ଟନେଲ ଭିତରୁ କେବେ ବାହାରିବେ ଶ୍ରମିକ? ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଜିନ୍ଦଗୀ ‘ପ୍ଲାନ୍ ବି’ ।

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫଶିରହଥିବା ଶ୍ରମିକଙ୍କୁ କିପରି କରାଯିବ ଉଦ୍ଧାର । ସପ୍ତାହେ ହେବ ଫଶିରହିଥିବା ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ଅପରେସନ୍ ଜିନ୍ଦଗୀ ‘ପ୍ଲାନ୍ ବି’ । ଆମେରିକାରୁ ଆସିଥିବା ଅଗର ମେସିନରେ ଡ୍ରିଲିଙ୍ଗ କରି ଉଦ୍ଧାର କରାଯାଉଥିଲେ ବି ଏହା ଖରାପ ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି । ଉଦ୍ଧାର କାର୍ଯ୍ୟ ବନ୍ଦ ଥିବାରୁ ପ୍ଲାନ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଏକ ଜରୁରୀ ବୈଠକ ମଧ୍ୟ ହୋଇଛି ।Continue reading “ଟନେଲ ଭିତରୁ କେବେ ବାହାରିବେ ଶ୍ରମିକ? ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଜିନ୍ଦଗୀ ‘ପ୍ଲାନ୍ ବି’ ।”

ବାହାଘର ଭୋଜି ଖାଇ ଫେରିବା ବେଳେ ଗଛରେ ଧକ୍କା ଖାଇଲା କାର୍‌: ୫ ମୃତ, ୫ ଆହତ ।

କନକ ବ୍ୟୁରୋ: ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲାରେ ଏକ ବାହାଘର ଉତ୍ସବରୁ ଫେରୁଥିବା ବେକଳେ ଶୁକ୍ରବାର ରାତିରେ ଗୋଟାଏ କାର୍‌ ରାସ୍ତାପାର୍ଶ୍ବରେ ଥିବା ଗଛରେ ଧକ୍କା ଖାଇବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ପିଲାଙ୍କ ସମେତ ଆଉ ୫ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ଗିରିଡିହିର ତିକୋଡ଼ିହ ଅଞ୍ଚଳରୁ ବାହାଘର ଭୋଜି ଖାଇ ଉପରୋକ୍ତ ଅତିଥିମାନେ ଗୋଟାଏ ସ୍କର୍ପିଓ କାର୍‌ରେ ଫେରୁଥିଲେ। ରାତି ପ୍ରାୟ ୩ଟା ବେଳେ ବାଘମରା ଗାଁ ନିକଟରେ ସେମାନଙ୍କ ଗାଡ଼ି ଗଛରେContinue reading “ବାହାଘର ଭୋଜି ଖାଇ ଫେରିବା ବେଳେ ଗଛରେ ଧକ୍କା ଖାଇଲା କାର୍‌: ୫ ମୃତ, ୫ ଆହତ ।”

ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ଜର୍ସି ରଙ୍ଗକୁ ନେଇ ରାଗିଗଲେ ମମତା ଦିଦି । କହିଲେ ସବୁ ଗେରୁଆ ରଙ୍ଗ କାହିଁକି କରୁଛନ୍ତି ସରକାର?

କନକ ବ୍ୟୁରୋ: ‘ବିଜେପି’ ସବୁ କିଛି ଗୈରିକ ରଙ୍ଗ କରି ପକାଉଛି ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ‘ପ୍ରାକ୍ଟିସ୍‌’ ଜର୍ସି ପ୍ରସଙ୍ଗ ଉଠାଇ କହିଛନ୍ତି। କେନ୍ଦ୍ରୀୟ କୋଲ୍‌କାତା ଅଞ୍ଚଳ ଅନ୍ତର୍ଗତ ପୋସ୍ତା ବଜାରରେ ଜଗଧାତ୍ରୀ ପୂଜା କାର୍ୟ୍ୟକ୍ରମ ଉଦ୍‌ଘାଟନ କରି ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ଏବେ ସବୁ କିଛି ଗୈରିକ ବର୍ଣ୍ଣ ଧାରଣ କରୁଛି। ସେମାନେ ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରିContinue reading “ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ଜର୍ସି ରଙ୍ଗକୁ ନେଇ ରାଗିଗଲେ ମମତା ଦିଦି । କହିଲେ ସବୁ ଗେରୁଆ ରଙ୍ଗ କାହିଁକି କରୁଛନ୍ତି ସରକାର?”

ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ଗଲା ଔଷଧ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କଲା ରାୟଗଡା ଜିଲ୍ଲା ।

କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିବାକୁ ଯାଉଛି ରାୟଗଡା ଜିଲ୍ଲା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଡ୍ରୋନରେ ପରିବହନ ହେବ ଜୀବନ ରକ୍ଷାକାରୀ ଔଷଧ । ଯାହାକୁ ପରିକ୍ଷାମୂଳକ ଭାବେ ରାୟଗଡାରୁ ଗୁଡାରୀ ଡାକ୍ତରଖାନାକୁ ଔଷଧ ପଠାଯାଇଛି । ଏହାଦ୍ୱାରା ସମୟ ଅପଚୟ ସହ ରୋଗୀଙ୍କୁ ଖର୍ଚ୍ଚାନ୍ତରୁ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ । ବାରିଝୋଲା ସ୍ଥିତ ମୂଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରେଡୱିଙ୍ଗ ଭଳିContinue reading “ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ଗଲା ଔଷଧ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କଲା ରାୟଗଡା ଜିଲ୍ଲା ।”

ଟନେଲ ଭିତରୁ ଫସିରହିଥିବା ଶ୍ରମିକଙ୍କ ଅନୁରୋଧ । ଘଟଣା ବାବଦରେ ମା’ଙ୍କୁ ନକହିବା ପାଇଁ ସଂପର୍କୀୟଙ୍କୁ କହିଲେ ।

କନକ ବ୍ୟୁରୋ: ସପ୍ତାହେ ହେବ ଟନେଲ ଭିତରେ ଫସିଛନ୍ତି ୪୦ ଜଣ ଶ୍ରମିକ । ଆଉ ଟନେଲ ବାହାରେ ଅପେକ୍ଷା କରିଛନ୍ତି ସେମାନଙ୍କ ସଂପର୍କୀୟ । ପାଇପ୍ ସାହାଯ୍ୟରେ ଫସି ରହିଥିବା ନିଜ ପରିବାର ଲୋକଙ୍କ ସହ କଥା ହେଉଛନ୍ତି । ଟନେଲ ଭିତରେ କିପରି ଅଛନ୍ତି, ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁଛନ୍ତି କି ନାହିଁ । ଏସବୁ ସଂପର୍କରେ ପଚାରି ବୁଝୁଛନ୍ତି । ସାହସର ସହିତ ରହିବା ପାଇଁ ଆଶ୍ୱାସନ ଦେବା ସହ ବ୍ୟସ୍ତ ନହେବାContinue reading “ଟନେଲ ଭିତରୁ ଫସିରହିଥିବା ଶ୍ରମିକଙ୍କ ଅନୁରୋଧ । ଘଟଣା ବାବଦରେ ମା’ଙ୍କୁ ନକହିବା ପାଇଁ ସଂପର୍କୀୟଙ୍କୁ କହିଲେ ।”

କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ: ଗାଡି ଚଳାଚଳ, ଦୋକାନ ବଜାର ରହିଛି ବନ୍ଦ

କନକ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶା ବନ୍ଦ ପାଳନ କରାଯାଉଛି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି । ବନ୍ଦର ପ୍ରଭାବ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ବଲାଙ୍ଗୀର, କଂଟାବାଞ୍ଜି, କଳାହାଣ୍ଡି, ବରଗଡ଼, ପଦ୍ମପୁର ଆଦି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କୋଶଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି ।Continue reading “କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ: ଗାଡି ଚଳାଚଳ, ଦୋକାନ ବଜାର ରହିଛି ବନ୍ଦ”

କୋଶଳ ରାଜ୍ୟ ଗଠନ ଦାବିରେ ବଲାଙ୍ଗୀରରେ ବନ୍ଦ ପାଳନ: ସମ୍ବଲପୁରରେ ପ୍ରଭାବ ଶୂନ୍ୟ

କନକ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ପାଳନା । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି । ପଶ୍ଚିମ ଓଡିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଉଛି । ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଂଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁContinue reading “କୋଶଳ ରାଜ୍ୟ ଗଠନ ଦାବିରେ ବଲାଙ୍ଗୀରରେ ବନ୍ଦ ପାଳନ: ସମ୍ବଲପୁରରେ ପ୍ରଭାବ ଶୂନ୍ୟ”

ଟନେଲ ଭିତରୁ କେବେ ବାହାରିବେ ଶ୍ରମିକ? ଡ୍ରିଲିଂ ମେସନ୍ ଖରାପ ଯୋଗୁଁ ଗତକାଲି ଅପରାହ୍ଣ ୪ଟାରୁ ବନ୍ଦ ରହିଛି ରେସ୍କ୍ୟୁ ଅପରେସନ୍

କନକ ବ୍ୟୁରୋ: ସପ୍ତାହେ ହେଲା ସୁଡଙ୍ଗରେ ଫସି ରହିଛନ୍ତି ୪୦ ଶ୍ରମିକ । ଉତରାଖଣ୍ଡର ଉତରକାଶୀରେ ଥିବା ଏହି ସୁଡଙ୍ଗ ଭିତରୁ ଶ୍ରମିକମାନେ କେବେ ଉଦ୍ଧାର ହେବେ ସେ ନେଇ ପ୍ରଶ୍ନ ଉଠିଛି । ଆମେରିକାର ଅଗର ମେସିନ ସାହାଯ୍ୟରେ ଡ୍ରିଲିଂ କରାଯାଇ ଶ୍ରମିକଙ୍କ ପାଖରେ ପହଂଚିବାକୁ ପ୍ରୟାସ ହୋଇଥିଲା ତାହା ଏବେ ଖରାପ ହୋଇଯାଇଛି । ପଥର ଚଟାଣ ଏତେ ଟାଣ ରହିଛି ଯେ ୨୪ ମିଟର ଖୋଳିବା ପରେ ତାର ବିୟରିଂ ନଷ୍ଟ ହୋଇଯାଉଛିContinue reading “ଟନେଲ ଭିତରୁ କେବେ ବାହାରିବେ ଶ୍ରମିକ? ଡ୍ରିଲିଂ ମେସନ୍ ଖରାପ ଯୋଗୁଁ ଗତକାଲି ଅପରାହ୍ଣ ୪ଟାରୁ ବନ୍ଦ ରହିଛି ରେସ୍କ୍ୟୁ ଅପରେସନ୍”

ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ପୁଣି ଦାବି ଦୋହରାଇଲେ କେନ୍ଦ୍ରମନ୍ତ୍ରୀ: ନାଟମଣ୍ଡପ ମରାମତି କାର୍ଯ୍ୟର କଲେ ଅନୁଧ୍ୟାନ

କନକ ବ୍ୟୁରୋ: ଶୀଘ୍ର ଖୋଲାଯାଉ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ପୁଣି ଦାବି ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରତ୍ନଭଣ୍ଡାର ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ । ତେଣୁ ଏହାକୁ ତୁରନ୍ତ ଖୋଲାଯାଉ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁରୀ ଗସ୍ତରେ ଥିବା ବେଳେ ଭୋରରୁ ଶ୍ରୀମନ୍ଦିରରେ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍ ଧରି ରହିବା ସହ ମଙ୍ଗଳContinue reading “ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ପୁଣି ଦାବି ଦୋହରାଇଲେ କେନ୍ଦ୍ରମନ୍ତ୍ରୀ: ନାଟମଣ୍ଡପ ମରାମତି କାର୍ଯ୍ୟର କଲେ ଅନୁଧ୍ୟାନ”

କାଳୀପୂଜାକୁ ନେଇ ରାୟଗଡା ସହର ଉତ୍ସବମୁଖର: ମଣ୍ଡପରେ ଦଶ ମହାବିଦ୍ୟା ପୂଜା ଦେଖିବାକୁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତଙ୍କ ସମାଗମ

କନକ ବ୍ୟୁରୋ: ରାୟଗଡା ସହରରେ ଧୁମଧାମରେ ଚାଲିଛି ମାଆ ଦକ୍ଷିଣ କାଳୀଙ୍କ ଦଶ ମହାବିଦ୍ୟା ପୂଜା । ଏଥିପାଇଁ ବେଶ ଉତ୍ସବମୁଖର ହୋଇପଡିଛି ରାୟଗଡା ସହର । ରୀତିନୀତି ଅନୁସାରେ ମଣ୍ଡପରେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ପ୍ରସିଦ୍ଧ ଦକ୍ଷିଣ କାଳୀଙ୍କ ଦଶ ମହାବିଦ୍ୟା ପୂଜା ଦେଖିବାକୁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଅନ୍ୟପଟେ ପୂଜା ମଣ୍ଡପ ନିକଟରେ ମୀନା ବଜାର, ଘରକରଣ ସାମଗ୍ରୀ ଓ ମନୋହର ଦୋକାନ ସହ ଫୁଡ ଷ୍ଟଲ ଲାଗିଛିContinue reading “କାଳୀପୂଜାକୁ ନେଇ ରାୟଗଡା ସହର ଉତ୍ସବମୁଖର: ମଣ୍ଡପରେ ଦଶ ମହାବିଦ୍ୟା ପୂଜା ଦେଖିବାକୁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତଙ୍କ ସମାଗମ”

Design a site like this with WordPress.com
Get started