ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ । ହସ୍ପିଟାଲ ପକ୍ଷରୁ ସୂଚନା

କନକ ବ୍ୟୁରୋ : ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ । ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ମିଳିଛି । ଗଭୀର ବୋରୱେଲରୁ ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ସରକାରୀ ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ପ୍ରାୟ ୩ଘଣ୍ଟାର କଠିନ ପରିଶ୍ରମ ପରେ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଗତକାଲିଠାରୁ ବୋରୱେଲରେ ୨୦ଫୁଟ ତଳକୁ ଖସିପଡିଥିଲେ ବୃଦ୍ଧା । ତେବେ ଏହା କେବଳ ଗୋଟିଏContinue reading “ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ । ହସ୍ପିଟାଲ ପକ୍ଷରୁ ସୂଚନା”

ଗାଜାର ସଂସଦକୁ କବଜା କଲା କି ଇସ୍ରାଏଲ ?  

  ଇସ୍ରାଏଲ୍ ଟ୍ୟାଙ୍କଗୁଡିକ ଗାଜା ସହରକୁ ଧୀରେଧୀରେ ଧ୍ୱଂସାବଶେଷରେ ପରିଣତ କରୁଛି । ଏହି ସମୟରେ ଏପରି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ଇସ୍ରାଏଲ୍ ସେନା ଗାଜା ସଂସଦକୁ କବଜା କରିସାରିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧକୁ ୩୯ ଦିନ ହେଲାଣି । ସୋମବାର ବିଳମ୍ବିତ ରାତିରେ ହମାସ ଇସ୍ରାଏଲ ଆଡକୁ ରକେଟ୍ ଆକ୍ରମଣ କରିଥିଲା । ହମାସରୁ ଇସ୍ରାଏଲ ଆଡକୁ ବହୁ ସଂଖ୍ୟକ ରକେଟ୍Continue reading “ଗାଜାର ସଂସଦକୁ କବଜା କଲା କି ଇସ୍ରାଏଲ ?  “

ଆହତ ଛୁଆକୁ ଜଗିରହିଛି ମାଆ ହାତୀ । ମୈଦାନକଲେ ଜଙ୍ଗଲରୁ ଆସିଲା ନିଆରା ଦୃଶ୍ୟ

କନକ ବ୍ୟୁରୋ : ପିଲା ଅସୁସ୍ଥ ଥିଲେ ବାପା, ମା ଯେପରି ଚିନ୍ତା ପ୍ରକଟ କରନ୍ତି, ନିଜ ଛୁଆକୁ ଛାଡି ଯାଆନ୍ତି ନାହିଁ, ପଶୁଙ୍କ କ୍ଷେତ୍ରରେ ମଧ୍ୟ ଠିକ ସେଭଳି ଦେଖିବାକୁ ମିଳିଥାଏ । କେନ୍ଦୁଝର ବନ ବିଭାଗ ଅଧୀନ ମୈଦାନକଲେ ଜଙ୍ଗଲରୁ ଆସିଛି ଏକ ନିଆରା ଖବର । ଛୁଆ ହାତୀର ଅସୁସ୍ଥ ହୋଇପଡିଥିବା ବେଳେ ବନ ବିଭାଗ ଚିକିତ୍ସା କରିବାକୁ ଯାଇଛି । ଛୁଆ ହାତୀର ଡାହାଣ ଗୋଡରେ ଆଘାତ ଲାଗିଥିବା ବେଳେ ସେContinue reading “ଆହତ ଛୁଆକୁ ଜଗିରହିଛି ମାଆ ହାତୀ । ମୈଦାନକଲେ ଜଙ୍ଗଲରୁ ଆସିଲା ନିଆରା ଦୃଶ୍ୟ”

ଉଦ୍ଧାର ହେଲେ ବୋରୱେଲରେ ଫସିଥିବା ବୃଦ୍ଧା । ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ଜଣାପଡି ନାହିଁ

କନକ ବ୍ୟୁରୋ : ଦୀର୍ଘ ସମୟର କସରତ ପରେ ଉଦ୍ଧାର ହେଲେ ବୋରୱେଲରେ ଫସିଥିବା ବୃଦ୍ଧା । କଠିନ ପରିଶ୍ରମ ପରେ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ସରକାରୀ ଡାକ୍ତରଖାନାକୁ ତାଙ୍କୁ ନିଆଯାଇଛି । ତେବେ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ତାହା ଜଣାପଡି ନାହିଁ । ଗତକାଲି ରାତିରେ ଝିଅ ଘରୁ ଫେରିବା ବେଳେ ଗଭୀର ବୋରୱେଲରେ ପଡ଼ିଯାଇଥିଲେ ବୃଦ୍ଧ ମହିଳା । ସୁବର୍ଣ୍ଣପୁର ଜିଲ୍ଲାସଦର ବ୍ଲକ କଇଁଫୁଲContinue reading “ଉଦ୍ଧାର ହେଲେ ବୋରୱେଲରେ ଫସିଥିବା ବୃଦ୍ଧା । ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ଜଣାପଡି ନାହିଁ”

ସରିଲାଣି ମାଟି ଖୋଳା, କିଛି ସମୟ ପରେ ଉଦ୍ଧାର ହେବେ ବୃଦ୍ଧା ! ଦେଖାଗଲାଣି ବୃଦ୍ଧାଙ୍କ ଶରୀର

କନକ ବ୍ୟୁରୋ : ସୁବର୍ଣ୍ଣପୁର ଡିପ୍ ବୋରୱେଲରେ ବୃଦ୍ଧା ଖସିପଡିବା ଘଟଣା । ଜୋରଦାର ଚାଲିଛି ଉଦ୍ଧାର କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ମାଟି ଖୋଳା ସରିଲାଣି । ଆଉ କିଛି ସମୟ ପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯିବ । ବୃଦ୍ଧାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିସମ ବାହିନୀ ଜୋରଦାର ଚେଷ୍ଟା ଜାରି ରଖିଛନ୍ତି । ଜେସିବି ସାହାଯ୍ୟରେ ମାଟି ଖୋଳା ଚାଲିଛି । ଘଟଣାସ୍ଥଳରୁ ମିଳୁଥିବା ସୂଚନା ଅନୁସାରେ, ଆଉ ଅଳ୍ପ ସମୟ ମଧ୍ୟରେ ବୃଦ୍ଧାଙ୍କୁContinue reading “ସରିଲାଣି ମାଟି ଖୋଳା, କିଛି ସମୟ ପରେ ଉଦ୍ଧାର ହେବେ ବୃଦ୍ଧା ! ଦେଖାଗଲାଣି ବୃଦ୍ଧାଙ୍କ ଶରୀର”

ପ୍ରଧାନ ଶିକ୍ଷକଙ୍କ ଠାରୁ ଲୁଟ । ସହକର୍ମୀ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଲକ୍ଷାଧିକ ଟଙ୍କା, ସୁନା ଚେନ୍ ଓ ବାଇକ୍ ଲୁଟି ନେଇଥିବା ଅଭିଯୋଗ

କନକ ବ୍ୟୁରୋ : ଲୁଟର ଶିକାର ହେଲେ ପ୍ରଧାନ ଶିକ୍ଷକ । ଧନୁର୍ଜୟ ନାୟକଙ୍କୁ ମାଡ଼ ମାରି ଲୁଟିନେଲେ ୧ ଲକ୍ଷ ୪୦ ହଜାର ଟଙ୍କା ସହ ଚେନ୍ , ମୁଦି, ବାଇକ୍ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ନୀ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ସହକର୍ମୀ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଏଭଳି କରିଥିବା କହିଛନ୍ତି ଆହତ ଶିକ୍ଷକ । ବାଇକରେ ଲିଫ୍ଟ ମାଗି ଅଧା ରାସ୍ତାରେContinue reading “ପ୍ରଧାନ ଶିକ୍ଷକଙ୍କ ଠାରୁ ଲୁଟ । ସହକର୍ମୀ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଲକ୍ଷାଧିକ ଟଙ୍କା, ସୁନା ଚେନ୍ ଓ ବାଇକ୍ ଲୁଟି ନେଇଥିବା ଅଭିଯୋଗ”

ବୋରୱେଲ ଭିତରକୁ ଖସିପଡିଲେ ବୃଦ୍ଧା, ୨୦ ଫୁଟ୍ ତଳେ ଜୀବନ ସହ କରୁଛନ୍ତି ସଂଘର୍ଷ ।

କନକ ବ୍ୟୁରୋ : ଗଭୀର ବୋରୱେଲରେ ଖସି ପଡ଼ିଲେ ବୃଦ୍ଧ ମହିଳା । ସୁବର୍ଣ୍ଣପୁର ଜିଲ୍ଲାସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୃଦ୍ଧ ମହିଳା ଜଣଙ୍କ ୨ ୦ ଫୁଟ ତଳେ ଥିବା ସୂଚନା ମିଳିଛି । ବୋରୱେଲରେ ଖସିପଡିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନାContinue reading “ବୋରୱେଲ ଭିତରକୁ ଖସିପଡିଲେ ବୃଦ୍ଧା, ୨୦ ଫୁଟ୍ ତଳେ ଜୀବନ ସହ କରୁଛନ୍ତି ସଂଘର୍ଷ ।”

କଟକରେ ଚାଞ୍ଚଲ୍ୟ । ୪ ଦିନ ହେବ ଥିଲେ ନିଖୋଜ, କାଠଯୋଡି ନଦୀ ବାଲିପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ ।

କନକ ବ୍ୟୁରୋ : କଟକରେ ଚାଞ୍ଚଲ୍ୟ । ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ । ୪ଦିନ ହେବ ନିଖୋଜ ଥିଲେ ୧୬ ବର୍ଷ ବୟସର ସାହିଲ ଜେନା । ଆଜି କାଠଯୋଡ଼ି ନଦୀ ବାଲିପଠାରୁ ମିଳିଲା ସାହିଲଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ୪ ଦିନ ପୂର୍ବରୁ ସାହିଲ ନିଖୋଜ ଥିବା ନେଇ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ୪ ଦିନ ପରେ ସାହିଲଙ୍କ ମୃତଦେହ ଆଜି ଉଦ୍ଧାରContinue reading “କଟକରେ ଚାଞ୍ଚଲ୍ୟ । ୪ ଦିନ ହେବ ଥିଲେ ନିଖୋଜ, କାଠଯୋଡି ନଦୀ ବାଲିପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ ।”

ବିରୋଧୀଙ୍କ ମନ ମିଶୁନି । ବଢିଲାଣି ଇଣ୍ଡିଆ ମେଣ୍ଟରେ ଫାଟ

କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟରେ ଫାଟ । ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ମତାନ୍ତର, ମନାନ୍ତର ଦିନକୁ ଦିନ ବଢି ଚାଲିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତିଗତ ଜନଗଣନାକୁ ପ୍ରାଧାନ୍ୟ ଦେଉଥିବାବେଳେ ଏହାକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏକ ପ୍ରଚାର କାର୍ଯ୍ୟକ୍ରମରେ ଅଖିଳେଶ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଯେଉଁ ସମୟରେ ଦଳକୁ ଦାୟିତ୍ୱ ନେବାର ଥିଲା ସେତେବେଳେ ସେମାନେ ପଛଘୁଞ୍ଚାContinue reading “ବିରୋଧୀଙ୍କ ମନ ମିଶୁନି । ବଢିଲାଣି ଇଣ୍ଡିଆ ମେଣ୍ଟରେ ଫାଟ”

କନକ ନ୍ୟୁଜର ବଡ ପ୍ରଭାବ । ନ୍ୟାୟ ପାଇଲେ ରୁଣ ଆଣିଥିବା ବ୍ୟକ୍ତି

କନକ ବ୍ୟୁରୋ : କନକ ନ୍ୟୁଜର ବଡ଼ ପ୍ରଭାବ । ନ୍ୟାୟ ପାଇଲେ ଋଣ ଆଣିଥିବା ବ୍ୟକ୍ତି । ବିଳମ୍ବିତ ରାତିରେ ଘରେ ଛାଡିଲା ପୁଲିସ । ଘର ନିର୍ମାଣ ପାଇଁ କରଜ ଆଣିଥିବା ଟଙ୍କା ଶୁଝି ନପାରିବାରୁ ଘର ମାଲିକଙ୍କୁ ଘରୁ ବାହାର କରି ଘର ତାଲା ପକାଇଲେ ରୁଣ ଦେଇଥିବା ବ୍ୟକ୍ତି । ଉପାୟ ନପାଇ ଘର ଆଗ ରାସ୍ତାରେ ଖୋଲା ଆକାଶ ତଳେ ଭାଗ୍ୟକୁ ଆଦରି ପଡରହିଥିଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକContinue reading “କନକ ନ୍ୟୁଜର ବଡ ପ୍ରଭାବ । ନ୍ୟାୟ ପାଇଲେ ରୁଣ ଆଣିଥିବା ବ୍ୟକ୍ତି”

Design a site like this with WordPress.com
Get started