କନକ ବ୍ୟୁରୋ: ସଂକୀର୍ତନ ସତ୍ୟାଗ୍ରହ ପରେ ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସ କରିବ ତୁଳସୀ ଯାତ୍ରା । ଡିସେମ୍ବର ପହିଲାରୁ ଏହି ଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ଏନେଇ ୩୧୪ଟି ବ୍ଲକ୍ରୁ ସଂଗ୍ରହ କରାଯାଇ, ଭୁବନେଶ୍ୱରରୁ ପୁରୀ ଏକ ସ୍ୱତନ୍ତ୍ର ଯାତ୍ରା କରିବ କଂଗ୍ରେସ । ଆଉ ଏହି ତୁଳସୀକୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯିବ । ଆଉ କଂଗ୍ରେସର ତୁଳସୀ ଯାତ୍ରାକୁ ନେଇ ତେଜିଛି ରାଜନୀତି ।Continue reading “ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବି: ଡିସେମ୍ବର ୧ରେ କଂଗ୍ରେସ କରିବ ‘ତୁଳସୀ ଯାତ୍ରା’”
Author Archives: Raghaba
କଟକଣା ସତ୍ୱେ ଦୀପାବଳି ରାତି ଅଧ ପର୍ଯ୍ୟନ୍ତ ଢୋ ଢା ଶବ୍ଦରେ କମ୍ପିଲା ପରିବେଶ: ବିନା ବାଧାରେ ଫୁଟିଲା ପ୍ରଦୂଷଣ ସୃଷ୍ଟିକାରୀ ଓ ଘାତକ ବାଣ
କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ । ଦୀପାବଳିରେ କେହି ମାନିଲେନି ନିୟମ । ମନଇଛା ବାଣ ଫୁଟାଇଲେ । ଯାଂଚ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଲୋକେ ରାତି ୧୦ଟା ପରେ ବି ପ୍ରଦୂଷଣ ସୃଷ୍ଟିକାରୀ ଓ ଘାତକ ବାଣ ଫୁଟାଇଥିଲେ । ସବୁଠାରୁ ବଡ କଥା ହେଲା ବାଣ ଫୁଟାଇବା ଯୋଗୁଁ ବଢ଼ି ଯାଇଛି ବାୟୁ ପ୍ରଦୂଷଣର ସ୍ତର । ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳ ୯ଟା ବେଳକୁ ବାୟୁର ଏକ୍ୟୁଆଇ ୧୭୦ ପାଖାପାଖିContinue reading “କଟକଣା ସତ୍ୱେ ଦୀପାବଳି ରାତି ଅଧ ପର୍ଯ୍ୟନ୍ତ ଢୋ ଢା ଶବ୍ଦରେ କମ୍ପିଲା ପରିବେଶ: ବିନା ବାଧାରେ ଫୁଟିଲା ପ୍ରଦୂଷଣ ସୃଷ୍ଟିକାରୀ ଓ ଘାତକ ବାଣ”
ଉତରକାଶୀରେ ଭୁଶୁଡ଼ି ପଡିଥିବା ନିର୍ମାଣାଧୀନ ସୁଡଙ୍ଗରେ ଫସି ରହିଛନ୍ତି ୪୦ରୁ ଅଧିକ ଶ୍ରମିକ: ଦ୍ୱିତୀୟ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ
କନକ ବ୍ୟୁରୋ: ଉତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଦ୍ୱିତୀୟ ଦିନ ପାଇଁ ଉଦ୍ଧାର କାମ ଜାରି ରହିଛି । ଏବେ ବି ଫସିରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଚାଲିଛି । ଜୋରଦାର ହୋଇଛି ଅଭିଯାନ । ମାଟି ଓ ପଥର ହଟାଇବାକୁ ବଡ ବଡ ବୁଲଡୋଜର ଲଗାଯାଇଛି । ଟନେଲର ପ୍ରାୟ ୬୦ ମିଟର ଅଂଶ ଭାଙ୍ଗି ପଡିବା ଯୋଗୁଁ ଭିତରେ କାମ କରୁଥିବା ୪୦ରୁContinue reading “ଉତରକାଶୀରେ ଭୁଶୁଡ଼ି ପଡିଥିବା ନିର୍ମାଣାଧୀନ ସୁଡଙ୍ଗରେ ଫସି ରହିଛନ୍ତି ୪୦ରୁ ଅଧିକ ଶ୍ରମିକ: ଦ୍ୱିତୀୟ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ”
ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣା: ଫଶି ରହିଛନ୍ତି ୫ ଓଡ଼ିଆ ଶ୍ରମିକ
କନକ ବ୍ୟୁରୋ: ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି ୫ ଜଣ ଓଡିଆ ଶ୍ରମିକ । ଗତକାଲି ଟନେଲ କାର୍ଯ୍ୟ ଚାଲୁଥିବା ବେଳେ ଭୁଷୁଡି ପଡିଥିଲା ନିର୍ମାଣଧିନ ଟନେଲ । ୨୪ ଘଂଟା ବିତିଯାଇଥିଲେ ବି ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ମାଟି ଓ ପଥର ଅତଡା ଦେଇ ସେମାନଙ୍କୁ ଟନେଲ ଭିତରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । କିନ୍ତୁ ଫଶିରହିଥିବା ଶ୍ରମିକଙ୍କ ପାଖରେ ଉଦ୍ଧାରକାରୀ ଟିମ ପହଂଚି ପାରିନାହାନ୍ତି । ଶ୍ରମିକଙ୍କ ଉଦ୍ଧାର ଉପରେContinue reading “ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣା: ଫଶି ରହିଛନ୍ତି ୫ ଓଡ଼ିଆ ଶ୍ରମିକ”
ଭାରତୀୟ ସୀମା ନିକଟରେ ମିଆଁମାର ଏୟାର ଷ୍ଟ୍ରାଇକ୍ : ମିଜୋରାମରେ ଆଲର୍ଟ
ମିଆଁମାରର ଅବସ୍ଥା ଦିନକୁଦିନ ବିଗିଡିବାରେ ଲାଗିଛି । ବିଦ୍ରୋହୀ ଗୋଷ୍ଠୀମାନେ ସେଠାରେ ଥିବା ସେନାକୁ କ୍ରମାଗତ ଭାବରେ ଚ୍ୟାଲେଞ୍ଜ କରି ଚାଲିଛନ୍ତି । ମିଆଁମାରରେ ସାମରିକ ଶାସନ ଚାଲିଛି । ସେଠାରେ ଥିବା ସେନାକୁ ଜୁଣ୍ଟା କୁହାଯାଏ । ବିଦ୍ରୋହୀମାନେ କ୍ରମାଗତ ଭାବରେ ସାମରିକ ଶାସନକୁ ଚ୍ୟାଲେଞ୍ଜ କରୁଛନ୍ତି ।ଲାଗୁଛି ଯେମିତି ବିଦ୍ରୋହୀ ମାନଙ୍କୁ ଟିକେ ବି ଡ଼ରଭୟ ନାହିଁ । ଭାରତ ସୀମାରେ ଥିବା ବିଦ୍ରୋହୀଙ୍କ ଆଡ୍ଡା ଉପରେ ମିଆଁମାର ଏୟାର ଷ୍ଟ୍ରାଇକ୍ କରିଛି ।Continue reading “ଭାରତୀୟ ସୀମା ନିକଟରେ ମିଆଁମାର ଏୟାର ଷ୍ଟ୍ରାଇକ୍ : ମିଜୋରାମରେ ଆଲର୍ଟ”
ଲୋକଙ୍କୁ ପ୍ରକୃତି କୋଳକୁ ଫେରାଇବା ପାଇଁ ନିଆରା ପ୍ରୟାସ । ବାଜା ବଜାଇ ଶୋଭାଯାତ୍ରାରେ ଯାଇ ବୃକ୍ଷ ପୂଜା କଲେ ଶତାଧିକ ଗ୍ରାମବାସୀ ।
କନକ ବ୍ୟୁରୋ: ପ୍ରକୃତି ହେଉଛି ଭଗବାନ । ଜୀବଜଗତକୁ ସୁଖ ଶାନ୍ତିରେ ପରିପାଳନ କରିବାରେ ତାହାର ଅବଦାନ ଅତୁଳନୀୟ । ପଞ୍ଚ ଭୂତରେ ଗଢା ସଜିବ ଓ ନିର୍ଜିବ ଜଗତ । ପ୍ରକୃତି ଦତ ଅମ୍ଳଜାନ ଓ ଜଳ ଆମ ଅମୃତ । ତାହାର ଆଦର କରିବା ଦ୍ୱାରା ବିଶ୍ୱ ହସି ଉଠିବ । ପ୍ରକୃତି ବଞ୍ଚି ରହିଲେ ସୁଷ୍ଟି ବଞ୍ଚି ରହିବ । ତେଣୁ ପ୍ରକୃତିକୁ ଆଦର କରିବା ଆଉ ତାର ପୂଜା କରିବା ପାଇଁ,Continue reading “ଲୋକଙ୍କୁ ପ୍ରକୃତି କୋଳକୁ ଫେରାଇବା ପାଇଁ ନିଆରା ପ୍ରୟାସ । ବାଜା ବଜାଇ ଶୋଭାଯାତ୍ରାରେ ଯାଇ ବୃକ୍ଷ ପୂଜା କଲେ ଶତାଧିକ ଗ୍ରାମବାସୀ ।”
ଜମୁଛି କାଳୀପୂଜା । ଯାଜପୁର ବ୍ୟାସନଗରରେ ୧୫ରୁ ଅଧିକ ପୂଜା ମଣ୍ଡପରେ ମଧ୍ୟରାତ୍ରୀରୁ ଆରମ୍ଭ ହେଲା ପୂଜା ।
କନକ ବ୍ୟୁରୋ: ଜମୁଛି କାଳୀପୂଜା । ଯାଜପୁରର ବ୍ୟାସନଗର ସହରରେ ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟରାତ୍ରୀରୁ ଆରମ୍ଭ ହୋଇଛି ଶ୍ୟାମାକାଳୀଙ୍କ ପୂଜା । ଚଳିତ ବର୍ଷ ବ୍ୟାସନଗର ପୌରାଞ୍ଚଳରେ ୧୫ଟି ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଙ୍କର ପୂଜା । ସେଥିପାଇଁ ପୂଜାମଣ୍ଡପ ଗୁଡ଼ିକ ଆଜି ସଖାଳୁ ଚଳଚଞ୍ଚଳ ହୋଇଯାଇଛି । ପ୍ରଥମଥର ପାଇଁ ବ୍ୟାସନଗର ପୌର ପରିଷଦର ଦଳା ଏବଂ ନହକା ଗୋଲେଇଛକ ମଣ୍ଡପରେ ଆରମ୍ଭ ହୋଇଛି ନୂତନ ଭାବେ କାଳୀପୂଜା । କାଳୀପୂଜା ପାଇଁContinue reading “ଜମୁଛି କାଳୀପୂଜା । ଯାଜପୁର ବ୍ୟାସନଗରରେ ୧୫ରୁ ଅଧିକ ପୂଜା ମଣ୍ଡପରେ ମଧ୍ୟରାତ୍ରୀରୁ ଆରମ୍ଭ ହେଲା ପୂଜା ।”
ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ । ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ଆଗରେ ଅଭିଭାବକଙ୍କ ବିକ୍ଷୋଭ ।
କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ । ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ଆଗରେ ଅଭିଭାବକଙ୍କ ବିକ୍ଷୋଭ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଙ୍ଗେଇଲ ଜନତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଥିବା ବେଳେ ୧୫୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୩ଟି ଶ୍ରେଣୀ ପାଇଁ ମାତ୍ର ୨ ଜଣ ଶିକ୍ଷକ ରହିଥିବା ଯୋଗୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛିContinue reading “ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ । ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ଆଗରେ ଅଭିଭାବକଙ୍କ ବିକ୍ଷୋଭ ।”
ସୁଝିପାରିଲେନି ଘର ନିର୍ମାଣ ପାଇଁ ଆଣିଥିବା କରଜ ଟଙ୍କା । ମାଲିକଙ୍କୁ ଘରୁ ବାହାର କରି ଘର ତାଲା ପକାଇଲେ ଋଣ ଦେଇଥିବା ବ୍ୟକ୍ତି ।
କନକ ବ୍ୟୁରୋ: ଘର ନିର୍ମାଣ ପାଇଁ କରଜ ଆଣିଥିବା ଟଙ୍କା ଶୁଝି ନପାରିବାରୁ ଘର ମାଲିକଙ୍କୁ ଘରୁ ବାହାର କରି ଘର ତାଲା ପକାଇଲେ ରୁଣ ଦେଇଥିବା ବ୍ୟକ୍ତି । ଉପାୟ ନପାଇ ଘର ଆଗ ରାସ୍ତାରେ ଖୋଲା ଆକାଶ ତଳେ କଟୁଛି ଭାଗ୍ୟକୁ ଆଦରି ପଡିଛନ୍ତି, ପୂରା ପରିବାର । ବିଡମ୍ବନାର ବିଷୟ ମହାଜନ ସାଜିଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଭୋ ଭୋ ହୋଇ କାନ୍ଦୁଥିବା ଏମାନଙ୍କୁ କେତେContinue reading “ସୁଝିପାରିଲେନି ଘର ନିର୍ମାଣ ପାଇଁ ଆଣିଥିବା କରଜ ଟଙ୍କା । ମାଲିକଙ୍କୁ ଘରୁ ବାହାର କରି ଘର ତାଲା ପକାଇଲେ ଋଣ ଦେଇଥିବା ବ୍ୟକ୍ତି ।”
‘ଖୁସି’ ଯୋଜନାରେ ଅବହେଳା! ସ୍କୁଲରେ ଠିକ୍ ସମୟରେ ପହଞ୍ଚୁନି ସାନିଟାରି ପ୍ୟାଡ୍, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏକ ଲକ୍ଷ ଛାତ୍ରୀ ।
କନକ ବ୍ୟୁରୋ: କିଶୋରୀଙ୍କ ସ୍ୱାସ୍ଥ୍ୟଗତ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ରାଜ୍ୟ ସରକାର କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଖୁସି ଯୋଜନାକୁ ହାତକୁ ନେଇଛନ୍ତି । ଏହି ଯୋଜନାରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ କିଶୋରୀମାନଙ୍କ ପାଇଁ ମାସିକ ଋତୁଶ୍ରାବ ଜନିତ ସ୍ୱଚ୍ଛତା ପାଇଁ ମାଗଣାରେ ସାନିଟାରୀ ପ୍ୟାଡ୍ ବଂଟନ କରାଯାଉଛି । କିନ୍ତୁ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନାContinue reading “‘ଖୁସି’ ଯୋଜନାରେ ଅବହେଳା! ସ୍କୁଲରେ ଠିକ୍ ସମୟରେ ପହଞ୍ଚୁନି ସାନିଟାରି ପ୍ୟାଡ୍, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏକ ଲକ୍ଷ ଛାତ୍ରୀ ।”