ମଧ୍ୟପ୍ରଦେଶରେ ଓ ଛତିଶଗଡରେ ପଡିଲା ଭୋଟ: ପରମ ପ୍ରତିଦ୍ୱନ୍ଦୀ ବିଜେପି-କଂଗ୍ରେସରେ ମଧ୍ୟରେ ଜୋରଦାର ଟକ୍କର

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଶୁକ୍ରବାର ପ୍ରଥମ ତଥା ଗୋଟିଏ ପର୍ଯ୍ୟାୟରେ ଭୋଟ ପଡିଛି । ୫ରାଜ୍ୟ ବିଧାନସଭା ନିର୍ବାଚନରେ ସବୁଠୁ ଅଧିକ ଫୋକସରେ ରହିଛି ମଧ୍ୟପ୍ରଦେଶ । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ନିର୍ବାଚନ ବିରୋଧୀଙ୍କ ଇଣ୍ଡିଆ ମେଂଟ ପାଇଁ ବଡ ଆହ୍ୱାନ । ସେପଟେ ମଧ୍ୟପ୍ରଦେଶରେ ବିଜେପିକୁ ଗାଦିଚ୍ୟୁତ କରିବାକୁ କଂଗ୍ରେସ ବଡ ଲକ୍ଷ୍ୟ ରଖିଛି । ଅନ୍ୟପଟେ ପ୍ରତିଦ୍ୱନ୍ଦୀଙ୍କ କଡ଼ା ଟକ୍କର ଦେବାକୁ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳିଛି । କେନ୍ଦ୍ରମନ୍ତ୍ରୀ, ସାଂସଦ ଓContinue reading “ମଧ୍ୟପ୍ରଦେଶରେ ଓ ଛତିଶଗଡରେ ପଡିଲା ଭୋଟ: ପରମ ପ୍ରତିଦ୍ୱନ୍ଦୀ ବିଜେପି-କଂଗ୍ରେସରେ ମଧ୍ୟରେ ଜୋରଦାର ଟକ୍କର”

ମାଟି ଅତଡା ଖସିବା ଯୋଗୁଁ ପୁଣି ଅଟକିଲା ଟନେଲରୁ ଶ୍ରମିକଙ୍କ ଉଦ୍ଧାରକାମ: ୨୪ମିଟରରୁ ୨୨ ମିଟରର ସରିଛି ଖୋଦେଇ

କନକ ବ୍ୟୁରୋ: ୬ଦିନ ହେଲାଣି । ଉତ୍ତରାକାଣୀ ଟନେଲରେ ଜୀବନ୦-ମରଣ ସହ ସଂର୍ଘଷ କରୁଛନ୍ତି ୪୦ ଶ୍ରମିକ । ତେବେ ସମସ୍ତ ଶ୍ରମିକ ସୁସ୍ଥ ଥିବା ଉତରକାଶୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପଟେ ଯଦି ଉଦ୍ଧାରକାର୍ଯଷର ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ମାନସିକ ଅସ୍ଥିରତା ଦେଖାଯାଇପାରେ । ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଭାରତ ସମେତ ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । ସୁରକ୍ଷିତ ଉଦ୍ଧାରContinue reading “ମାଟି ଅତଡା ଖସିବା ଯୋଗୁଁ ପୁଣି ଅଟକିଲା ଟନେଲରୁ ଶ୍ରମିକଙ୍କ ଉଦ୍ଧାରକାମ: ୨୪ମିଟରରୁ ୨୨ ମିଟରର ସରିଛି ଖୋଦେଇ”

ସୀମାରେ ସହିଦ ହୋଇଗଲେ କଳାହାଣ୍ଡିର ଈଶ୍ୱର ଦୋରା । ତ୍ରିପୁରାର ଲଙ୍କାମୁରା ବର୍ଡର ପୋଷ୍ଟରେ ହୋଇଥିଲେ ମୂତୟନ

କନକ ବ୍ୟୁରୋ : ଦେଶ ମାତୃକାର ସେବା ପାଇଁ ସହିଦ ହୋଇଗଲେ ବିଏସ୍ଏଫ୍ ଯବାନ ଈଶ୍ୱର ଚନ୍ଦ୍ର ଦୋରା । ଏପଟେ ବୀର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ଖବର ଶୁଣିବା ପରେଠାରୁ ବାହୁନି ବାହୁନି କାନ୍ଦୁଛନ୍ତି ମାଆ । ପୂରା ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ୨୦୦୯ରେ ସୀମା ସୁରକ୍ଷା ବଳରେ ସାମିଲ ହୋଇଥିଲେ ଈଶ୍ୱର । ବିଏସଏଫ ୪୨ ବାଟାଲିୟନରେ କାମ କରୁଥିଲେ ଏହି ବୀର ଯବାନContinue reading “ସୀମାରେ ସହିଦ ହୋଇଗଲେ କଳାହାଣ୍ଡିର ଈଶ୍ୱର ଦୋରା । ତ୍ରିପୁରାର ଲଙ୍କାମୁରା ବର୍ଡର ପୋଷ୍ଟରେ ହୋଇଥିଲେ ମୂତୟନ”

ଆଗକୁ କଣ ହେବ ରାଜନୈତିକ ଦୃଶ୍ୟପଟ୍ଟ? କେମିତି ଲଢ଼ିବ ବିଜେପି? କଣ ରହିବ କଂଗ୍ରେସର ରଣନୀତି? ଡିସେମ୍ବର ୩ ଉପରେ ନଜର

କନକ ବ୍ୟୁରୋ : ନିର୍ବାଚନର ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବ । ଯାହା ଉପରେ ସାରାଦେଶର ନଜର ରହିଛି । ମୋଦୀଙ୍କ ପ୍ରଭାବ, ପତିଆରା କେତେ ରହିଛି? କଂଗ୍ରେସର ଭାରତ ଯୋଡୋ ଯାତ୍ରା କେତେ ପ୍ରଭାବ ପକାଇଛି, ତାହା ହିଁ ସେହିଦିନ ସ୍ପଷ୍ଟ ହେବ । ଆଉ ଏହି ପାଂଚ ରାଜ୍ୟର ଜନାଦେଶ ଆଗାମି ୨୦୨୪ ପାଇଁ ବଡ ସଂକେତ ଦେବ ବୋଲି କୁହାଯାଉଛି । ଓଡିଶା ରାଜନୈତିକ ଦୃଶ୍ୟପଟ୍ଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁContinue reading “ଆଗକୁ କଣ ହେବ ରାଜନୈତିକ ଦୃଶ୍ୟପଟ୍ଟ? କେମିତି ଲଢ଼ିବ ବିଜେପି? କଣ ରହିବ କଂଗ୍ରେସର ରଣନୀତି? ଡିସେମ୍ବର ୩ ଉପରେ ନଜର”

କୋର୍ଟରେ ଜମା ହେଲା ଠିକାଦାରଙ୍କ ବକେୟା ପାଉଣା । ନିର୍ମାଣ ସୌଧରେ ବନ୍ଦ ହେଲା ନିଲାମ ପ୍ରକ୍ରିୟା

କନକ ବ୍ୟୁରୋ : ଭୁବନେଶ୍ୱରରେ ଥିବା ନିର୍ମାଣ ସୌଧରେ ଥିବା କୋଠାବାଡି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିରଳ ଦୃଶ୍ୟ । କାର୍ଯ୍ୟାଳୟରେ ପଶି ଚୌକି, ଟେବୁଲ, ଆଲମିରାଠୁ ଆରମ୍ଭ କରି ଏସି, ଫ୍ୟାନ ସମେତ ସବୁ ଆସବାବପତ୍ର ବୋହି ନେଲେ କୋର୍ଟ କର୍ମଚାରୀ । ଆସବାବପତ୍ର ନେଇଯିବାରୁ ଫାଇଲ ଗୁଡିକ ଏଣେତେଣ ବିଛାଡି ହୋଇପଡିଥିଲା । ସରକାରୀ ଅଫିସରେ କାମ କରୁଥିବା କର୍ମଚାରୀମାନେ ଏଭଳି ପରିସ୍ଥିତିରେ କଣ କରିବେ ବୁଝି ପାରିନଥିଲେ । ଚେୟାର ନଥିବାରୁ ମହିଳାContinue reading “କୋର୍ଟରେ ଜମା ହେଲା ଠିକାଦାରଙ୍କ ବକେୟା ପାଉଣା । ନିର୍ମାଣ ସୌଧରେ ବନ୍ଦ ହେଲା ନିଲାମ ପ୍ରକ୍ରିୟା”

କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ସମ୍ବଲପୁରରେ ବିରୋଧ । ଦୋକାନ ବଜାର ଖୋଲା ରଖିବାକୁ ଅପିଲ କଲା ହୀରାଖଣ୍ଡ ସାମୁଖ୍ୟ

କନକ ବ୍ୟୁରୋ : ଓଲିଉଡ୍ କଳି ପରେ ସକ୍ରିୟ ହୋଇ ଉଠିଥିବା କୋଶଳ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି । କିନ୍ତୁ ଏହାକୁ ବିରୋଧ କରିଛି ହୀରାଖଣ୍ଡ ସାମ୍ମୁଖ୍ୟ । ସାମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା କରିବା ସହ ହୀରାଖଣ୍ଡ ନାଁରେ ସ୍ପତନ୍ତ୍ର ରାଜ୍ୟ ଦାବି କରାଯାଇଛି । ଏହା ସହ ସମ୍ବଲପୁରୀ ଭାଷାକୁ ମାନ୍ୟତା ଦେବା ଦାବିରେ ଆରଡିସିଙ୍କୁ ଦିଆଯାଇଛି ଦାବିପତ୍ର । ହୀରାଖଣ୍ଡ ରାଜ୍ୟ ଓ ସମ୍ବଲପୁରୀ ଭାଷାକୁContinue reading “କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ସମ୍ବଲପୁରରେ ବିରୋଧ । ଦୋକାନ ବଜାର ଖୋଲା ରଖିବାକୁ ଅପିଲ କଲା ହୀରାଖଣ୍ଡ ସାମୁଖ୍ୟ”

ବିତିଲାଣି ୬ ଦିନ, ହେଲେ ଏବେ ବି ୪୦ ଶ୍ରମିକଙ୍କୁ ମିଳୁନି ମୁକ୍ତିର ବାଟ । ଉତରକାଶୀ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ ସହ କଥା ହେଲେ ରାଜ୍ୟ ଶ୍ରମ ଅଧିକାରୀ

କନକ ବ୍ୟୁରୋ : ଉତରକାଶୀରେ ଭାଙ୍ଗିପଡିଥିବା ସିଲକ୍ୟାରା ଟନେଲରେ ଫସିରହିଥିିିବା ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି ଭୁବନେଶ୍ୱର ଶ୍ରମ ଅଧିକାରୀ । ପାଇପ ସାହାଯ୍ୟରେ ଓଡ଼ିଆ ଶ୍ରମିକ ବିଶ୍ୱେଶ୍ୱରଙ୍କ ସହ କଥା ହୋଇଛନ୍ତି ସତ୍ୟନାରାୟଣ ଆଚାର୍ଯ୍ୟ । ନିଜ ମୋବାଇଲ ଫୋନରେ କଥାବାର୍ତାକୁ ରେକର୍ଡ କରିଛନ୍ତି । ଟନେଲ ଭିତରେ ସମସ୍ତେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଓଡିଆ ଶ୍ରମିକ ବିଶ୍ୱେଶ୍ୱର । ଆଉ ତାଙ୍କୁ ଆଶ୍ୱାସନା ଦେବା ସହ, ବ୍ୟସ୍ତ ନହେବା ପାଇଁ କହିଛନ୍ତିContinue reading “ବିତିଲାଣି ୬ ଦିନ, ହେଲେ ଏବେ ବି ୪୦ ଶ୍ରମିକଙ୍କୁ ମିଳୁନି ମୁକ୍ତିର ବାଟ । ଉତରକାଶୀ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ ସହ କଥା ହେଲେ ରାଜ୍ୟ ଶ୍ରମ ଅଧିକାରୀ”

ସୁନ୍ଦରଗଡର ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁରୀ: ୨ଟି ପ୍ରକଳ୍ପ ପାଇଁ ୩୮୬.୨୫ କୋଟି ଟଙ୍କା ମଞ୍ଜୁର

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି–ଇବ୍‌ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଭଷ୍ମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୬୨.୫୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଫୁଲବାରୀ ପ୍ରକଳ୍ପ ପାଇଁ ୧୨୩.୭୫ କୋଟିContinue reading “ସୁନ୍ଦରଗଡର ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁରୀ: ୨ଟି ପ୍ରକଳ୍ପ ପାଇଁ ୩୮୬.୨୫ କୋଟି ଟଙ୍କା ମଞ୍ଜୁର”

ଦିନକ ପରେ ଟାଇଟଲ୍ ଟକ୍କର । ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, ୨୩ରେ ନିଅ ୦୩ ବଦଲା !

କନକ ବ୍ୟୁରୋ : ୧୨ ବର୍ଷ ପରେ ପୁଣିଥରେ ଆସିଛି ସୁଯୋଗ । ଖଚାଖଚ ଭରା ଷ୍ଟାଡିୟମ । ଆଉ ସମସ୍ତଙ୍କର ଏକମାତ୍ର ସ୍ୱପ୍ନ, ଭାରତ ଜିତିବ ବିଶ୍ୱକପ୍ । ଶେଷଥର ୨୦୧୧ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଜିତିଥିଲା ବିଶ୍ୱକପ୍ । କିନ୍ତୁ ଏଥର ବିରୋଧୀ ଟିମ୍ ଏବଂ ଷ୍ଟାଡିୟମ ଅଲଗା । କିନ୍ତୁ ମାହୋଲ ସମାନ । ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ଯେତେବେଳେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ, ସେତେବେଳେ ସବୁରିContinue reading “ଦିନକ ପରେ ଟାଇଟଲ୍ ଟକ୍କର । ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, ୨୩ରେ ନିଅ ୦୩ ବଦଲା !”

୧୪ରେ ନିଷ୍ପତି, ୧୭ରେ ପରିବର୍ତ୍ତନ । କ୍ୟାବିନେଟ ନିଷ୍ପତିକୁ ସ୍ଥଗିତ ରଖିଲେ ସରକାର

କନକ ବ୍ୟୁରୋ : ଯେଉଁ ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ନେଇ ବର୍ଷ ବର୍ଷ ଧରି ଦେଶରେ ବିତର୍କ ଚାଲିଛି, ସେହି ଆଇନରେ ସଂଶୋଧନ କରି, ଲାଗୁ କରିବା ପାଇଁ ପ୍ରସ୍ତାବ ଉପରେ ମୋହର ମାରିଥିଲା ରାଜ୍ୟ କ୍ୟାବିନେଟ୍   । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଅନୁସୂଚିତ ଜନଜାତିଙ୍କ ବିକାଶ ଓ ସୁବିଧା ପାଇଁ ସରକାର ଏଭଳି ନିଷ୍ପତି ନେଇଛନ୍ତି । କିନ୍ତୁ ମାତ୍ର ଦୁଇ ଦିନ ଭିତରେ ବଦଳିଯାଇଛି ସରକାରଙ୍କ ଆଭିମୁଖ୍ୟ । ଆଉ ନେଇଥିବା କ୍ୟାବିନେଟରContinue reading “୧୪ରେ ନିଷ୍ପତି, ୧୭ରେ ପରିବର୍ତ୍ତନ । କ୍ୟାବିନେଟ ନିଷ୍ପତିକୁ ସ୍ଥଗିତ ରଖିଲେ ସରକାର”

Design a site like this with WordPress.com
Get started