ଉତ୍ତରାଖଣ୍ଡ ଟନେଲରେ ଫସି ରହିଛନ୍ତି ନବରଙ୍ଗପୁରର ଭଗବାନ ଭତ୍ରା । ଆଶଙ୍କାରେ ରହିଛନ୍ତି ଭଗବାନଙ୍କ ପରିବାର ।

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଟନେଲରେ ଫସି ରହିଛନ୍ତି ନବରଙ୍ଗପୁରର ଭଗବାନ ଭତ୍ରା । ଟନେଲ ଭୁଶୁଡିବାର ୪ ଦିନ ପରେ ସେ ଟନେଲରେ ଫସି ରହିଥିବା ଖବର ଜଣାପଡ଼ିଥିଲା । ଏହି ଖବର ମିଳିବା ପରେ ଆଶା ଆଶଙ୍କାରେ ରହିଛନ୍ତି ଭଗବାନଙ୍କ ପରିବାର । ଭଗବାନଙ୍କ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି । ଭଗବାନଙ୍କ ବାପା ମାନସିକ ଅନଗ୍ରସର ବ୍ୟକ୍ତି । ବଡ଼ ଭାଇ ଗାଁରେ ଚାଷ କରୁଥିବା ବେଳେ ସାନ ଭାଇ ଗୋରୁ ଚରାଉଛନ୍ତିContinue reading “ଉତ୍ତରାଖଣ୍ଡ ଟନେଲରେ ଫସି ରହିଛନ୍ତି ନବରଙ୍ଗପୁରର ଭଗବାନ ଭତ୍ରା । ଆଶଙ୍କାରେ ରହିଛନ୍ତି ଭଗବାନଙ୍କ ପରିବାର ।”

ସୁଦୂର ସାଉଦିଆରବରେ ଆୟୋଜିତ ହୋଇଛି ‘କଳିଙ୍ଗାନ୍ ଫେଷ୍ଟିଭାଲ’ । ଅକ୍ଷୟ ମହାନ୍ତିଙ୍କ ଗୀତରେ ଝୁମିଲେ ଦର୍ଶକ ।

କନକ ବ୍ୟୁରୋ: ଓଡିଶାର ପୁରାତନ ନାଁ ଥିଲା କଳିଙ୍ଗ । କଳିଙ୍ଗ ନାଁକୁ ନେଇ ସାଉଦିଆରବରେ ପ୍ରତିବର୍ଷ ଆୟୋଜିତ ହେଉଛି କଳିଙ୍ଗାନ୍ ଫେଷ୍ଟିବାଲ । ଚଳିତ ବର୍ଷ ପାଳିତ ହେଇଥିଲା ଷଷ୍ଠ ବାର୍ଷିକ କଳିଙ୍ଗାନ୍ ଉତ୍ସବ । ଏହି ଅବସରରେ ସୁଦୂର ସାଉଦି ଆରବ ମାଟିରେ ଝରି ପଡିଥିଲା ଓଡିଶା ଆଉ ଓଡିଆଙ୍କ ମହକ । ସିଏ ଅକ୍ଷୟ ମହାନ୍ତିଙ୍କ ଗୀତ ହେଉ ଅଥବା ଡାଲଖାଇ, ଓଡିଆଙ୍କ ବନ୍ଦନା ଗାଇ ଝୁମିଥିଲେ ଅଗଣିତ ଓଡିଆ ପରିବାର ।Continue reading “ସୁଦୂର ସାଉଦିଆରବରେ ଆୟୋଜିତ ହୋଇଛି ‘କଳିଙ୍ଗାନ୍ ଫେଷ୍ଟିଭାଲ’ । ଅକ୍ଷୟ ମହାନ୍ତିଙ୍କ ଗୀତରେ ଝୁମିଲେ ଦର୍ଶକ ।”

ବୋଲେରୋ ବାଇକ ମୁହାଁମୁହିଁ ଧକ୍କା । କୁଜଙ୍ଗ ସନ୍ତରାଗଡା ନିକଟରେ ଦୁଇ ଆଇଓସିଏଲ କର୍ମଚାରୀଙ୍କ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ।

କନକ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକାଳରେ ଚାଲିଗଲା ୨ଜଣଙ୍କ ଜୀବନ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରା ଗଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତ୍ରିରେ ବାଇକ ସହ ବୋଲେରୋ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକ ୨ଜଣ ହେଲେ ଆଇଓସିଏଲର କର୍ମଚାରୀ । ଜଣଙ୍କର ନାଁ କୈବଲ୍ୟ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦୁଝର ଜିଲ୍ଲାContinue reading “ବୋଲେରୋ ବାଇକ ମୁହାଁମୁହିଁ ଧକ୍କା । କୁଜଙ୍ଗ ସନ୍ତରାଗଡା ନିକଟରେ ଦୁଇ ଆଇଓସିଏଲ କର୍ମଚାରୀଙ୍କ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ।”

୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲ୍ଲାଦୌରା ଜଜ । ଦମ୍ପତ୍ତିଙ୍କୁ ପୋଡି ମାରିଥିଲେ ଅଭିଯୁକ୍ତ ।

କନକ ବ୍ୟୁରୋ: ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଯାଜପୁରରୋଡ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ । ସୁରିସାଇରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାଇ ସ୍ଥିତ ନିଜ ଘରେ ଦମ୍ପତି ଶୈଳ ବାଲମୁଜ୍ ଓ ସମ୍ବାରି ବାଲମୁଜ୍ ଖାଇପିଇ ଶୋଇଥିଲେ । ହଠାତ ବିଳମ୍ବିତContinue reading “୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲ୍ଲାଦୌରା ଜଜ । ଦମ୍ପତ୍ତିଙ୍କୁ ପୋଡି ମାରିଥିଲେ ଅଭିଯୁକ୍ତ ।”

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଉଦଯାପିତ । ୩୫୪୯ ପିଲାଙ୍କୁ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଦେଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ରାଜଧାନୀ ସ୍ଥିତ ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଉଦଯାପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଯାପନୀ ଉତ୍ସବରେ ଯୋଗ ଦେଇଛନ୍ତି । ଶିଶୁ ଦିବସରୁ ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ ଛାତ୍ରୀମାନଙ୍କ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରୁ ୨ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ୩୫୪୯ ପିଲାଙ୍କୁContinue reading “ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଉଦଯାପିତ । ୩୫୪୯ ପିଲାଙ୍କୁ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଦେଲେ ମୁଖ୍ୟମନ୍ତ୍ରୀ ।”

କଙ୍ଗାରୁ କୋର୍ଟର ଅଜବ ନିଷ୍ପତ୍ତି ।  ଗାଁ ସଭାର ରାୟ ନମାନିବାରୁ ୧୭ ପରିବାରର ବିଲରୁ ଧାନ କାଟି ନେଲେ ଲୋକେ ।

କନକ ବ୍ୟୁରୋ: କଙ୍ଗାରୁ କୋର୍ଟର ଅଜବ ନିଷ୍ପତ୍ତିି । ଗ୍ରାମସଭାର ନିଷ୍ପତ୍ତିକୁ ପ୍ରତିବାଦ କରିବାରୁ ୧୭ ପରିବାରର କ୍ଷେତରୁ ଧାନ କାଟି ନେଇଗଲେ ଗାଁ ଲୋକେ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଛତିଶଗଡ ସୀମାନ୍ତ କମାରପାଲି ଗାଁରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ । କୌଣସି କାରଣରୁ ଗାଁରେ ବସବାସ କରୁଥିବା ୧୭ ପରିବାରଙ୍କ ବିରୋଧରେ ନିଷ୍ପତି ନେଇଥିଲା ଗାଁ କମିଟି । ହେଲେ ନିଷ୍ପତ୍ତିିକୁ ୧୭ ପରିବାର ବିରୋଧ କରିବାରୁ ଗାଁ କମିଟିContinue reading “କଙ୍ଗାରୁ କୋର୍ଟର ଅଜବ ନିଷ୍ପତ୍ତି ।  ଗାଁ ସଭାର ରାୟ ନମାନିବାରୁ ୧୭ ପରିବାରର ବିଲରୁ ଧାନ କାଟି ନେଲେ ଲୋକେ ।”

ଭାରତ ଫେରିବ ଯୋଗିନୀ ଚାମୁଣ୍ଡା ଓ ଗୋମୁଖୀଙ୍କ ଚୋରି ପଥର ମୂର୍ତ୍ତି

କନକ ବ୍ୟୁରୋ: ୧୯୭୦ ଦଶକର ଶେଷ ଭାଗରୁ ୧୯୮୦ ଦଶକର ପ୍ରାରମ୍ଭ ମଧ୍ୟରେ ଉତ୍ତରପ୍ରଦେଶର ଲୋଖାରୀସ୍ଥିତ ଏକ ମନ୍ଦିରରୁ ଚୋରି ହୋଇଥିବା ଅଷ୍ଟମ ଶତାବ୍ଦୀର ଦୁଇଟି ମନ୍ଦିର ମୂର୍ତ୍ତି ଯୋଗିନୀ ଚାମୁଣ୍ଡା ଏବଂ ଯୋଗିନୀ ଗୋମୁଖୀ ଏବେ ଭାରତ ଫେରିବ। ଏହାକୁ ଫେରାଇ ଆଣିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର ଲଣ୍ଡନରେ ଏକ ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଲଣ୍ଡନସ୍ଥିତ ଭାରତର ବାଣିଜ୍ୟ ଦୂତାବାସ, ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ ଓ ଆର୍ଟ ରିକଭରି ଇଣ୍ଟରନ୍ୟାସନାଲରContinue reading “ଭାରତ ଫେରିବ ଯୋଗିନୀ ଚାମୁଣ୍ଡା ଓ ଗୋମୁଖୀଙ୍କ ଚୋରି ପଥର ମୂର୍ତ୍ତି”

ଆଜି ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ, ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୭୦ ଆସନ ପାଇଁ ମତଦାନ । ଭୋଟରଙ୍କ ମଧ୍ୟରେ ଉତ୍ସାହ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଆଜି ପଡିବ ପ୍ରଥମ ତଥା ଗୋଟିଏ ପର୍ଯ୍ୟାୟରେ ଭୋଟ୍ । ଏପଟେ ଛତିଶଗଡରେ ମଧ୍ୟ ୨ୟ ପର୍ଯ୍ୟାୟ ପାଇଁ ଆଜି ଭୋଟ ଗ୍ରହଣ କରାଯିବ । ମଧ୍ୟପ୍ରଦେଶରେ ମୋଟ ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ପଡିବ । ମୋଟ ୨ ହଜାର ୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମଧ୍ୟପ୍ରଦେଶରେ ୬୪ହଜାର ୬୨୬ ମତଦାନ କେନ୍ଦ୍ରରେ ୫କୋଟି ୬୦ହଜାର ମତଦାତା ମତ ସାବ୍ୟସ୍ତ କରିବେ ।Continue reading “ଆଜି ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ, ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୭୦ ଆସନ ପାଇଁ ମତଦାନ । ଭୋଟରଙ୍କ ମଧ୍ୟରେ ଉତ୍ସାହ ।”

କିଛି ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ । ବାଂଲାଦେଶ ଉପକୂଳରେ କାଲି ଛୁଇଁବ ସ୍ଥଳଭାଗ ଓଡିଶା ଉପରେ ପଡିବନି ବିଶେଷ ପ୍ରଭାବ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢ଼ୁଥିବା ଗଭୀର ଅବପାତ କିଛି ଘଂଟା ଭିତରେ ବାତ୍ୟାର ରୂପ ନେଇପାରେ । ଆଇଏମଡିର ଆକଳନ ଅନୁସାରେ ଗଭୀର ଅବପାତ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତା ୧୨ ଘଂଟା ଭିତରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ବାତ୍ୟା ଧିରେ ଧିରେ ଉପକୂଳ ମୁହାଁ ହୋଇ ସମୁଦ୍ର ଭିତରେ ବାଂଲାଦେଶ ଆଡକୁ ଗତି କରିବ । ୧୮ତାରିଖ ସକାଳ ସୁଦ୍ଧା ବାଂଲାଦେଶର ମଂଗ୍ଲା ଓ ଖେପୁପରାContinue reading “କିଛି ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ । ବାଂଲାଦେଶ ଉପକୂଳରେ କାଲି ଛୁଇଁବ ସ୍ଥଳଭାଗ ଓଡିଶା ଉପରେ ପଡିବନି ବିଶେଷ ପ୍ରଭାବ ।”

ପାଇପ୍ ଯୋଗେ ଉତ୍ତରାଖଣ୍ଡରେ ଫସି ରହିଥିବା ଶ୍ରମିକ ବାହାରିବେ । ଭିଡିଓ କନଫରେନସିଂ ଜରିଆରେ ସାମିଲ ହୋଇଛି ଥାଇଲାଣ୍ଡ ଓ ନରୱେର ବିଶେଷଜ୍ଞ ଟିମ୍ ।

କନକ ବ୍ୟୁରୋ: ନଭେମ୍ବର ୧୨ ରୁ ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଘଟଣାରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହାର ହୋଇଛି ‘ଆମେରିକୀୟ ଅଗର’ ମେସିନ୍ । ଏହି ମେସିନକୁ ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ବାୟୁସେନାର ହର୍କ୍ୟୁଲସ୍ ବିମାନ ଦ୍ୱାରା ଅଣାଯାଇଛି । ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ମୁଖ୍ୟ ଅତୁଲ କରୱାଲଙ୍କ ସହ ଏଥିପାଇଁ ଏକ ବିଶେଷContinue reading “ପାଇପ୍ ଯୋଗେ ଉତ୍ତରାଖଣ୍ଡରେ ଫସି ରହିଥିବା ଶ୍ରମିକ ବାହାରିବେ । ଭିଡିଓ କନଫରେନସିଂ ଜରିଆରେ ସାମିଲ ହୋଇଛି ଥାଇଲାଣ୍ଡ ଓ ନରୱେର ବିଶେଷଜ୍ଞ ଟିମ୍ ।”

Design a site like this with WordPress.com
Get started