ଭାବୁଛୁ ସାମି ଗିରଫ ହୋଇନଥିବେ, କାହିଁକି ଦିଲ୍ଲୀ ପୋଲିସ କଲା ଏମିତି ପୋଷ୍ଟ? ଜାଣନ୍ତୁ ପୂରା ଘଟଣା ।

କନକ ବ୍ୟୁରୋ : ବିଶ୍ୱକପ ସେମିଫାଇନାଲରେ ଘାତକ ବୋଲିଂ କରି ଭାରତକୁ ଫାଇନାଲ ଟିକେଟ ଭେଟି ଦେଇଛନ୍ତି ମହମ୍ମଦ ସାମି । ନ୍ୟୁଜିଲାଣ୍ଡ ବିପକ୍ଷରେ ୭ଟି ୱିକେଟ ହାସଲ କରି ଭାରତକୁ ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ବିଶ୍ୱକପ ଫାଇନାଲରେ ପହଞ୍ଚାଇଛନ୍ତି ସାମି । ଏଭଳି ଦମଦାର ବୋଲିଂ ପାଇଁ ପୂରା ବିଶ୍ୱ ସାମିଙ୍କ ପ୍ରଂଶସାରେ ଶତମୁଖ । ପ୍ରତିଟି ଭାରତୀୟଙ୍କ ମୁହଁରେ ସାମିଙ୍କ ବୋଲିଂକୁ ନେଇ ପ୍ରଂଶସା । କିନ୍ତୁ ଏହି ପ୍ରଂଶସା ଭିତରେContinue reading “ଭାବୁଛୁ ସାମି ଗିରଫ ହୋଇନଥିବେ, କାହିଁକି ଦିଲ୍ଲୀ ପୋଲିସ କଲା ଏମିତି ପୋଷ୍ଟ? ଜାଣନ୍ତୁ ପୂରା ଘଟଣା ।”

ପୁଣି ଜନ୍ମମାଟିକୁ ଆସିବେ ମହାମହିମ ରାଷ୍ଟ୍ରପତି । ଚଳଚଞ୍ଚଳ ସମଗ୍ର ଜିଲ୍ଲା ।

କନକ ବ୍ୟୁରୋ: ନିଜ ଜନ୍ମମାଟିକୁ ଆସିବେ ମହାମହିମ । ଏଥିପାଇଁ ଚଳଚଞ୍ଚଳ ସମଗ୍ର ଜିଲ୍ଲା । ଏହା ମହାମହିମଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତ । ଆସନ୍ତା ନଭେମ୍ବର ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚିବେ ମହାମହିମ । ସହିଦ ସ୍ମୁତିଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା “ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ’ର ୩୬ ତମବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଆଗମନ ଖବରContinue reading “ପୁଣି ଜନ୍ମମାଟିକୁ ଆସିବେ ମହାମହିମ ରାଷ୍ଟ୍ରପତି । ଚଳଚଞ୍ଚଳ ସମଗ୍ର ଜିଲ୍ଲା ।”

ଭାରତ ସହ ଶତ୍ରୁତା କରି ଫସିଗଲେ ଟ୍ରୁଡୋ :  ନିଜ ଦଳ ଭିତରେ ହେଲେ ବିରୋଧର ଶିକାର

ଭାରତ ସହ କଳହକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥିତି ଏବେ ବିପଦରେ । ଦେଶରେ ମୁଦ୍ରାସ୍ଫୀତି ଏବଂ ନିର୍ବାଚନରେ ​​ବିରୋଧୀ ଦଳ ଠାରୁ ପଛରେ ପଡିଥିବାରୁ  ଥିବାରୁ ତାଙ୍କ ନିଜ ଦଳ ଭିତରୁ କାନାଡା ପ୍ରଧାନମନ୍ତ୍ରୀ ବିରୋଧର ଶିକାର ହେଇଛନ୍ତି । ଭାରତ ସହ ମତଭେଦ ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥିତି ଅସୁବିଧାରେ ଥିବା ଜଣାପଡିଛି । ​​ମୁଦ୍ରାସ୍ଫୀତି ଏବଂ ନିର୍ବାଚନରେ ଦଳର ବିଫଳତା ଯୋଗୁଁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଇସ୍ତଫା ଦାବିContinue reading “ଭାରତ ସହ ଶତ୍ରୁତା କରି ଫସିଗଲେ ଟ୍ରୁଡୋ :  ନିଜ ଦଳ ଭିତରେ ହେଲେ ବିରୋଧର ଶିକାର”

କାଳ ହେଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁବୃତ୍ତ । ଗୁରୁତର ଯୁବକ ବୁର୍ଲା ମେଡିକାଲରେ ଭର୍ତ୍ତି ।

କନକ ବ୍ୟୁରୋ: ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁବୃତ୍ତ । କଳାହାଣ୍ଡି ଭବାନୀପାଟଣାରୁ ଆସିଛି ଏଭଳି ଖବର । ଗୁରୁତର ଯୁବକ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଭବାନୀପାଟଣାର ଅଞ୍ଜନ ପାଢୀ କିଛି ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଉଦ୍ଧାର ଦେଇଥିଲେ । ହେଲେ ସେମାନେ ଟଙ୍କା ଫେରାଉନଥିବାରୁ ଅଞ୍ଜନ ଟଙ୍କା ଫେରାଇବାକୁ ବାରମ୍ବାର କହୁଥିଲେ । ଫଳରେ କାଲି ରାତିରେ ତାଙ୍କ ଘରେContinue reading “କାଳ ହେଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁବୃତ୍ତ । ଗୁରୁତର ଯୁବକ ବୁର୍ଲା ମେଡିକାଲରେ ଭର୍ତ୍ତି ।”

ବାତ୍ୟାର ରୂପ ନେଇପାରେ ଅବପାତ । ଘନୀଭୂତ ହୋଇ ୧୮ ତାରିଖ ସକାଳେ ମୋଙ୍ଗଲା ଓ ଖେପୁପରା ନିକଟରେ କରିପାରେ ସ୍ଥଳଭାଗ ଅତିକ୍ରମ ।

କନକ ବ୍ୟୁରୋ: ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ୧୮ ତାରିଖ ସକାଳ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଉପକୂଳ ମୁହାଁ ହେଲା ବେଳକୁ ଏହା ଦୁର୍ବଳ ହୋଇ ବାଂଲାଦେଶର ମୋଙ୍ଗଲା ଓ ଖେପୁପରା ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ହେଲେ ଏହାର ପ୍ରଭାବରେ ଆଜିContinue reading “ବାତ୍ୟାର ରୂପ ନେଇପାରେ ଅବପାତ । ଘନୀଭୂତ ହୋଇ ୧୮ ତାରିଖ ସକାଳେ ମୋଙ୍ଗଲା ଓ ଖେପୁପରା ନିକଟରେ କରିପାରେ ସ୍ଥଳଭାଗ ଅତିକ୍ରମ ।”

ଶୁଭ ଇସ୍ପାତ କାରଖାନାରେ ବିସ୍ଫୋରଣ । ଜଣେ ମୃତ, ଦୁଇ ଗୁରୁତର ।

କନକ ବ୍ୟୁରୋ: ସ୍ପଞ୍ଜ କାରଖାନାରେ ବିସ୍ଫୋରଣ । ଜଣେ ମୃତ, ଦୁଇ ଗୁରୁତର । ରାଉରକେଲା ଆଇଡିସି କଳୁଙ୍ଗା ଶିଳ୍ପାଚଂଳରେ ଥିବା ଶୁଭ ଇସ୍ପାତ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । The post ଶୁଭ ଇସ୍ପାତ କାରଖାନାରେ ବିସ୍ଫୋରଣ । ଜଣେ ମୃତ, ଦୁଇ ଗୁରୁତରContinue reading “ଶୁଭ ଇସ୍ପାତ କାରଖାନାରେ ବିସ୍ଫୋରଣ । ଜଣେ ମୃତ, ଦୁଇ ଗୁରୁତର ।”

ଆଉ ମିଳିବ ତ ସାହାରା ଟଙ୍କା? ସାହାର ଗ୍ରୁପ ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ ପରେ ଚିନ୍ତାରେ ଜମାକାରୀ  । ସେବି ପାଖରେ ପଡିରହିଛି ୨୫ ହଜାର କୋଟି 

କନକ ବ୍ୟୁରୋ: ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ ପରେ ଚିନ୍ତାରେ ଜମାକାରି । ସେବି ପାଖରେ ଥିବା ସାହାରା ଗ୍ରୁପର ୨୫ ହଜାର କୋଟି ଟଙ୍କା କାହାକୁ ଦିଆଯିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଟଙ୍କାର କେହି ଦାବିଦାର ନଥିବା ବେଳେ କିପରି ଜମାକାରି ଟଙ୍କା ଫେରିପାଇବେ ତାକୁ ନେଇ ନେଇ ଆଲୋଚନା ହେଉଛି । ସାହାରା ଗ୍ରୁପ ବିଭିନ୍ନ ଯୋଜନା ଜରିଆରେ ଜମାକାରୀଙ୍କ ଠାରୁ କୋଟି କୋଟିContinue reading “ଆଉ ମିଳିବ ତ ସାହାରା ଟଙ୍କା? ସାହାର ଗ୍ରୁପ ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ ପରେ ଚିନ୍ତାରେ ଜମାକାରୀ  । ସେବି ପାଖରେ ପଡିରହିଛି ୨୫ ହଜାର କୋଟି “

ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିଲେନି ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ବ୍ୟାଙ୍କକୁ ଗୁରୁଣ୍ଡିଗୁରୁଣ୍ଡି ୩୦ କିମି ବାହାରିଲେ ବୃଦ୍ଧା ଟେରେସା ବର୍ଲା ।

କନକ ବ୍ୟୁରୋ: ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିଲେନି ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଦୂର ଆଧାର ସଂଯୋଗ କେନ୍ଦ୍ରକୁ ଗୁରୁଣ୍ଡି ଗୁରୁଣ୍ଡି ବାହାରିଲେ । ଅଧାବାଟରୁ ବୃଦ୍ଧାଙ୍କୁ ଦେଖି ଗ୍ରାହକ ସେବା କେନ୍ଦ୍ରକୁ ନେଲେ ସାମ୍ବାଦିକ । ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ କୁତ୍ରା ଅଞ୍ଚଳରେ । ୮୬ ବର୍ଷୀୟ ବୃଦ୍ଧା ଟେରସା ବାର୍ଲା ଅସୁସ୍ଥ ଥିବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇବାକୁ ଯାଇଥିଲେContinue reading “ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିଲେନି ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ବ୍ୟାଙ୍କକୁ ଗୁରୁଣ୍ଡିଗୁରୁଣ୍ଡି ୩୦ କିମି ବାହାରିଲେ ବୃଦ୍ଧା ଟେରେସା ବର୍ଲା ।”

ଗାଜା ଗସ୍ତ ବେଳେ କାର୍‌ ଦୁର୍ଘଟଣାରେ ‘ୟୁନିସେଫ୍‌’ ମୁଖ୍ୟ ଆହତ; ବାତିଲ ‌କଲେ ଇସ୍ରାଏଲ୍‌ ଗସ୍ତ

କନକ ବ୍ୟୁରୋ: ଗାଜା ଷ୍ଟ୍ରିପ୍‌ ଯିବା ବାଟରେ ମଙ୍ଗଳବାର ଦିନ ‘ୟୁନିସେଫ୍‌’ର ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ କ୍ୟାଥେରାଇନ୍‌ ରସେଲ୍‌ ଇଜିପ୍ଟରେ କାର୍‌ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା କଥା ବୁଧବାର ଦିନ ‘ୟୁନିସେଫ୍‌’ର ଜଣେ ମୁଖପାତ୍ର କହିଛନ୍ତି। ‘ୟୁନିସେଫ୍‌’ର ଗଣମାଧ୍ୟମ ମୁଖ୍ୟ କର୍ଟିସ୍‌ କୁପର୍‌ କହିଛନ୍ତି, ଆମର ମନେ ହୁଏ ରାଫା ଯିବା ବାଟରେ କାର୍‌ଟି ରାସ୍ତାରେ ଥିବା ବଡ଼ ଗର୍ତ୍ତରେ ପଡ଼ିଛି। କିଂବା ସେ ଗର୍ତ୍ତକୁ ଏଡ଼ାଇବାକୁ ଉଦ୍ୟମ କରାଯାଉଥିବା ବେଳେ କାର୍‌ଟି ଗଭୀର ଖାଇକୁ ଖସିContinue reading “ଗାଜା ଗସ୍ତ ବେଳେ କାର୍‌ ଦୁର୍ଘଟଣାରେ ‘ୟୁନିସେଫ୍‌’ ମୁଖ୍ୟ ଆହତ; ବାତିଲ ‌କଲେ ଇସ୍ରାଏଲ୍‌ ଗସ୍ତ”

ଗଭୀର ଅବପାତର ରୂପ ନେଲା ଲଘୁଚାପ । ଶନିବାର ସକାଳେ ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଧ୍ୟରେ କରିବ ଅତିକ୍ରମ, ପ୍ରଭାବରେ ଆଜି ୬ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ: ଗଭୀର ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏବେ ଏହା ନିଜ ଗତିପଥ ବଦଳାଇ ଉତର-ଉତର ପୂର୍ବ ଦିଗରେ ଆଗକୁ ବଢିବ । ୧୮ ତାରିଖ ସକାଳ ସୁଦ୍ଧା ବାଂଲାଦେଶ ଉପକୂଳର ମୋଙ୍ଗଲା ଓ ଖେପୁପରା ମଧ୍ୟରେ ଅତିକ୍ରମ କରିବ । ପ୍ରଭାବରେ ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗContinue reading “ଗଭୀର ଅବପାତର ରୂପ ନେଲା ଲଘୁଚାପ । ଶନିବାର ସକାଳେ ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଧ୍ୟରେ କରିବ ଅତିକ୍ରମ, ପ୍ରଭାବରେ ଆଜି ୬ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।”

Design a site like this with WordPress.com
Get started