କନକ ବ୍ୟୁରୋ : ମୁମ୍ବାଇ କ୍ରାଇମବ୍ରାଂଚର ତଦନ୍ତ ପରେ ଜଣାପଡିଛି, ସୁଟକେସରେ ଥିବା ମୃତଦେହ ଜଣେ ଓଡିଆ ଯୁବତୀଙ୍କର ଥିଲା । ଯୁବତୀ ଜଣଙ୍କ ସୁନ୍ଦରଗଡ ଲେଫ୍ରିପଡା ଥାନା ବନ୍ଦଲିକାନିର ପ୍ରତିମା କିଶପଟ୍ଟା । ଆଉ ତାଙ୍କୁ ତଂଟି ଚିପି ହତ୍ୟା କରିଛି ବୟଫ୍ରେଣ୍ଡ ଅସକର ମନୋଜ ବାର୍ଲା । ବଡ କଥା ହେଉଛି, ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ଅସକର, ମୃତଦେହକୁ ଟ୍ରଲି ବ୍ୟାଗରେ ପୂରାଇ ଏଣେତେଣେ ଘୁରି ବୁଲିଥିଲା । ଶେଷରେ ନିର୍ମାଣଧୀନ କୁଲାContinue reading “ସୁଟକେସରେ ମୃତଦେହ । ସାମନାକୁ ଆସିଲା ଛାତିଥରା କାହାଣୀ”
Author Archives: Raghaba
ବିଧାନସଭାରେ ଆଦିବାସୀଙ୍କ ଜମି ହସ୍ତାନ୍ତର ତାତି । ବିରୋଧୀଙ୍କ ହଙ୍ଗାମା, ଚାଲିପାରିଲାନି ଗୃହ
କନକ ବ୍ୟୁରୋ : ଆଦିବାସୀଙ୍କ ଜମି ବିକ୍ରି ନେଇ କ୍ୟାବିନେଟ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଛନ୍ତି । କିନ୍ତୁ ଏହାକୁ ନେଇ ତାତି କମୁନାହିଁ । ବିଧାନସଭାରେ ସରକାରଙ୍କୁ ଆକ୍ରମଣ କରି ଗୃହକୁ ଚଲାଇଦେଇନାହାନ୍ତି ବିରୋଧୀ । ଫଳରେ ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଚାଲିପାରିନାହିଁ । ବିଜେପି ବୁଧବାରଦିନ ଆଦିବାସୀ ଜମି ହସ୍ତାନ୍ତର ନେଇ ମୁଲତବୀ ପ୍ରସ୍ତାବ ଆଣିଥିଲା । ଗୃହର ସମସ୍ତ କାର୍ଯ୍ୟକୁ ବନ୍ଦ କରି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁContinue reading “ବିଧାନସଭାରେ ଆଦିବାସୀଙ୍କ ଜମି ହସ୍ତାନ୍ତର ତାତି । ବିରୋଧୀଙ୍କ ହଙ୍ଗାମା, ଚାଲିପାରିଲାନି ଗୃହ”
ସମାଜ ଗଠନରେ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ୱ । ମା’ ଓ ମାତୃଭାଷା ଉପରେ ଗୁରୁତ୍ୱ, ମା’ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ
କନକ ବ୍ୟୁରୋ : ପ୍ରକୃତରେ ମା’ ହିଁ ପ୍ରଥମ ଗୁୁରୁ । ଘରୁ ପଡ଼ିଥାଏ ଶିକ୍ଷାର ମୂଳଦୂଆ । ସମାଜ ଗଠନରେ ଶିକ୍ଷାର ଭୂମିକା ସମ୍ପର୍କରେ ରାଷ୍ଟ୍ରପତି ଯେତେବେଳେ ଆଲୋକପାତ କରୁଥିଲେ, ସେତେବେଳେ ମା’ ଓ ମାତୃଭାଷାକୁ ଶୀର୍ଷରେ ରଖିଥିଲେ । ଅବସର ଥିଲା- ନୂଆ ଭାରତ, ନୂଆ ଶିକ୍ଷା ନୀତି କାର୍ଯ୍ୟକ୍ରମ । ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମାଜ ଓ ଦେଶର ପରିର୍ବତନ ପାଇଁ ଶିକ୍ଷାରContinue reading “ସମାଜ ଗଠନରେ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ୱ । ମା’ ଓ ମାତୃଭାଷା ଉପରେ ଗୁରୁତ୍ୱ, ମା’ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ”
ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା!
କନକ ବ୍ୟୁରୋ : ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ସାମ୍ନାରେ ପ୍ରସ୍ତୁତ ହୋଇ ରହିଥିବା ଏହି ଆମ୍ବୁଲାନ୍ସ, ବଡ଼ ଆଶ୍ୱସ୍ତି ଆଣିଦେଇଛି । ଫସିରହିଥିବା ଶ୍ରମିକମାନେ ଶୀଘ୍ର ଉଦ୍ଧାର ପାଇବେ ବୋଲି ଆଶା ସଂଚାର ହୋଇଛି । ସୁଡ଼ଙ୍ଗର ଭଗ୍ନାବଶେଷ ଦେଇ ସମାନ୍ତରାଳ ଭାବେ ଯେଉଁ ପାଇପ ଖଞ୍ଜା ଯାଉଛି, ତାହା ପ୍ରାୟ ୬୭ ପ୍ରତିଶତ ପ୍ରବେଶ କରିସାରିଛି । ଆଉ ମାତ୍ର କିଛି ମିଟରେ ପରେ ଶ୍ରମିକଙ୍କ ପାଖରେ ଏହି ପାଇପ ପହଂଚିଯିବ । ଏବଂ ପ୍ରାୟContinue reading “ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା!”
କାଲିଠୁ କାର୍ତ୍ତିକ ପଞ୍ଚକ ବ୍ରତ । କଟକ ଧବଳେଶ୍ୱରଙ୍କ ପାଖରେ ହେବ ପ୍ରବଳ ଭିଡ, ସୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତ
କନକ ବ୍ୟୁରୋ : ରାତି ପାହିଲେ ପ୍ରଥମ ପଞ୍ଚକ , ଧବଳେଶ୍ଵରଙ୍କ ପୀଠରେ ସମାଗମ ହେବେ ହଜାର ହଜାର ଶ୍ରଦ୍ଧାଳୁ। ଏଥର ଝୁଲାପୋଲ ନୂହେଁ ନୂତନ ଭାବେ ନିର୍ମିତ କଂକ୍ରିଟ୍ ସେତୁ ଦେଇ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ସେଥିପାଇଁ ଦେବତ୍ତୋର ବିଭାଗ ପକ୍ଷରୁ କଂକ୍ରିଟ୍ ସେତୁ ଠାରୁ ମନ୍ଦିର ବେଢା ପର୍ୟ୍ୟନ୍ତ ସଂପୂର୍ଣ୍ଣ ବ୍ୟାରିକେଟ କରାଯାଇଛି। ରାତି ୪ଟାରୁ ନୀତିକାନ୍ତି ସଂପୂର୍ଣ୍ଣ କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ଦ୍ବାର ଫିଟାଯିବା ସହ ଶାନ୍ତି ଶୃଙ୍ଖଳାରContinue reading “କାଲିଠୁ କାର୍ତ୍ତିକ ପଞ୍ଚକ ବ୍ରତ । କଟକ ଧବଳେଶ୍ୱରଙ୍କ ପାଖରେ ହେବ ପ୍ରବଳ ଭିଡ, ସୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତ”
ପଥର କହୁଛି ପାଇକଙ୍କ ବିରତ୍ୱର ଗାଥା । ଇଂରେଜ ବିରୋଧରେ ଖୋର୍ଦ୍ଧା ଗଡ ବିଦ୍ରୋହର କାହାଣୀ କହୁଛି କାଂଜିଆଗଡରେ ମିଳିଥିବା ଶିଳାଖଣ୍ଡ
କନକ ବ୍ୟୁରୋ : ପ୍ରତିଟି ଖଣ୍ଡରେ ଅଙ୍କାଯାଇଛି ବିରତ୍ୱର ଛବି। କିନ୍ତୁ ଏହି ଶିଳାଖଣ୍ଡର ସଂରକ୍ଷଣ ସହ ଖନନ ପାଇଁ ଉଠିଛି ଦାବି। ପାଇକ ସଂଗ୍ରାମର ଏନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼। ବରୁଣେଇର ଅନତି ଦୂରରେ ଥିବା ନନ୍ଦପୁର ପଂଚାୟତର ମହାତପଲ୍ଲାର କାଞ୍ଜିଆଗଡ଼ରୁ ମିଳିଛି ପାଇକଙ୍କ ପରାକ୍ରମର ପ୍ରମାଣ ଶିଳାଲିପି। କୁହାଯାଏ ଖୋର୍ଦ୍ଧା ଗଡ଼କୁ ଦଖଲ କରିବା ପାଇଁ ଇଂରେଜ ସୈନ୍ୟ ଚାରିପଟୁ ଅଭିଯାନ ଆରମ୍ଭ କରିଥିଲେ । ଦଶହରା ସମୟରେ ଶସ୍ତ୍ର ପୂଜା କରି ଗଡ଼ ଜଗିଥିବା ୧୮Continue reading “ପଥର କହୁଛି ପାଇକଙ୍କ ବିରତ୍ୱର ଗାଥା । ଇଂରେଜ ବିରୋଧରେ ଖୋର୍ଦ୍ଧା ଗଡ ବିଦ୍ରୋହର କାହାଣୀ କହୁଛି କାଂଜିଆଗଡରେ ମିଳିଥିବା ଶିଳାଖଣ୍ଡ”
ପ୍ରଶାସନ ଶୁଣିଲା ଛାତ୍ରଙ୍କ ସମସ୍ୟା । ହଷ୍ଟେଲ ଅସୁବିଧା କହିବାକୁ ୩ କିଲୋମିଟର ଚାଲିଲେ ପିଲା
କନକ ବ୍ୟୁରୋ : ବିଭନ୍ନ ସମସ୍ୟା ନେଇ ଛାତ୍ରାବାସରେ ରହୁଥିବା ଛାତ୍ରଙ୍କ ଅଭିଯୋଗ । ହଷ୍ଟଲରେ ଲାଗି ରହିଥିବା ଅବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ଶତାଧିକ ଛାତ୍ର ପ୍ରାୟ ୩ କିଲୋମିଟର ଚାଲି ଚାଲି ଆସି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଛନ୍ତି । ସେଠାରେ ସମସ୍ୟା ସମ୍ପର୍କୀତ ଘଟଣା କହିବା ସହ ପ୍ରଧାନ ଶିକ୍ଷକଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଗରିବ ଆଦିବାସୀ ପିଲାଙ୍କ ପାଇଁ ସରକାର ହଷ୍ଟେଲରେ ବିଭିନ ସୁବିଧାମାନ କରୁଛନ୍ତି । ହେଲେContinue reading “ପ୍ରଶାସନ ଶୁଣିଲା ଛାତ୍ରଙ୍କ ସମସ୍ୟା । ହଷ୍ଟେଲ ଅସୁବିଧା କହିବାକୁ ୩ କିଲୋମିଟର ଚାଲିଲେ ପିଲା”
ପାକିସ୍ତାନ ଜେଲ ଜୀବନଠୁ ବଳି ଯାଇଛି ବର୍ତ୍ତମାନର ଜୀବନ । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ସୁନ୍ଦରଗଡର ବିର୍ଜୁ କୁଲୁ
କନକ ବ୍ୟୁରୋ : ପାକିସ୍ତାନ ଜେଲ ଜୀବନ ଠାରୁ ବଳି ପଡିଛି ବର୍ତ୍ତମାନର ଜୀବନ । ଶତ୍ରୁ ଦେଶର ଜେଲରେ ଥିବା ବେଳେ କିଛି ନହଲେ ଦିନକୁ ତିନି ଓଳି ଦାନା ମିଳୁଥିଲା, ହେଲେ ନିଜ ଭିଟାମାଟିକୁ ଫେରିବା ପରେ ଓଳିଏ ଖାଇବା କଷ୍ଟକର ହୋଇପଡିଛି । ବିଧବା ଭାଇବୋହୂ ମୁଲ ଲାଗି ଆଣିଲେ ଦେଢଶ୍ୱଶୁରଙ୍କ ପେଟ ପୁରୁଛି, ନହେଲେ ଉପାସରେ ଦିନ କଟୁଛି । ଏ କାହାଣୀ ହେଉଛି ୨୫ ବର୍ଷ ଧରି ପାକିସ୍ତାନ ଜେଲରେContinue reading “ପାକିସ୍ତାନ ଜେଲ ଜୀବନଠୁ ବଳି ଯାଇଛି ବର୍ତ୍ତମାନର ଜୀବନ । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ସୁନ୍ଦରଗଡର ବିର୍ଜୁ କୁଲୁ”
୨ ମାସ ହେଲା ଗଜପତି ଜିଲ୍ଲା ସୀମାନ୍ତରେ ବୁଲୁଛି ମହାବଳ । ଗାଈକୁ ଝାମ୍ପି ନେଇ ଖାଇଦେଲା, ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ
କନକ ବ୍ୟୁରୋ : ଓଡିଶା ସୀମାରେ ପୁଣି ମହାବଳ ଆତଙ୍କ । ମହେନ୍ଦ୍ରଗିରି ବନାଞ୍ଚଳ ଗଣ୍ଡା ହାତୀ ଅଞ୍ଚଳରେ କିଛି ମାସ ତଳେ ଆତଙ୍କ ଖେଳାଇଥିବା ବାଘ ଏବେ ପୁଣି ଗଜପତି ମୁହାଁ ହୋଇଛି । ଗାଈକୁ ଝାମ୍ପି ନେଇଛି ମହାବଳ । ଅଧା ଖାଇ ଛାଡି ପଳାଇଛି । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଦୃଶ୍ୟ । ରାୟଗଡ଼ ବ୍ଲକରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘଟି ରାୟଗଡ଼ ଅଳାବର ଗାଁ ନିକଟContinue reading “୨ ମାସ ହେଲା ଗଜପତି ଜିଲ୍ଲା ସୀମାନ୍ତରେ ବୁଲୁଛି ମହାବଳ । ଗାଈକୁ ଝାମ୍ପି ନେଇ ଖାଇଦେଲା, ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ”
ବିଏମସିର ବଡ ନିଷ୍ପତ୍ତି । ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ ।
କନକ ବ୍ୟୁରୋ: ଭୁବନେଶ୍ୱରକୁ ନେଇ ବର୍ତ୍ତମାନ ସମୟର ସବୁଠୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ଭୁବନେଶ୍ୱରରେ ମାଗିହେବନି ଭିକ । ରାଜଧାନୀ ଭୁବନେଶ୍ୱରରେ ଭିକ ମଗା ଉପରେ କଟକଣା । ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ । ଜିନିଷ ବିକ୍ରି କରିବା ବାହାନାରେ ଯଦି କେହି ଭିକ ମାଗେ ତେବେ ବିଏମସି ତରଫରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଭିକ ମଗା ଉପରେ ଏକ ଟିମ୍ ଗଠନ କରିContinue reading “ବିଏମସିର ବଡ ନିଷ୍ପତ୍ତି । ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ ।”