ଭାରସାମ୍ୟ ହରାଇ ଖାଇକୁ ଖସିପଡିଲା ଯାତ୍ରୀବାହୀ ବସ୍ । ୩୦ ମୃତ, ଏକାଧିକ ଯାତ୍ରୀ ଗୁରୁତର । ଡୋଡା ଉଦ୍ଧମପୁରରେ ଦୁର୍ଘଟଣା ।

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡିବାରୁ ୩୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜମ୍ମୁ-କିଶ୍ତଓ୍ଵାର ଜାତୀୟ ରାଜପଥରେ ବୁଧବାର ଏକ ବସ୍ ଗଭୀର ଘାଟିକୁ ଖସି ପଡ଼ିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବସ୍ ରେ ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି। ବର୍ତ୍ତମାନ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।Continue reading “ଭାରସାମ୍ୟ ହରାଇ ଖାଇକୁ ଖସିପଡିଲା ଯାତ୍ରୀବାହୀ ବସ୍ । ୩୦ ମୃତ, ଏକାଧିକ ଯାତ୍ରୀ ଗୁରୁତର । ଡୋଡା ଉଦ୍ଧମପୁରରେ ଦୁର୍ଘଟଣା ।”

୯ମାସର କୁନି ପିଲାକୁ ବି ଛାଡିଲେନି ହମାସ ଆତଙ୍କବାଦୀ । ୧ମାସ ପରେ ହେବ ବନ୍ଦି ହୋଇ ରହିଛି ଏହି କୁନି ଛୁଆ

କନକ ବ୍ୟୁରୋ : ବୟସ ମାତ୍ର ୯ମାସ । କୁନି ଛୁଆଟିଏ । କଅଁଳ ବୟସରେ ସେ ବା କଣ ଜାଣିବ ଇସ୍ରାଏଲ ବାସିନ୍ଦା କିଏ, ପାଲେଷ୍ଟାଇନ୍ ବାସିନ୍ଦା କିଏ । କିନ୍ତୁ ଆତଙ୍କୀ ସଂଗଠନ ହମାସ ପାଇଁ ଏହି କୁନି ଛୁଆର ପରିଚୟ ରହିଛି । ଆତଙ୍କୀଙ୍କ ପାଇଁ ଏହି କୁନି ଛୁଆଟି ହେଉଛି ଜଣେ ଇସ୍ରାଇଲି । ଆଉ ତାଙ୍କ ପାଇଁ କୁନି ଛୁଆଟି ହେଉଛି ଶତ୍ରୁ । ସେଥିପାଇଁ ଏହି ନିଷ୍ପାପ କୁନିContinue reading “୯ମାସର କୁନି ପିଲାକୁ ବି ଛାଡିଲେନି ହମାସ ଆତଙ୍କବାଦୀ । ୧ମାସ ପରେ ହେବ ବନ୍ଦି ହୋଇ ରହିଛି ଏହି କୁନି ଛୁଆ”

ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ  ମ୍ୟାଚ୍ ପୂର୍ବରୁ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ପୋଷ୍ଟ । ମୁମ୍ବାଇ ପୁଲିସକୁ ଆସିଲା ଚେତାବନୀ । 

କନକ ବ୍ୟୁରୋ: ଆଜି ମହାରାଷ୍ଟ୍ରର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ କ୍ରିକେଟ୍‌ ବିଶ୍ବକପ୍‌ ସେମି-ଫାଇନାଲ୍‌ ମ୍ୟାଚ୍‌ ହେବା ପୂର୍ବରୁ ‘ଏକ୍ସ୍‌’ରେ ମୁମ୍ବାଇ ପୁଲିସ ନିକଟକୁ ଧମକ ବାର୍ତ୍ତା ଆସିଛି । ଗୋଟାଏ ପିସ୍ତଲ, ହାତ ଗ୍ରେନେଡ୍‌ (ବୋମା) ଓ ଗୁଳି ଫଟୋ ସମେତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଥିବା ଏହି ଧମକ ବାର୍ତ୍ତାରେ ମୁମ୍ବାଇ ପୁଲିସକୁ ‘ଟ୍ୟାଗ୍‌’ କରାଯାଇଛି। ବାର୍ତ୍ତାରେ ଲେଖା ଯାଇଛି: ମ୍ୟାଚ୍‌ ବେଳେ ନିଆଁ ଲଗାଇ ଦେବୁ।  ଧମକ ଦେଇଥିବା ବ୍ୟକ୍ତିContinue reading “ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ  ମ୍ୟାଚ୍ ପୂର୍ବରୁ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ପୋଷ୍ଟ । ମୁମ୍ବାଇ ପୁଲିସକୁ ଆସିଲା ଚେତାବନୀ । “

ଉଜୁଡା ଫସଲ ନେଲା ଜୀବନ । ଫସଲ ନଷ୍ଟ ଯୋଗୁଁ ବିଷ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । 

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ,ଚଳିତ ବର୍ଷର ଏହା ପ୍ରଥମ ଚାଷୀ ଆତ୍ମହତ୍ୟା । ଧାନ ଫସଲର ପୋକ ଲାଗି ଫସଲ ନଷ୍ଟ ହେବା ଯୋଗୁଁ ବିଲରେ ବିଷ ପିଇଲେ ଚାଷୀ । ବଲାଙ୍ଗୀର ପୁଇଁନ୍ତଳା ଥାନା ଅନ୍ତର୍ଗତ ବୁବେଳ ଗ୍ରାମର ଚାଷୀ ରମେଶ ଭୋଇ ଆତ୍ମହତ୍ୟା କରିଥିବା ସୂଚନା । ଗତକାଲି ବିଷ ପିଇଥିଲେ ଚାଷୀ ,ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଥିଲେ ।Continue reading “ଉଜୁଡା ଫସଲ ନେଲା ଜୀବନ । ଫସଲ ନଷ୍ଟ ଯୋଗୁଁ ବିଷ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । “

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ୬ଘଣ୍ଟା ମଧ୍ୟରେ ନେଇପାରେ ଅବପାତର ରୂପ, ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ । ୬ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ । ଆସନ୍ତାକାଲି ସୃଷ୍ଟି ହୋଇପାରେ ତୀବ୍ର ଅବପାତ । ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା ।ବର୍ଷା ୧୭ ତାରିଖ ଯାଏଁ ଲାଗିରହିବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଜୁଆରିଆ ରହିବା ଯୋଗୁଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିରତକୁ ଯିବାକୁ ସତର୍କ କରାଯାଇଛି । ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଓ ୧୭ ତାରିଖରେ ରାଜ୍ୟର ବିଭିନ୍ନContinue reading “ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ୬ଘଣ୍ଟା ମଧ୍ୟରେ ନେଇପାରେ ଅବପାତର ରୂପ, ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା”

କାହିଁକି ଅଲ-ଶିଫା ହସ୍ପିଟାଲକୁ ଟାର୍ଗେଟ କରିଛି ଇସ୍ରାଏଲ ସେନା ?କଣ ରହିଛି ହସ୍ପିଟାଲ ତଳେ ଥିବା ସୁଡ଼ଙ୍ଗରେ ?

  ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲ-ଶିଫା ବର୍ତ୍ତମାନ ଇସ୍ରାଏଲ୍ ସେନାର ମୁଖ୍ୟ ଲକ୍ଷ୍ୟ ପାଲଟିଛି । ହସ୍ପିଟାଲ କମ୍ପ୍ଲେକ୍ସ ତଳେ ଥିବା ସୁଡ଼ଙ୍ଗରେ ହମାସର ଏକ କମାଣ୍ଡ ସେଣ୍ଟର ଅଛି ବୋଲି ଇସ୍ରାଏଲ ଅଭିଯୋଗ କରିଆସୁଛି ।ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲ-ଶିଫା ଇସ୍ରାଏଲ୍ ସେନାର ମୁଖ୍ୟ ଲକ୍ଷ୍ୟ ପାଲଟିଛି। ହସ୍ପିଟାଲ କମ୍ପ୍ଲେକ୍ସ ତଳେ ଥିବା ସୁଡ଼ଙ୍ଗରେ ହାମାସର ଏକ କମାଣ୍ଡ ସେଣ୍ଟର ଅଛି ବୋଲି ଇସ୍ରାଏଲ ଅଭିଯୋଗ କରିଛି । ଅନ୍ୟପକ୍ଷରେ ଡାକ୍ତରଖାନା ଅଧିକାରୀContinue reading “କାହିଁକି ଅଲ-ଶିଫା ହସ୍ପିଟାଲକୁ ଟାର୍ଗେଟ କରିଛି ଇସ୍ରାଏଲ ସେନା ?କଣ ରହିଛି ହସ୍ପିଟାଲ ତଳେ ଥିବା ସୁଡ଼ଙ୍ଗରେ ?”

୧୦୮ ଆମ୍ବୁଲାନ୍ସ ଚାଳକଙ୍କୁ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ମାଡ଼ ।  ରୋଗୀ ନେବାକୁ କେନ୍ଦ୍ର କରି ବଚସା । 

କନକ ବ୍ୟୁରୋ: ୧୦୮ ଆମ୍ବୁଲାନ୍ସ ଚାଳକଙ୍କୁ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ମାଡ଼ । କଟକ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀର ମୃତ୍ୟୁ ପରେ ତାକୁ ନେବାକୁ ଦୁଇ ଡ୍ରାଇଭରଙ୍କ ମଧ୍ୟରେ ବଚସା ହୋଇଛି । ଘରୋଇ ଆମ୍ବୁଲାନ୍ସ ଚାଳକ ବିରୋଧ କରି ବଚସା ପରେ ୧୦୮ ଆମ୍ବୁଲାନ୍ସ ଗାଡ଼ି ଚାଳକକୁ ମାଡ଼ ମାରିଛନ୍ତି । ଏହି ଘଟଣାରେ ମାଡ଼ ମାରିଥିବା ଆମ୍ବୁଲାନ୍ସ ଚାଳକଙ୍କୁ ପୋଲିସ ମେଡ଼ିକାଲ ଫାଣ୍ଡିରେ ଅଟକ ରଖିଛି । The postContinue reading “୧୦୮ ଆମ୍ବୁଲାନ୍ସ ଚାଳକଙ୍କୁ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ମାଡ଼ ।  ରୋଗୀ ନେବାକୁ କେନ୍ଦ୍ର କରି ବଚସା । “

ଅଧ୍ୟୟନ ପାଇଁ ଆମେରିକାରେ ଯାଉଥିବା ଭାରତୀୟଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି, ଚାଇନାକୁ ପଛରେ ପକେଇଦେଲା ।

ଓପନ୍ ଡୋର୍ସ  ରିପୋର୍ଟ ଅନୁଯାୟୀ, ୨୦୨୨-୨୩  ମସିହାରେ ଭାରତରୁ ଆମେରିକା ଯାଉଥିବା ଛାତ୍ର ସଂଖ୍ୟା ୩୫ ପ୍ରତିଶତ ବୃଦ୍ଧି ପାଇ ୨୬,୮୯୨୩ ରେ ପହଞ୍ଚିଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଉଚ୍ଚଶିକ୍ଷା ପାଇଁ ଆମେରିକା ବର୍ତ୍ତମାନ ଭାରତୀୟଙ୍କ ପ୍ରଥମ ପସନ୍ଦ ହୋଇଛି । ଆନ୍ତର୍ଜାତୀୟ ଛାତ୍ରମାନଙ୍କ ପାଇଁ ଆମେରିକା ସର୍ବଦା ଏକ ଲୋକପ୍ରିୟ ଦେଶ ହୋଇଆସୁଛି । ପ୍ରତିବର୍ଷ ଭାରତରୁ ବହୁ ସଂଖ୍ୟକ ଛାତ୍ର ଅଧ୍ୟୟନ ପାଇଁ ଆମେରିକା ଯାଇଥାନ୍ତି । କରୋନା ପରେ ଆମେରିକାରେContinue reading “ଅଧ୍ୟୟନ ପାଇଁ ଆମେରିକାରେ ଯାଉଥିବା ଭାରତୀୟଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି, ଚାଇନାକୁ ପଛରେ ପକେଇଦେଲା ।”

ଜଗା କରୁଛି ମର୍ଣ୍ଣିଂ ୱାକ୍ । ଯୋଡା ମୁଣ୍ଡ ଅଲଗା ହେବା ପରେ କରୁଛି ସାଧାରଣ ଜୀବନଯାପନ ।

କନକ ବ୍ୟୁରୋ: ଜଗା କରୁଛି ମର୍ଣ୍ଣିଂ ୱାକ୍ । କନ୍ଧମାଳ ଫିରିଙ୍ଗିଆ ବ୍ଲକ ମେଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ସାଧାରଣ ଜୀବନଯାପନ କରୁଛି । ଖେଳିବା, ବୁଲିବା ସହ ବାପାଙ୍କ ସହିତ ମର୍ଣ୍ଣିଂ ୱାକରେ ଯାଉଛି । ଏପିରିକି ବାପାଙ୍କ ସହ ବଜାରକୁ ଯାଇ ବିଭିନ୍ନ ଜିନିଷ କିଣାକିଣି କରୁଥିବା ଦେଖିବାକୁ ମିଳିଛି । ଏବେ ଜଗା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟContinue reading “ଜଗା କରୁଛି ମର୍ଣ୍ଣିଂ ୱାକ୍ । ଯୋଡା ମୁଣ୍ଡ ଅଲଗା ହେବା ପରେ କରୁଛି ସାଧାରଣ ଜୀବନଯାପନ ।”

ସୋଏବ ଅଖତର କହିଲେ, ମନରୁ ଚାହୁଁଛି ଟିମ୍ ଇଣ୍ଡିଆ ଜିତୁ ବିଶ୍ୱକପ୍ ।

କନକ ବ୍ୟୁରୋ : ଆଜି ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯିବ । ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହୋଇ ଭାରତ ୨୦୧୯ ସେମିଫାଇନାଲର ପ୍ରତିଶୋଧ ନେବା ସହ ଫାଇନାଲ ଟିକେଟ ହାସଲ କରୁ ବୋଲି ଚାହୁଁଛନ୍ତି କ୍ରିକେଟପ୍ରେମୀ । କିନ୍ତୁ ଏସବୁ ଭିତରେ ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର ଗୋଟିଏ ପାଦ ଆଗକୁ ଯାଇ କହିଛନ୍ତି, ମୁଁ ମନରୁ ଚାହୁଁଛି ଭାରତ ଏହି ବିଶ୍ୱକପ ଜିତୁ । ଭାରତକୁ ଚାମ୍ପିୟନ ଭାବେ ସୋଏବ ଦେଖିବାକୁContinue reading “ସୋଏବ ଅଖତର କହିଲେ, ମନରୁ ଚାହୁଁଛି ଟିମ୍ ଇଣ୍ଡିଆ ଜିତୁ ବିଶ୍ୱକପ୍ ।”

Design a site like this with WordPress.com
Get started