କନକ ବ୍ୟୁରୋ: ବୁଧବାର ଦିନ ଆକାଉଣ୍ଟଧାରୀଙ୍କ ଖାତାରେ ଭୁଲ୍କ୍ରମେ ପ୍ରାୟ ୮୨୦ କୋଟି ଟଙ୍କା ଜମା ହୋଇଯାଇଥିବା ଓ ଜମା ଟଙ୍କା ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ କରିଥିବା କଥା ‘ୟୁକୋ ବ୍ୟାଙ୍କ୍’ କହିଛି। ଭୁଲ୍ କ୍ରମେ କେତେକ ଆକାଉଣ୍ଟ୍ ବା ଜମାଖାତାରେ ଉପରୋକ୍ତ ଅର୍ଥରାଶି ‘ଇମିଡିଏଟ୍ ପେମେଣ୍ଟ୍ ସର୍ଭିସ୍’ ମାଧ୍ୟମରେ ଜମା ହୋଇଯାଇଛି। ଜମା ଅର୍ଥ ୭୯% ବା ୬୬୪ କୋଟି ଟଙ୍କା ପ୍ରତ୍ୟାହାର କରି ନିଆଯାଇଛି ବୋଲି ଏହି ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ବ୍ୟାଙ୍କ୍Continue reading “ଆକାଉଣ୍ଟଧାରୀଙ୍କ ଖାତାରେ ଜମା ହେଲା ୮୨୦ କୋଟି ଟଙ୍କା; ବ୍ୟାଙ୍କ୍ କହିଲା ଭୁଲବଶତଃ ଜମା ହୋଇଛି ।”
Author Archives: Raghaba
ବିଶ୍ୱକପ୍ ଫାଇନାଲ ପାଇଁ ବଢିଲା ବିମାନ ଟିକେଟ୍ ଦାମ୍ । ୫ ହଜାର ଟିକେଟ୍ ଦାମ ଏବେ ୩୦ ହଜାର ।
କନକ ବ୍ୟୁରୋ: ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଗଲା ବିମାନ ଯାତ୍ରାର ଟିକେଟ୍ । ଯେଉଁ ୱାନ ୱେ ଟିକେଟ୍ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି । ରବିବାର ଅହମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ । ଟିମ୍ ଇଣ୍ଡିଆ ଏଯାବତ ବିଶ୍ୱକପରେ ଅପରାଜେୟ ରହିଛି । ତେଣୁ ଦୁଇ ଦଳ ଫାଇନାଲ ଦିନ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତିContinue reading “ବିଶ୍ୱକପ୍ ଫାଇନାଲ ପାଇଁ ବଢିଲା ବିମାନ ଟିକେଟ୍ ଦାମ୍ । ୫ ହଜାର ଟିକେଟ୍ ଦାମ ଏବେ ୩୦ ହଜାର ।”
ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ସୂଚନା ଦେଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
କନକ ବ୍ୟୁରୋ : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ୍ ଲାଗିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଗତ ନଭେମ୍ବର ୧୪ରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ହୋଇଥିଲା କ୍ୟାବିନେଟ ନିଷ୍ପତ୍ତି । ଯାହାକୁ ବିରୋଧ କରିଥିଲେ ବିରୋଧୀ । The proposed Amendment to Regulation-2 of 1956 discussed in the CabinetContinue reading “ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ସୂଚନା ଦେଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି । “
ମହାକାଶ ଶବ୍ଦକୁ ସଂଗୀତରେ ପରିଣତ କଲା ନାସା । ସଙ୍ଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ନିର୍ଦ୍ଦେଶନାରେ କରାଯାଇଛି ପ୍ରସ୍ତୁତ
କନକ ବ୍ୟୁରୋ: ଆମେରିକୀୟ ମହାକାଶ ଏଜେନ୍ସି ନାସା ମହାକାଶୀୟ ଶବ୍ଦଗୁଚ୍ଛର ଏକ ଚମତ୍କାର ସଂଗୀତମୟ ସଂସ୍କରଣ ଜାରି କରିଛି । ସଂଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ସହାୟତାରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି ବୋଲି ନାସା ନିଜ ୱେବସାଇଟରେ କହିଛି । ଏହାସହ କାଷ୍ଟନରଙ୍କ ସହାୟତାରେ ତିଆରି ହୋଇଥିବା ମ୍ୟୁଜିକ୍ ନୋଟଗୁଡ଼ିକର ଫଟୋ ମଧ୍ୟ ପୋଷ୍ଟ କରିଛି ନାସା । ନାସା କହିଛି, ଏହାର ଟେଲିସ୍କୋପ ଦ୍ୱାରା କଏଦ ହୋଇଥିବା ତଥ୍ୟ ମୂଳ ସଂଗୀତର ଆଧାର ପାଲଟିଛିContinue reading “ମହାକାଶ ଶବ୍ଦକୁ ସଂଗୀତରେ ପରିଣତ କଲା ନାସା । ସଙ୍ଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ନିର୍ଦ୍ଦେଶନାରେ କରାଯାଇଛି ପ୍ରସ୍ତୁତ”
ସାନଖେମୁଣ୍ଡିରେ ପଡିଆ ପଡିଛି ଚାଷ ଜମି । ବିଲରେ ପଶି ସ୍ଥିତି ଅନଧ୍ୟାନ କଲେ ସାନଖେମୁଣ୍ଡି ବିଧାୟକ
କନକ ବ୍ୟୁରୋ: ଚାଷ ଜମି ବୁଲି ଚାଷୀଙ୍କ ସମସ୍ୟା ବୁଝିଲେ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା । ସ୍ୱଳ୍ପ ବୃଷ୍ଟିପାତ ଚଳିତ ବର୍ଷର ଖରିଫ ଫସଲକୁ ପୁରା ଉଜାଡି ଦେଇଛି । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ଗଂଜାମର ବିଭିନ୍ନ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ପଡିିଆ ପଡିଥିବା ବେଳେ ଯେଉଁ ଜମିରେ ଲୋକେ ସାମାନ୍ୟ ବର୍ଷା ପରେ ପମ୍ପରେ ପାଣି ମଡାଇ ଧାନ ରୋଇ ଥିଲେ ତାହାContinue reading “ସାନଖେମୁଣ୍ଡିରେ ପଡିଆ ପଡିଛି ଚାଷ ଜମି । ବିଲରେ ପଶି ସ୍ଥିତି ଅନଧ୍ୟାନ କଲେ ସାନଖେମୁଣ୍ଡି ବିଧାୟକ”
ରବିବାର କ୍ରିକେଟ୍ ବିଶ୍ୱକପ୍ ପାଇଁ ମହାମୁକାବିଲା । ପ୍ରଦର୍ଶୀତ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ ।
କନକ ବ୍ୟୁରୋ: ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏୟାର ସୋ’ କରିବେ । ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ ଖେଳା ହେବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ସୋ’ କରି ଦର୍ଶକଙ୍କ ମନୋରଞ୍ଜନ କରିବେ । ଏଥିପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଅଭ୍ୟାସ କରାଯିବ । ସୂର୍ଯ୍ୟକିରଣ ଏରୋବେଟିକ୍ ଦଳContinue reading “ରବିବାର କ୍ରିକେଟ୍ ବିଶ୍ୱକପ୍ ପାଇଁ ମହାମୁକାବିଲା । ପ୍ରଦର୍ଶୀତ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ ।”
ଗଡିବ ୩ ହଜାର ନୂଆ ଟ୍ରେନ୍ । ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ ଯୋଜନା ।
କନକ ବ୍ୟୁରୋ: ଯାତ୍ରୀଙ୍କ ୱେଟିଂ ଲିଷ୍ଟ ବଢୁଥିବା ଦେଖି ରେଲୱେ ଏବେ ଆଉ ୩ ହଜାର ନୂଆ ଟ୍ରେନ ଚଳାଇବାକୁ ଯୋଜନା କରୁଛି । ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ଏହି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇପାରେ । ଏବେ ବାର୍ଷିକ ୮୦୦ କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରୁଛନ୍ତି । ଯାହାକି ଆଗାମୀ ୫ ବର୍ଷରେ ୧ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ସେହିପରି ଏବେ ୧୦ ହଜାର ୭୪୮ଟିContinue reading “ଗଡିବ ୩ ହଜାର ନୂଆ ଟ୍ରେନ୍ । ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ ଯୋଜନା ।”
ସୁପରସଣ୍ଡେରେ ହେବ ସୁପର ମୁକାବିଲା । ୨୦ ବର୍ଷ ପରେ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ । ଫାଇନାଲରେ ଏୟାର ସୋ କରିବ ସୂର୍ଯ୍ୟକିରଣ ।
କନକ ବ୍ୟୁରୋ: ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ହେବ ମହାମୁକାବିଲା । ଭାରତ ସହ ଲଢିବ ୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ଖେଳିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରିContinue reading “ସୁପରସଣ୍ଡେରେ ହେବ ସୁପର ମୁକାବିଲା । ୨୦ ବର୍ଷ ପରେ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ । ଫାଇନାଲରେ ଏୟାର ସୋ କରିବ ସୂର୍ଯ୍ୟକିରଣ ।”
ସକାଳୁ ସକାଳୁ ଦୁଇଟି ଦୁର୍ଘଟଣା । କୁଜଙ୍ଗ ସନ୍ତରାଗଡା ନିକଟରେ ଦୁର୍ଘଟଣା । ସେପଟେ ଅନୁଗୁଳ କିଶନନଗରରେ ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ: ମାଡିଗଲା ଟ୍ରକ । ଚାଲିଗଲା ୩ ଜୀବନ, ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଅନଗୁଳ କିଶନନଗର ବରଗାପାଲିରେ ଏହିପରି ଏକ ସଡକ ଦୁର୍ଘଟଣା ଘଟିଛି । ଘରୋଇ ବସ ପ୍ରାଚୀରେ ସୁନ୍ଦରଗଡରୁ ଯାତ୍ରୀମାନେ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ବସଟି ପଂକଚର ହୋଇଯିବାରୁ ଯାତ୍ରୀମାନେ ଓହ୍ଲାଇ ପଡିଥିଲେ । ଏହାପରେ ରାସ୍ତା ପାରି ହେଉଥିବା ୪ ଯାତ୍ରୀଙ୍କ ଉପରେ ଟ୍ରକଟି ମାଡିଯାଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁContinue reading “ସକାଳୁ ସକାଳୁ ଦୁଇଟି ଦୁର୍ଘଟଣା । କୁଜଙ୍ଗ ସନ୍ତରାଗଡା ନିକଟରେ ଦୁର୍ଘଟଣା । ସେପଟେ ଅନୁଗୁଳ କିଶନନଗରରେ ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ”
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ । ଓଡିଶା ଉପରେ ପଡିବନାହିଁ ସିଧାସଳଖ ପ୍ରଭାବ । କାଲି ଭୋର ସୁଦ୍ଧା ବାଂଲାଦେଶ ଉପକୂଳ ଛୁଇଁବ ।
କନକ ବ୍ୟୁରୋ: ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟାର ନାଁ ରଖାଯାଇଛି ‘ମିଧିଲି’ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଧିଲି’ ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ଏହା ଉତ୍ତର-ଉତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଛି । ଏବେ ବାତ୍ୟା ପାରାଦୀପଠାରୁ ୧୯୦ କିଲୋମିଟର ଓ ଦୀଘାଠାରୁ ୨୦୦ ଓ ବାଂଲାଦେଶର ଖେପୁପରାଠାରୁ ୨୨୦ କିଲୋମିଟର ଦୂରରେ ରହିଛି । ବାତ୍ୟାContinue reading “ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ । ଓଡିଶା ଉପରେ ପଡିବନାହିଁ ସିଧାସଳଖ ପ୍ରଭାବ । କାଲି ଭୋର ସୁଦ୍ଧା ବାଂଲାଦେଶ ଉପକୂଳ ଛୁଇଁବ ।”