ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ଛାତ୍ର ଅସମ୍ମାନ  କରିବା ପରେ ଜନ ଅସନ୍ତୋଷ ।  ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରୁ  ଚଷମା କାଢି ବନାଉଥିଲେ ରିଲ୍ସ ।

କନକ ବ୍ୟୁୁୁରୋ: ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ । ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ତାଙ୍କ କାନ୍ଧ ଉପରେ ହାତ ପକାଇ ତାଙ୍କ ଚଷମା କାଢି ରିଲ୍ସ କଲେ କଲେଜ ଛାତ୍ର । ଏହାର ଭିଡିଓ ଭାଇରାଲ ହେବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣା ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୋଇଥିବା ବେଳେ ଛାତ୍ର ଜଣଙ୍କ ଯୁକ୍ତ ଦୁଇର ବୋଲି ଜଣାପଡ଼ିଛି । କଲେଜ ପରିସରରେ ଥିବା ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର୍କୁContinue reading “ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ଛାତ୍ର ଅସମ୍ମାନ  କରିବା ପରେ ଜନ ଅସନ୍ତୋଷ ।  ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରୁ  ଚଷମା କାଢି ବନାଉଥିଲେ ରିଲ୍ସ ।”

ଦ୍ୱିତୀୟ ଦିନ ଆରମ୍ଭରୁ ଚାଲିପାରିଲାନି ବିଧାନସଭା । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ୧୨ଟା ଯାଏଁ ମୁଲତବି ।

କନକ ବ୍ୟୁରୋ: ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ଆରମ୍ଭରୁ ବିରୋଧୀ ହୋହାଲ୍ଲା କରିବାରୁ ୧୨ ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ଆଗରେ ହୋହାଲ୍ଲା କରିଥିଲେ । ବାଚସ୍ପତି ସେମାନଙ୍କୁ ନିଜ ନିଜ ସ୍ଥାନକୁ ଫେରିଯିବାକୁ ଅନୁରୋଧ କରିଥିଲେ ବି କେହି ଶୁଣିନଥିଲେ । ବାଧ୍ୟ ହୋଇ ଗୃହକୁ ୧୨ଯାଏଁ ମୁଲତବିContinue reading “ଦ୍ୱିତୀୟ ଦିନ ଆରମ୍ଭରୁ ଚାଲିପାରିଲାନି ବିଧାନସଭା । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ୧୨ଟା ଯାଏଁ ମୁଲତବି ।”

ସିସିଟିଭିରେ କଏଦ ହେଲା କାର ଧକ୍କାର ଦୃଶ୍ୟ । ଦିଗପହଣ୍ଡି ପୋଡାମାରି ରାସ୍ତାକଡରେ ଛିଡା ହୋଇଥିବାବେଳେ  ମାଡ଼ିଗଲା ଦ୍ରୁତଗାମୀ କାର ।

କନକ ବ୍ୟୁରୋ: ବିଳମ୍ବିତ ରାତିରେ କାର ଧକ୍କାରେ ଗଲା ୨ଜଣଙ୍କ ଜୀବନ । ଦିଗପହଣ୍ଡି ପାଟପୁର ପୋଡାମାରି ମୁଖ୍ୟ ରାସ୍ତାରେ ଘଟିଛି ଦୁର୍ଘଟଣା । ଆଉ ଦୁର୍ଘଟଣା ସମୟର ଏହି ଦୃଶ୍ୟକୁ କଏଦ କରିଛି ସିସିଟିଭି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା କାର କେମିତି ମାଡ଼ିଯାଇଛି ତାହା ଦେଖିବାକୁ ମିଳିଛି ।  ମୃତକ ଦୁଇ ଜଣ ସାନଖେମୁଣ୍ଡି ପାଟପୁର ଥାନା ପୋଡାମାରି ଗାଁର ସୀମାଞ୍ଚଳ ପ୍ରଧାନ ଓ ପି. ରାମଚନ୍ଦ୍ରପୁରର ନିରୁContinue reading “ସିସିଟିଭିରେ କଏଦ ହେଲା କାର ଧକ୍କାର ଦୃଶ୍ୟ । ଦିଗପହଣ୍ଡି ପୋଡାମାରି ରାସ୍ତାକଡରେ ଛିଡା ହୋଇଥିବାବେଳେ  ମାଡ଼ିଗଲା ଦ୍ରୁତଗାମୀ କାର ।”

ସରିଆସୁଛି କାର୍ତ୍ତିିକ, କାଲିଠୁ ପଞ୍ଚୁକ । ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଇଁ ବ୍ୟାପକ ପ୍ରସ୍ତୁତି । ପଞ୍ଚତୀର୍ଥ ଓ ମହୋଦଧୀରେ ସୁରକ୍ଷା କଡ଼ାକଡି ।

କନକ ବ୍ୟୁରୋ: ଆସନ୍ତାକାଲିଠୁ ପଞ୍ଚୁକ ବ୍ରତ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ଗହଳି । ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଶ୍ରୀମନ୍ଦିରରେ ଶୃଂଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଛି । ଏହା ସହ ପଞ୍ଚତୀର୍ଥ ଓ ମହୋଦଧୀରେ ହିବଷ୍ୟାଳି ମାନେ ବୁଡ଼ ପକାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ତେଣୁContinue reading “ସରିଆସୁଛି କାର୍ତ୍ତିିକ, କାଲିଠୁ ପଞ୍ଚୁକ । ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଇଁ ବ୍ୟାପକ ପ୍ରସ୍ତୁତି । ପଞ୍ଚତୀର୍ଥ ଓ ମହୋଦଧୀରେ ସୁରକ୍ଷା କଡ଼ାକଡି ।”

ଷଣ୍ଢ ଆକ୍ରମଣରେ ଗଲା ଜୀବନ । ଭଦ୍ରକ ପଥରଆଡି ଅଞ୍ଚଳରେ ବୁଲା ଷଣ୍ଢ ଆତଙ୍କ ।

କନକ ବ୍ୟୁରୋ: ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ. ଅନ୍ୟ ଜଣେ ଜଣେ ଗୁରୁତର । ଏଭଳି ଦୁଃଖଦ ଓ ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଥର ଆଡିରେ ଘଟିଛି ।  ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ମାରଣା ଷଣ୍ଢ ବୁଲିବା ସହ ଲୋକଙ୍କୁ ମାରିବା ପାଇଁ ଗୋଡାଉଥିଲା। ଷଣ୍ଢ ଭୟରେ ଲୋକ ମାନେ ବାହାରିବାକୁ ଭୟଚରୁଛନ୍ତି । ଆଜି ଭୋର ସମୟରେ ପଥରଆଡି ଅଞ୍ଚଳର ଜଣେ ବୃଦ୍ଧା କୌଣସି କାର୍ୟ୍ୟରେContinue reading “ଷଣ୍ଢ ଆକ୍ରମଣରେ ଗଲା ଜୀବନ । ଭଦ୍ରକ ପଥରଆଡି ଅଞ୍ଚଳରେ ବୁଲା ଷଣ୍ଢ ଆତଙ୍କ ।”

ବସଉଠ୍ ବେଳେ ଚାଲିଗଲା ଛାତ୍ରର ଜୀବନ । ଯାଜପୁର ବାହାଦଲାପୁର ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଘଟଣା ।

କନକ ବ୍ୟୁରୋ: ବିଦ୍ୟାଳୟରେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ । ବସଉଠ୍ ବେଳେ ଚାଲିଗଲା ଜୀବନ । ଯାଜପୁର ବାହାଦଲାପୁର ଓରାଳି ଗାଁର ସୂର୍ଯ୍ୟନାରାୟଣ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଘଟିଛି । ମୃତକ ଛାତ୍ର ହେଉଛନ୍ତି ନିତ୍ୟାନନ୍ଦ ସେଠୀଙ୍କ ପୁଅ ରୁଦ୍ର ନାରାୟଣ । ସୂଚନା ମୁତାବକ, ଗତକାଲି ଅପରାହ୍ନ ୩ଟା ବେଳେ ରୁଦ୍ର ଓ ତାର କିଛି ସାଙ୍ଗ ସ୍କୁଲ ଛାତରେ ଖେଳୁଥିଲେ । ଏହା ଦେଖି ଶିକ୍ଷକ ତାଙ୍କୁ ତାଗିଦ୍ କରିବା ସହContinue reading “ବସଉଠ୍ ବେଳେ ଚାଲିଗଲା ଛାତ୍ରର ଜୀବନ । ଯାଜପୁର ବାହାଦଲାପୁର ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଘଟଣା ।”

ବିଳମ୍ବିତ ରାତିରେ କାର ଧକ୍କାରେ ଗଲା ୨ଜଣଙ୍କ ଜୀବନ । ଦିଗପହଣ୍ଡି ପାଟପୁର ପୋଡାମାରି ମୁଖ୍ୟ ରାସ୍ତାରେ ଦୁର୍ଘଟଣା ।

କନକ ବ୍ୟୁରୋ: ବିଳମ୍ବିତ ରାତିରେ କାର ଧକ୍କାରେ ଗଲା ୨ଜଣଙ୍କ ଜୀବନ । ଦିଗପହଣ୍ଡି ପାଟପୁର ପୋଡାମାରି ମୁଖ୍ୟ ରାସ୍ତାରେ ଘଟିଛି ଦୁର୍ଘଟଣା । ରାତି ପ୍ରାୟ ୧୨ଟା ବେଳେ ଭୁବନେଶ୍ୱର ଆସିବା ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଦ୍ରୁତଗାମୀ କାର ମାଡ଼ି ଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ସାନଖେମୁଣ୍ଡି ପାଟପୁର ଥାନା ପୋଡାମାରି ଗାଁର ସୀମାଞ୍ଚଳ ପ୍ରଧାନ ଓ ପି. ରାମଚନ୍ଦ୍ରପୁରର ନିରୁ ମହାନ୍ତି । TheContinue reading “ବିଳମ୍ବିତ ରାତିରେ କାର ଧକ୍କାରେ ଗଲା ୨ଜଣଙ୍କ ଜୀବନ । ଦିଗପହଣ୍ଡି ପାଟପୁର ପୋଡାମାରି ମୁଖ୍ୟ ରାସ୍ତାରେ ଦୁର୍ଘଟଣା ।”

ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ନେଉଥିଲେ ଲାଞ୍ଚ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ । ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଏଏସଆଇକୁ ଧରିଛି ଭିଜିଲାନ୍ସ । ସୂଚନା ମୁତାବକ, ଗଞ୍ଜେଇ ମାମଲାରେ ଏକ ଗାଡ଼ି ଜବତ କରିଥିଲା ବାଉଁଶୁଣି ଥାନା । ତେବେ ଗାଡ଼ିକୁ ରିଲିଜ କରିବା ପାଇଁ କୋର୍ଟ ଅର୍ଡର ଆଣିବା ସତ୍ୱେ ଥାନା ଏସଆଇ ବିକ୍ରମContinue reading “ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ନେଉଥିଲେ ଲାଞ୍ଚ ।”

ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରି ଛାତ୍ର ଗିରଫ । ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରୁ ଚଷମା କାଢି ବନାଉଥିଲେ ରିଲ୍ସ ।

କନକ ବଚ୍ୟୁୁରୋ: ସୁଭାଷ ବୋଷଙ୍କ ପ୍ରତିମୂର୍ତିକୁ ଅସମ୍ମାନ । ସୁଭାଷ ବୋଷଙ୍କ ପ୍ରତିମୂର୍ତିରେ ତାଙ୍କ କାନ୍ଧ ଉପରେ ହାତ ପକାଇ ତାଙ୍କ ଚଷମା କାଢି ରିଲ୍ସ କଲେ କଲେ କଲେଜ ଛାତ୍ର । ଏହାର ଭିଡିଓ ଭାଇରାଲ ହେବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣା ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୋଇଥିବା ବେଳେ ଛାତ୍ର ଜଣଙ୍କ ଯୁକ୍ତ ଦୁଇର ବୋଲି ଜଣାପଡ଼ିଛି । କଲେଜ ପରିସରରେ ଥିବା ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର୍କୁContinue reading “ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରି ଛାତ୍ର ଗିରଫ । ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରୁ ଚଷମା କାଢି ବନାଉଥିଲେ ରିଲ୍ସ ।”

ଲେଡି ଡନଙ୍କୁ ବାନ୍ଧିଲା ପୁଲିସ । ୩ ଜଣଙ୍କ ସହଯୋଗରେ ଯୁବକଙ୍କୁ ଅପହରଣ କରିଥିବା ଅଭିଯୋଗ ।

କନକ ବ୍ୟୁରୋ: ଯୁବକଙ୍କୁ ଅପହରଣ ଅଭିଯୋଗରେ ତିନି ଜଣଙ୍କୁ ବାନ୍ଧିଲା ପାଟଣାଗଡ଼ ପୋଲିସ । ଏହି ଅଭିଯୋଗରେ ବନ୍ଧା ହୋଇଛି ଲାଠୋର ଗାଁର ଲେଡି ଡନ୍ ସର୍ଦ୍ଦାର ତୁଳସୀ ରାଣା । ଏହା ସହ ଖପ୍ରାଖୋଲ କପସିପାଲି ଗାଁର ସଞ୍ଜୟ ରାଣା ଓ ଅଷ୍ଟମ ରାଣାଙ୍କୁ ଗିରଫ କରାଯାଇଛି । ଝୁଲେନବର ଗାଁର ବେଳାର ରାଣାଙ୍କୁ ଗତ ସୋମବାର ଦିନ ଏକ ଗାଡିରେ ତିନି ଜଣ ଅଭିଯୁକ୍ତ ବସାଇ ତୁଳସୀ ରାଣାଙ୍କ ଘରକୁ ନେଇ ଅପହରଣ କରିContinue reading “ଲେଡି ଡନଙ୍କୁ ବାନ୍ଧିଲା ପୁଲିସ । ୩ ଜଣଙ୍କ ସହଯୋଗରେ ଯୁବକଙ୍କୁ ଅପହରଣ କରିଥିବା ଅଭିଯୋଗ ।”

Design a site like this with WordPress.com
Get started