ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ, ନୀତି ସମ୍ପାଦନ କରିବେ ମୁଦିରସ୍ତ ।

କନକ ବ୍ୟୁରୋ : ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା । ଏଥିପାଇଁ ଆଜି ରାତି ଗୋଟାଏରୁ ଆରମ୍ଭ ହେବ ପହଣ୍ଡି ବିଜେ । କୋଭିଡ କଟକଣା ପାଇଁ ଏଥର ମଧ୍ୟ ବିନା ଭକ୍ତରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ରାତିରେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ହେବା ପରେ ରାତି ଗୋଟାଏରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନେଇ ନୀତି ନିର୍ଘଂଟ ସ୍ଥିର ହୋଇଛି । ଚତୁର୍ଦ୍ଧ ମୂର୍ତି ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେContinue reading “ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ, ନୀତି ସମ୍ପାଦନ କରିବେ ମୁଦିରସ୍ତ ।”

ନକଲି ଔଷଧ କାରବାର ମାମଲାରେ ଏସଟିଏଫର ଗିରଫଦାରୀ । କ୍ରାଇମବ୍ରାଞ୍ଚ ଏଡିଜି କହିଲେ, ମେଡିଲଏଡ କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ୩ ଜଣ ଗିରଫ ।

କନକ ବ୍ୟୁରୋ : ନକଲି ଔଷଧ କାରବାର ମାମଲାରେ ଏସଟିଏଫର ଗିରଫଦାରୀ । ଅଭିଯୋଗ ଓ ପ୍ରମାଣ ଆଧାରରେ ୩ ଜଣଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱାଙ୍କ କହିବା ଅନୁସାରେ ମେଡିଲଏଡ କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛନ୍ତି ଏସଟିଏଫ ଟିମ୍ । ଏମାନେ ନକଲି ଫାଭି-ମାକ୍ସ ଔଷଧ କିଣି ଓଡିଶା ବଜାରରେ ବିକ୍ରି ପାଇଁ ଯୋଜନା କରୁଥିବା ନେଇ ଅଭିଯୋଗ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି,Continue reading “ନକଲି ଔଷଧ କାରବାର ମାମଲାରେ ଏସଟିଏଫର ଗିରଫଦାରୀ । କ୍ରାଇମବ୍ରାଞ୍ଚ ଏଡିଜି କହିଲେ, ମେଡିଲଏଡ କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ୩ ଜଣ ଗିରଫ ।”

ଆତଙ୍କବାଦୀ ହାଫିଜ୍ ସଇଦର ଘର ସାମ୍ନାରେ ବୋମା ବିସ୍ଫୋରଣ । ୨ ଜଣଙ୍କ ମୃତ୍ୟୁ, ୧୨ ଗୁରୁତର

କନକ ବ୍ୟୁରୋ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟର ମାଇଣ୍ଡ କୁହାଯାଉଥିବା ପାକିସ୍ତାନର ହାଫିଜ୍ ସଇଦଙ୍କ ଘର ସାମ୍ନାରେ ବୋମା ବିସ୍ଫୋରଣ ହୋଇଛି । ଏହି ବୋମା ବିସ୍ଫୋରଣ ଫଳରେ ୧୨  ଜଣ ଲୋକ ଆହତ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ଯାଇଛି । ସମସ୍ତ ଗୁରୁତର ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା କି ଆଖ ପାଖରେ ଥିବା ଘରମାନଙ୍କର ଝରକାର କାଚ ଓ ଦ୍ୱାରContinue reading “ଆତଙ୍କବାଦୀ ହାଫିଜ୍ ସଇଦର ଘର ସାମ୍ନାରେ ବୋମା ବିସ୍ଫୋରଣ । ୨ ଜଣଙ୍କ ମୃତ୍ୟୁ, ୧୨ ଗୁରୁତର”

ଇଣ୍ଡିଗୋ ଏୟାର ଲାଇନ୍ସର ‘ଭ୍ୟାକ୍ସି ଫେୟାର’ଅଫର । ଟିକା ନେଇଥିବା ଲୋକଙ୍କ ପାଇଁ ବିମାନ ଟିକେଟରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା

କନକ ବ୍ୟୁରୋ : ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକା ହିଁ ଏକମାତ୍ର ମାଧ୍ୟମ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ହେଲେ ଟିକାକୁ ନେଇ ଅନେକ ଗୁଜବ ଉଠିବା ପରେ କିଛି ଲୋକଙ୍କ ମନରେ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଲୋକଙ୍କୁ ଟିକା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଆକର୍ଶଣୀୟ ଉପହାର ମଧ୍ୟ ଘୋଷଣା କରାଯାଉଛି । ଏହି କ୍ରମରେ ଦେଶର ସବୁଠାରୁContinue reading “ଇଣ୍ଡିଗୋ ଏୟାର ଲାଇନ୍ସର ‘ଭ୍ୟାକ୍ସି ଫେୟାର’ଅଫର । ଟିକା ନେଇଥିବା ଲୋକଙ୍କ ପାଇଁ ବିମାନ ଟିକେଟରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା”

ଏଠି ମାସ୍କରୁ ମିଳିଛି ମୁକ୍ତି…ଲମ୍ବା ଲଢେଇ ପରେ ଉଠିଛି କଟକଣା । ଏହି ସବୁ ଦେଶରେ ହାରିଛି କରୋନା ।

କନକ ବ୍ୟୁରୋ : ମାସ୍କରୁ ମିଳିବ ମୁକ୍ତି ! ଲମ୍ବା ଲଢେଇ ପରେ ଉଠିଲା କଟକଣା ! ମହାମାରୀ କରୋନା ସହ ସାରା ବିଶ୍ୱ ଲଢୁଥିବା ବେଳେ, କେତେକ ଦେଶରୁ କରୋନାକୁ ନେଇ ଆସିଛି ଭଲ ଖବର । ଭାରତରେ ମଧ୍ୟ ଉଭୟ ସଂକ୍ରମଣ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟାରେ ହ୍ରାସ ହୋଇଛି । କିନ୍ତୁ ଏବେବି କରୋନା ସହ ଲଢୁଛନ୍ତି ବିଶ୍ୱର ଅନେକ ଦେଶ । ଆଉ ଏହାରି ଭିତରେ ବିଶ୍ୱର ଅନେକ ଦେଶରୁ ଆସିଛିContinue reading “ଏଠି ମାସ୍କରୁ ମିଳିଛି ମୁକ୍ତି…ଲମ୍ବା ଲଢେଇ ପରେ ଉଠିଛି କଟକଣା । ଏହି ସବୁ ଦେଶରେ ହାରିଛି କରୋନା ।”

ଆଉ କିଛି ସମୟ ପରେ ଇତିହାସ ରଚିବାକୁ ମୈଦାନକୁ ଓହ୍ଲାଇବ ଭାରତ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲେଖାହେବ ନୂଆ ରେକର୍ଡ ।

କନକ ବ୍ୟୁରୋ : ଇଂଲଣ୍ଡରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲାରେ ଆଉ କିଛି ସମୟ ପରେ ଇତିହାସ ରଚିବାକୁ ମୈଦାନକୁ ଓହ୍ଲାଇବ ଭାରତ । ପ୍ରଥମ ଇନିଂସରେ ୩୨ ରନରେ ପଛରେ ପଡିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲର ପଞ୍ଚମ ଦିନରେ ଭାରତ ୨ଟି ୱିକେଟ୍ ହରାଇ ୬୪ ରନ୍ କରିଛି । ଆଉ ଏହା ସହ ୩୨ ରନରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ପଞ୍ଚମ ଦିନର ଖେଳ ଶେଷ ସୁଦ୍ଧାContinue reading “ଆଉ କିଛି ସମୟ ପରେ ଇତିହାସ ରଚିବାକୁ ମୈଦାନକୁ ଓହ୍ଲାଇବ ଭାରତ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲେଖାହେବ ନୂଆ ରେକର୍ଡ ।”

ମଧ୍ୟପ୍ରଦେଶରେ ଅଜବ ଟିକାକରଣ । ଜୁନ ୨୧ ତାରିଖରେ ପାଖା ପାଖି ୧୭ ଲକ୍ଷ ଟିକାକରଣ ତ ୨୨ ତାରିଖରେ ୫ ହଜାରରୁ କମ୍

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବାକୁ ଦେଶରେ ୫ ମାସରୁ ଅଧିକ ହେବ ଟିକାକରଣ ଚାଲିଛି । ଏହି କ୍ରମରେ ଜୁନ ୨୧ ତାରିଖରେ ଦେଶରେ ଟିକାକରଣ ରେକର୍ଡ ସୃଷ୍ଟି କରିଥିଲା । ସାରା ଦେଶରେ ସେହି ଗୋଟିଏ ଦିନରେ ୮୬,୧୬,୩୭୩ ଜଣ ଲୋକଙ୍କୁ ଟିକା ଦିଆଯାଇଥିବା କଥା ସରକାରୀ ଭାବେ କୁହାଯାଇଥିଲା । ଜୁନ ୨୧ ତାରିଖ ଦିନ କେବଳ ମଧ୍ୟପ୍ରଦେଶରେ ଦେଶରେ ସବୁଠାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲାContinue reading “ମଧ୍ୟପ୍ରଦେଶରେ ଅଜବ ଟିକାକରଣ । ଜୁନ ୨୧ ତାରିଖରେ ପାଖା ପାଖି ୧୭ ଲକ୍ଷ ଟିକାକରଣ ତ ୨୨ ତାରିଖରେ ୫ ହଜାରରୁ କମ୍”

ପୁରୀ ବ୍ୟତିତ ଅନ୍ୟ କେଉଁଠି ହେବ ନାହିଁ ରଥଯାତ୍ରା : ଅନ୍ୟସ୍ଥାନରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ଅନୁମତି ପାଇଁ ହୋଇଥିଲା ଆବେଦନ; ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

କନକ ବ୍ୟୁରୋ : କେବଳ ପୁରୀରେ ହେବ ରଥଯାତ୍ରା । ପୁରୀ ବ୍ୟତିତ ଅନ୍ୟସ୍ଥାନରେ ରଥଯାତ୍ରା କରାଇବା ପ୍ରସଙ୍ଗରେ ହସ୍ତକ୍ଷେପ କଲେ ନାହିଁ ହାଇକୋର୍ଟ । ପୁରୀକୁ ଛାଡି ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ଶୁଣାଇ ଦେଇଛନ୍ତି । କରୋନା କଟକଣା ମାନି ପୁରୀ ଭଳି, କେନ୍ଦ୍ରାପଡା ବଳଦେବ ଜୀଉ ଓ ବରଗଡ ଭଟଲିରେ ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା ।Continue reading “ପୁରୀ ବ୍ୟତିତ ଅନ୍ୟ କେଉଁଠି ହେବ ନାହିଁ ରଥଯାତ୍ରା : ଅନ୍ୟସ୍ଥାନରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ଅନୁମତି ପାଇଁ ହୋଇଥିଲା ଆବେଦନ; ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ”

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବସନ୍ତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି । ଦ୍ୱାଦଶ ଅବସରରେ ୟୁନିଟ-୪ ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ସଭା

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବସନ୍ତ ଦାସଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା କରି ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ମୃତି ଚାରଣ କରାଯାଇଛି । କରୋନାରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଦ୍ୱାଦଶ ଅବସରରେ ୟୁନିଟ୍ ୪ ସ୍ଥିତି ବାସଭବନରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନା କରାଯାଇଥିଲା । ଏହି ଘରୁ କରୋନା ସଂକ୍ରମିତ ହୋଇ ଡାକ୍ତରଖାନା ଯାଇଥିଲେ ବସନ୍ତ ଦାସ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବସନ୍ତ ଦାସ ଜଣେ ବିଶିଷ୍ଟContinue reading “ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବସନ୍ତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି । ଦ୍ୱାଦଶ ଅବସରରେ ୟୁନିଟ-୪ ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ସଭା”

ଆପଣଙ୍କ ମୋବାଇଲରେ ରହିଛି କି ଏହି ୮ଟି ଆପ୍ । ତୁରନ୍ତୁ କରିଦିଅନ୍ତୁ ଡିଲିଟ୍, ନହେଲେ ସବୁ ତଥ୍ୟ ହୋଇଯାଇପାରେ ଚୋରି ।

କନକ ବ୍ୟୁରୋ : ଆପଣଙ୍କ ମୋବାଇଲରେ ରହିଛି କି ଏହି ୮ଟି ଆପ୍ ? ତୁରନ୍ତୁ କରିଦିଅନ୍ତୁ ଡିଲିଟ୍ । ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି ଜୋକର ମାଲୱେୟର । କ୍ୱିକ୍ ହିଲ୍ ସିକ୍ୟୁରିଟି ଲ୍ୟାବର ଗବେଷକମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ୮ଟି ଆପ୍ ପାଇଛନ୍ତି, ଯେଉଁଥିରେ ଜୋକର ମାଲୱେୟର ମିଳିଛି । ଗବେଷକମାନେ କହିଛନ୍ତି ଯେ, ଯଦି ଆପଣଙ୍କ ମୋବାଇଲରେ ଏହି ୮ଟି ଆପ୍ ମଧ୍ୟରୁ କୌଣସି ଗୋଟିଏ ବି ଆପ୍ ରହିଛି, ତେବେ ତୁରନ୍ତୁContinue reading “ଆପଣଙ୍କ ମୋବାଇଲରେ ରହିଛି କି ଏହି ୮ଟି ଆପ୍ । ତୁରନ୍ତୁ କରିଦିଅନ୍ତୁ ଡିଲିଟ୍, ନହେଲେ ସବୁ ତଥ୍ୟ ହୋଇଯାଇପାରେ ଚୋରି ।”

Design a site like this with WordPress.com
Get started