ଟିକା ନିଅନ୍ତୁ, ଟିକେଟ୍ ପାଆନ୍ତୁ… ଇଣ୍ଡିଗୋ ଏୟାର ଲାଇନ୍ସର ‘ଭ୍ୟାକ୍ସି ଫେୟାର’ ଅଫର । ଟିକା ନେଲେ ଟିକେଟରେ ୧୦% ମିଳିବ ରିହାତି…

କନକ ବ୍ୟୁରୋ: ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକା ହିଁ ଏକମାତ୍ର ମାଧ୍ୟମ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ହେଲେ ଟିକାକୁ ନେଇ ଅନେକ ଗୁଜବ ଉଠିବା ପରେ କିଛି ଲୋକଙ୍କ ମନରେ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଲୋକଙ୍କୁ ଟିକା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଆକର୍ଷଣୀୟ ଉପହାର ମଧ୍ୟ ଘୋଷଣା କରାଯାଉଛି । ଏହି କ୍ରମରେ ଦେଶର ସବୁଠାରୁ ବଡ ଏୟାରContinue reading “ଟିକା ନିଅନ୍ତୁ, ଟିକେଟ୍ ପାଆନ୍ତୁ… ଇଣ୍ଡିଗୋ ଏୟାର ଲାଇନ୍ସର ‘ଭ୍ୟାକ୍ସି ଫେୟାର’ ଅଫର । ଟିକା ନେଲେ ଟିକେଟରେ ୧୦% ମିଳିବ ରିହାତି…”

ଆଇସିସି ଟେଷ୍ଟ ବ୍ୟାଟିଂ Ranking । ଟପ୍ ଟେନରେ ୩ ଭାରତୀୟ ।

କନକ ବ୍ୟୁରୋ : ଆଇସିସି ଜାରି କରିଛି ଟେଷ୍ଟ ବ୍ୟାଟିଂ Ranking ତାଲିକା । ତେବେ ତାଲିକାର ଟପ୍ ଟେନରେ ୩ଜଣ ଭାରତୀୟ ଖେଳାଳୀ ସ୍ଥାନ ଅକ୍ତିଆର କରିଛନ୍ତି । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ହିଟମ୍ୟାନ୍ ରୋହିତ ଶର୍ମା ୭୪୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିବା ବେଳେ ସମାନ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି ଯୁବ ତାରକା ଋଷଭ ପନ୍ଥContinue reading “ଆଇସିସି ଟେଷ୍ଟ ବ୍ୟାଟିଂ Ranking । ଟପ୍ ଟେନରେ ୩ ଭାରତୀୟ ।”

ଦାନା ବାନ୍ଧୁଛି କି ବିରୋଧୀ ମେଣ୍ଟ । ୧୫ ଦିନ ମଧ୍ୟରେ ତୃତୀୟ ଥର ଶରଦ ପାୱାରଙ୍କୁ ଭେଟିଲେ ନିର୍ବାଚନୀ ଋଣନୀତିକାର ପ୍ରଶାନ୍ତ କିଶୋର

କନକ ବ୍ୟୁରୋ : ଗୋଟିଏ ଦିନ ପୂର୍ବରୁ ୮ ଟି ରାଜନୈତିକ ଦଳର ମୁଖ୍ୟଙ୍କୁ ନେଇ ଏକ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହେବା ପରେ ଆଜି ନିର୍ବାଚନୀ ଋଣନୀତିକାର ପ୍ରଶାନ୍ତ କିଶୋର ପୁଣି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି । ଆଜିର ଏହି ଭେଟରେ ପୁରା ୧ ଘଂଟା କାଳ ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ୧୫ ଦିନ ମଧ୍ୟରେ ଶରଦ ପାୱାର ଓ ପ୍ରଶାନ୍ତContinue reading “ଦାନା ବାନ୍ଧୁଛି କି ବିରୋଧୀ ମେଣ୍ଟ । ୧୫ ଦିନ ମଧ୍ୟରେ ତୃତୀୟ ଥର ଶରଦ ପାୱାରଙ୍କୁ ଭେଟିଲେ ନିର୍ବାଚନୀ ଋଣନୀତିକାର ପ୍ରଶାନ୍ତ କିଶୋର”

୨ ଦିନ ହେବ ଗାଁରେ ଉତ୍ପାତ କରୁଥିଲା, ବନ ବିଭାଗ ଦନ୍ତାହାତୀକୁ କାବୁ କଲା । 

କନକ ବ୍ୟୁରୋ : ଗତ ଦୁଇ ଦିନ ହେଲା ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଆଗରପଡା ଓ ଗଣିଜାଙ୍ଗ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଜଙ୍ଗଲି ଦନ୍ତାହାତୀକୁ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ଗୋଡାଇ ଗୋଡାଇ ନେଇ ଆଗରପଡାର ବଣିଆପଙ୍କ ଜଙ୍ଗଲ ସୀମାରେ ଛଡାଯାଇଥିଲା। ଗଣିଜାଙ୍ଗରୁ ସଂଧ୍ୟା ପରେ ହାତୀକୁ ଘଉଡାଇବା ଆରମ୍ଭ କରାଯାଇଥିଲା। ଗଣିଜାଙ୍ଗରୁ ଓଡଙ୍ଗ ପଞ୍ଚାୟତର ବୋଡକ ପାଟଣା ଗ୍ରାମ ରାସ୍ତା ଦେଇ ହାତୀକୁ ଆଗରପଡା ନିଆଯାଇଥିଲା।Continue reading “୨ ଦିନ ହେବ ଗାଁରେ ଉତ୍ପାତ କରୁଥିଲା, ବନ ବିଭାଗ ଦନ୍ତାହାତୀକୁ କାବୁ କଲା । “

ନିଜ ବିରୋଧରେ ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମ କୋର୍ଟ ଗଲେ ରାମଦେବ

କନକ ବ୍ୟୁରୋ : ଏଲୋପାଥିକୁ ନେଇ ବାବା ରାମଦେବଙ୍କ ବିବାଦୀୟ ବୟାନ ବିରୋଧରେ କିଛି ଦିନତଳେ ବାବାଙ୍କ ନାମରେ ବିଭିନ୍ନ ସଂଗଠନ ପକ୍ଷରୁ ସାରା ଦେଶର ବିଭିନ୍ନ ସ୍ଥାନରେ ମାମଲା ଦାଖଲ ହୋଇଥିଲା । ଏନେଇ ବାବା ରାମଦେବ ସୁପ୍ରିମ କୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି । ଏହି ଯାଚିକାରେ ବାବା ରାମଦେବ ଉର୍ଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି କି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇ,ମଏ) ପାଟନା ଓ ରାୟପୁର ଦ୍ୱାରା ଥାନାରେ ହୋଇଥିବା ଅଭିଯୋଗContinue reading “ନିଜ ବିରୋଧରେ ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମ କୋର୍ଟ ଗଲେ ରାମଦେବ”

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଜାଣନ୍ତୁ କେଉଁ ଜିଲ୍ଲାରେ ହୋଇପାରେ ବର୍ଷା?

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ପୁରୀ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କଟକ, ସୁନ୍ଦରଗଡ଼, ଜଗତସିଂହପୁର, ସମ୍ବଲପୁର, ବରଗଡ଼, ମାଲକାନଗିରି ଓ କୋରାପୁଟ ଆଦି ରହିଛି। ଏହି ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଆସନ୍ତା ୨୪ ଘଣ୍ଟାContinue reading “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଜାଣନ୍ତୁ କେଉଁ ଜିଲ୍ଲାରେ ହୋଇପାରେ ବର୍ଷା?”

ଖର୍ଚ୍ଚ ହୋଇ ସାରିଲାଣି କୋଟିଏ ଟଙ୍କା । ହେଲେ ସରୁନି ନଦୀବନ୍ଧରେ ଘାଇ ମରାମତି କାମ ।

କନକ ବ୍ୟୁରୋ: ଗତବନ୍ୟାରେ ଭାଙ୍ଗିଥିଲା ମାହାରା ବନ୍ଧ ହେଲେ ଆଜି ଯାଏଁ ଚାଲିଛି ଏହାର ମରାମତି କାମ । ଖାଲି ସେତିକି ନୁହେଁ, ମରାମତି ବାବଦକୁ ୧ କୋଟିରୁ ଅଧିକ ଟଙ୍କା ବ୍ୟୟ ହେଲାଣି । ହେଲେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିସାରିଥିଲେ ମଧ୍ୟ ସରିପାରିଲା ନାହିଁ କାମ । ଆମେ କହୁଛୁ ଯାଜପୁର ଜିଲା ବିଂଝାରପୁର ବ୍ଲକ କାମଦେବ ମାହାରା କଥା । ଗତବର୍ଷ ବନ୍ୟାରେ ବିରାଟ ଘାଈ ସୃଷ୍ଟି ହୋଇ ସେଠାରେ ବ୍ୟାପକContinue reading “ଖର୍ଚ୍ଚ ହୋଇ ସାରିଲାଣି କୋଟିଏ ଟଙ୍କା । ହେଲେ ସରୁନି ନଦୀବନ୍ଧରେ ଘାଇ ମରାମତି କାମ ।”

ଷଣ୍ଢ, ଗାଈ ଉପରକୁ ତତଲା ତେଲ, ଗରମ ପାଣି ଫିଙ୍ଗିଦେଲା ମଣିଷ । ଉତୁରି ଗଲା ଛାଲ, ପୋଡିଗଲା ଦେହ । ଭୁବନେଶ୍ୱରରେ ନୀରିହ ପଶୁଙ୍କ ଉପରେ ନିଷ୍ଠୁର ଅତ୍ୟାଚାର…

କନକ ବ୍ୟୁରୋ: ପଶୁଙ୍କୁ ଫିଙ୍ଗିଲେ ତତଲା ତେଲ । ଷଣ୍ଢ, ଗାଈ ଉପରକୁ ଗରମ ପାଣି । ରାଜଧାନୀରେ ପଶୁ ଉପରେ ଅତ୍ୟାଚାର… ବୀଭତ୍ସ, ବର୍ବର, ନିଷ୍ଠୁର, ନିର୍ଦ୍ଦୟ, ଅମାନୁଷିକ କାଣ୍ଡ… କୁତ୍ସିତ କର୍ମକୁ ନେଇ ଯେତେ ସବୁ ଶବ୍ଦ ଅଛି ତାହା ବି କମ ପଡିଯିବ ଏ ଜଘଣ୍ୟକାଣ୍ଡ ଆଗରେ । କାରଣ ଏଠି ମଣିଷ ପାଲଟିଛି ପଶୁ… ସୈତାନ ସାଜିଛି ସ୍ମାର୍ଟସିଟିର ଶିକ୍ଷିତ ମଣିଷ । ଆଉ ପଶୁ ଉପରକୁ ଫିଙ୍ଗିଛି ଫୁଟନ୍ତା ପାଣି,Continue reading “ଷଣ୍ଢ, ଗାଈ ଉପରକୁ ତତଲା ତେଲ, ଗରମ ପାଣି ଫିଙ୍ଗିଦେଲା ମଣିଷ । ଉତୁରି ଗଲା ଛାଲ, ପୋଡିଗଲା ଦେହ । ଭୁବନେଶ୍ୱରରେ ନୀରିହ ପଶୁଙ୍କ ଉପରେ ନିଷ୍ଠୁର ଅତ୍ୟାଚାର…”

ନେଟୱର୍କ ଯେଉଁଠି ପାଠପଢ଼ା ସେଇଠି । ପାହାଡ ଚଢି ପିଲା ପଢୁଛନ୍ତି ୟୁ-ଟ୍ୟୁବ ପାଠ । ରାଜ୍ୟର ବିଭିନ୍ନ ଭାଗରୁ ଆସୁଛି ଅନଲାଇନ ପାଠପଢ଼ାର ବିକଳ ଚିତ୍ର

କନକ ବ୍ୟୁରୋ: କରୋନା କାଳରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୟୁ-ଟ୍ୟୁବ୍ ଷ୍ଟ୍ରିମିଂ ଜରିଆରେ ଅନଲାଇନ ପାଠପଢା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ହେଲେ ମୋବାଇଲ ନେଟୱର୍କ ପାଇଁ ସ୍କୁଲ ପିଲା କିଭଳି ହନ୍ତସନ୍ତ ହେଉଛନ୍ତି ତାର ବିକଳ ଚିତ୍ରସବୁ ସାମ୍ନାକୁ ଆସିବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ଆନିଗଡଠାରେ ଜଙ୍ଗଲ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନାହିଁ ଆଉ ଯାହା ପାଖରେ ମୋବାଇଲ ଅଛି, ସେଠି ନେଟୱର୍କ ନାହିଁ । ତେଣୁ ପିଲାଏ ଅନଲାଇନ ପାଠପଢାContinue reading “ନେଟୱର୍କ ଯେଉଁଠି ପାଠପଢ଼ା ସେଇଠି । ପାହାଡ ଚଢି ପିଲା ପଢୁଛନ୍ତି ୟୁ-ଟ୍ୟୁବ ପାଠ । ରାଜ୍ୟର ବିଭିନ୍ନ ଭାଗରୁ ଆସୁଛି ଅନଲାଇନ ପାଠପଢ଼ାର ବିକଳ ଚିତ୍ର”

ସକାଳେ ଗାଈ ଦୁହୁଁଛି, ସଞ୍ଜରେ ପାଠ ପଢୁଛି… ଷ୍ଟ୍ରିଟ୍ ଲାଇଟ୍ ତଳେ ପଢି ପୋଲିସ ହେବାକୁ ସ୍ୱପ୍ନ ଦେଖୁଛି ଗରିବ ଘରର ଛାତ୍ର ।

କନକ ବ୍ୟୁରୋ: ପାଠ ପଢିବି, ପୋଲିସ ହେବି… ଷ୍ଟ୍ରିଟ୍ ଲାଇଟ୍ ତଳେ ବଢୁଛି ପୋଲିସର ସ୍ୱପ୍ନ । ଚାରିଆଡେ କିଟିମିଟି ଅନ୍ଧାର । ସଞ୍ଚ ନଇଁବା କ୍ଷଣି ଶୂନଶାନ ସହର । ଆଉ ସେହି ଶୂନ୍ୟତା ଭାରା ଅନ୍ଧକାର ଭିତରୁ ଆଶାର ଆଲୁଅ ଅପେକ୍ଷାରେ ରାସ୍ତା କଡରେ ବସିପଟେ ଅଭିଷେକ । ରାତି ଆସେ, ରାସ୍ତାକଡେ ଆଲୁଅ ଜଳେ । ଆଉ ସେହି ଷ୍ଟ୍ରିଟ୍ ଲାଇଟ ତଳେ ଚାଲେ ସ୍ୱପ୍ନ ସଜଡା । ଆରମ୍ଭ ହୁଏ ପାଠପଢା,Continue reading “ସକାଳେ ଗାଈ ଦୁହୁଁଛି, ସଞ୍ଜରେ ପାଠ ପଢୁଛି… ଷ୍ଟ୍ରିଟ୍ ଲାଇଟ୍ ତଳେ ପଢି ପୋଲିସ ହେବାକୁ ସ୍ୱପ୍ନ ଦେଖୁଛି ଗରିବ ଘରର ଛାତ୍ର ।”

Design a site like this with WordPress.com
Get started