ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି । ବିଧିବଦ୍ଧ ଭାବେ କାମ ଆରମ୍ଭ କଲା ଏଏସଆଇ । ୬ରୁ ରାତି ୧୦ ମଧ୍ୟରେ ହେବ କାମ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ଏନଓସି ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ବୈଠକରେ ଆଜିଠାରୁ ସକାଳ ୬ଟାରୁ ରାତି ୧୦ଟା ଯାଏଁ ମରାମତି କାମ କରିବାକୁ ନିଷ୍ପତ୍ତି ନିଆଯାଇଛି । ମରାମତି ପାଇଁ ଗରୁଡ ସ୍ତମ୍ଭଠାରୁ ନାଟମଣ୍ଡପ ଯାଏଁ ଲୁହାଭାର ବନ୍ଧାContinue reading “ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି । ବିଧିବଦ୍ଧ ଭାବେ କାମ ଆରମ୍ଭ କଲା ଏଏସଆଇ । ୬ରୁ ରାତି ୧୦ ମଧ୍ୟରେ ହେବ କାମ ।”

ପୁଣି ଗେମ ଚେଂଜର ସାବ୍ୟସ୍ତ ହେଲେ ମହମ୍ମଦ ସାମୀ । ବିଶ୍ୱକପ ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପରେ ସବୁଠି ଚର୍ଚ୍ଚା

କନକ ବ୍ୟୁରୋ : ସେମିଫାଇନାଲ ନୁହେଁ ବିଶ୍ୱ ଦେଖିଲା ‘ସାମି-ଫାଇନାଲ’ । ସାରା ଦେଶରୁ ଶୁଭୁଛି କେବଳ ସାମି ସାମି ନାରା । ଉତରପ୍ରଦେଶର ଏକ ଛୋଟିଆ ଗାଁର ଜଣେ ଗରିବ ଚାଷୀ ପରିବାରର ପୁଅ, ଆଜି କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ଏକ ବଡ ଘର ତୋଳିପାରିଛନ୍ତି । ୨୦୧୯ ବିଶ୍ୱକପ୍ ସେମିଫାଇନାଲର ପ୍ରତିଶୋଧ ନେବା ସହ ପ୍ରଥମ ଦଳ ଭାବେ ୨୦୨୩ ବିଶ୍ୱକପର ଫାଇନାଲରେ ପହଂଚିଛି ଟିମ୍ ଇଣ୍ଡିଆ । ଆଉ ଏହିContinue reading “ପୁଣି ଗେମ ଚେଂଜର ସାବ୍ୟସ୍ତ ହେଲେ ମହମ୍ମଦ ସାମୀ । ବିଶ୍ୱକପ ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପରେ ସବୁଠି ଚର୍ଚ୍ଚା”

କ୍ଷମା ମାଗିଲେ ବଲିଉଡ କଳାକାର ନାନା ପାଟେକର । ଯୁବକଙ୍କୁ ମାଡ଼ମରା ଭିଡିଓ ଭାଇରାଲ ପରେ ବିବାଦକୁ ଆସିଥିଲେ ନାନା

କନକ ବ୍ୟୁରୋ : ବିବାଦୀୟ ଘଟଣାକୁ ନେଇ ସଫେଇ ରଖିଲେ ଓ କ୍ଷମା ମାଗିଲେ ବଲିଉଡର ଜଣାଶୁଣା ତଥା ଭେଟେରାନ କଳାକାର ନାନା ପାଟେକର । ନିକଟରେ ନାନାଙ୍କ ଏକ ଭିିଡିଓ ବେଶ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା କି ନାନା ଜଣେ ଯୁବକଙ୍କୁ ମୁଣ୍ଡକୁ ମାଡ ମାରୁଛନ୍ତି । ପରେ ସେଠାରେ ଥିବା ଜଣେ ବ୍ୟକ୍ତି ଯୁବକଙ୍କୁ ଧକ୍କା ମାରି ସେଠାରୁ ବାହାର କରିଦେଇଥିଲେ । ତେବେ ଏହି ଭିଡିଓ ଭାଇରାଲ ହେବାContinue reading “କ୍ଷମା ମାଗିଲେ ବଲିଉଡ କଳାକାର ନାନା ପାଟେକର । ଯୁବକଙ୍କୁ ମାଡ଼ମରା ଭିଡିଓ ଭାଇରାଲ ପରେ ବିବାଦକୁ ଆସିଥିଲେ ନାନା”

ସୁବ୍ରତ ରୟଙ୍କ ନିଧନ ପରେ ଖବରରେ ବିଗ ବି ଅମିତାଭ ବଚ୍ଚନ । ଉଠିଲା ପ୍ରଶ୍ନ କାହିଁକି ଚୁପ ରହିଲେ ଅମିତାଭ, ଜଣାଇଲେ ନାହିଁ ସମବେଦନା

କନକ ବ୍ୟୁରୋ : ବିଶିଷ୍ଠ ଶିଳ୍ପପତି ସୁବ୍ରତ ରୟଙ୍କ ଆଜି ଅନ୍ତିମସଂସ୍କାର କରାଯାଇଛି । ମୁମ୍ବାଇରୁ ଲକ୍ଷେ୍ନøରେ ଗୁରୁବାର ପାର୍ଥିବ ଶରୀର ପହଁଚିବା ପରେ ପରିବାରଗହଣରେ ଅନ୍ତିମ ସଂସ୍କାର କରାଯାଇଛି । ସିନେମା,ରାଜନୀତି, ବ୍ୟବସାୟ, କିକ୍ରେଟ ଓ ବିଭିନ୍ନ କ୍ଷେତ୍ରର ବରିଷ୍ଠ ବ୍ୟକ୍ତି ସୁବ୍ରତଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି । ଅନ୍ୟପଟେ ସୁବ୍ରତଙ୍କ ନିଧନ ଭିତରେ ପୁଣି ଖବରକୁ ଆସିଛନ୍ତି ବଲିଉଡ ମେଗା ଷ୍ଟାର ଅମିତାଭ ବଚ୍ଚନ । କୁହାଯାଏ ଯେବେ ଅମିତାଭ ଆର୍ଥିକ ମାନ୍ଦାContinue reading “ସୁବ୍ରତ ରୟଙ୍କ ନିଧନ ପରେ ଖବରରେ ବିଗ ବି ଅମିତାଭ ବଚ୍ଚନ । ଉଠିଲା ପ୍ରଶ୍ନ କାହିଁକି ଚୁପ ରହିଲେ ଅମିତାଭ, ଜଣାଇଲେ ନାହିଁ ସମବେଦନା”

ଅସୁରକ୍ଷିତ ରାଜଧାନୀର ଆପାର୍ଟମେଂଟ! ବଢୁଛି ଚୋରି, ତୁଟୁଛି ଲୋକଙ୍କ ଭରସା

କନକ ବ୍ୟୁରୋ: ରାଜଧାନୀର ଆପାର୍ଟମେଂଟ ଅସୁରକ୍ଷିତ ହୋଇପଡିଛି । ବିଶେଷ କରି ପୂଜା ସମୟରୁ ଆରମ୍ଭ ହୋଇଥିବା ଏହି ଲୁଟପାଟ ଉପରେ ଅଙ୍କୁଶ ଲଗାଇ ପାରିନି କମିସନରେଟ ପୋଲିସ । ଲୁଟେରାଙ୍କ ଟାର୍ଗେଟରେ ଏବେ ଆପାର୍ଟମେଂଟ ରହିଛି । ବଡ କଥା ହେଉଛି, ଲୁଟ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ଲୁଟେରାଙ୍କୁ ପୋଲିସ ଧରିପାରୁନାହିଁ । ସେପଟେ କମିସନରେଟ ପୋଲିସ ସବୁ ଆପାର୍ଟମେଂଟକୁ ସୁରକ୍ଷା ଯୋଗାଇ ଦେଇ ହେବ ନାହିଁ କହି ହାତ ଟେକିContinue reading “ଅସୁରକ୍ଷିତ ରାଜଧାନୀର ଆପାର୍ଟମେଂଟ! ବଢୁଛି ଚୋରି, ତୁଟୁଛି ଲୋକଙ୍କ ଭରସା”

ଚାଇନା ରାଷ୍ଟ୍ରପତିଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ତେରଛା ବାଣ । ସି ଜିନପିଙ୍ଗଙ୍କୁ ଏକଛତ୍ରାବାଦ ଶାସକ କହିଲେ ବାଇଡେନ

କନକ ବ୍ୟୁରୋ : ଶତ୍ରୁତା ଭୁଲି ଗୋଟିଏ ଟେବୁଲରେ ଏକାଠି ହେଲେ ଦୁଇ ମହାଶକ୍ତି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେଲା ଆଲୋଚନା । ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ଚୀନ ରାଷ୍ଟ୍ରପତି ଗୁରୁବାର ସାନ ଫ୍ରାନ୍ସସିସକୋରେ ଏସିଆ ପ୍ୟାସିଫିକ ଇକୋନୋମିକ କରପୋରେସନ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାContinue reading “ଚାଇନା ରାଷ୍ଟ୍ରପତିଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ତେରଛା ବାଣ । ସି ଜିନପିଙ୍ଗଙ୍କୁ ଏକଛତ୍ରାବାଦ ଶାସକ କହିଲେ ବାଇଡେନ”

କେବେ ଆମିଷମୁକ୍ତ ହେବ ବଡ଼ ଦାଣ୍ଡ ? ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଜେତିଲା ଦାବି

କନକ ବ୍ୟୁରୋ: କୋଟି କୋଟି ଓଡିଆଙ୍କ ଆସ୍ଥାର କେନ୍ଦ୍ର ଶ୍ରୀଜଗନ୍ନାଥ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି । ହେଲେ ପୁରୀ ବଡଦାଣ୍ଡରେ ଥିବା ଗଢିଉଠିଥିବା ହୋଟେଲ ଗୁଡିକରେ ପର୍ଯ୍ୟଟକଙ୍କୁ ଆମିଷ ପରସାଯାଉଛି । ଯାହା ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଛି । ତେଣୁ ବଡଦାଣ୍ଡକୁ ଆମିଷ ମୁକ୍ତ କରିବାକୁ ଏବେ ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ସମେତ ମଠାଧୀଶମାନେ ସ୍ୱର ଉଠାଇଛନ୍ତି । ଶ୍ରୀକ୍ଷେତ୍ରର ଚାରିଆଡ଼େ ହୋଟେଲ୍Continue reading “କେବେ ଆମିଷମୁକ୍ତ ହେବ ବଡ଼ ଦାଣ୍ଡ ? ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଜେତିଲା ଦାବି”

ଶୁକ୍ରବାର ମଧ୍ୟପ୍ରଦେଶର ଭାଗ୍ୟ ପରୀକ୍ଷା । ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ପଡିବ ଭୋଟ

କନକ ବ୍ୟୁରୋ : ୫ରାଜ୍ୟର ବିଧାନସଭା ମାହୋଲ ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି । ଶୁକ୍ରବାର ମଧ୍ୟପ୍ରଦେଶରେ ପଡିବ ପ୍ରଥମ ତଥା ଗୋଟିଏ ପର୍ଯ୍ୟାୟରେ ଭୋଟ । ଏଥିସହ ଛତିଶଗଡରେ ମଧ୍ୟ ୨ୟ ପଯ୍ୟାୟ ପାଇଁ ଭୋଟ ପଡିବ । ମଧ୍ୟପ୍ରଦେଶରେ ମୋଟ ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ପଡିବ । ମୋଟ ୨୫୩୩ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ମୋଟ ୫କୋଟି ୬୦ହଜାର ମତଦାତାଙ୍କ ପାଇଁ ୬୪ହଜାର ୬୨୬ ଭୋଟContinue reading “ଶୁକ୍ରବାର ମଧ୍ୟପ୍ରଦେଶର ଭାଗ୍ୟ ପରୀକ୍ଷା । ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ପଡିବ ଭୋଟ”

ରାଜସ୍ଥାନ ନିର୍ବାଚନ ପାଇଁ ବିଜେପିର ପ୍ରତିଶ୍ରୁତି ବର୍ଷା । ଫୋକସରେ ମହିଳା, ପିଜିରୁ କେଜି ଯାଏଁ ମାଗଣା ଶିକ୍ଷା

କନକ ବ୍ୟୁରୋ : ରାଜସ୍ଥାନ ବିଜେପିର ନିର୍ବାଚନୀ ଇସ୍ତାହାର ଜାରି । ବିଜେପି ଏଥରକ ମଧ୍ୟ ଫୋକସରେ ମହିଳା ଓ ଯୁବବର୍ଗଙ୍କୁ ରଖି ଲୋଭନୀୟ ପ୍ରତିଶୁତି ଦେଇଛି । କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା । ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀରେ ସ୍କୁଟି ଦିଆଯିବ । ସେପଟେ ପ୍ରଶ୍ନପତ୍ର ଲିକ ମାମଲାର ଯାଂଚ ପାଇଁ ଏସଆଇଟି ଗଠନ କରାଯିବା ସହ ଗଢାଯିବ ଆଂଟି ରୋମିଓ ସ୍କ୍ୱାର୍ଡ । ଗରିବ ମହିଳାଙ୍କୁ ୪୫୦ଟଙ୍କା ଟଙ୍କାରେ ଗ୍ୟାସ ଯୋଗାଇଦେବାContinue reading “ରାଜସ୍ଥାନ ନିର୍ବାଚନ ପାଇଁ ବିଜେପିର ପ୍ରତିଶ୍ରୁତି ବର୍ଷା । ଫୋକସରେ ମହିଳା, ପିଜିରୁ କେଜି ଯାଏଁ ମାଗଣା ଶିକ୍ଷା”

୧୦୦ ଘଂଟା ପରେ ଉଦ୍ଧାର ହୋଇନାହାନ୍ତି ଶ୍ରମିକ: ବିଦେଶୀ ସଂସ୍ଥାର ସହାୟତା ମାଗିଲେ ସରକାର

କନକ ବ୍ୟୁରୋ: ଉତରାଖଣ୍ଡର ଉତରକାଶୀ ଟନେଲରେ ଫଶି ରହିଛନ୍ତି ଶ୍ରମିକଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି । ୫ ଦିନ ହେଲା ୪୦ ଜଣ ଶ୍ରମିକ ଟନେଲ ଭିତରେ ଫସି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ତେବେ ଟନେଲ ଭିତରେ ଥିବା ଶ୍ରମିକ ସୁରକ୍ଷିତ ଥିବା ଜଣାପଡିଛି । ଏବେ ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ଉତରାଖଣ୍ଡ ସରକାର । ଥାଇଲ୍ୟାଣ୍ଡ, ନରୱେ ଏବଂ ଦିଲ୍ଲୀ ମେଟ୍ରୋର ବିଶେଷଜ୍ଞଙ୍କ ଠାରୁ ମତାମତ ନିଆଯାଇContinue reading “୧୦୦ ଘଂଟା ପରେ ଉଦ୍ଧାର ହୋଇନାହାନ୍ତି ଶ୍ରମିକ: ବିଦେଶୀ ସଂସ୍ଥାର ସହାୟତା ମାଗିଲେ ସରକାର”

Design a site like this with WordPress.com
Get started