ୟଙ୍ଗ ଇଣ୍ଡିଆ ସମ୍ପତି ଅସ୍ଥାୟୀ ଜବତକୁ ନେଇ ତେଜିଲା ରାଜନୀତି ।ଇଡି ଉପରେ ବିରୋଧୀ ଉଠାଇଲେ ପ୍ରଶ୍ନ, ବିଜେପିକୁ କଲେ ଦାୟୀ

କନକ ବ୍ୟୁରୋ : ନ୍ୟାସନାଲ ହେରଲ୍ଡ ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ଦୁନିଆରେ ଝଡ଼ ଦେଖାଦେଇଛି । ଇଡିର କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି । ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଜାଣିଶୁଣି ଏଭଳି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟସଭା ସାଂସଦ କପିଲଲ ସିବଲ କହିଛନ୍ତି ଆଇନ କ’ଣ କହୁଛି ତାହା ଇଡି ଜାଣିବା ଉଚିତ । ସେପଟେ ବିରୋଧୀ କହିଛନ୍ତି ନିର୍ବାଚନ ସମୟରେ ବିଜେପି ସରକାରୀContinue reading “ୟଙ୍ଗ ଇଣ୍ଡିଆ ସମ୍ପତି ଅସ୍ଥାୟୀ ଜବତକୁ ନେଇ ତେଜିଲା ରାଜନୀତି ।ଇଡି ଉପରେ ବିରୋଧୀ ଉଠାଇଲେ ପ୍ରଶ୍ନ, ବିଜେପିକୁ କଲେ ଦାୟୀ”

ଜମ୍ମୁକାଶ୍ମୀରରେ ଚାଲିଛି ବଡ ଧରଣର ଏନକାଉଁଟର । ସେନା–ଆତଙ୍କୀ ଗୁଳିବିନିମୟରେ ୩ଜଣ ଭାରତୀୟ ଯବାନ ସହିଦ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ରଜୌରୀ ଅନନ୍ତନାଗ ସେକ୍ଟରରେ ଆତଙ୍କବାଦୀ-ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ, ୩ଯବାନ ସହୀଦ ହୋଇଥିବା ସୂଚନା । ଆତଙ୍କୀଙ୍କୁ ନିପାତ ପାଇଁ ଭାରତୀୟ ସେନା ପକ୍ଷରୁ ଜୋରଦାର କରାଯାଇଛି ସର୍ଚ୍ଚ ଅପରେସନ । ରଜୌରୀ ଅଂଚଳରେ କିଛି ଆତଙ୍କୀ ଲୁଚି ରହିଥିବା ପରେ ଖବର ପାଇବା ପରେ ସେନା ପକ୍ଷରୁ ଆତଙ୍କୀ ଆଡ୍ଡା ଉପରକୁ ଗୁଳିମାଡ କରାଯାଇଥିଲା । ଆତଙ୍କୀଙ୍କ ସହ ଗୁଳି ବିନିମୟରେ ୩ ଭାରତୀୟ ଯବାନ ଶହୀଦ ହୋଇଛନ୍ତିContinue reading “ଜମ୍ମୁକାଶ୍ମୀରରେ ଚାଲିଛି ବଡ ଧରଣର ଏନକାଉଁଟର । ସେନା–ଆତଙ୍କୀ ଗୁଳିବିନିମୟରେ ୩ଜଣ ଭାରତୀୟ ଯବାନ ସହିଦ”

ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେଉ ରାମାୟଣ, ମହାଭାରତ

କନକ ବ୍ୟୁରୋ : ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହୋଇପାରେ ରାମାୟଣ, ମହାଭାରତ । ଏନେଇ ଏନସିଇଆରଟିର ୭ ଜଣିଆ କମିଟି ସୁପାରିଶ କରିଛି । ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି । ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ସୁପାରିଶ କରାଯାଇଛି । ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ବା ଏନ୍ସିଇଆରଟିର ୭ଜଣିଆ କମିଟି ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅର୍ନ୍ତଭୁକ୍ତ କରିବା ଲାଗି ସୁପାରିଶContinue reading “ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେଉ ରାମାୟଣ, ମହାଭାରତ”

ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା!

କନକ ବ୍ୟୁରୋ : ଉତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ସାମ୍ନାରେ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ, ବଡ଼ ଆଶ୍ୱସ୍ତି ଆଣିଦେଇଛି । ଫସିରହିଥିବା ଶ୍ରମିକମାନେ ଶୀଘ୍ର ଉଦ୍ଧାର ପାଇବେ ବୋଲି ଆଶା ସଂଚାର ହୋଇଛି । ସୁଡ଼ଙ୍ଗର ଭଗ୍ନାବଶେଷ ଦେଇ ସମାନ୍ତରାଳ ଭାବେ ଯେଉଁ ପାଇପ ଖଞ୍ଜା ଯାଉଛି, ତାହା ପ୍ରାୟ ୬୭ ପ୍ରତିଶତ ପ୍ରବେଶ କରିସାରିଛି । ଆଉ ମାତ୍ର କିଛି ମିଟରେ ପରେ ଶ୍ରମିକଙ୍କ ପାଖରେ ଏହି ପାଇପ ପହଂଚିଯିବ । ଏବଂ ପ୍ରାୟ ୯୦୦Continue reading “ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା!”

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଜବାବ ରଖିଲା ପତଞ୍ଜଳୀ । ଅଭିଯୋଗକୁ ଖଣ୍ଡନ କଲେ ଯୋଗଗୁରୁ ବାବା ରାମଦେବ

କନକ ବ୍ୟୁରୋ : ପତଞ୍ଜଳୀକୁ ସୁପ୍ରିମକୋର୍ଟ ତାଗିଦ କରିବା ପରେ ଏବେ ଏନେଇ ସାମ୍ବାଦିକ ସମ୍ମିଳୀନରେ ସଫେଇ ରଖିଛନ୍ତି ଯୋଗ ଗୁରୁବାବା ରାମଦେବ । ରାମଦେବ କହିଛନ୍ତି ପତଞ୍ଜଳୀ ନିକଟରେ ସେହି ସବୁ ଅଭିଜ୍ଞତା ଓ ଅନୁଭୂତି ରହିଛି ଯାହା ଦ୍ୱାରା ସାରାବିଶ୍ୱରେ ବିଶ୍ୱସନୀୟ ସ୍ୱାସ୍ଥ୍ୟସେବା ଯୋଗାଇପାରୁଛି । ପତଞ୍ଜଳୀ ଏଲୋପାଥୀ ଔଷଧ ଓ ଚିକିତ୍ସା ବିରୋଧରେ ମିଛ, ଭୁଲ ଓ ଭ୍ରମାତ୍ମକ ବିଜ୍ଞାପନ କରିନି । ପତଞ୍ଜଳୀ ବିରୋଧରେ ଅପ୍ରଚାର କରାଯାଉଛି । ମେଡିକାଲ ଚିକିତ୍ସାରେContinue reading “ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଜବାବ ରଖିଲା ପତଞ୍ଜଳୀ । ଅଭିଯୋଗକୁ ଖଣ୍ଡନ କଲେ ଯୋଗଗୁରୁ ବାବା ରାମଦେବ”

ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ

କନକ ବ୍ୟୁରୋ : ଜାନୁଆରୀ ୧୫ରୁ ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚ । ଆରମ୍ଭ ହେବ ବରଗଡ ଧନୁଯାତ୍ରା । ୨୫ ତାରିଖ ଯାଏଁ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ପାଲଟିବ ଗୋପପୁର । ବିଶ୍ୱର ବଡ ମୁକ୍ତାକାଶ ରଙ୍ଗମଂଚରେ କୃଷ୍ଣଜନ୍ମଠୁ ଆରମ୍ଭ କରି କଂସବଧ ଯାଏଁ ବିଭିନ୍ନ ଦୃଶ୍ୟ ଅଭିନୀତ ହେବ । ବରଗଡ ଧନୁଯାତ୍ରାContinue reading “ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ”

ଚିକ୍କଣ କଥା କହି ଟଙ୍କା ଚଳୁ! ମୋଟିଭେସନାଲ ସ୍ପିକର ଲୁଟିନେଲେ କୋଟି କୋଟି

କନକ ବ୍ୟୁରୋ : ନିିତିନ ମୋହନ ଲାଲ , ମୋଟିଭେସନାଲ ସ୍ପିକର । ଦିଲ୍ଲୀରେ ଅଫିସ । ନିତିନ ନିଜ ଅଫିସ ଜରିଆରେ ଜଣେ ବ୍ୟକ୍ତି ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ସମସ୍ୟାର ସମାଧାନ କରିଦିଅନ୍ତି ବୋଲି ଦାବି କରିଥାନ୍ତି । ବିଭିନ୍ନ ଅନଲାଇନ ଆପ୍ଲିକେଶନରେ ସକ୍ରିୟ ରହିଥାନ୍ତି । କିନ୍ତୁ ଏହି ନିତିନ ମୋହନ ଏବେ ମିଠା କଥା କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏ ନେଇContinue reading “ଚିକ୍କଣ କଥା କହି ଟଙ୍କା ଚଳୁ! ମୋଟିଭେସନାଲ ସ୍ପିକର ଲୁଟିନେଲେ କୋଟି କୋଟି”

ରାଜଧାନୀ ରାସ୍ତାରେ ବସ୍ତିବାସିନ୍ଦା । ଜମିପଟ୍ଟା ଦାବିରେ ରାସ୍ତାଜାମ

କନକ ବ୍ୟୁରୋ : ରାଜସ୍ୱ ଜମି ପଟ୍ଟା ପ୍ରଦାନ ଦାବିରେ ରାଜଧାନୀରେ ତେଜିଛି ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇ ଗର୍ଜ୍ଜନ କରିଛନ୍ତି ଭୁବନେଶ୍ୱର ସାଲିଆ ସାହି ବସ୍ତିବାସିନ୍ଦା । ଶହ ଶହ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ବିଧାନସଭା ଘେରାଉ ପାଇଁ ବିଶାଳ ଶୋଭାଯାତ୍ରା କରି ଯାଉଥିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ପୋଲିସ ଅଟକାଇବାରୁ ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଥିଲେ । ଆଉ ବେଶContinue reading “ରାଜଧାନୀ ରାସ୍ତାରେ ବସ୍ତିବାସିନ୍ଦା । ଜମିପଟ୍ଟା ଦାବିରେ ରାସ୍ତାଜାମ”

ଗ୍ରୀସର ଏଥେନ୍ସରେ ଅନୁଷ୍ଠିତ ୧୯ତମ ପ୍ୟାନେଲେନିକ୍ ହୋମିଓପାଥିକ ସମ୍ମିଳନୀରେ ନିଜ ରିସର୍ଚ୍ଚ ପେପର ଉପସ୍ଥାପନ କରିବେ ଝାରସୁଗୁଡାର ଜଣାଶୁଣା ଡାକ୍ତର ।

କନକ ବ୍ୟୁରୋ: ଝାରସୁଗୁଡାର ଜେଡିଏସ୍ ହୋମିଓପାଥିକ୍ ହସ୍ପିଟାଲର ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ହୋମିଓପାଥ୍ ଡକ୍ଟର ଦେଓଶ୍ଲୋକ ଶର୍ମାଙ୍କ ପୁଅ ଡକ୍ଟର ଜିତେଶ ଶର୍ମା, ଗ୍ରୀସର ଏଥେନ୍ସରେ ଅନୁଷ୍ଠିତ ୨୪ ନଭେମ୍ବର ୨୦୨୩ରେ ୧୯ ତମ ପ୍ୟାନେଲେନିକ୍ ହୋମିଓପାଥିକ ସମ୍ମିଳନୀରେ ଏକ ଭୂମିପୂଜନ ଅନୁସନ୍ଧାନ କାଗଜ ଉପସ୍ଥାପନ କରିବାକୁ ମନୋନୀତ ହୋଇଛନ୍ତି । ହୋମିଓପାଥିକ ଔଷଧରେ ତାଙ୍କର ପାରଦର୍ଶିତା ପାଇଁ ଡକ୍ଟର ଜିତେଶ ଶର୍ମା ସ୍ୱୀକୃତିପ୍ରାପ୍ତ, ବିଭିନ୍ନ ଆନ୍ତର୍ଜାତୀୟ ସମ୍ମିଳନୀରେ ଧ୍ୟାନ ଆକର୍ଷଣ କରିଥିବା ମାମଲାଗୁଡ଼ିକର ସଫଳ ଚିକିତ୍ସାContinue reading “ଗ୍ରୀସର ଏଥେନ୍ସରେ ଅନୁଷ୍ଠିତ ୧୯ତମ ପ୍ୟାନେଲେନିକ୍ ହୋମିଓପାଥିକ ସମ୍ମିଳନୀରେ ନିଜ ରିସର୍ଚ୍ଚ ପେପର ଉପସ୍ଥାପନ କରିବେ ଝାରସୁଗୁଡାର ଜଣାଶୁଣା ଡାକ୍ତର ।”

କିଛି ପେଟ୍ରୋଲ ପମ୍ପ ନାମରେ ସାଂଘାତିକ ଅଭିଯୋଗ । ତେଲର ମାନ ଓ ମାପକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାହକ

କନକ ବ୍ୟୁରୋ : ଗାଡ଼ିରେ ପକାଉଥିବା ପେଟ୍ରୋଲ୍ର ମାନ ଠିକ୍ ଅଛି ତ? ଯେଉଁ ପରିମାଣର ପେଟ୍ରୋଲ ପକାଉଛନ୍ତି, ପ୍ରକୃତରେ ସେତିକି ମିଳୁଛି ତ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଥାଏ । ଏବେ ସାବଧାନ ହୋଇଯାଆନ୍ତୁ, କାରଣ କିଛି ପେଟ୍ରୋଲ ପମ୍ପରେ ହେଉଛି ବ୍ୟାପକ ହେରଫେର । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି, ତାହା ଅତି ଉଦବେଗଜନକ । ନଜର ପକାନ୍ତୁ, ବିଧାନସଭାର ଏହି ଅଣତାରକା ପ୍ରଶ୍ନ ଓ ଏହାର ଉତର ଉପରେContinue reading “କିଛି ପେଟ୍ରୋଲ ପମ୍ପ ନାମରେ ସାଂଘାତିକ ଅଭିଯୋଗ । ତେଲର ମାନ ଓ ମାପକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାହକ”

Design a site like this with WordPress.com
Get started