ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ । କୋଶଳୀ ଭାଷାରେ ଭାଷଣ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତାଳ ଦେଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ୍

କନକ ବ୍ୟୁରୋ: ପ୍ରଥମେ କୋଶଳ ରାଜ୍ୟର ଦାବି, ଆଉ ଏବେ କୋଶଳୀ ଭାଷାରେ ବିବୃତି । ମଙ୍ଗଳବାର ବିଧାନସଭାରେ ଶୋକପ୍ରସ୍ତାବ ଆଗତ ବେଳେ କୋଶଳୀ ଭାଷାରେ ଭାଷଣ ଦେଇ ଚର୍ଚ୍ଚାକୁ ଆସିଛନ୍ତି ନରସିଂହ । ସେ କହିଛନ୍ତି, ଆଇନ ଅନୁସାରେ ତାଙ୍କର ଅଧିକାର ଅଛି ଏବଂ ତାହାକୁ ସେ ସାବ୍ୟସ୍ତ କରିଛନ୍ତି । ସେପଟେ ନରସିଂହଙ୍କ କୋଶଳୀ ଭାଷାରେ ଭାଷଣକୁ ବିଜେପି କରିଛି ସମର୍ଥନ । କୋଶଳ ରାଜ୍ୟ ପରେ କୋଶଳୀ ଭାଷା ବିଧାନସଭାରେ ନରସିଂହ କହିଲେContinue reading “ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ । କୋଶଳୀ ଭାଷାରେ ଭାଷଣ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତାଳ ଦେଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ୍”

ଆଜି ପୁଣି ବଡଦାଣ୍ଡରେ ଅଚେତ ହେଲେ ଶ୍ରଦ୍ଧାଳୁ । ଦର୍ଶନ ବ୍ୟବସ୍ଥାକୁ ନେଇ ଉଠାଇଲେ ପ୍ରଶ୍ନ । ଭିଡ ନିୟନ୍ତ୍ରଣ ପାଇଁ ତତ୍ପର ହେଲା ପ୍ରଶାସନ

କନକ ବ୍ୟୁରୋ: ଗତକାଲି ଭଳି ଶ୍ରୀମନ୍ଦିର ସମ୍ମୁଖରେ ଆଜି ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇଥିଲେ ଶ୍ରଦ୍ଧାଳୁ । ଆଉ ଧାଡିରେ ଛିଡା ହେବାବେଳେ କେତେ ଜଣ ଶ୍ରଦ୍ଧାଳୁ ଅଚେତ ହୋଇପଡିଥିଲେ । ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଛୋଟ ପିଲା ଓ ମହିଳା । ବ୍ୟାରିକେଡରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବା ପରେ କିଛି ଶ୍ରଦ୍ଧାଳୁ ବ୍ୟାରିକେଡରୁ ବାହାରି ଆସିଥିବା ମଧ୍ୟ ଦେଖିବାକୁ ମିଳିଥିଲାContinue reading “ଆଜି ପୁଣି ବଡଦାଣ୍ଡରେ ଅଚେତ ହେଲେ ଶ୍ରଦ୍ଧାଳୁ । ଦର୍ଶନ ବ୍ୟବସ୍ଥାକୁ ନେଇ ଉଠାଇଲେ ପ୍ରଶ୍ନ । ଭିଡ ନିୟନ୍ତ୍ରଣ ପାଇଁ ତତ୍ପର ହେଲା ପ୍ରଶାସନ”

ମୟୂରଭଞ୍ଜରେ ନୂଆ ରେଳ ସଂଯୋଗର ସେତୁ ଯୋଡିଲେ ରାଷ୍ଟ୍ରପତି । ବାଦାମପାହାଡରୁ ଗଡିଲା ତିନୋଟି ଟ୍ରେନ୍ । ସ୍କୁଲ ପିଲାଙ୍କ ସହ ଯାତ୍ରା କଲେ ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ମହାମହିମ ରାଷ୍ଟ୍ରପତିଙ୍କ ସବୁଜ ସଙ୍କେତ, ସମ୍ପର୍କ ସହ ରେଳ ସଂଯୋଗକୁ ଆହୁରି ବ୍ୟାପକ କରିଛି । ଗୋଟିଏ ଦିନରେ ବାଦାମପାହାଡ଼ ଷ୍ଟେସନରୁ ଗଡ଼ିଛି ତିନି-ତିନିଟି ନୂଆ ଟ୍ରେନ୍ । ବାଦାମପାହାଡ଼-ଟାଟାନଗର ମେମୁ, ବାଦାମପାହାଡ଼- ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନର ଉଦ୍ଘାଟନ କରିଛନ୍ତି । ଏହି ଟ୍ରେନ୍ ଉଦଘାଟନ କାର୍ଯ୍ୟକ୍ରମ, ଏଥିପାଇଁ ହୁଏତ ସବୁଦିନ ମନେ ରହିବ, କାହିଁକି ନା’ ରାଷ୍ଟ୍ରପତି ଖୋଦ୍ ବାଦାମପାହାଡରୁ ରାଇରଙ୍ଗପୁର ଯାଏଁ ଯାତ୍ରାContinue reading “ମୟୂରଭଞ୍ଜରେ ନୂଆ ରେଳ ସଂଯୋଗର ସେତୁ ଯୋଡିଲେ ରାଷ୍ଟ୍ରପତି । ବାଦାମପାହାଡରୁ ଗଡିଲା ତିନୋଟି ଟ୍ରେନ୍ । ସ୍କୁଲ ପିଲାଙ୍କ ସହ ଯାତ୍ରା କଲେ ଦ୍ରୌପଦୀ ମୁର୍ମୁ”

ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ ! ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁଷିଲା ସୈତାନ ସ୍ୱାମୀ । ରିଲ୍ସରେ ଲୁଚିଥିଲା କି ରିୟଲ ଲାଇଫର ସତ ?

କନକ ବ୍ୟୁରୋ: ସୋର ଥାନା ଅଧିନ ଖରିଦା ଗାଁର ସପନ କୁମାର କର । ଆଉ ଖରିଆ ଥାନା ଅଧିନ ଅସୁରାଳିର ମଧୁସ୍ମିତା ଦାସ । ବୈଦିକ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସାତ ଜନ୍ମର ସାଥୀ ହେବାକୁ ହାତ ଧରି ଥିଲେ । ବରଣମାଳା ପିନ୍ଧି ବେଦୀରେ ବସିଥିଲେ । ମଥାରେ ସିନ୍ଦୂର ଦେଇ ନିଜର ଅର୍ଦ୍ଦାଙ୍ଗୀନି କରିଥିଲେ । ହେଲେ ହଠାତ ବୈବାହିକ ଜୀବନରେ ତିଆରି ହୋଇଥିଲା ସନ୍ଦେହର ଝଡContinue reading “ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ ! ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁଷିଲା ସୈତାନ ସ୍ୱାମୀ । ରିଲ୍ସରେ ଲୁଚିଥିଲା କି ରିୟଲ ଲାଇଫର ସତ ?”

ଇନ୍ଦ୍ରାବତୀ ପାଦତଳେ ଚାଷୀ ନିରାଶ । ପାଣି ଅଭାବରୁ ଶୁଖିଲା ପଡ଼ିଛି ବିଲ

କନକ ବ୍ୟୁରୋ : ପାଣି ଅଭାବରୁ ଶୁଖିଲା ପଡ଼ିଛି ବିଲ । ଅମଳ ସମୟରେ ବିଲରେ ଚରୁଛନ୍ତି ଗାଇଗୋରୁ । କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅନ୍ତର୍ଗତ ଧନସୁଲି ପଂଚାୟତ । ଚଳିତ ବର୍ଷ ନିଅଂଟିଅ ବର୍ଷା ଯୋଗୁଁ ଖରିଫ ଫସଲ ଅମଳ ପୂର୍ବରୁ ବିଲରେ ଧାନ ଫସଲ ସବୁ ପୋଡ଼ି ଜଳି ନଷ୍ଟ ହୋଇଯାଇଛି । ତେଣୁ ଅମଳ ପରିବର୍ତେ ଚାଷୀ ବିଲରେ ଗାଇ ଗୋରୁ ଛାଡ଼ିଦେଇଛନ୍ତି । ଜୟପଟଣା ବ୍ଲକରେ ଥିବା ଇନ୍ଦ୍ରାବତୀ ଜଳସେଚନContinue reading “ଇନ୍ଦ୍ରାବତୀ ପାଦତଳେ ଚାଷୀ ନିରାଶ । ପାଣି ଅଭାବରୁ ଶୁଖିଲା ପଡ଼ିଛି ବିଲ”

ଆନ୍ଧ୍ର-ରାୟଗଡ଼ା ସୀମାନ୍ତ ଗାଁରେ ବନ୍ଦ ପଡ଼ିଛି ଓଡ଼ିଆ ସ୍କୁଲ । ଆନ୍ଧ୍ରରେ ତେଲୁଗୁ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ, ସ୍କୁଲ ଖୋଲିବାକୁ ଅଭିଭାବକଙ୍କ ଦାବି

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମାନ୍ତରେ ବିଦ୍ୟାଳୟ ଗୁଡିକ ଦୀର୍ଘ ବର୍ଷ ହେଲାଣି ବନ୍ଦ ରହିଛି । ବିଦ୍ୟାଳୟ ବନ୍ଦ ରହିବା କାରଣରୁ ଭାଙ୍ଗିରୁଜି ଯାଇ ଭୂତ କୋଠି ପଲଟିଗଲାଣି । କାରଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି କହି ଏହି ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ବର୍ତମାନ ସେଇ ଅଚଂଳରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା ବିଦ୍ୟାଳୟ ଖୋଲାଯାଉନାହିଁ । ବର୍ତମାନ ଆନ୍ଧ୍ର-ଓଡିଶା ସୀମାନ୍ତ ଗାଁରେ ଥିବା ଛାତ୍ରଛାତ୍ରୀ କୌଣସି ଉପାୟ ନପାଇContinue reading “ଆନ୍ଧ୍ର-ରାୟଗଡ଼ା ସୀମାନ୍ତ ଗାଁରେ ବନ୍ଦ ପଡ଼ିଛି ଓଡ଼ିଆ ସ୍କୁଲ । ଆନ୍ଧ୍ରରେ ତେଲୁଗୁ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ, ସ୍କୁଲ ଖୋଲିବାକୁ ଅଭିଭାବକଙ୍କ ଦାବି”

ଅନ୍ଧାରୀ ମୂଲକର ଗାଁ କଦମଡିହି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ, ପାନୀୟ ଜଳ ଅଭାବରୁ ଶୋଷ ମେଂଟାଉଛି ନଦୀ ଓ ଝରଣା ପାଣି

କନକ ବ୍ୟୁରୋ : ଅନ୍ଧାରୀ ମୂଲକର ଗାଁ କଦମଡିହି । ସୁନ୍ଦରଗଡ଼ କୋଇଡ଼ା ବ୍ଲକ ହେଡ଼କ୍ୱାଟର୍ସରୁ ୧୨ କିଲୋମିଟର ଦୂର ପାହାଡ଼ ପାଦ ଦେଶରେ ରହିଛି କଦମଡିହି ଗାଁ । ହେଲେ ଏବେ ବି ଏହି ଗାଁରେ ପହଂଚି ପାରିନି ବିଜୁଳି   । ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯିବା ମଧ୍ୟ ଅସମ୍ଭବ । ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଲୋକଙ୍କ ଶୋଷ ମେଂଟାଉଛି ନଦୀ ଓ ଝରଣା ପାଣି । ବିଜୁଳି, ରାସ୍ତା ସମେତContinue reading “ଅନ୍ଧାରୀ ମୂଲକର ଗାଁ କଦମଡିହି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ, ପାନୀୟ ଜଳ ଅଭାବରୁ ଶୋଷ ମେଂଟାଉଛି ନଦୀ ଓ ଝରଣା ପାଣି”

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିବାଦ । ସାମିଲ ହେଲେ ବିଜେପି ନେତା ମନମୋହନ ସାମଲ

କନକ ବ୍ୟୁରୋ : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିବାଦ । କେନ୍ଦ୍ରାପଡ଼ା, କାକଟପୁର, କଳାହାଣ୍ଡି, ହାଟଡିହିରେ ଶୋଭାଯାତ୍ରା କରି ଆନ୍ଦୋଳନ କରିଛି ବିଜେପି । କେନ୍ଦ୍ରାପଡ଼ାରେ ବିଜେପି ପକ୍ଷରୁ ଆଳି ବ୍ଲକ ଘେରାଉ କରାଯାଇଛି । ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ଆଳି ଡାକବଙ୍ଗଳା ଛକ ନିକଟରୁ ଏଭ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସେହିପରି କାକଟପୁର ବ୍ଲକରେ ବ୍ୟାପକ ଦୁର୍ନୀତି କରାଯାଉଥିବା ଅଭିଯୋଗContinue reading “ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିବାଦ । ସାମିଲ ହେଲେ ବିଜେପି ନେତା ମନମୋହନ ସାମଲ”

ଖୋଲିଲା ମଣ୍ଡି ହେଲେ ସୁଧୁରିଲା ନାହିଁ ବ୍ୟବସ୍ଥା । ଖରିଫ ରୁତୁ ପାଇଁ ବରଗଡରେ ମଣ୍ଡି ଖୋଲିବା ପରେ ଟୋକନ ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଚାଷୀ ଅସନ୍ତୋଷ

କନକ ବ୍ୟୁରୋ : ଖୋଲିଲା ମଣ୍ଡି ହେଲେ ସୁଧୁରିଲା ନାହିଁ ବ୍ୟବସ୍ଥା । ଖରିଫ ରୁତୁ ପାଇଁ ବରଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବା ପରେ ଟୋକନ ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି । ଚଳିତ ବର୍ଷ ୧ ଲକ୍ଷ ୫୧ ହଜାର ୪୩୫ ଜଣ ଚାଷୀ ଧାନ କିଣିବା ପାଇଁ ଚାଷୀ ପଂଜିକୃତ କରିଥିବାବେଳେ ୧୧୨ ଜଣ ମିଲରର୍ସ ୫୪ଟି ଏସଏଚଜି ଗ୍ରୁପ୍, ୫୮ଟି ପ୍ୟାକ୍ସ ମାଧ୍ୟମରେ ଧାନ କିଣାଯିବ ବୋଲି ଜିଲ୍ଲା ଯୋଗାଣContinue reading “ଖୋଲିଲା ମଣ୍ଡି ହେଲେ ସୁଧୁରିଲା ନାହିଁ ବ୍ୟବସ୍ଥା । ଖରିଫ ରୁତୁ ପାଇଁ ବରଗଡରେ ମଣ୍ଡି ଖୋଲିବା ପରେ ଟୋକନ ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଚାଷୀ ଅସନ୍ତୋଷ”

ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମରେ ଏକ ଭିନ୍ନ ଭୂମିକରେ ଆସୁଛନ୍ତି । ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି

ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମ ‘କଡକ ସିଂ’ରେ ତାଙ୍କର ପୂର୍ବ ଚରିତ୍ରମାନଙ୍କଠାରୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଆସନ୍ତା ମାସରେ ମୁକ୍ତିଲାଭ କରିବ। ଆଜିକାଲି ପଙ୍କଜ ତ୍ରିପାଠୀ ଚଳଚ୍ଚିତ୍ର ସୁଟିଙ୍ଗରେ ବହୁତ ବ୍ୟସ୍ତ ଅଛନ୍ତି ।  ତାଙ୍କର ଚଳଚ୍ଚିତ୍ର ଲଗାତର ରିଲିଜ ହେଇ ଚାଲିଛି ।  ଯାହା ଦର୍ଶକ ମାନଙ୍କ ବହୁତ ମନୋରଞ୍ଜନ କରୁଛି ।  ଏହି କ୍ରମରେ ତାଙ୍କର ଆଗାମୀ ଫିଲ୍ମ ‘କଡକ ସିଂ’ ନାମ ଯୋଡିହେବାକୁContinue reading “ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମରେ ଏକ ଭିନ୍ନ ଭୂମିକରେ ଆସୁଛନ୍ତି । ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି”

Design a site like this with WordPress.com
Get started