ନେଟୱର୍କ ଯେଉଁଠି ପାଠପଢ଼ା ସେଇଠି : ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂ ଜରିଆରେ ଚାଲିଛି ସ୍କୁଲ ପିଲାଙ୍କ ଶିକ୍ଷାଦାନ

କନକ ବ୍ୟୁରୋ : କରୋନା କାଳରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୟୁଟ୍ୟୁବ୍ ଷ୍ଟ୍ରିମିଂ ଜରିଆରେ ଅନଲାଇନ ପାଠପଢା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ହେଲେ ମୋବାଇଲ ନେଟୱର୍କ ପାଇଁ ସ୍କୁଲ ପିଲା କିଭଳି ହନ୍ତସନ୍ତ ହେଉଛନ୍ତି ତାର ବିକଳ ଚିତ୍ରସବୁ ସାମ୍ନାକୁ ଆସିବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ଆନିଗଡଠାରେ ଜଙ୍ଗଲ ଭିତରେ ପାଠ ପଢୁଛନ୍ତି ପିଲା । ଗାଁରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନାହିଁ । ଆଉ ଯାହା ପାଖରେ ମୋବାଇଲ ଅଛି,Continue reading “ନେଟୱର୍କ ଯେଉଁଠି ପାଠପଢ଼ା ସେଇଠି : ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂ ଜରିଆରେ ଚାଲିଛି ସ୍କୁଲ ପିଲାଙ୍କ ଶିକ୍ଷାଦାନ”

କରୋନା ଟିକା କେନ୍ଦ୍ରରେ ଫଟୋକୁ ନେଇ ଟ୍ୱିଟର କଳି : ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ସାଂସଦ ଅପରାଜିତା ଷଡଙ୍ଗୀ; ଜବାବ ରଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

କନକ ବ୍ୟୁରୋ : କରୋନା ଟିକା, ଫଟୋ ଓ ଟ୍ୱିଟର କଳି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏକ ଟ୍ୱିଟ କରି ଅତି କଡା ଭାଷାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଲେଖିଛନ୍ତି, ବାହାରୁ ଟିକା କିଣିବାରେ ଓଡିଶା ବିଫଳ ହେଲା । ତେଣୁ ବିପଦ ସମୟରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । Odisha failed to procure vaccines;it sought Central Govt’s support.OurContinue reading “କରୋନା ଟିକା କେନ୍ଦ୍ରରେ ଫଟୋକୁ ନେଇ ଟ୍ୱିଟର କଳି : ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ସାଂସଦ ଅପରାଜିତା ଷଡଙ୍ଗୀ; ଜବାବ ରଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର”

ଗାଁଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ପଣ କଲେ ପରିବାର । ମାତ୍ର ୨୨ ଦିନ ଭିତରେ ତିଆରି କଲେ କୂଅ । ଏବେ ପାଣି ପାଇଁ ହଇରାଣ ହେବେନି ଗାଁଲୋକେ ।

କନକ ବ୍ୟୁରୋ : ଆଉ ଜଣେ ଦଶରଥ ମାଂଝି । ଗାଁ ପାଇଁ ଖୋଳିଲେ କୂଅ । ଦଶଥର ମାଂଝିଙ୍କ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । କେମିତି ଏକା ଏକା ବିଶାଳ ପାହାଡର ଛାତି ଚିରି ଗାଁ ପାଇଁ ସେ ରାସ୍ତା ତିଆରି କରିଥିଲେ । ଆଉ ସେଇଥିପାଇଁ ତ ତାଙ୍କୁ ମାଉଂଟେନ ମ୍ୟାନ୍ ଭାବେ ସାରା ଦେଶ ଜାଣିଛି । ତେବେ ଆଜି ଆମେ ଆପଣଙ୍କୁ ସେମିତି ଜଣେ ବ୍ୟକ୍ତିଙ୍କୁ ଦେଖାଇବୁ, ଯିଏ ଦଶରଥContinue reading “ଗାଁଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ପଣ କଲେ ପରିବାର । ମାତ୍ର ୨୨ ଦିନ ଭିତରେ ତିଆରି କଲେ କୂଅ । ଏବେ ପାଣି ପାଇଁ ହଇରାଣ ହେବେନି ଗାଁଲୋକେ ।”

ବନ୍ଧା ହେଲେ ପିଇଓ : ୧୦ଲକ୍ଷ ଟଙ୍କା ହଡପ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ

କନକ ବ୍ୟୁରୋ : ୧୦ ଲକ୍ଷ ଟଙ୍କା ଆତ୍ମସାତ କରି ଗିରଫ ହେଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଆଖୁଳିପଡ଼ା ପଂଚାୟତରେ । ମହିଳା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମିନତୀ ବାସ୍କେ ପଂଚାୟତ ସିଏଫସି ପାଣ୍ଠିରୁ ଜାଲିଆତି କରି ୧୦ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ବିଡିଓ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛିContinue reading “ବନ୍ଧା ହେଲେ ପିଇଓ : ୧୦ଲକ୍ଷ ଟଙ୍କା ହଡପ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ”

କେନ୍ଦ୍ର ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ । ବିଜୟ ମାଲ୍ୟା, ନୀରବ ମୋଦୀ ଓ ମେହୁଲ ଚୋକ୍ସିଙ୍କ ୯,୩୭୧ କୋଟି ଟଙ୍କାର ସମ୍ପତ୍ତି ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତର

କନକ ବ୍ୟୁରୋ : ଦେଶର କିଛି ବ୍ୟାଙ୍କରୁ ଟଙ୍କା ଠକି ନେଇ ବିଦେଶ ପଳାଇଥିବା ପଳାତକ ନୀରବ ମୋଦି, ବିଜୟ ମାଲ୍ୟା ଓ ମେହୁଲ ଚୋକ୍ସିଙ୍କର ୯,୩୭୧ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତର କରିଛି । କୁହାଯାଇଛି କି ଏହି ସଂପତ୍ତିରୁ ମିଳିବାକୁ ଥିବା ଟଙ୍କା ଠକେଇରେ ଶିକାର ହୋଇଥିବା ବ୍ୟାଙ୍କ ଓ ବ୍ୟକ୍ତି ବିଶେଷଙ୍କ କ୍ଷତି ଭରଣା କରାଯିବ । ଇଡି କହିଛନ୍ତି କି ପିଏମଏଲଏ ମାଧ୍ୟମରେ ପଳାତକContinue reading “କେନ୍ଦ୍ର ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ । ବିଜୟ ମାଲ୍ୟା, ନୀରବ ମୋଦୀ ଓ ମେହୁଲ ଚୋକ୍ସିଙ୍କ ୯,୩୭୧ କୋଟି ଟଙ୍କାର ସମ୍ପତ୍ତି ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତର”

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି : କେନ୍ଦ୍ରାପଡା ମାର୍ଶାଘାଇରେ ସର୍ବାଧିକ ୨୨୫ମିମି ବର୍ଷା ରେକର୍ଡ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା ।  କେନ୍ଦ୍ରାପଡ଼ା ମାର୍ଶାଘାଇରୁ ସର୍ବାଧିକ ୨୨୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କଟକ କଂଟାପଡ଼ାରେ ୧୯୦, ବାଲେଶ୍ୱର ଭୋଗରାଇରେ ୧୩୦ ଦଶମିକ୨ ମିମି ବର୍ଷା ରେକର୍ଡ ହୋଇଛି । Last #24Hrs (yesterday 0830 Hrs IST to today 0830Hrs IST) Chief amount of rainfall recorded at different locations of Odisha today at 0830Continue reading “ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି : କେନ୍ଦ୍ରାପଡା ମାର୍ଶାଘାଇରେ ସର୍ବାଧିକ ୨୨୫ମିମି ବର୍ଷା ରେକର୍ଡ”

ଥମୁନି କୋଭିଡ ଟିକାକୁ ନେଇ ଶ୍ରେୟ ରାଜନୀତି : ବାଲେଶ୍ୱର ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ପୁସିଂ କାର୍ଡ ବଂଟାକୁ ବିରୋଧ କଲେ ବିଜେପି କର୍ମୀ

କନକ ବ୍ୟୁରୋ : ଥମୁନି କୋଭିଡ ଟିକାକୁ ନେଇ ଶ୍ରେୟ ରାଜନୀତି । ୨ ଦିନ ତଳେ ବାଲେଶ୍ୱର ଷ୍ଟେସନରେ ଛକ ନିକଟରେ ଥିବା ଗାନ୍ଧୀ ସ୍ମୃତି ଭବନ ଟିକା କେନ୍ଦ୍ରରେ ପୋଷ୍ଟର ଚିରାକୁ ନେଇ ରାଜନୀତି ଜୋର ଧରିଥିଲା । ଏବେ ସମାନ ସ୍ଥାନରେ ଲୋକେ ଟିକା ନେଇ ସାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ପୁସିଂ କାର୍ଡ ବଂଟା ଯାଉଥିଲା । ଏଥିରେ କରୋନା ସଚେତନତା ବାର୍ତା  ସହ ଦ୍ୱିତୀୟ ଡୋଜ ପାଇଁ ତାରିଖContinue reading “ଥମୁନି କୋଭିଡ ଟିକାକୁ ନେଇ ଶ୍ରେୟ ରାଜନୀତି : ବାଲେଶ୍ୱର ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ପୁସିଂ କାର୍ଡ ବଂଟାକୁ ବିରୋଧ କଲେ ବିଜେପି କର୍ମୀ”

ଚଳିତ ବର୍ଷ ନବମ,ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୩୦% କମିବ ସିଲାବସ୍ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

କନକ ବ୍ୟୁରୋ : ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସିଲାବସ ୩୦ ପ୍ରତିଶତ କମିବ । ଅର୍ଥାତ ୭୦ ପ୍ରତିଶତ ସିଲାବସରୁ ହିଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କରୋନାର ଦ୍ୱିତୀୟ ଲହରକୁ ଦେଖି ଏଭଳି ନିଷ୍ପତ୍ତି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ଶ୍ରେଣୀଗୃହ ଶିକ୍ଷା ବାଧାପ୍ରାପ୍ତContinue reading “ଚଳିତ ବର୍ଷ ନବମ,ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୩୦% କମିବ ସିଲାବସ୍ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା”

ସୁନା ଗହଣା ଉପରେ ହଲମାର୍କ ବାଧ୍ୟତା ମୂଳକ ହେବା ପରେ ଘରେ ରହିଥିବା ବିନା ହଲମାର୍କ ସୁନାକୁ ନେଇ ଚିନ୍ତାରେ ଲୋକେ । ଜାଣନ୍ତୁ ଏହାକୁ ନେଇ କ’ଣ ରହିଛି ସରକାରଙ୍କ ନିମୟ

କନକ ବ୍ୟୁରୋ : ସରକାର ସୁନାର କ୍ରୟ ଓ ବିକ୍ରୟ ଉପରେ ହଲମାର୍କିଂ ବାଧ୍ୟତା ମୂଳକ କରିବା ପରେ ଘରେ ରହିଥିବା ବିନା ହଲମାର୍କ ସୁନା ଗହଣାକୁ ନେଇ ଚିନ୍ତାରେ ଲୋକେ । ଏହାକୁ ବିକ୍ରି କରିବା ଠାରୁ ପୁଣି ସୁନା ବନ୍ଧକ ଋଣ ପର୍ଯ୍ୟନ୍ତ ଏହାକୁ କେମିତି ବ୍ୟବହାର କରିବେ ତାହାକୁ ନେଇ ଲୋକମାନଙ୍କ ମନରେ ଦ୍ୱନ୍ଦ ଦେଖା ଦେଇକ୍ତି । ଏନେଇ ବିନା ହଲମାର୍କ ଗହଣା ଓ ସୁନା ଉପରେ ସରକାର ଏଭଳି କିଛିContinue reading “ସୁନା ଗହଣା ଉପରେ ହଲମାର୍କ ବାଧ୍ୟତା ମୂଳକ ହେବା ପରେ ଘରେ ରହିଥିବା ବିନା ହଲମାର୍କ ସୁନାକୁ ନେଇ ଚିନ୍ତାରେ ଲୋକେ । ଜାଣନ୍ତୁ ଏହାକୁ ନେଇ କ’ଣ ରହିଛି ସରକାରଙ୍କ ନିମୟ”

କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା : ଆଜି ଦିନ ୧୧ଟାରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଆଜି ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସୁଥିବାରୁ ଏହି ଚର୍ଚ୍ଚା ପୁଣି ଜୋର ଧରିଛି । ଗତ ରବିବାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଉଭୟ କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ବୈଠକ ବସିଥିଲା । ୫ଟି ପର୍ଯ୍ୟାୟରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହାକୁ ନେଇ ଦିଲ୍ଲୀ ପାୱର କରିଡର ସରଗରମ ରହିଛି । କେନ୍ଦ୍ର ମନ୍ତ୍ରିମଣ୍ଡଳContinue reading “କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା : ଆଜି ଦିନ ୧୧ଟାରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ”

Design a site like this with WordPress.com
Get started