ଚୀନରେ ଆଉ ଏକ ମହାମାରୀର ବିପଦ! ବିଦ୍ୟାଳୟରେ ପିଲାଙ୍କୁ ବ୍ୟାପୁଛି ରହସ୍ୟମୟୀ ସଂକ୍ରମଣ । ବିଦ୍ୟାଳୟ ବନ୍ଦ କରିବାକୁ ଚାଲିଛି ପ୍ରସ୍ତୁତି ।

କନକ ବ୍ୟୁରୋ: ଏବେ ଚୀନ୍‌ର ସ୍କୁଲ୍‌ଗୁଡ଼ିକରେ ଗୋଟାଏ ରହସ୍ୟଜନକ ମହାମାରୀ ମୁଣ୍ଡ ଟେକୁଛି । ଅଜବ ଧରଣର ନିମୋନିଆ ବ୍ୟାପିଥିବାରୁ ଏଥିରେ ଅଧିକ ସଂଖ୍ୟାରେ ପିଲାମାନେ ସଂକ୍ରମଣ ହେଉଥିବା ଜଣାପଡିଛି । ବେଜିଂ ଏବଂ ଲିଓନିଂର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅସୁସ୍ଥ ଶିଶୁଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି। ଏଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଡାକ୍ତରଖାନାର ସମ୍ବଳ ଉପରେ ଚାପ ବଢ଼ୁଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଏହି ଅଜଣା ନିମୋନିଆ ଦ୍ୱାରାContinue reading “ଚୀନରେ ଆଉ ଏକ ମହାମାରୀର ବିପଦ! ବିଦ୍ୟାଳୟରେ ପିଲାଙ୍କୁ ବ୍ୟାପୁଛି ରହସ୍ୟମୟୀ ସଂକ୍ରମଣ । ବିଦ୍ୟାଳୟ ବନ୍ଦ କରିବାକୁ ଚାଲିଛି ପ୍ରସ୍ତୁତି ।”

କେନ୍ଦୁଝର, ହାଟଡିହିରେ ଦନ୍ତା ଆତଙ୍କ । ଭାଙ୍ଗୁଛି ଘର ଦ୍ୱାର, ଦଳିଦେଉଛି ଏକରଏକର ଜମିରେ ଫସଲ । ଘଉଡାଇବାକୁ ନାକେଦମ୍ ବନବିଭାଗ ।

କନକ ବ୍ୟୁରୋ: ଗାଁରେ ପଶି ଆତଙ୍କ ଖେଳାଇଛି ହାତୀ । ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛି । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଂଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରେ ହାତୀ ଆତଙ୍କ ଖେଳାଇଛି । ଗାଁରେ ଘରେ ଘରେ ଲୋକେ ଭୟଭୀତ ହୋଇପଡିଥିବା ବେଳେ ତାଟି କବାଟ ପଡିଛି । ହାତୀ ଘରଦ୍ୱାର ଭାଙ୍ଗିଥିବା ବେଳେ ଲୋକଙ୍କୁ ଆକ୍ରମଣ ମଧ୍ୟ କରିଛି । ହାତୀ ଆକ୍ରମଣ କରିContinue reading “କେନ୍ଦୁଝର, ହାଟଡିହିରେ ଦନ୍ତା ଆତଙ୍କ । ଭାଙ୍ଗୁଛି ଘର ଦ୍ୱାର, ଦଳିଦେଉଛି ଏକରଏକର ଜମିରେ ଫସଲ । ଘଉଡାଇବାକୁ ନାକେଦମ୍ ବନବିଭାଗ ।”

ଆଉ ମାତ୍ର ଅଳ୍ପ ସମୟ… ଶେଷ ପର୍ଯ୍ୟାୟରେ ଉଦ୍ଧାର କାମ । ବାକି ରହିଛି ୧୨ ମିଟର ଖନନ ।

କନକ ବ୍ୟୁରୋ: ଦିନ ଯେତେ ଯେତେ ଫର୍ଚ୍ଚା ହେଉଛି, ଉଦ୍ଧାରର ଆଶା ସେତେସେତେ ଉଜ୍ଜୀବିତ ହେଉଛି । ବୋଧହୁଏ ଭାରତର ଇତିହାସରେ ଏ ଟନେଲ ଟ୍ରାଜେଡି ସବୁଦିନ ମନେରହିବ । ଯେଉଁଠି ଶ୍ରମିକଙ୍କ ଉଦ୍ଧାର ପାଇଁ ରାତିଦିନ ଏକ କରିଦେଇଛନ୍ତି ଉଦ୍ଧାରକାରୀ ଦଳ । ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜୋରଦାର ଚାଲିଥିବା ବେଳେ ଆସିଛି ଭଲ ଖବର । ଶେଷ ପର୍ଯ୍ୟାୟରେ ସିଲକ୍ୟାରା ଟନେଲ ଉଦ୍ଧାର କାମ । ଆଉ ବାକି ରହିଛିContinue reading “ଆଉ ମାତ୍ର ଅଳ୍ପ ସମୟ… ଶେଷ ପର୍ଯ୍ୟାୟରେ ଉଦ୍ଧାର କାମ । ବାକି ରହିଛି ୧୨ ମିଟର ଖନନ ।”

ଜମ୍ମୁକାଶ୍ମୀର ରାଜୌରୀରେ ଚାଲିଛି ବଡ ଧରଣର ଏନକାଉଣ୍ଟର । । ଦୁଇ ସେନା ଅଧିକାରୀଙ୍କ ସମେତ ୪ ସହିଦ । ଜଣେ ଆତଙ୍କବାଦୀ ନିପାତ ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ରଜୌରୀ ଅନନ୍ତନାଗ ସେକ୍ଟରରେ ଆତଙ୍କବାଦୀ-ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ, ଭାରତୀୟ ସେନାର ଦୁଇ ଅଧିକାରୀଙ୍କ ସହ ୪ ଜଣ ସହୀଦ ହୋଇଛନ୍ତି । ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଲୁଚିରହିଥିବା ସୂଚନା ମଳିଛି । ରାଜୌରୀ ଅଂଚଳରେ କିଛି ଆତଙ୍କୀ ଲୁଚି ରହିଥିବା ପରେ ଖବର ପାଇବା ପରେ ସେନା ପକ୍ଷରୁ ଆତଙ୍କୀ ଆଡ୍ଡା ଉପରକୁ ଗୁଳିମାଡ କରାଯାଇଥିଲା । ଧରାମସାଲର ବାଜିମାଲ ଅଚଳରେ ଭାରତୀୟContinue reading “ଜମ୍ମୁକାଶ୍ମୀର ରାଜୌରୀରେ ଚାଲିଛି ବଡ ଧରଣର ଏନକାଉଣ୍ଟର । । ଦୁଇ ସେନା ଅଧିକାରୀଙ୍କ ସମେତ ୪ ସହିଦ । ଜଣେ ଆତଙ୍କବାଦୀ ନିପାତ ।”

ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପୁସ୍ତକ ‘ହାର୍ଟବିଟ୍’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ପ୍ରଦର୍ଶନର ବୁଲି ଦେଖିଲେ ।

କନକ ବ୍ୟୁରୋ: ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ କଫିଟେବଲ ପୁସ୍ତକ ‘ହାର୍ଟବିଟ୍’କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇ ସ୍ଥିତ ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଫଟୋ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଦିନିଆ ମୁମ୍ବାଇ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହ ଏହାର ଖୁବ୍ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏସିଆନ୍ ହାର୍ଟContinue reading “ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପୁସ୍ତକ ‘ହାର୍ଟବିଟ୍’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ପ୍ରଦର୍ଶନର ବୁଲି ଦେଖିଲେ ।”

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ଜୋରଦାର ହଙ୍ଗାମା । ଅପରାହ୍ନ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି ।

କନକ ବ୍ୟୁରୋ: ଆଜି ବି ଚାଲିପାରିଲାନି ବିଧାନସଭା ଗୃହକାର୍ଯ୍ୟ । ଶୀତଅଧିବେଶନର ତୃତୀୟ ଦିନରେ ମଧ୍ୟ ବିରୋଧୀ ଜୋରଦାର ହଙ୍ଗାମା କରିବା ସହ ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇ ବିରୋଧୀ ପ୍ଲାକାର୍ଡ ଧରି ପ୍ରତିବାଦ କରିବାରୁ ପ୍ରଶ୍ନକାର୍ଯ୍ୟ ସମ୍ଭବ ହୋଇନଥିଲା । ବାଧ୍ୟହୋଇ ଆଜି ମଧ୍ୟ ବାଚସ୍ପତି ଗୃହକୁ ଅପରରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି । The post ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ଜୋରଦାର ହଙ୍ଗାମା । ଅପରାହ୍ନ ୪ଟା ଯାଏଁContinue reading “ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ଜୋରଦାର ହଙ୍ଗାମା । ଅପରାହ୍ନ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି ।”

କଟକ ବାଲିଯାତ୍ରାକୁ ମିଳିବନି ଜାତୀୟ ମାନ୍ୟତା । ଚିଠି ଲେଖି ଜଣାଇଲା କେନ୍ଦ୍ର ସଂସ୍କୃତି ବିଭାଗ ।

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରକୁ ମିଳିବନି ଜାତୀୟ ମାନ୍ୟତା । ଏନେଇ ରାଜ୍ୟକୁ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ଜାତୀୟ ମାନ୍ୟତା ନମିଳିବା ନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ । ଜାତୀୟ ମାନ୍ୟତା ଦେବାକୁ ଆମର ଆବେଦନ ଜାରି ରହିବ ଏବଂ ଆଗାମୀ ସମୟରେ ସଂସଦରେ ଏହି ପ୍ରସଙ୍ଗ ଉଠିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସୁବାସ ସିଂ । ତେବେ ହଜାରେ ବର୍ଷର ସହରContinue reading “କଟକ ବାଲିଯାତ୍ରାକୁ ମିଳିବନି ଜାତୀୟ ମାନ୍ୟତା । ଚିଠି ଲେଖି ଜଣାଇଲା କେନ୍ଦ୍ର ସଂସ୍କୃତି ବିଭାଗ ।”

ଆସିଲାଣି ଶୀତ, ଆକ୍ରାନ୍ତ କରୁଛି ଥଣ୍ଡା, ଜ୍ୱର, କାଶ ସମସ୍ୟା । ଜାଣନ୍ତୁ ଏଥିରୁ ମୁକ୍ତି ପାଇବାର ଆୟୁର୍ବେଦ ଉପାୟ ।

କନକ ବ୍ୟୁରୋ: ଶୀତ ପଡିବା ପରେ ଅଧିକାଂଶ ଲୋକ ଥଣ୍ଡା, ଜ୍ୱର ଓ କାଶରେ ଆକ୍ରାନ୍ତ ହୋଇଛନ୍ତି । ବିଶେଷ କରି ଛୋଟ ପିଲା ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ଶୀତ ଦିନରେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଥିବା ଲୋକଙ୍କ ଯନ୍ତ୍ରଣା ବଢ଼ି ଯାଇଛି । ତେବେ ଏସବୁ ରୋଗର କେମିତି ଘରୋଇ ଉପଚାର କରାଯାଇ ପାରିବ । ଶୀତ ଦିନରେ ଥଣ୍ଡା ବଢ଼ିବା ସହ ବଢ଼ିବାରେ ଲାଗିଛି, ଜ୍ୱର ଓ ଥଣ୍ଡା ରୋଗୀଙ୍କContinue reading “ଆସିଲାଣି ଶୀତ, ଆକ୍ରାନ୍ତ କରୁଛି ଥଣ୍ଡା, ଜ୍ୱର, କାଶ ସମସ୍ୟା । ଜାଣନ୍ତୁ ଏଥିରୁ ମୁକ୍ତି ପାଇବାର ଆୟୁର୍ବେଦ ଉପାୟ ।”

ଅନ୍ଧାର ଟନେଲରେ ଫଶିଛନ୍ତି ଭଗବାନ ଭତ୍ରା । ଆଜି ଉଦ୍ଧାର ଖବର ଶୁଣିବା ପରେ ପୁରା ପରିବାରେ ଖୁସିର ମାହୋଲ

କନକ ବ୍ୟୁରୋ:ଆଉ କିଛି ମୁହର୍ତ୍ତ ପରେ ବାହାରିବେ ଉତରାଖଣ୍ଡ ଉତ୍ତରକାଶି ଟନେଲ ରେ ଫସି ରହିଥିବା ସମସ୍ତ ଶ୍ରମିକ । ଶ୍ରମିକଙ୍କ ଭିତରେ ଓଡ଼ିଶାର ପାଞ୍ଚ ଜଣ ଶ୍ରମିକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ତାଲବେଡ଼ା ଗାଁର ଭଗବାନ ଭତ୍ରା । ଉଦ୍ଧାର କାମ ଏବେ ଶେଷ ପର୍ଯ୍ୟାୟରେ ଥିବା ଖବର ମିଳିବା ପରେ ଭଗବାନଙ୍କ ଗାଁରେ ଏବେ ଖୁସିର ମାହୋଲ । ପରିବାର ଓ ଗାଁ ଲୋକେ ପ୍ରତିକ୍ଷଣ ଖବରContinue reading “ଅନ୍ଧାର ଟନେଲରେ ଫଶିଛନ୍ତି ଭଗବାନ ଭତ୍ରା । ଆଜି ଉଦ୍ଧାର ଖବର ଶୁଣିବା ପରେ ପୁରା ପରିବାରେ ଖୁସିର ମାହୋଲ”

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟ୍ । ୧୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ । ଦୁଇ ନାବାଳକଙ୍କୁ ଅଟକ, ୨ ଫେରାର ।

କନକ ବ୍ୟୁରୋ: ରାଜଧାନୀରେ ଦିନ ଦ୍ୱିପହରରେ ଲୁଟ୍ । ୧୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ । ଭୁବନେଶ୍ୱର ଗ୍ୟାରେଜ ଛକ ନିକଟରେ ଏପରି ଘଟଣା ଘଟିଛି । ଆଇନଜୀବୀ ସ୍ୱଧା ଧଳ ଘରେ କେହି ନଥିବା ବେଳେ ଏହି ଲୁଟ ହୋଇଛି । ଦିନ ପ୍ରାୟ ଗୋଟାଏ ବେଳେ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଅଭିଯୋଗ ପାଇବା ପରେ କମିସନରେଟ୍ ପୁଲିସ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଛିContinue reading “ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟ୍ । ୧୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ । ଦୁଇ ନାବାଳକଙ୍କୁ ଅଟକ, ୨ ଫେରାର ।”

Design a site like this with WordPress.com
Get started