ରାଜସ୍ଥାନରେ ହିମନ୍ତ ବିଶ୍ୱଶର୍ମାଙ୍କ ବୟାନ । କହିଲେ, ମୁଁ ଖୋଲାଖୋଲି ଭାବେ ହିନ୍ଦୁ ରାଜନୀତି କରୁଛି

କନକ ବ୍ୟୁରୋ : ରାଜସ୍ଥାନରେ ନଭେମ୍ବର ୨୫ ତାରିଖରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି କ୍ରମରେ ରାଜ୍ୟରେ ବାହାର ନେତାଙ୍କ ଭିଡ ଲାଗିଛି । କଂଗ୍ରେସର କେନ୍ଦ୍ରୀୟ ନେତାମାନେ ରାଜସ୍ଥାନରେ ଭିଡ ଜମାଇଥିବା ବେଳେ ବିଜେପିର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଦଳୀୟ ପ୍ରଚାର ପାଇଁ ରାଜସ୍ଥାନରେ ପହଂଚିଛନ୍ତି । ଏହି କ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜସ୍ଥାନରେ ବିଜେପି ପାଇଁ ପ୍ରଚାର କରିଛନ୍ତି । ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସ ଓContinue reading “ରାଜସ୍ଥାନରେ ହିମନ୍ତ ବିଶ୍ୱଶର୍ମାଙ୍କ ବୟାନ । କହିଲେ, ମୁଁ ଖୋଲାଖୋଲି ଭାବେ ହିନ୍ଦୁ ରାଜନୀତି କରୁଛି”

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ । ୨୯୬.୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଦୁଇଟି ହେଉଛି, ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ କୁଟସିଙ୍ଘାContinue reading “ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ । ୨୯୬.୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।”

ବିଶ୍ୱକପ୍ ଫାଇନାଲ ମ୍ୟାଚର ପିଚକୁ ନେଇ ଆସିଲା ବଡ ଖବର । ଭାରତ-ପାକିସ୍ତାନ ଖେଳାଯାଇଥିବା ପିଚରେ ଖେଳାଯିବ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ପ୍ୟାଟ୍ କମିନ୍ସ କହିଲେ, ଧିମା ରହିବ ପିଚ୍…

କନକ ବ୍ୟୁରୋ: ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଆଉ ଅଷ୍ଟ୍ରେଲିଆ । ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ । ତେବେ ଏବେ ସମସ୍ତଙ୍କର ନଜର ରହିଛି ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମର ପିଚ୍ ଉପରେ । ଯେଉଁ ପିଚ୍ ଉପରେ କି, ଭାରତ- ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳାଯିବ । ମିଳିଥିବା ସୂଚନା ମୁତାବକ, ଭାରତ-ପାକିସ୍ତାନ ମ୍ୟାଚ୍ ଯେଉଁ ପିଚ୍ ଉପରେ ଖେଳାଯାଇଥିଲା, ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲContinue reading “ବିଶ୍ୱକପ୍ ଫାଇନାଲ ମ୍ୟାଚର ପିଚକୁ ନେଇ ଆସିଲା ବଡ ଖବର । ଭାରତ-ପାକିସ୍ତାନ ଖେଳାଯାଇଥିବା ପିଚରେ ଖେଳାଯିବ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ପ୍ୟାଟ୍ କମିନ୍ସ କହିଲେ, ଧିମା ରହିବ ପିଚ୍…”

ଉତ୍ତରକାଶୀରେ ଉଦ୍ଧାର କାର୍ଯ୍ୟ ମଧ୍ୟରେ ଟନେଲ ବିଶେଷଜ୍ଞଙ୍କ ବଡ ଦାବି । କହିଲେ, ଆମେ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବୁ

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବାକୁ ଉଦ୍ଧାରକାରୀ ଦଳ ୭ ଦିନ ହେବ ଲାଗିଛନ୍ତି । ଏହି ଉଦ୍ଧାରକାର୍ଯ୍ୟରେ ସହାୟତା ପାଇଁ ଅର୍ନ୍ତଜାତୀୟ ସୁଡଙ୍ଗ ବିଶେଷଜ୍ଞ ପ୍ରଫେସର ଆନାଲ୍ଡୋ ଡିକ୍ସଙ୍କ ସହ ଯୋଗାଯୋଗ କରାଯାଇଛି । ସେ ଉଦ୍ଧାରକାରୀ ଦଳଙ୍କୁ ସହାୟତା କରିବାକୁ ଭାରତ ଆସୁଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଶ୍ରମିକଙ୍କୁ ଉଦ୍ଧାର କରିବାକୁContinue reading “ଉତ୍ତରକାଶୀରେ ଉଦ୍ଧାର କାର୍ଯ୍ୟ ମଧ୍ୟରେ ଟନେଲ ବିଶେଷଜ୍ଞଙ୍କ ବଡ ଦାବି । କହିଲେ, ଆମେ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବୁ”

ରାମ ମନ୍ଦିର ଭିତରେ ଯିଏ ପ୍ରବେଶ କରିବ ସିଏ ମୁସଲମାନ ହେଇ ବାହାରିବ । ଏମିତି କହିଲେ ଜାଭେଦ ମିଆଁଦାଦ

ମୋଦି ଅଯୋଧ୍ୟାରେ ରାମମନ୍ଦିର ତ ତିଆରି କରିଦେଲେ କିନ୍ତୁ ଏବେ ଯିଏ ବି ତା ଭିତରେ ପ୍ରବେଶ କରିବ ବାହାରିଲା ବେଳକୁ ମୁସଲମାନ ହେଇ ସାରିଥିବ । ଏମିତି କହି ଚର୍ଚ୍ଚାରେ ଅଛନ୍ତି ପାକିସ୍ଥାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ । ମିଆଁଦାଦ ଭାରତ ବିରୋଧୀ ବୋଲି ବେଶ୍ ଜଣାଶୁଣା । ସମୟ ସମୟରେ ସେ ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ଇଆଡୁ ସିଆଡୁ ବିବୃତ୍ତି ଦେଇ ଚର୍ଚ୍ଚାରେ ରହିଥାନ୍ତି । ପାକିସ୍ତାନୀ ଦଳ ବିଶ୍ୱକପରୁ ବାହାରContinue reading “ରାମ ମନ୍ଦିର ଭିତରେ ଯିଏ ପ୍ରବେଶ କରିବ ସିଏ ମୁସଲମାନ ହେଇ ବାହାରିବ । ଏମିତି କହିଲେ ଜାଭେଦ ମିଆଁଦାଦ”

ୱାର୍ଲ୍ଡକପ୍ ଫାଇନାଲରେ ଲାଗିବ ଭିଭିଆଇପିଙ୍କ ଭିଡ । ଅବତରଣ କରିବ ୧୦୦ ଜେଟ୍, ପ୍ରସ୍ତୁତ ହୋଇଛି ଅତିଥିଙ୍କ ଲମ୍ବା ଲିଷ୍ଟ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଏବଂ ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍ ଦେଖିବା ପାଇଁ ରବିବାର ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି। ପର୍ବପର୍ବାଣୀ ଏବଂ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଯୋଗୁଁ ଅହମ୍ମଦାବାଦରେ ଅଭୂତପୂର୍ବ ଭିଡ଼ ଯୋଗୁଁ ଅହମ୍ମଦାବାଦ ପାଇଁ ବିମାନ ଭଡ଼ା ଏବଂ ହୋଟେଲ ଭଡ଼ା ଆକାଶଛୁଆଁ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କ୍ରୀଡ଼ା ବିଶେଷଜ୍ଞ , ବ୍ୟବସାୟୀ, ବଲିଉଡ୍ ସେଲିବ୍ରିଟି ଏବଂ ମ୍ୟୁଜିସିଆନ୍ ସହରରେ ପହଞ୍ଚି ଫାଇନାଲ୍Continue reading “ୱାର୍ଲ୍ଡକପ୍ ଫାଇନାଲରେ ଲାଗିବ ଭିଭିଆଇପିଙ୍କ ଭିଡ । ଅବତରଣ କରିବ ୧୦୦ ଜେଟ୍, ପ୍ରସ୍ତୁତ ହୋଇଛି ଅତିଥିଙ୍କ ଲମ୍ବା ଲିଷ୍ଟ ।”

ଠିକ୍ ୨୪ ଘଣ୍ଟା ପରେ ବିଶ୍ୱକପ୍ ଫାଇନାଲ । ଆରମ୍ଭ ହେଲା କାଉଣ୍ଟଡାଉନ । ଭାରତର ବିଜୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା, ହୋମଯଜ୍ଞ

କନକ ବ୍ୟୁରୋ: ଆସନ୍ତାକାଲି ଦିନ ୨ଟାରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ଆଉ ଆଜିଠୁ ଆରମ୍ଭ ହୋଇଯାଇଛି ଅବଗଣନା । ବିଶ୍ୱ ଚାମ୍ପିୟାନ ହେବା ପାଇଁ ଲଢ଼େଇ କରିବେ ଭାରତ- ଅଷ୍ଟ୍ରେଲିଆ । ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ବସି ମ୍ୟାଚ୍ ଦେଖିବେ । ଅଷ୍ଟ୍ରେଲିଆରContinue reading “ଠିକ୍ ୨୪ ଘଣ୍ଟା ପରେ ବିଶ୍ୱକପ୍ ଫାଇନାଲ । ଆରମ୍ଭ ହେଲା କାଉଣ୍ଟଡାଉନ । ଭାରତର ବିଜୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା, ହୋମଯଜ୍ଞ”

ଗାଜା ଉପରେ ଆକ୍ରମଣ ଭିତରେ କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ । କହିଲେ , ମକଦ୍ଦମା ନ ଚଳାଇ ନେତନ୍ୟାହୁଙ୍କୁ ଗୁଳି ମାରିଦିଅ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାଜମୋହନ ଅତ୍ରୀଥନ କାସରଗଡ ଠାରେ ଚାଲିଥିବା ପାଲେଷ୍ଟାଇନ ଏକଜୁଟତା ରାଲିରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମୀନ ନେତନ୍ୟାହୁଙ୍କ ବିରୋଧରେ ମକଦ୍ଦମା ନ ଚଳାଇ ତାଙ୍କୁ ସିଧାସଳଖ ଗୁଳିମାରି ହତ୍ୟା କରିଦେବା ଉଚିତ୍ । ରାଲିରେ ଉପସ୍ଥିତ ଥିବା ଲୋକଙ୍କୁ ସେ ପଚାରିଥିଲେ କି ଜେନେଭା କନଭେନସନର ସମସ୍ତ ଚୁକ୍ତିକୁ ଉଲଂଘନ କରିଥିବା ଲୋକ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକContinue reading “ଗାଜା ଉପରେ ଆକ୍ରମଣ ଭିତରେ କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ । କହିଲେ , ମକଦ୍ଦମା ନ ଚଳାଇ ନେତନ୍ୟାହୁଙ୍କୁ ଗୁଳି ମାରିଦିଅ”

ବାପା ହେଲେ ଦି ଗ୍ରେଟ୍ ଖଲି । ଘରକୁ ଆସିଲା କୁନି ରାଜକୁମାର

କନକ ବ୍ୟୁରୋ: ଦ ଗ୍ରେଟ୍ ଖଲି ବାପା ହେବାର ସୌଭାଗ୍ୟ ପାଇଛନ୍ତି । ତାଙ୍କ ଘରକୁ ଆସିଛି ପୁତ୍ର ସନ୍ତାନ । ସୋସିଆଲ ମିଡିଆରେ ଖଲି ପୋଷ୍ଟ କରିଥିବା ଏକ ଭିଡିଓରେ ସେ ପୁଅକୁ ଧରିଥିବା ଦେଖିବାକୁ ମିଳିଛି । ଏହି ଖୁସିଖବର ସେୟାର କରିବା ସହ ଖଲି ଲେଖିଛନ୍ତି , ‘ଆଜି ଆପଣମାନଙ୍କ ଆଶୀର୍ବାଦ ଯୋଗୁଁ ମୋତେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଛି’ ।  ଖଲି ୨୦୨୨ରେ ବିବାହ କରିଥିଲେ । ଉଚ୍ଚତାରେ ପତି ପତ୍ନୀଙ୍କContinue reading “ବାପା ହେଲେ ଦି ଗ୍ରେଟ୍ ଖଲି । ଘରକୁ ଆସିଲା କୁନି ରାଜକୁମାର”

ପ୍ରସିଦ୍ଧ ‘ଟାଇମ’ ମାଗାଜିନରେ ଏକାଥରେ ନ’ ଜଣ ଭରତୀୟଙ୍କୁ ସ୍ଥାନ

ମାଗାଜିନରେ ପ୍ରକାଶିତ ‘ଟାଇମ୍ 100 କ୍ଲାଇମେଟ’ ତାଲିକାରେ ବିଶ୍ବର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ସିଇଓ, ପ୍ରତିଷ୍ଠାତା, ସଂଗୀତଜ୍ଞ, ନୀତି ନିର୍ମାତା ଏବଂ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ । ୩୦ ନଭେମ୍ବରରୁ ୟୁଏଇରେ ହେବାକୁ ଥିବା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ୨୦୨୩ ପୂର୍ବରୁ ଏହି ତାଲିକା ପ୍ରକାଶ ପାଇଛି । ଦୁନିଆର ସବୁଠାରୁ ପ୍ରସିଦ୍ଧ ପତ୍ରିକା ‘ଟାଇମ୍’ ଭାରତୀୟ ମୂଳର ନଅ ଜଣଙ୍କୁ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଛି ।Continue reading “ପ୍ରସିଦ୍ଧ ‘ଟାଇମ’ ମାଗାଜିନରେ ଏକାଥରେ ନ’ ଜଣ ଭରତୀୟଙ୍କୁ ସ୍ଥାନ”

Design a site like this with WordPress.com
Get started