଦୁର୍ଘଟଣାର ଶିକାର ଲା ଯେ ସିଧା ଯାଇ ସମୁଦ୍ର ଭିତରେ । ହେଲେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସମସ୍ତେ ପହଁରି ପହଁରି କୂଳକୁ ଆସୁଥିବାବେଳେ ରେସ୍କ୍ୟୁ ଟିମ୍ ସେମାନଙ୍କୁ ଉଦ୍ଧାର କରିଥିଲେ । ସୂଚନା ମୁତାବକ, ଘଟଣା ସୋମବାର ଦ୍ୱିପହରର । ଆମେରିକା ନୌସେନାର ଏକ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଲ୍ୟାଣ୍ଡିଙ୍ଗ କରିବା ସମୟରେ ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଏହା ଭାରସାମ୍ୟ ରକ୍ଷା କରିନପାରି ସମୁଦ୍ର ସଂଲଗ୍ନContinue reading “ଲ୍ୟାଣ୍ଡିଙ୍ଗବେଳେ ସମୁଦ୍ରରେ ପଶିଗଲା ବିମାନ । ପହଁରି ପହଁରି ଜୀବନ ବଞ୍ଚାଇଲେ ପାଇଲଟ୍ ଓ ଯାତ୍ରୀ ।”

ଉତ୍ତରକାଶୀରେ ଅପରେସନ ଟନେଲ । ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆହୁରି ଲାଗିବ ୧୨ରୁ ୧୪ ଘଣ୍ଟା !

କନକ ବ୍ୟୁରୋ: ଟନେଲ ଭିତରେ ଆହୁରି ବିଳମ୍ବ ହେବ ଉଦ୍ଧାର କାର୍ଯ୍ୟ । ଉତ୍ତରକାଶୀ ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିବ । ଗତକାଲିଠୁ ଯଦିଓ ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଛି କିନ୍ତୁ ଏବେ ଆହୁରି ସମୟ ଲାଗିବ ବୋଲି ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି । ସେପଟେ ଉଦ୍ଧାର କାର୍ଯ୍ୟ ନେଇ ଏନଡିଆରଏଫ ଡିଜି କହିଛନ୍ତି, ଡ୍ରିଲିଂ କାମ ଶେଷ ହେବାପରେ ଯଥାଶ୍ରୀଘ୍ର ତାଙ୍କୁ ବାହାରକୁ ଆଣିବାକୁContinue reading “ଉତ୍ତରକାଶୀରେ ଅପରେସନ ଟନେଲ । ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆହୁରି ଲାଗିବ ୧୨ରୁ ୧୪ ଘଣ୍ଟା !”

ପଞ୍ଚୁକର ପ୍ରଥମ ଦିନରେ ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଭକ୍ତଙ୍କ ପ୍ରବଳ ଭିଡ ।

କନକ ବ୍ୟୁରୋ: ପଞ୍ଚୁକ ପାଇଁ ବାବା ଧବଳେଶ୍ୱରଙ୍କ ପାଖରେ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍ । ରାତି ୩ଟା ସମୟରେ ଦ୍ୱାର ଫିଟାଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଛି । ତାପରେ ମଇଲମ, ମଙ୍ଗଳ ଆରତୀ ଆଦି ସମସ୍ତ ରୀତି ନୀତି କରଯାଇ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡା ଯାଇଥିଲା । ପଂଚୁକରେ ବାବା ଧବଳେଶ୍ୱର ଚନ୍ଦ୍ର ମଉଳି ବେଶରେ ଦର୍ଶନ ଦେଉଛନ୍ତି । ଏହି ଦିନରେ ବାବାଙ୍କ ଏହି ଚନ୍ଦ୍ରମଉଳି ବେଶରେ ଦର୍ଶନContinue reading “ପଞ୍ଚୁକର ପ୍ରଥମ ଦିନରେ ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଭକ୍ତଙ୍କ ପ୍ରବଳ ଭିଡ ।”

ପ୍ରତି ୧୦ ଜଣ  ବନ୍ଧକଙ୍କ ବଦଳରେ ଗୋଟିଏ ଦିନର ଅସ୍ତ୍ରବିରତି । ହମାସକୁ ନେତାନ୍ୟାହୁ ଦେଲେ ଏହି ନୂତନ ପ୍ରସ୍ତାବ

ହମାସ କବଳରେ ବନ୍ଧକ ଥିବା ଇସ୍ରାଏଲ ନାଗରିକଙ୍କ ମୁକ୍ତି ପାଇଁ ଆଲୋଚନା ଚାଲିଛି । ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସଙ୍କ ଆଗରେ ଏକ ନୂଆ ସର୍ତ୍ତ ରଖିଛନ୍ତି । ମଙ୍ଗଳବାର ଦିନ ନେତାନ୍ୟାହୁ କହିଛନ୍ତି ଯେ ମୁକ୍ତ ହେବାକୁ ଥିବା ପ୍ରତି ଦଶ ଜଣ ବନ୍ଧକଙ୍କ ପାଇଁ ଗୋଟିଏ ଦିନର ଅସ୍ତ୍ରବିରତି ହେବ। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ନେଇ  ଆଲୋଚନା ଚାଲିଛି । ଏହି ଅସ୍ତ୍ରବିରତି ବଦଳରେ ହମାସ କବଳରେContinue reading “ପ୍ରତି ୧୦ ଜଣ  ବନ୍ଧକଙ୍କ ବଦଳରେ ଗୋଟିଏ ଦିନର ଅସ୍ତ୍ରବିରତି । ହମାସକୁ ନେତାନ୍ୟାହୁ ଦେଲେ ଏହି ନୂତନ ପ୍ରସ୍ତାବ”

କୁକୁର ପାଇଁ ବିଜ୍ଞାପନ । ପିପିଲିରୁ ଆସିଲା ଅଜବ ଦୃଶ୍ୟ । ପୋଷା କୁକୁର ହଜିଥିବା ନେଇ ବିଜ୍ଞାପନ ଦେଲେ ମାଲିକ

କନକ ବ୍ୟୁରୋ: କୁକୁର ପାଇଁ ବିଜ୍ଞାପନ । ନିଜ ପୋଷା କୁକୁର ହଜିଥିବା ବେଳେ ଏନେଇ ବିଜ୍ଞାପନ ଦେଇଛନ୍ତି କୁକୁର ମାଲିକ । ହଜିଥିବା କୁକରୁ ଖୋଜିଦେବାକୁ ଯୋଗଯୋଗ ନମ୍ବର ଦେଇଛନ୍ତି । ପିପିଲି ଦାଣ୍ଡମୁକୁନ୍ଦପୁରରେ ଜଣେ ମହିଳାଙ୍କ ପୋଷା କୁକୁର ଚୋରି ଘଟଣା ପରେ ମହିଳା ଜଣକ କୁକୁରଟିକୁ ଖୋଜି ଅଣିବାକୁ ଅନୁରୋଧ କରିଛନ୍ତି । କୁକୁରଟି ଦାଣ୍ଡରେ ବୁଲୁଥିବା ସମୟେରେ କେହି ଚୋରି କରି ନେଇଯାଇଥିବା କହିଛନ୍ତି ମହିଳା ଜଣକ । କୁକୁରଟି ବାହାରେContinue reading “କୁକୁର ପାଇଁ ବିଜ୍ଞାପନ । ପିପିଲିରୁ ଆସିଲା ଅଜବ ଦୃଶ୍ୟ । ପୋଷା କୁକୁର ହଜିଥିବା ନେଇ ବିଜ୍ଞାପନ ଦେଲେ ମାଲିକ”

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ବିକ୍ଷୋଭ । ହଷ୍ଟେଲରେ ଏକାଧିକ ସମସ୍ୟା ନେଇ ଦେଲେ ଧାରଣା ।

କନକ ବ୍ୟୁରୋ: ହଷ୍ଟେଲରେ ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ । ସମସ୍ୟାର ସମଧାନ ନହେବାରୁ ଏକାଠି ହୋଇ ରାସ୍ତାରେ ଧାରଣାରେ ବସିଛନ୍ତି । କୋରାପୁଟ ସୁନାବେଡାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରୀ ହଷ୍ଟେଲରେ ବିଭିନ୍ନ ସମସ୍ୟା । ପିଲାମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ବେଳେ ସଠିକ୍ ଭାବେ ସଫେଇ କରାଯାଉନି । ଏପରିକି ପ୍ରତି ଦିନ ବିଦ୍ୟୁତ ସମସ୍ୟାରୁ ପାଣି ସମସ୍ୟା ଲାଗି ରହିଛି । ବିଭିନ୍ନ ସମସ୍ୟା ନେଇ ବାରମ୍ବାର କୂଳପତିଙ୍କୁContinue reading “କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ବିକ୍ଷୋଭ । ହଷ୍ଟେଲରେ ଏକାଧିକ ସମସ୍ୟା ନେଇ ଦେଲେ ଧାରଣା ।”

Design a site like this with WordPress.com
Get started