କନକ ବ୍ୟୁରୋ: ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । କିଛି ସମୟ ପରେ ଏହା ଅବପାତର ରୂପ ନେବ । ଦକ୍ଷିଣପୂର୍ବ ପାଶ୍ୱର୍ବର୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରିବ । ପରେ ଉତରପଶ୍ଚିମ ଦିଗରେ ଗତି କରି ୧୬ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ-ବଙ୍ଗୋପସଗର ପାଶ୍ୱର୍ବର୍ତୀ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏହା ଦିଗ ପରିବର୍ତନ ସହContinue reading “ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । କିଛି ସମୟ ପରେ ନେଇପାରେ ଅବପାତର ରୁପ, ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା. ୧୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ।”
Author Archives: Raghaba
ମଧ୍ୟପ୍ରଦେଶ ଓ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ମୋଟ ୩୦୦ ଆସନ ପାଇଁ ଶୁକ୍ରବାର ପଡିବ ଭୋଟ
କନକ ବ୍ୟୁରୋ: ଆଜି ସରୁଛି ମଧ୍ୟପ୍ରଦେଶ ଓ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର । ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶର ସମସ୍ତ ୨୩୦ ଓ ଛତିଶଗଡର ଅବଶିଷ୍ଟ ୭୦ଟି ଆସନରେ ଶୁକ୍ରବାର ଭୋଟ ହେବ । ଦୁଇଟିଯାକ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ଗତକାଲି ଜୋରଦାର ପ୍ରଚାର ହୋଇଥିଲା । ଉଭୟ ବିଜେପି ଓ କଂଗ୍ରେସ ନିଜର ହେଭିୱେଟ ଚେହେରାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।Continue reading “ମଧ୍ୟପ୍ରଦେଶ ଓ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ମୋଟ ୩୦୦ ଆସନ ପାଇଁ ଶୁକ୍ରବାର ପଡିବ ଭୋଟ”
ଉତ୍ତରକାଶୀ ଟନେଲରେ ଫଶିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି । ଚଉଡା ପାଇପଲାଇନ୍ ଯୋଗେ ଶ୍ରମିକଙ୍କୁ କାଢିବାକୁ କରାଯାଉଛି ଯୋଜନା ।ଚିନ୍ତାରେ ଓଡିଆ ଶ୍ରମିକଙ୍କ ପରିବାର ।
କନକ ବ୍ୟୁରୋ: ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡିବାର ତୃତୀୟ ଦିନରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ଉତରାଖଣ୍ଡ ପ୍ରଶାସନ । ସୁଡ଼ଙ୍ଗ ଭିତରେ ଫସି ରହିଥିବା ୮ଟି ରାଜ୍ୟର ୪୦ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର’ ମେସିନ୍ ଅଣାଯାଇଛି । ଆର୍ଥ ଅଗର ମେସିନ ସାହାଯ୍ୟରେ ଡ୍ରିଲ କରି ୯୦୦ ମିଲିମିଟର ଗୋଲେଇର ପାଇପ୍ ଗୁଡ଼ିକୁ ଖଞ୍ଜାଯିବ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ ଏହିContinue reading “ଉତ୍ତରକାଶୀ ଟନେଲରେ ଫଶିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି । ଚଉଡା ପାଇପଲାଇନ୍ ଯୋଗେ ଶ୍ରମିକଙ୍କୁ କାଢିବାକୁ କରାଯାଉଛି ଯୋଜନା ।ଚିନ୍ତାରେ ଓଡିଆ ଶ୍ରମିକଙ୍କ ପରିବାର ।”
ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ । ଦୀର୍ଘଦିନ ଅସୁସ୍ଥ ରହିବା ପରେ ୭୫ ବର୍ଷ ବୟସରେ ଦେହାନ୍ତ ।
କନକ ବ୍ୟୁରୋ: ସାହାରା ଇଣ୍ଡିଆ ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ୭୫ ବର୍ଷ ବୟସରେ ମୁମ୍ବାଇର ଏକ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ୧୯୪୮ ମସିହାରେ ବିହାରର ଆରାରିଆରେ ଜନ୍ମ ହୋଇଥିଲେ ସୁବ୍ରତ ରାୟ ସାହାରା । ଦେଶସାରା ସେ ସାହାରାଶ୍ରୀ ନାଁରେ ବେଶ ପରିଚିତ ଥିଲେ । ଜଣେ ପ୍ରମୁଖ ବ୍ୟବସାୟୀ ଭାବେ ତାଙ୍କର ବେଶ ନାଁ ଥିଲା । କାଲିContinue reading “ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ । ଦୀର୍ଘଦିନ ଅସୁସ୍ଥ ରହିବା ପରେ ୭୫ ବର୍ଷ ବୟସରେ ଦେହାନ୍ତ ।”
ରାଜ୍ୟରେ ବଦଳିବ ସ୍ୱାସ୍ଥ୍ୟସେବାର ଚିତ୍ର । ‘ଆମ ହସ୍ପିଟାଲ’ ଯୋଜନାରେ ରୂପାନ୍ତରଣ ହେବ ରାଜ୍ୟର ୧୮୫୮ ଡାକ୍ତରଖାନା । ଫାଇଭ- ଟି ଅଧିନରେ ୫ ବର୍ଷ ମଧ୍ୟରେ ସରିବ କାର୍ଯ୍ୟ ।
କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ମୋ ସ୍କୁଲ, ମୋ କଲେଜ ଯୋଜନା ଭଳି ଆମ ହସ୍ପିଟାଲ ଯୋଜନା ଆରମ୍ଭ କରିଛନ୍ତି ସରକାର । ଆମ ହସ୍ପିଟାଲ ଯୋଜନାରେ ରୁପାନ୍ତରଣ ହେବ ରାଜ୍ୟର ୧୮୫୮ ଡାକ୍ତରଖାନା । ଫାଇଭ-ଟି ଅଧିନରେ ସରକାରୀ ଡାକ୍ତରଖାନାର ଭିତିଭୂମି ସୃଦୃଢ କରାଯିବ । ଅନୁକୁଳ ପରିବେଶରେ ରୋଗୀଙ୍କୁ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା । ଆଉ ହସ୍ପିଟାଲରେ ଦେଖିବାକୁ ମିଳିବନି ଲମ୍ବା ଲାଇନ । ସୂୁଚନାContinue reading “ରାଜ୍ୟରେ ବଦଳିବ ସ୍ୱାସ୍ଥ୍ୟସେବାର ଚିତ୍ର । ‘ଆମ ହସ୍ପିଟାଲ’ ଯୋଜନାରେ ରୂପାନ୍ତରଣ ହେବ ରାଜ୍ୟର ୧୮୫୮ ଡାକ୍ତରଖାନା । ଫାଇଭ- ଟି ଅଧିନରେ ୫ ବର୍ଷ ମଧ୍ୟରେ ସରିବ କାର୍ଯ୍ୟ ।”
ବିଶ୍ୱକପ୍ ସେମିଫାଇନାଲ୍ ପାଇଁ କାଉଣ୍ଟଡାଉନ । ଆଜି ୱାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ ।
କନକ ବ୍ୟୁରୋ: ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅପରାହ୍ଣ ୨ଟା ବେଳେ ଖେଳାଯିବ ଏହି ମହାମୁକାବିଲା । ରାଉଣ୍ଡ ରବିନରେ ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ପୁଣିଥରେ ଭାରତକୁ ସେମିଫାଇନାଲରେ ହରାଇ କ୍ରମାଗତ ତୃତୀୟଥର ବିଶ୍ୱକପ୍ ଫାଇନାଲ୍ ପାଇଁ ଅଣ୍ଟା ଭିଡି କିୱିContinue reading “ବିଶ୍ୱକପ୍ ସେମିଫାଇନାଲ୍ ପାଇଁ କାଉଣ୍ଟଡାଉନ । ଆଜି ୱାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ ।”
ଟନେଲ୍ ଭିତରେ କେମିତି ଅଛନ୍ତି ଫସିଥିବା ଶ୍ରମିକ ? ଖାଦ୍ୟ, ପାନୀୟ, ଔଷଧ ସହ ପାଇପ ଦ୍ୱାରା ଦିଆଯାଉଛି ଅକ୍ସିଜେନ ।
କନକ ବ୍ୟୁରୋ: ଟନେଲ ଭିତରେ ଫସିଥିବା ଶ୍ରମିକଙ୍କୁ ଖାଦ୍ୟ, ପାନୀୟ, ଔଷଧ ଓ ଅକ୍ସିଜେନ, ପାଇପ ସାହାଯ୍ୟରେ ପଠାଯାଉଛି । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭିଟାମିନ ଯୁକ୍ତ ଖାଦ୍ୟ ଓ ଡ୍ରାଏଫୁଡ ମଧ୍ୟ ପଠାଯାଉଛି । ଯାହା ସେମାନଙ୍କୁ ଦୀର୍ଘ ଘଂଟା ପାଇଁ ସତେଜ ଓ ସୁସ୍ଥ ରଖିବ । ସ୍ଥାନୀୟ ପ୍ରଶାସନ କହିଛି ଯଥା ସମ୍ଭବ ଚେଷ୍ଟା କରାଯାଉଛି କିଭଳି ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ । ରେସକ୍ୟୁ ଅପରେସନ ଜାରି ରହିଛିContinue reading “ଟନେଲ୍ ଭିତରେ କେମିତି ଅଛନ୍ତି ଫସିଥିବା ଶ୍ରମିକ ? ଖାଦ୍ୟ, ପାନୀୟ, ଔଷଧ ସହ ପାଇପ ଦ୍ୱାରା ଦିଆଯାଉଛି ଅକ୍ସିଜେନ ।”
ଉତ୍ତରକାଶୀର ଟନେଲରେ ଫସିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ପ୍ରୟାସ । ଆହୁରି ଲାଗିବ ୨୬ରୁ ୩୦ ଘଣ୍ଟା ।
କନକ ବ୍ୟୁରୋ: ଉତ୍ତରାଖଣ୍ଡ, ଉତ୍ତରକାଶୀରେ ଟନେଲ ମାଟି ଅତଡ଼ା ଖସିବା ଘଟଣାର ଆରମ୍ଭ ହେଲା ଅନୁସନ୍ଧାନ । ଭୁଶୁଡ଼ିବା କାରଣ ଅନୁସନ୍ଧାନ କରିବା ପାଇଁ ଉତ୍ତରାଖଣ୍ଡ ସରକାର ଗଠନ କଲେ ୬ ଜଣିଆ ବିଶେଷଜ୍ଞ କମିଟି । ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ଯାଞ୍ଚ କରିବ ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବେ । ସେପଟେ କନକ ନ୍ୟୁଜକୁ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ ସିହ୍ନା ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି,Continue reading “ଉତ୍ତରକାଶୀର ଟନେଲରେ ଫସିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ପ୍ରୟାସ । ଆହୁରି ଲାଗିବ ୨୬ରୁ ୩୦ ଘଣ୍ଟା ।”
ବୁଧବାର ବିଶ୍ୱକପର ପ୍ରଥମ ସେମି-ଫାଇନାଲ । ଦେଶରେ ବଢୁଛି କ୍ରିକେଟ୍ ଫିଭର । ସେମିଫାଇନାଲ ପୂର୍ବରୁ ‘ମାଇଣ୍ଡଗେମ୍’ ।
କନକ ବ୍ୟୁରୋ: ବିଶ୍ୱକପର ପ୍ରଥମ ସେମିଫାଇନାଲ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଆଉ ଏହା ପୂର୍ବରୁ ଭାରତୀୟ ଟିମକୁ ନେଇ ଆରମ୍ଭ ହୋଇ ଯାଇଛି ମାଇଣ୍ଡ ଗେମ୍ । ଏଥର ବିଶ୍ୱକପରେ ନିଜର ସମସ୍ତ ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେଇଥିବା ଭାରତୀୟ ଟିମକୁ ନେଇ ଆରମ୍ଭ ହୋଇଗଲାଣି ମାଇଣ୍ଡ୍ ଗେମ୍ । ମ୍ୟାଚ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପୂର୍ବତନ ଖେଳାଳି ରସ ଟେଲର କହିଛନ୍ତି । ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ୨୦୧୯ ବିଶ୍ୱକପର ସେମିଫାଇନାଲ କଥା ମନେ ପକାଇଛନ୍ତିContinue reading “ବୁଧବାର ବିଶ୍ୱକପର ପ୍ରଥମ ସେମି-ଫାଇନାଲ । ଦେଶରେ ବଢୁଛି କ୍ରିକେଟ୍ ଫିଭର । ସେମିଫାଇନାଲ ପୂର୍ବରୁ ‘ମାଇଣ୍ଡଗେମ୍’ ।”
ଯୁଦ୍ଧରେ ଇସ୍ରାଏଲକୁ ମିଳିଲା ବଡ ସଫଳତା । ମାଟିରେ ମିିଶିଛି ଉତ୍ତରଗାଜାର ସମସ୍ତ ହମାସ ଶିବିର ।
କନକ ବ୍ୟୁରୋ: ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ମିଳିଛି ବଡ ସଫଳତା । ସୂଚନା ଅନୁସାରେ ଗାଜାରେ ଥିବା ହମାସର ସଂସଦ ପରେ କବଜା କରିଛି ଆଇଡିଏଫ । ଇସ୍ରାଏଲ ସେନା ପକ୍ଷରୁ ଏକ ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ ହମାସ ସଂସଦ ଉପରେ ଇସ୍ରାଏଲ ପତାକା ଉଡୁଥିବା ଦେଖିବାକୁ ମିଳିଛି । ହମାସ ସଂସଦର ସ୍ପିକର ଆସନରେ ଇସ୍ରାଏଲ ସେନା ବସିଥିବା ଦେଖିବାକୁ ମିଳିଛି । ଇସ୍ରାଏଲର ପ୍ରତିରକ୍ଷାମନ୍ତ୍ରୀ ସୋସିଆଲ ମିଡିଆରେ କିଛି ଫଟୋContinue reading “ଯୁଦ୍ଧରେ ଇସ୍ରାଏଲକୁ ମିଳିଲା ବଡ ସଫଳତା । ମାଟିରେ ମିିଶିଛି ଉତ୍ତରଗାଜାର ସମସ୍ତ ହମାସ ଶିବିର ।”