କନକ ବ୍ୟୁରୋ: ଭୁବନେଶ୍ୱରରେ ସଂକ୍ରମଣ କମୁଛି, ଆଉ ସୁସ୍ଥ ସଂଖ୍ୟା ବଢୁଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୩୯ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ୨୮୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ,Continue reading “ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୩୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୩୯୦ ଜଣ”
Author Archives: Raghaba
ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ଟ୍ୱିଟ୍ କରି ସତର୍କ କରାଇଲା ଆଇଆଇଟି କାନପୁର । ଅକ୍ଟୋବରରେ ଶିଖର ଛୁଇଁପାରେ ସଂକ୍ରମଣ
କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ଭୟ ଏଯାଏଁ ଟଳି ନାହିଁ । ତୃତୀୟ ଲହରକୁ ନେଇ ଆକଳନ କରାଗଲାଣି । ତୃତୀୟ ଲହର ସଂପର୍କରେ ତଥ୍ୟ ଦେବା ସହ ଟ୍ୱିଟ୍ କରି ସତର୍କ କରାଇ ଦେଇଛି ଆଇଆଇଟି କାନପୁର । ଦେଶରେ ସେପ୍ଟେମ୍ବର-ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିପାରେ । ଆଇଆଇଟି କାନପୁର ଏକ ରିପୋର୍ଟ ପ୍ରକାଶ କରି କହିଛି, ସେପ୍ଟେମ୍ବରରୁ ଅକ୍ଟୋବରରେ ତୃତୀୟ ଲହର ଆସିବ । ଏଥିପାଇଁ ୩ଟି ଆକଳନ କରାଯାଇଛି ।Continue reading “ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ଟ୍ୱିଟ୍ କରି ସତର୍କ କରାଇଲା ଆଇଆଇଟି କାନପୁର । ଅକ୍ଟୋବରରେ ଶିଖର ଛୁଇଁପାରେ ସଂକ୍ରମଣ”
ଟୋକିଓ ଅଲମ୍ପିକ୍ସରେ ମହିଳା ଓ ପୁରୁଷ ଭାରତୀୟ ଦଳର ଉପ-ଅଧିନାୟକ ହେଲେ ଦିପ ଗ୍ରେସ ଏକ୍କା ଓ ବୀରେନ୍ଦ୍ର ଲାକ୍ରା । ଉଭୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ: ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦିପ ଗ୍ରେସ ଏକ୍କା ଓ ବିରେନ୍ଦ୍ର ଲାକ୍ରାଙ୍କୁ ବଡ ଦାୟିତ୍ୱ ଦିଆଯାଇଛି । ଉଭୟ ଖେଳାଳି ମହିଳା ଓ ପୁରୁଷ ଦଳ ପକ୍ଷରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଥିବା ହକି ଭାରତୀୟ ଦଳ ପାଇଁ ପୁରୁଷ ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତContinue reading “ଟୋକିଓ ଅଲମ୍ପିକ୍ସରେ ମହିଳା ଓ ପୁରୁଷ ଭାରତୀୟ ଦଳର ଉପ-ଅଧିନାୟକ ହେଲେ ଦିପ ଗ୍ରେସ ଏକ୍କା ଓ ବୀରେନ୍ଦ୍ର ଲାକ୍ରା । ଉଭୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ”
କ୍ରିକେଟ୍ ଇତିହାସର ସବୁଠୁ ଲଜ୍ୟାଜନକ ବ୍ୟାଟିଂ । ମାତ୍ର ୨ ରନରେ ଅଲଆଉଟ୍ ହୋଇଗଲା ପୂରା ଟିମ୍ ।
କନକ ବ୍ୟୁରୋ : କ୍ରିକେଟ୍ ଇତିହାସର ସବୁଠୁ ଲୋ ସ୍କୋର । ଏମିତି ଲଜ୍ୟାଜନକ ବ୍ୟାଟିଂ ଦେଖିବାକୁ ମିଳିଛି ଏକ କାଉଣ୍ଟି ମ୍ୟାଚରେ । ଯେଉଁଠି ମାତ୍ର ୨ ରନରେ ଅଲଆଉଟ୍ ହୋଇଯାଇଛି ପୂରା ଟିମ୍ । ଏପରିକି ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିନାହାନ୍ତି । ବକଡନ୍ କ୍ରିକେଟ୍ କ୍ଲବ ଏବଂ ଫାଲକନ୍ସ ହଣ୍ଟିଡନଶାୟର ମଧ୍ୟରେ ଖେଳାଯାଇଥିଲା ଏକ କାଉଣ୍ଟି ଲିଗ୍ ମ୍ୟାଚ୍ । ଏହି ମ୍ୟାଚରେ ଫାଲକନ୍ସ ପ୍ରଥମେ ବ୍ୟାଟିଂ କରି ବକଡନ୍Continue reading “କ୍ରିକେଟ୍ ଇତିହାସର ସବୁଠୁ ଲଜ୍ୟାଜନକ ବ୍ୟାଟିଂ । ମାତ୍ର ୨ ରନରେ ଅଲଆଉଟ୍ ହୋଇଗଲା ପୂରା ଟିମ୍ ।”
ବିଶ୍ୱର ୯ଟି ଦେଶରେ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ । ଭାରତରେ ୨୨ ଜଣ ଡେଲଟା ପ୍ଲସ ଆକ୍ରାନ୍ତ
କନକ ବ୍ୟୁରୋ: ଦେଶରେ ବୃଦ୍ଧି ପାଉଛି କରୋନାର ନୂୂଆ ପ୍ରଜାତି ଡେଲଟା ପ୍ଲସ ମ୍ୟୁଟାଂଟ ଭାରିଆଂଟ ଭୂତାଣୁ ସଂକ୍ରମଣ । ୨୨ କେସରୁ ୧୬ କେସ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି । ମୁମ୍ବାଇ, ପାଲଘର, ରତ୍ନଗିରିରୁ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେରଳ ଓ ମଧ୍ୟପ୍ରଦେଶରେ ଏହି ନୂଆ ଭାରିଆଂଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ୱରେ ୮୦ଟି ଦେଶରେ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହାସହ ୯ଟି ଦେଶରେ ଡେଲଟାContinue reading “ବିଶ୍ୱର ୯ଟି ଦେଶରେ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ । ଭାରତରେ ୨୨ ଜଣ ଡେଲଟା ପ୍ଲସ ଆକ୍ରାନ୍ତ”
ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ସୁପ୍ରିମକୋର୍ଟଙ୍କ ଅନୁମତି । ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲେ କିଛି ଛାତ୍ରଛାତ୍ରୀ ।
କନକ ବ୍ୟୁରୋ : ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ଆଜି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ନେଇ ପୂର୍ବରୁ ଅସନ୍ତୋଷ ତେଜିଥିଲା । ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କିଛି ଛାତ୍ରଛାତ୍ରୀ । ଆବେଦନକାରୀ ଛାତ୍ରଛାତ୍ରୀମାନେ ଅସନ୍ତୋଷ ଜାହିର କରିବା ସହ କେତେକ ପ୍ରସ୍ତାବ ଦେଇଥିଲେ । ମୂଲ୍ୟାୟନରେ କମ୍ପାର୍ଟମେଂଟ, ଫେଲ ହୋଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ, ଡ୍ରପ ଆଉଟ ଓ ଘରୋଇ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁContinue reading “ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ସୁପ୍ରିମକୋର୍ଟଙ୍କ ଅନୁମତି । ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲେ କିଛି ଛାତ୍ରଛାତ୍ରୀ ।”
ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୭୭.୮ ପ୍ରତିଶତ ପ୍ରଭାବୀ ହେଲା କୋଭାକ୍ସିନ । କେନ୍ଦ୍ର ସରକାରଙ୍କୁ ତଥ୍ୟ ହସ୍ତାନ୍ତର କଲା ଭାରତ ବାୟୋଟେକ
କନକ ବ୍ୟୁରୋ: ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ ତାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ୭୭.୮ ପ୍ରତିଶତ ପ୍ରଭାବୀ ହୋଇଛି । ଭାରତ ବାୟୋଟେକ ତରଫରୁ କେନ୍ଦ୍ର ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରାଯାଇଛି । ଆଜି ସକାଳେ ଭାରତ ବାୟୋଟେକ ଡିସିଜିଆଇକୁ ଡାଟା ହସ୍ତାନ୍ତର କରିଛି । ତୃତୀୟ ପଯ ର୍୍ୟାୟ ଡାଟା ମିଳିବା ପରେ ସବଜେକ୍ଟ ଏକ୍ସପର୍ଟ କମିଟି ଆଜି ଏକ ମିଟିଂ କରିଥିଲେ । ଏଥିରେ କୋଭାକ୍ସିନ ତରଫରୁ ଏହି ତଥ୍ୟ ପ୍ରଦାନContinue reading “ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୭୭.୮ ପ୍ରତିଶତ ପ୍ରଭାବୀ ହେଲା କୋଭାକ୍ସିନ । କେନ୍ଦ୍ର ସରକାରଙ୍କୁ ତଥ୍ୟ ହସ୍ତାନ୍ତର କଲା ଭାରତ ବାୟୋଟେକ”
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ପଞ୍ଚମ ଦିନରେ ବି ବର୍ଷା ସାଜିଲା ବାଧକ । ଖେଳ ଆରମ୍ଭ ହେବାରେ ବିଳମ୍ବ
କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ବର୍ଷା ବାଧକ ସାଜିଛି । ଖେଳ ଆରମ୍ଭରୁ ଲାଗି ରହିଛି ବର୍ଷା । ଭାରତ ତାର ପ୍ରଥମ ଇଂନିସ ଖେଳ ଶେଷ କରିଥିବା ବେଳେ ନ୍ୟୁଜିଲାଣ୍ଡ ତାର ପ୍ରଥମ ଇଂନିସ ଅଧା ରଖିଛି । ଅର୍ଥାତ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଛି । ଆଜି ପଞ୍ଚମ ଦିନରେ ବି ବର୍ଷା ଲାଗି ରହିଛି । ତେଣୁ ଏଯାଏଁ ଖେଳ ଆରମ୍ଭ ହୋଇ ପାରିନାହିଁ । ନ୍ୟୁଜିଲାଣ୍ଡContinue reading “ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ପଞ୍ଚମ ଦିନରେ ବି ବର୍ଷା ସାଜିଲା ବାଧକ । ଖେଳ ଆରମ୍ଭ ହେବାରେ ବିଳମ୍ବ”
ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଜାଣନ୍ତୁ କେଉଁ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା?
କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ରହିଛି। ଏସବୁ ଜିଲ୍ଲାକୁ ବର୍ଷା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,Continue reading “ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଜାଣନ୍ତୁ କେଉଁ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା?”
ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ । ଲାଞ୍ଚ ନେଇ ଆନ୍ଧ୍ରର ଘରୋଇ କମ୍ପାନିକୁ ପଥର ଖାଦାନ ଦିଆଯାଇଥିବା ଅଭିଯୋଗ ଆଣିଲା କଂଗ୍ରେସ ।
କନକ ବ୍ୟୁରୋ : ପୁଣି ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ଆସିଲା ସାଂଘାତିକ ଅଭିଯୋଗ । ଆନ୍ଧ୍ରର ଏକ ଘରୋଇ କମ୍ପାନି ହାତରେ ଟେକି ଦେଲେ ଜିଲ୍ଲାର ଅଧିକାଂଶ ଖଣି ଖାଦାନ । ଲଘୁ ଖଣି ଖାଦାନର ନିଲାମୀ ଲାଗି ସ୍ଥାନୀୟ ତହସିଲଦାର ମାନଙ୍କୁ କ୍ଷମତା ଦିଆଯାଇ ଥିବା ବେଳେ ଆନ୍ଦ୍ର ର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇ ନିଜେ ଜିଲ୍ଲାପଳ ଟେଣ୍ଡର ଆହ୍ୱାନ କରିଥିଲେ ଏବଂ ତିନି ଦିନ କାଳ ଟେଣ୍ଡର ବକ୍ସକୁ ନିଜ ଘରେContinue reading “ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ । ଲାଞ୍ଚ ନେଇ ଆନ୍ଧ୍ରର ଘରୋଇ କମ୍ପାନିକୁ ପଥର ଖାଦାନ ଦିଆଯାଇଥିବା ଅଭିଯୋଗ ଆଣିଲା କଂଗ୍ରେସ । “