ଦେଶର କରୋନା ମିଟର । ଗତ ୨୪ଘଣ୍ଟାରେ ୫୦,୮୪୮ ପଜିଟିଭ୍ ଚିହ୍ନଟ… ୧୩୫୮ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୩ ହଜାରରୁ ସାମାନ୍ୟ ଅଧିକ ‌ଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୦,୮୪୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୩୫୮ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୦୦,୨୮,୭୦୯Continue reading “ଦେଶର କରୋନା ମିଟର । ଗତ ୨୪ଘଣ୍ଟାରେ ୫୦,୮୪୮ ପଜିଟିଭ୍ ଚିହ୍ନଟ… ୧୩୫୮ ମୃତ”

ନିୟମଗିରିରେ ଶୁଭାରମ୍ଭ ହେଲା ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟୀକାକରଣ : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା କଲେ ଶୁଭାରମ୍ଭ

କନକ ବ୍ୟୁରୋ : ସମସ୍ତ ବ୍ଲକ ସଦର ମହକୁମା ପରେ ନିୟମଗିରିରେ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ଟୀକାକରଣ ଶୁଭାରମ୍ଭ ହୋଇଛି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା, ଜାତି ଓ ଜନଜାତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ନିୟମିଗିରି ଗ୍ରସ୍ତ କରି ଡଙ୍ଗରିଆ କନ୍ଧଙ୍କ ପାଇଁ ୧୮ ରୁ ୪୪ ବର୍ଷ ଯୁବବର୍ଗଙ୍କ ଟିକାକରଣର ଶୁଭାରମ୍ଭ କରିଛନ୍ତି  । ନିୟମଗିରି ଅଂଚଳରେ ଅଫଲାଇନ ମାଧ୍ୟମରେ ୧୮ରୁ୪୪ ବର୍ଷର ୨୦୦ ସହ ଯୁବକଙ୍କContinue reading “ନିୟମଗିରିରେ ଶୁଭାରମ୍ଭ ହେଲା ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟୀକାକରଣ : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା କଲେ ଶୁଭାରମ୍ଭ”

ଗୌରବ ବଢ଼ାଇଛି ଘଡ଼ିଆଳ କୁମ୍ଭୀର : ୩ ପ୍ରଜାତିର କୁମ୍ଭୀର ରହିବାରେ ଏକମାତ୍ର ରାଜ୍ୟ ଓଡ଼ିଶା

କନକ ବ୍ୟୁରୋ : ମହାନଦୀର ସାତକୋଶିଆ ଗଣ୍ଡରେ ଦେଶରେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରର ପ୍ରାକୃତିକ ପ୍ରଜନନ ପରେ ଏହା ରାଜ୍ୟ ପାଇଁ ଏକ ବିରଳ ଗୌରବ ଆଣିଛି। ୩ ପ୍ରଜାତିର କୁମ୍ଭୀରଙ୍କ ପ୍ରାକୃତିକ ବାସସ୍ଥଳୀ ଭାବେ ଏହା ଏକମାତ୍ର ରାଜ୍ୟ ପାଲଟିଛି। ଏହାକୁ ନେଇ ପରିବେଶବିତ୍ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିଲାବେଳେ ଏହି ଗୌରବକୁ ବଞ୍ଚାଇ ରଖିବା ଏବେ ବନ ବିଭାଗ ପାଇଁ ଆହ୍ବାନ ସୃଷ୍ଟି କରିଛି । ଦିନଥିଲା, ଘଡ଼ିଆଳ ପାଇଁ ବେଶ୍‌ ନାଁ କମାଇଥିଲା ମହାନଦୀରContinue reading “ଗୌରବ ବଢ଼ାଇଛି ଘଡ଼ିଆଳ କୁମ୍ଭୀର : ୩ ପ୍ରଜାତିର କୁମ୍ଭୀର ରହିବାରେ ଏକମାତ୍ର ରାଜ୍ୟ ଓଡ଼ିଶା”

‘ଆତ୍ମା’ କରିବ ଟିକେଟ ଚେକିଂ : ଭୁବନେଶ୍ୱର ରେଳ ଷ୍ଟେସନରେ କରାଗଲା ଶୁଭାରମ୍ଭ

କନକ ବ୍ୟୁରୋ : କୋଭିଡ୍‌ ସମୟରେ ରେଳଯାତ୍ରୀଙ୍କ ନିରାପଦ ସ୍କ୍ରିନିଂ ନିଶ୍ଚିତ କରିବା, ଯାତ୍ରୀ ଓ କର୍ତ୍ତବ୍ୟରତ ରେଳ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଏବେ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏଥିସହ ରେଳ ଷ୍ଟେସନ୍‌ରେ କେବଳ ଅଧିକୃତ ଯାତ୍ରୀ ପ୍ରବେଶ କରୁଛନ୍ତି କି ନାହିଁ, ତାହାର ସଠିକ୍‌ ଯାଞ୍ଚର ଆବଶ୍ୟକତା ରହିଛି। ତାହାକୁ ନଜରରେ ରଖି ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଓ ପରିଚାଳନା ଆକ୍ସେସ୍ ବ୍ୟବସ୍ଥା ସ୍ଥାପନ କରାଯାଇଛି।Continue reading “‘ଆତ୍ମା’ କରିବ ଟିକେଟ ଚେକିଂ : ଭୁବନେଶ୍ୱର ରେଳ ଷ୍ଟେସନରେ କରାଗଲା ଶୁଭାରମ୍ଭ”

ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ : ଗତ ୨୪ ଘଂଟା ରାଜ୍ୟରେ ୩୪୫୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬ ମୃତ

କନକ ବ୍ୟୁରୋ : ରାଜ୍ୟରେ ପୁଣି ସାମାନ୍ୟ ବଢ଼ିଲା ସଂକ୍ରମଣ । ଗତ ୨୪ ଘଂଟାରେ ୩ ହଜାର ୪୫୬ ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୧୯ଶହ ୭୩ ଜଣ ଥିବା ବେଳେ ୧୪ଶହ ୮୩ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୪୮୦, ପୁରୀରୁ ୨୮୯, ଯାଜପୁରରୁ ୨୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗୋଟିଏ ଦିନରେ ୪୬ଜଣଙ୍କ ମୁଣ୍ଡ ନେଇଛିContinue reading “ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ : ଗତ ୨୪ ଘଂଟା ରାଜ୍ୟରେ ୩୪୫୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬ ମୃତ”

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା : ଆସନ୍ତା ୨୬ ତାରିଖ ଯାଏଁ ଲଗାଣ ବର୍ଷାରେ ଭିଜିବ ଓଡ଼ିଶା; ୧୮ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ବର୍ଷା ପାଇଁ ଯାତାୟତରେ ଦେଖାଦେଇଛି ସମସ୍ୟା । ଆସନ୍ତା ୪ ଦିନ ଅର୍ଥାତ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୧୮ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ଜିଲ୍ଲାଗୁଡ଼ିକ ହେଲା ପୁରୀ, କେନ୍ଦ୍ରାପଡା, ଗଂଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ,Continue reading “ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା : ଆସନ୍ତା ୨୬ ତାରିଖ ଯାଏଁ ଲଗାଣ ବର୍ଷାରେ ଭିଜିବ ଓଡ଼ିଶା; ୧୮ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ”

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ରାତି ୧ଟାରୁ ଶ୍ରୀଜିଉଙ୍କ ପହଣ୍ଡି, ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପ ବିଜେ

କନକ ବ୍ୟୁରୋ : ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଶ୍ରୀଜିଉ। ସ୍ନାନବେଦିରୁ ଗଜ ବେଶରେ ବିଶ୍ବର କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ। କୋଭିଡ୍‌ କଟକଣା ପାଇଁ ବିନା ଭକ୍ତରେ ଚଳିତବର୍ଷର ନୀତିକାନ୍ତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଆସନ୍ତାକାଲି ରାତିରେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରିବା ପରେ ରାତି ୧ରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ଶ୍ରୀଜିଉମାନେ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ।Continue reading “ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ରାତି ୧ଟାରୁ ଶ୍ରୀଜିଉଙ୍କ ପହଣ୍ଡି, ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପ ବିଜେ”

ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା : ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୪ ଦିନ ଅର୍ଥାତ୍‌ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର କହିଛି, ଉତ୍ତର ପଞ୍ଜାବରୁ ହରିୟାଣା, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଯାଏ ସମୁଦ୍ରପତ୍ତନରେ ଲମ୍ବିଥିବା ନିମ୍ନ ଚାପରେଖା ବା ଟ୍ରଫ-ଲାଇନ୍‌ ପ୍ରଭାବContinue reading “ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା : ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା”

କରୋନା କମିଲା, ସୁରଟ ମୁହାଁ ହେଲେ ଗଞ୍ଜାମ ଜିଲ୍ଲାର ଶ୍ରମିକ । ପେଟ ପାଟଣା ପାଇଁ ଗୁଜୁରାଟ ଗଲେ ଶହଶହ ଶ୍ରମିକ । 

କନକ ବ୍ୟୁରୋ: କରୋନା କମିଲା, ସୁରଟ ଫେରୁଛି ଓଡିଆ ଶ୍ରମିକ । କରୋନାର ଭୟାବହତା ଯୋଗୁଁ  ସୁରତରୁ ଗାଁକୁ ଚାଲିଆସିଥିଲେ  ଲୋକେ । କାମଧନ୍ଦା ନଥିବାକୁ  ଘରେ ବସିରହିଥିଲେ । ଏବେ କରୋନା କମିବା ପରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ପୁଣି ସୁରଟ ଫେରିବା ଆରମ୍ଭ କରିଛନ୍ତି । ପେଟପାଟଣା ପାଇଁ ନିଜ ପରିବାରକୁ ଧରି ସୁରଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ । ଏଥିପାଇଁ ବ୍ରହ୍ମପୁର ଓ ଖଲ୍ଲିକୋଟContinue reading “କରୋନା କମିଲା, ସୁରଟ ମୁହାଁ ହେଲେ ଗଞ୍ଜାମ ଜିଲ୍ଲାର ଶ୍ରମିକ । ପେଟ ପାଟଣା ପାଇଁ ଗୁଜୁରାଟ ଗଲେ ଶହଶହ ଶ୍ରମିକ । “

ଟେଣ୍ଡର ଫିକ୍ସି ନେଇ ଅଭିଯୋଗ ଆସିବା ପରେ ମୁହଁ ଖୋଲିଲେ ମାଲକାନଗିରି ଜିଲ୍ଲାପାଳ । କହିଲେ, ସୁରକ୍ଷା ଦୃଷ୍ଟିରୁ ଘରକୁ ନେଇଥିଲି ଟେଣ୍ଡର ବକ୍ସ ।

କନକ ବ୍ୟୁରୋ: ଖଣି ଖାଦାନରେ ଟେଣ୍ଡର ନେଇ ଦୁର୍ନତୀ ଅଭିଯୋଗ ଆସିବା ପରେ ଏହାର ସ୍ପଷ୍ଟୀକରଣ ରଖିଛନ୍ତି ମାଲକାନଗିରି ଜିଲ୍ଲାପାଳ । କଂଗ୍ରେସର ଅଭିଯୋଗକୁ ସେ ଭିତିହୀନ ବୋଲି କହିଛନ୍ତି । ଗଣାମଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଜିଲ୍ଲାପାଳ ୟେଦୁଲା ବିଜୟ ପ୍ରତିକ୍ରିୟା ରଖି କହିଛନ୍ତି, ସୁରକ୍ଷା ଦୃଷ୍ଟିକୋଣକୁ ସେ ଟେଣ୍ଡର ବକ୍ସକୁ ନିଜ ଘରକୁ ନେଇ ଆସିଥିଲେ । ଟେଣ୍ଡର ଖୋଲିବାରେ ବିଳମ୍ବକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ରଖି କହିଛନ୍ତି, ନିର୍ଦ୍ଦିଷ୍ଟContinue reading “ଟେଣ୍ଡର ଫିକ୍ସି ନେଇ ଅଭିଯୋଗ ଆସିବା ପରେ ମୁହଁ ଖୋଲିଲେ ମାଲକାନଗିରି ଜିଲ୍ଲାପାଳ । କହିଲେ, ସୁରକ୍ଷା ଦୃଷ୍ଟିରୁ ଘରକୁ ନେଇଥିଲି ଟେଣ୍ଡର ବକ୍ସ ।”

Design a site like this with WordPress.com
Get started