ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା । ଜାଣନ୍ତୁ କାହିଁକି ଜରିମାନା ଲଗାଇଲା ଡିଜିସିଏ

କନକ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତରପରୁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏନେଇ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି କି, ଏୟାର ଇଣ୍ଡିଆ ତରଫରୁ ବୈଧ ଟିକେଟ ଥିବା ଯାତ୍ରୀଙ୍କୁ ବିମାନରେ ଚଢିବାକୁ ନ ଦିଆଯିବା କାରଣରୁ ଏହି ଜରିମାନା ଲଗାଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ମଙ୍ଗଳବାର ଦିନ କହିଛି କି ଏୟାର ଇଣ୍ଡିଆ ତରଫରୁ ବୈଧ ଟିକେଟ ରଖିଥିବା ଯାତ୍ରୀଙ୍କୁContinue reading “ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା । ଜାଣନ୍ତୁ କାହିଁକି ଜରିମାନା ଲଗାଇଲା ଡିଜିସିଏ”

ହଲାଲ୍ ପ୍ରମାଣପତ୍ର କ’ଣ ? କାହିଁକି ହଲାଲକୁ ନେଇ ବିବାଦ ଦେଖାଦେଇଛି ?

ଉତ୍ତରପ୍ରଦେଶ ସରକାର ହଲାଲ୍ ପ୍ରମାଣପତ୍ର ସହିତ ଖାଦ୍ୟ ପଦାର୍ଥର ଉତ୍ପାଦନ, ସଂରକ୍ଷଣ, ବଣ୍ଟନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅବଶ୍ୟ  ରପ୍ତାନି ପାଇଁ ଉତ୍ପାଦିତ ଦ୍ରବ୍ୟ ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ । ସରକାର ଦାବି କରିଛନ୍ତି ଯେ ଅଣ- ହଲାଲ୍ ସାର୍ଟିଫିକେଟ୍ ଦ୍ରବ୍ୟର ବ୍ୟବହାରକୁ ନିରୁତ୍ସାହିତ କରିବାକୁ ଚେଷ୍ଟା କରାଯାଇଛି । ଯାହା ଦେଶରେ ଘୃଣାର ବାତାବରଣ ଏବଂ ଦେଶକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଛି ।  ଏହାContinue reading “ହଲାଲ୍ ପ୍ରମାଣପତ୍ର କ’ଣ ? କାହିଁକି ହଲାଲକୁ ନେଇ ବିବାଦ ଦେଖାଦେଇଛି ?”

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ଅଭିଯୋଗରେ ୪ ଅଧିକାରୀଙ୍କୁ ବରଖାସ୍ତ । ୩ ବର୍ଷରେ ସମାନ ମାମଲାରେ ବରଖାସ୍ତ ହେଲେଣି ୫୪ ଅଧିକାରୀ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ଥିବା ଅଭିଯୋଗ ଆସିବା ପରେ ୪ ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ପ୍ରଶାସନ ତରଫରୁ କୁହାଯାଇଛି କି, ବରଖାସ୍ତ ହୋଇଥିବା କର୍ମଚାରୀ ହେଉଛନ୍ତି ନିସାର ଅଲ ହସନ (ସହାୟକ ପ୍ରଫେସର ଏସଏମଏଚଏସ ହସ୍ପିଟାଲ ଶ୍ରୀନଗର), କନେଷ୍ଟବଳ ଅବ୍ଦୁଲ ମଜିଦ ଭଟ, ଉଚ୍ଚଶିକ୍ଷା ବିଭାଗର ଡ୍ରାଇଭର ଅବ୍ଦୁଲ ସଲାମ ରାଥର ଓ ଶିକ୍ଷକ ଫାରୁକ ଅହମ୍ମଦ ମୀର । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏମାନଙ୍କୁContinue reading “ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ଅଭିଯୋଗରେ ୪ ଅଧିକାରୀଙ୍କୁ ବରଖାସ୍ତ । ୩ ବର୍ଷରେ ସମାନ ମାମଲାରେ ବରଖାସ୍ତ ହେଲେଣି ୫୪ ଅଧିକାରୀ”

ରାଜ୍ୟର ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ।

କନକ ବ୍ୟୁରୋ : ରାଜ୍ୟର ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ରାଜ୍ୟରେ କେତେ ସଂଖ୍ୟକ ପ୍ରାଇମେରୀ, ଅପର ପ୍ରାଇମେରୀ, ସେକେଣ୍ଡାରୀ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଅଛି । ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନରେ କେତେ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି ଏବଂ କେତୋଟି ପଞ୍ଚାୟତରେ ହାଇସ୍କୁଲ ନାହିଁ ସେନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଭୂପିନ୍ଦର ସିଂ । ଯାହାରContinue reading “ରାଜ୍ୟର ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ।”

ରାମଲୀଳା ବେଳେ ବାଣ ମାରିଲେ ଦୁର୍ବୃତ, ଗୁରୁତର ଆହତ ହେଲେ ଲକ୍ଷ୍ମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଣ ମାରିଥିବା ଅନୁମାନ । ପୂରୀରୁ ଆସିଲା ଅଭାବନୀୟ ଘଟଣା । 

କନକ ବ୍ୟୁରୋ : ରାମଲୀଳା ବେଳେ ଅଘଟଣ । ରାମଲୀଳା ଚାଲିଥିଲା ବେଳେ ବାଣ ମାରିଲେ ଦୁର୍ବୃତ । ଫଳରେ ବେଶଧାରୀ ଲକ୍ଷ୍ମଣ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ପୁରୀ ବଳିଆପଣ୍ଡା ଧୋବାଖାଇ ନୃସିଂହ ମନ୍ଦିର ନିକଟରେ । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ରାମଲୀଳା ଚାଲିଥିବା ବେଳେ ରାମଚନ୍ଦ୍ର ବେଶରେ ଥିବା କୀର୍ତନ ପ୍ରଧାନଙ୍କ ଉପରକୁ ଲକ୍ଷ୍ୟ କରି ବାଣ ଫୋପାଡ଼ିଥିଲେ ଦୁର୍ବୃତ । କିନ୍ତୁ ଏହି ସମୟରେ ଲକ୍ଷ୍ମଣ ବେଶଧାରୀ ସୁକାନ୍ତContinue reading “ରାମଲୀଳା ବେଳେ ବାଣ ମାରିଲେ ଦୁର୍ବୃତ, ଗୁରୁତର ଆହତ ହେଲେ ଲକ୍ଷ୍ମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଣ ମାରିଥିବା ଅନୁମାନ । ପୂରୀରୁ ଆସିଲା ଅଭାବନୀୟ ଘଟଣା । “

ଦେଶର ପ୍ରଥମ ସଂପୂର୍ଣ୍ଣ ସ୍ୱଦେଶୀ ନାଭାଲ ଆଣ୍ଟିଶିପ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି ଏହି କ୍ଷେପଣାସ୍ତ୍ର

ସମ୍ପୂର୍ଣ୍ଣ ସ୍ୱଦେଶୀ ଏହି ନାଭାଲ୍ ଆଣ୍ଟି-ସିପ୍ ମିସାଇଲ୍ 42B ସିକିଙ୍ଗ ହେଲିକପ୍ଟରରୁ ପରୀକ୍ଷା କରାଯାଇଥିଲା ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ନୂଆ ନୂଆ ଉଦ୍ଭାବନ କରି ଉପରକୁ ଉପର ଉଥିବାରେ ଲାଗିଛି ।  ଏହି କ୍ରମରେ ମଙ୍ଗଳବାର ଦିନ ଭାରତୀୟ ନୌସେନା ଏବଂ DRDO ସଫଳତାର ସହ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ନାଭାଲ୍ ଆଣ୍ଟି-ସିପ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏହି କ୍ଷେପଣାସ୍ତ୍ରଟି 42B ସିକିଙ୍ଗ ହେଲିକପ୍ଟରରୁ ପରୀକ୍ଷଣ କରାଯାଇଥିଲା । ପରୀକ୍ଷା ସମ୍ପୂର୍ଣ୍ଣ ସଫଳContinue reading “ଦେଶର ପ୍ରଥମ ସଂପୂର୍ଣ୍ଣ ସ୍ୱଦେଶୀ ନାଭାଲ ଆଣ୍ଟିଶିପ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି ଏହି କ୍ଷେପଣାସ୍ତ୍ର”

ସୁଧୁରୁଛି ଭାରତ-କାନାଡା ସଂପର୍କ । ୬୧ ଦିନ ପରେ କାନାଡା ନାଗରିକଙ୍କ ପାଇଁ ଭାରତ ଆରମ୍ଭ କଲା ଭିସା ସେବା

କନକ ବ୍ୟୁରୋ : ଭାରତ ତରଫରୁ କାନାଡା ନାଗରିକଙ୍କ ପାଇଁ ପୁଣିଥରେ ଭିସା ସେବା ଆରମ୍ଭ କରାଯାଇଛି । ସେପ୍ଟେମ୍ବର ୨୧ ତାରିଖରୁ ଭିସା ପ୍ରଦାନ କରୁଥିବା ଏଜେନ୍ସି ତରଫରୁ କିଛି କାରଣ ପାଇଁ ଏହି ସୁବିଧା ବନ୍ଦ କରିଥିଲା । ବିଏଲଏସ ଇଣ୍ଟରନ୍ୟାସନାଲ ତରଫରୁ ଜାରି କରାଯାଇଥିବା ଆଦେଶରେ କୁହାଯାଇଥିଲା କି, କିଛି କାରଣ ପାଇଁ ଆଗାମୀ ସୂଚନା ପର୍ଯ୍ୟନ୍ତ କାନାଡା ନାଗରିକଙ୍କ ପାଇଁ ଭାରତୀୟ ଭିସା ସୁବିଧା ବନ୍ଦ କରାଯାଉଛି । ହେଲେ ଅକ୍ଟୋବରContinue reading “ସୁଧୁରୁଛି ଭାରତ-କାନାଡା ସଂପର୍କ । ୬୧ ଦିନ ପରେ କାନାଡା ନାଗରିକଙ୍କ ପାଇଁ ଭାରତ ଆରମ୍ଭ କଲା ଭିସା ସେବା”

ପିଲାଏ ପଢିବେ ରାମାୟଣ , ମହାଭାରତ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରିବାକୁ ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ।

କନକ ବ୍ୟୁରୋ: ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହୋଇପାରେ ରାମାୟଣ, ମହାଭାରତ । ଏନେଇ ଏନସିଇଆରଟିର ୭ ଜଣିଆ କମିଟି ସୁପାରିଶ କରିଛି । ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି । ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ସୁପାରିଶ କରାଯାଇଛି । ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ବା ଏନ୍ସିଇଆରଟିର ୭ଜଣିଆ କମିଟି ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅର୍ନ୍ତଭୁକ୍ତ କରିବା ଲାଗି ସୁପାରିଶ କରିଛିContinue reading “ପିଲାଏ ପଢିବେ ରାମାୟଣ , ମହାଭାରତ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରିବାକୁ ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ।”

ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକଙ୍କ ଉଦ୍ଧାର ନେଇ ଫିଟିଲା ବାଟ । ୧୫ ଘଣ୍ଟା ଭିତରେ ବାହାରକୁ ବାହାରିପାରନ୍ତି ଶ୍ରମିକ । ସୂଚନା ଦେଲେ  ଉତରାଖଣ୍ଡ ସରକାରଙ୍କ ସୂଚନା। 

କନକ ବ୍ୟୁରୋ: ୧୫ ଘଣ୍ଟା ଭିତରେ ବାହାରକୁ ଆସିପାରନ୍ତି ଟନେଲ ଭିତରେ ଫସିରହିଥିବା ଶ୍ରମିକ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉତରାଖଣ୍ଡ ସରକାର । ସୁଡ଼ଙ୍ଗରେ ଜୋରଦାର ହୋଇଛି ଉଦ୍ଧାର କାର୍ଯ୍ୟ । ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । ଯଦି କୌଣସି ବଡ଼ଧରଣର ସମସ୍ୟା ସୃଷ୍ଟି ନହୁଏ ତେବେ ଆଜି ବିଳମ୍ବିତ ରାତି କିମ୍ବା ଭୋରରୁ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ସୂଚନା ଦେଇଛନ୍ତି ଉତରାଖଣ୍ଡ ସଡ଼କ ଓ ପରିବହନ ବିଭାଗରContinue reading “ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକଙ୍କ ଉଦ୍ଧାର ନେଇ ଫିଟିଲା ବାଟ । ୧୫ ଘଣ୍ଟା ଭିତରେ ବାହାରକୁ ବାହାରିପାରନ୍ତି ଶ୍ରମିକ । ସୂଚନା ଦେଲେ  ଉତରାଖଣ୍ଡ ସରକାରଙ୍କ ସୂଚନା। “

ଗାଈକୁ ଝାମ୍ପି ନେଇ ମାରି ଖାଇଲା ମହାବଳ । ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ । ରାୟଗଡ଼ାରେ ବାଘ ପାଦ ଚିହ୍ନକୁ ନେଇ ଆତଙ୍କ । ।

କନକ ବ୍ୟୁରୋ: ଗାଈକୁ ଝାମ୍ପି ନେଇ ମାରି ଖାଇଲା ମହାବଳ । ଅଧା ଖାଇ ଗାଈକୁ ବାଘ ଛାଡି ପଳାଇଲା । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଦୃଶ୍ୟ । ଗଜପତି ଜିଲ୍ଲାରେ ଆତଙ୍କ ଖେଳାଇଛି ବାଘ । ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ବାଘକୁ ଦେଖିବାକୁ ମିଳିଥିଲା । ରାୟଗଡ଼ା ଜିଲ୍ଲାରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘଟି ରାୟଗଡ଼ା ଅଳାବର ଗାଁ ନିକଟ ଜଙ୍ଗଲରେ ଗାଈକୁ ମାରି ଖାଇଛି । ପାଖରେ ବାଘର ପାଦଚିହ୍ନContinue reading “ଗାଈକୁ ଝାମ୍ପି ନେଇ ମାରି ଖାଇଲା ମହାବଳ । ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ । ରାୟଗଡ଼ାରେ ବାଘ ପାଦ ଚିହ୍ନକୁ ନେଇ ଆତଙ୍କ । ।”

Design a site like this with WordPress.com
Get started