ଦେଶରେ ବଢୁଥିବା ଛାତ୍ରଛାତ୍ରୀ ଆତ୍ମହତ୍ୟାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ । କହିଲେ, ପିଲାଙ୍କ ଅପେକ୍ଷା, ବାପାମାଆଙ୍କ ଚାପ ଅଧିକ ଦାୟୀ

କନକ ବ୍ୟୁରୋ : ଦେଶରେ ବଢୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ପିତାମାତାଙ୍କ ଚାପ ଅନ୍ୟତମ କାରଣ । ଏକ ମାମଲାର ଶୁଣାଣି ସମୟରେ ଏଭଳି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତୀବ୍ର ପ୍ରତିଯୋଗିତା ଓ ବାପାମାଆଙ୍କ ଚାପ ଯୋଗୁଁ ଛାତ୍ରଛାତ୍ରୀ ଏଭଳି ପଦକ୍ଷେପ ନେଉଛନ୍ତି । ଦେଶରେ ଛତୁ ଫୁଟିଲା ଭଳି ଗଢିଉଠିଥିବା ମେଡିକାଲ, ଇଂଜନିୟରିଂ ପ୍ରବେଶିକା ପାଇଁ କୋଚିଂ ସେଂଟର ଉପରେ ନିୟନ୍ତ୍ରଣ ପାଇଁ ହୋଇଥିବା ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟContinue reading “ଦେଶରେ ବଢୁଥିବା ଛାତ୍ରଛାତ୍ରୀ ଆତ୍ମହତ୍ୟାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ । କହିଲେ, ପିଲାଙ୍କ ଅପେକ୍ଷା, ବାପାମାଆଙ୍କ ଚାପ ଅଧିକ ଦାୟୀ”

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଚାଂଚଲ୍ୟ । ନୃତ୍ୟ କଳାକାରଙ୍କ ଘରେ ପଶି ପ୍ରେମିକର ଛୁରା ମାଡ

କନକ ବ୍ୟୁରୋ : ନୃତ୍ୟ କଳାକାରଙ୍କୁ ଘରେ ପଶି ପ୍ରେମିକର ଛୁରା ମାଡ଼ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । । ଉମରକୋଟରେ ଚାଲିଥିବା କାଳିପୂଜା ଉତ୍ସବରେ ନୃତ୍ୟ ପରିବେଷଣ କରିବାକୁ ପୁରୀରୁ ଜୟ ମାଁ କାଳି ନାମକ ଏକ ଡ୍ୟାନ୍ସ ଗ୍ରୁପ ଆସିଥିଲା । କାର୍ଯ୍ୟକ୍ରମ ପରେ ସମସ୍ତ ନୃତ୍ୟଶିଳ୍ପୀ ଉମରକୋଟ ସହରରେ ରାଜ୍ୱସ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛ ପଟେ ଏକ ଘରେ ରହିଥିଲେ । ଏହିContinue reading “ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଚାଂଚଲ୍ୟ । ନୃତ୍ୟ କଳାକାରଙ୍କ ଘରେ ପଶି ପ୍ରେମିକର ଛୁରା ମାଡ”

ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ମୃତ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ । ଅନ୍ୟ ଜଣଙ୍କ ନବଜାତ ଶିଶୁର ମୃତ ଦେହ ଆଉ ଏକ ପରିବାରକୁ ହସ୍ତାନ୍ତର

କନକ ବ୍ୟୁରୋ : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳକୁ ନେଇ ବଡ ଅଭିଯୋଗ । କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକ୍ କୁମ୍ଭାରପସ୍ୱଙ୍କ ଅଂଚଳର ସୁନ୍ଦରୀ ହିମିରିକା ପ୍ରସୂତି ପାଇଁ ଗତକାଲି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ପ୍ରସୂତି ପରେ ତାଙ୍କର ନବଜାତ କନ୍ୟା ମୃତ ବୋଲି କହି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ମେଡିତାଲ କର୍ତୃପକ୍ଷ । ମୃତ ନବଜାତକୁ ପୋତି ଘରକୁ ଫେରିବାବେଳେ ପୁଣିଥରେ ସୁନ୍ଦରୀଙ୍କContinue reading “ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ମୃତ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ । ଅନ୍ୟ ଜଣଙ୍କ ନବଜାତ ଶିଶୁର ମୃତ ଦେହ ଆଉ ଏକ ପରିବାରକୁ ହସ୍ତାନ୍ତର”

ଆମ ଖେଳାଳୀ ଭଲରେ ବିଶ୍ୱକପ୍ ବିଜୟୀ ହୋଇଥାନ୍ତେ, ହେଲେ ପନୌତି ହରାଇଦେଲା । ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ବୟାନ

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । କଂଗ୍ରେସ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର । ଗୋଟିଏ ପଟେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନରେ ଡେରା ପକାଇଛନ୍ତି ତ ଅନ୍ୟପଟେ କଂଗ୍ରେସ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ରାହୁଲ ଗାନ୍ଧୀ । ମଙ୍ଗଳବାର ଦିନ ରାଜସ୍ଥାନର ଜାଲୋର ଠାରେ ନିର୍ବାଚନ ପ୍ରଚାର କରିବାକୁ ପହଂଚିଥିଲେ ରାହୁଲ ଗାନ୍ଧୀ । ଏହି କ୍ରମରେ ସେContinue reading “ଆମ ଖେଳାଳୀ ଭଲରେ ବିଶ୍ୱକପ୍ ବିଜୟୀ ହୋଇଥାନ୍ତେ, ହେଲେ ପନୌତି ହରାଇଦେଲା । ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ବୟାନ”

ପୁଟିନ ବିଶ୍ୱର ବୃହତ୍ତମ କ୍ଷେପଣାସ୍ତ୍ର ସତାନ-୨ ପରୀକ୍ଷା କରିବାକୁ ଯାଉଛନ୍ତି । ନାଟୋ ଦେଶ ଭୟରେ ଥରିଲେଣି

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସତାନ-୨ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛନ୍ତି ।  ଯାହାକୁ ପାଶ୍ଚାତ୍ୟ ଦେଶମାନଙ୍କର ‘କାଳ’ ବୋଲି କୁହାଯାଏ । ଏହି କ୍ଷେପଣାସ୍ତ୍ରକୁ ହାଇପରସୋନିକ୍ ବେଗରେ ଆକ୍ରମଣ କରିବା ପାଇଁ ପରିକଳ୍ପନା କରାଯାଇଛି ।  ଏହି କ୍ଷେପଣାସ୍ତ୍ରର ଭୟ ଏତେ ଯେ ଆମେରିକା ନିଜର  ଗୁପ୍ତଚର ବିମାନରୁ ରୁଷର ଏହି ପରୀକ୍ଷଣ ଉପରେ ତୀକ୍ଷଣ ନଜର ରଖିଛି । ୟୁକ୍ରେନ ସହ ଯୁଦ୍ଧ ଏବଂ  ନାଟୋ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ବିଶ୍ୱରContinue reading “ପୁଟିନ ବିଶ୍ୱର ବୃହତ୍ତମ କ୍ଷେପଣାସ୍ତ୍ର ସତାନ-୨ ପରୀକ୍ଷା କରିବାକୁ ଯାଉଛନ୍ତି । ନାଟୋ ଦେଶ ଭୟରେ ଥରିଲେଣି”

ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେବେ ସୋମାଲିକା ଦାସ । ବିଜୟ ଶଙ୍କରଙ୍କୁ ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ : ଆଜି ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେବେ ସୋମାଲିକା ଦାସ । ବିଜୟ ଶଙ୍କରଙ୍କୁ ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ । କୋର୍ଟକୁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ଆଣିଲେ ସୋମାଲିକା । ଯୁବତୀ ଜଣକ ପୂର୍ବରୁ ବିବାହ କରିଥିବା କୋର୍ଟକୁ ଜଣାଇବେ ସୋମାଲିକା । ବିଧାୟକ ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତ ଓ ପୂର୍ବରୁ ତାଙ୍କର ବିବାହContinue reading “ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେବେ ସୋମାଲିକା ଦାସ । ବିଜୟ ଶଙ୍କରଙ୍କୁ ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ”

ଦୁଷ୍କର୍ମ ଅପରାଧୀ ରାମ ରହିମ ଚଳିତ ବର୍ଷ ତୃତୀୟ ଥର ପାଇଁ ଜେଲରୁ ବାହାରିଲେ । ୨୧ ଦିନିଆ ପାରୋଲ ଅନୁମତି ଦେଲେ ହରିଆଣା ସରକାର

କନକ ବ୍ୟୁରୋ : ଦୁଷ୍କର୍ମ ଓ ହତ୍ୟା ଅପରାଧରେ ହରିଆଣାର ରୋହତକ ଜେଲରେ ସଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ପୁଣିଥରେ ଜେଲରୁ ବାହାରିଛନ୍ତି । ଗୋଟିଏ ଦିନ ପୂର୍ବରୁ ହରିଆଣା ସରକାର ରାମ୍ ରହିମଙ୍କ ୨୧ ଦିନିଆ ପାରୋଲକୁ ଅନୁମତି ଦେଇଥିଲେ । ଆଜି ସେ ଜେଲରୁ ବାହାରୁଛନ୍ତି । ଚଳିତ ବର୍ଷ ତୃତୀୟ ଥର ପାଇଁ ହରିଆଣା ସରକାର ରାମ୍ ରହିମଙ୍କ ପାରୋଲକୁ ଅନୁମତି ଦେଇଛନ୍ତି । ସୋମବାରContinue reading “ଦୁଷ୍କର୍ମ ଅପରାଧୀ ରାମ ରହିମ ଚଳିତ ବର୍ଷ ତୃତୀୟ ଥର ପାଇଁ ଜେଲରୁ ବାହାରିଲେ । ୨୧ ଦିନିଆ ପାରୋଲ ଅନୁମତି ଦେଲେ ହରିଆଣା ସରକାର”

ବିଜୟ ପରେ ନାଚ, ପରାଜୟ ପରେ ଆତ୍ମହତ୍ୟା ! ସାମ୍ନାକୁ ଆସିଲା ବିଞ୍ଝାରପୁରର ଆତ୍ମହତ୍ୟା କରିଥିବା ଯୁବକଙ୍କ ନାଚିବାର ଦୃଶ୍ୟ

କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଭାରତ ଜିତିବା ପରେ ନାଚୁଥିଲେ । ଆଉ ଫାଇନାଲରେ ଭାରତ ହାରିବା ପରେ ଆତ୍ମହତ୍ୟା କରିଦେଲେ । ବିଞ୍ଝାରପୁର ଥାନା ଅଞ୍ଚଳ ଜରି ଗାଁର ଦେବରଞ୍ଜନଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ ନେଇଛି । ସେମିଫାଇନାଲରେ ଭାରତ ବିଜୟ ପରେ କେମିତି ଦେବ ରଞ୍ଜନ ସାଙ୍ଗଙ୍କ ମେଳରେ ଖୁସି ମନେଇଥିଲେ ସେହି ଭିଡିଓ ସାମ୍ନାକୁ ଆସିଛି । ଗତ ୧୫ ତାରିଖରେ ଭାରତୀୟ ଟିମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁContinue reading “ବିଜୟ ପରେ ନାଚ, ପରାଜୟ ପରେ ଆତ୍ମହତ୍ୟା ! ସାମ୍ନାକୁ ଆସିଲା ବିଞ୍ଝାରପୁରର ଆତ୍ମହତ୍ୟା କରିଥିବା ଯୁବକଙ୍କ ନାଚିବାର ଦୃଶ୍ୟ”

ବିଦେଶୀ ଫଣ୍ଡିଂ ଆଇନ ଉଲଙ୍ଘନ ମାମଲା । ଇଡି କହିଲା, ୯ ହଜାର କୋଟି ଟଙ୍କା ପୈଠ କରୁ ବାଇଜୁୁସ

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଅନଲାଇନ୍ ଶିକ୍ଷା ପୋର୍ଟାଲ ବାଇଜୁସ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଇଜୁସ୍ ତରଫରୁ ବିଦେଶୀ ଫଣ୍ଡିଂ ଆଇନ ଉଲଙ୍ଘନ ମାମଲାରେ ବାଇଜୁସକୁ ୯ ହଜାର କୋଟି ଟଙ୍କା ପୈଠ କରିବାକୁ ଇଡି ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଇଡି ବାଇଜୁସର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରି କହିଥିଲା କି, ବାଇଜୁ କମ୍ପାନୀ ଲୋକପ୍ରିୟ ଅନଲାଇନ ଏଜୁକେଶନ ପୋର୍ଟାଲ ନାମରେ ଏକContinue reading “ବିଦେଶୀ ଫଣ୍ଡିଂ ଆଇନ ଉଲଙ୍ଘନ ମାମଲା । ଇଡି କହିଲା, ୯ ହଜାର କୋଟି ଟଙ୍କା ପୈଠ କରୁ ବାଇଜୁୁସ”

ଗୋଟିଏ ଟ୍ରାକରେ ୩ ଟ୍ରେନ୍ । ଟଳିଗଲା ବଡ ଦୁର୍ଘଟଣା, ଉଠିଲାଣି ପ୍ରଶ୍ନ ବାରମ୍ବାର ତ୍ରୁଟି ହେଉଛି କାହିଁକି?

କନକ ବ୍ୟୁରୋ : ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ୩ ଟ୍ରେନ୍ । ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥାନ୍ତେ ୩ ଯାତ୍ରୀବାହୀ ଟ୍ରେନ । ତେବେ ଏଭଳି ଏକ ବଡ ଅଘଟଣକୁ ଏଡାଇ ଦିଆଯାଇପାରିଛି । ଏଭଳି ଏକ ଘଟଣା ରାଉରକେଲାରୁ ସାମ୍ନାକୁ ଆସିଛି । ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ତୃତୀୟContinue reading “ଗୋଟିଏ ଟ୍ରାକରେ ୩ ଟ୍ରେନ୍ । ଟଳିଗଲା ବଡ ଦୁର୍ଘଟଣା, ଉଠିଲାଣି ପ୍ରଶ୍ନ ବାରମ୍ବାର ତ୍ରୁଟି ହେଉଛି କାହିଁକି?”

Design a site like this with WordPress.com
Get started