କନକ ବ୍ୟୁରୋ : ହନିଟ୍ରାପରେ ଫସି ଜଣେ ଯୁବକ ୬୦ ହଜାର ଟଙ୍କା ହରାଇଛନ୍ତି। ଲୁଟର ଶିକାର ଯୁବକଜଣଙ୍କ ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ। ନଗ୍ନ ଫଟୋ ଦେଖାଇବା ସହ ଶାରୀରିକ ସଂପର୍କର ପ୍ରଲୋଭନ ଦେଖାଇ ଜଣେ ଯୁବତୀ ତାଙ୍କଠାରୁ ୩ଟି ପର୍ଯ୍ୟାୟରେ ଏହି ଟଙ୍କା ଠକି ନେଇଥିବା ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଜଣେ ଯୁବତୀଙ୍କ ସହ ଫେସବୁକରେ ତାଙ୍କର ବନ୍ଧୁତା ହୋଇଥିଲେ।Continue reading “ଶିକ୍ଷକ ଫସିଗଲେ ହନିଟ୍ରାପରେ । ଶାରୀରିକ ସମ୍ପର୍କର ପ୍ରଲୋଭନ ଦେଖାଇଲେ ଫେସବୁକ ବାନ୍ଧବୀ, ଟଙ୍କା ପାଇବା ପରେ ଆକାଉଣ୍ଟ ହୋଇଗଲା ଉଭାନ୍ ।”
Author Archives: Raghaba
ମହାମାରୀ ବେଳେ ନିଆରା ବାହାଘର । ଶଗଡ଼ ଗାଡିରେ ଚଢି ବାହାହବାକୁ ଗଲା ବର ।
କନକ ବ୍ୟୁରୋ : ଆପଣ ଅନେକ ବାହାଘର ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିନ୍ନ ବାହାଘର ବିଷୟରେ କହିବୁ । ଯେଉଁଠି ଦାମୀ ଗାଡି ନୁହେଁ, ବର ଶଗଡରେ ବାହାହବାକୁ ଯାଇଥିଲେ ବର । ଖାଲି ବର ନୁହେଁ, ପୂରା ବରଯାତ୍ରୀ ୩୫ କିଲୋମିଟର ଶଗଡଗାଡିରେ ଯାଇଥିଲେ । ବର ଛୋଟେ ଲାଲ୍ ପାଲ୍ କହିଛନ୍ତି, ଶଗଡ ଗାଡିରେ ଏମିତି ବାହାହବା ପାଇଁ ସେ ବହୁତ ଆଗରୁ ଭାବିଥିଲେ । ପୁରୁଣା ପରମ୍ପରାକୁContinue reading “ମହାମାରୀ ବେଳେ ନିଆରା ବାହାଘର । ଶଗଡ଼ ଗାଡିରେ ଚଢି ବାହାହବାକୁ ଗଲା ବର ।”
ପାହାଡ ଚଢି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ । ମାସ୍କ ବାଣ୍ଟିଲେ, ଟିକାକରଣ କଲେ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ ପରେ ଚାରିଆଡେ ଚର୍ଚ୍ଚା ।
କନକ ବ୍ୟୁରୋ: ଘଞ୍ଚ ଅରଣ୍ୟ ଆଉ ପାହାଡିଆ ରାସ୍ତା । ଏହାରି ଭିତରେ ବାଡି ଖଣ୍ଡେ ଧରି ଆଗେଇ ଚାଲିଛନ୍ତି କିଛି ଲୋକ । ଆଉ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଜିଲ୍ଲାପାଳ । ଏଭଳି ଦୁର୍ଗମ ରାସ୍ତା ଦେଇ ସେ ଯାଉଛନ୍ତି ଲୋକଙ୍କୁ ଟିକା ଦେବାକୁ । ତାହା ପୁଣି ଭାରତ-ଭୁଟାନ ସୀମାବର୍ତ୍ତୀ ଗାଁକୁ । କରୋନା ମହାମାରୀରୁ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବାକୁ ସତେ ଯେପରି ସେ ମନସ୍ତ କରିଛନ୍ତି ।Continue reading “ପାହାଡ ଚଢି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ । ମାସ୍କ ବାଣ୍ଟିଲେ, ଟିକାକରଣ କଲେ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ ପରେ ଚାରିଆଡେ ଚର୍ଚ୍ଚା ।”
ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ! ଜାଣନ୍ତୁ କଣ ରହିଛି କାରଣ?
କନକ ବ୍ୟୁରୋ : ରାଜ୍ୟରେ ବିଳମ୍ବିତ ହୋଇପାରେ ପଞ୍ଚାୟତ ନିର୍ବାଚନ । ଏ ନେଇ ଆଶଙ୍କା ପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ । ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ ହେବା କଥା । କିନ୍ତୁ ଏହି କାର୍ଯ୍ୟ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟContinue reading “ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ! ଜାଣନ୍ତୁ କଣ ରହିଛି କାରଣ?”
ଅସ୍ତରଙ୍ଗ ତଳଦା ଦୀପାଂଚଳରୁ ଆସିଲା ନିଆରା ଚିତ୍ର : ଟିକା ନେବା ପାଇଁ ଡ଼ଙ୍ଗା ନଦୀ ପାର ହେଲେ ଲୋକେ
କନକ ବ୍ୟୁରୋ : ଟିକା ପାଇଁ ନଦୀ ପାର । ବିଭିନ୍ନ ସ୍ଥାନରେ ଟିକା ନେବା ପାଇଁ ଲୋକେ ଲୁଚୁଥିବାବେଳେ ଡଙ୍ଗାରେ ନଦୀ ପାର ହୋଇ ଟିକା ନେବାକୁ ଆସିଛନ୍ତି ଅସ୍ତରଙ୍ଗ ତାଳଦା ଦୀପାଂଚଳର ଲୋକେ । ଭରା ନଇରେ ଡଙ୍ଗାରେ ଅତି ବିପଦ ସଂକୁଳ ଭାବେ ବହୁ ସଂଖ୍ୟାରେ ଲୋକ ଟିକାକରଣ କେନ୍ଦ୍ରକୁ ଆସିଛନ୍ତି । ଟିକାକରଣ କେନ୍ଦ୍ରରେ ପହଁଚିବା ପରେ ଧାଡିରେ ଠିଆ ହୋଇ ପରିଚୟ ପତ୍ର ଦେଖାଇ ଟିକା ନେଉଛନ୍ତି । ଆଜିଠାରୁContinue reading “ଅସ୍ତରଙ୍ଗ ତଳଦା ଦୀପାଂଚଳରୁ ଆସିଲା ନିଆରା ଚିତ୍ର : ଟିକା ନେବା ପାଇଁ ଡ଼ଙ୍ଗା ନଦୀ ପାର ହେଲେ ଲୋକେ”
କିମ୍ବଦନ୍ତୀ କ୍ରିକେଟରଙ୍କ କାହାଣୀ । ନିଜ ଡେବ୍ୟୁ ମ୍ୟାଚରେ ହିଁ ଚମକିଥିଲେ ଗାଙ୍ଗୁଲି-ଦ୍ରାବିଡ । ଶତକ ମାରି ରେକର୍ଡ ସୃଷ୍ଟି କରିଥିଲେ ଗାଙ୍ଗୁଲି ।
କନକ ବ୍ୟୁରୋ: ଯିଏ ନିଜ ଦକ୍ଷତା ବଳରେ ବଡ ବଡ ଟିମକୁ ପାଣି ପିଆଉଥିଲେ । ଟେଷ୍ଟ କ୍ରିକେଟରେ ଟିମ ଇଣ୍ଡିଆ ପାଇଁ ଏମାନେ ସୃଷ୍ଟି କରିଥିଲେ ଏକ ସ୍ୱତନ୍ତ୍ର ପରିଚୟ । ଦେଶ ହେଉ କି ବିଦେଶ ସବୁଠି ଟିମ ଇଣ୍ଡିଆକୁ ଚଖାଇଥିଲେ ବିଜୟର ସ୍ୱାଦ । ହଁ ଆଜ୍ଞା ଆମେ କହୁଛୁ କିମ୍ବଦନ୍ତୀ କ୍ରିକେଟର ସୌରଭ ଗାଙ୍ଗୁଲି ଆଉ ରାହୁଲ ଦ୍ରାବିଡଙ୍କ କଥା । କାରଣ ଆଜିର ଦିନରେ ନିଜ ଟେଷ୍ଟ ଡେବ୍ୟୁରେ ଚମକିଥିଲେContinue reading “କିମ୍ବଦନ୍ତୀ କ୍ରିକେଟରଙ୍କ କାହାଣୀ । ନିଜ ଡେବ୍ୟୁ ମ୍ୟାଚରେ ହିଁ ଚମକିଥିଲେ ଗାଙ୍ଗୁଲି-ଦ୍ରାବିଡ । ଶତକ ମାରି ରେକର୍ଡ ସୃଷ୍ଟି କରିଥିଲେ ଗାଙ୍ଗୁଲି ।”
ନକଲି ଔଷଧ ମିଳିବା ଘଟଣା ତଦନ୍ତ ଜାରି ରଖିଛି ଏସଟିଏଫ : ଓଡ଼ିଶାରେ ଗୋଟିଏ ଟିମ ତଦନ୍ତ କରୁଥିବା ବେଳେ କୋଲକତା,ମହାରାଷ୍ଟକୁ ଯାଇଛି ଦୁଇଟି ଟିମ୍
କନକ ବ୍ୟୁରୋ : ରାଜ୍ୟରେ ନକଲି ମେଡିସିନ କାରବାରର ଗୁମର ଖୋଲିବାକୁ ତଦନ୍ତ ଜାରି ରଖିଛି ଏସଟିଏଫ । ତିନୋଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି ଏସଟିଏଫ୍ । ମହାରାଷ୍ଟ୍ର, କୋଲକାତାକୁ ଦୁଇଟି ଟିମ୍ ଯାଇ ତଦନ୍ତ କରୁଥିବାବେଳେ ଓଡିଶାରେ ଗୋଟିଏ ଟିମ୍ ତଦନ୍ତ ଜାରି ରଖିଛି । ନକଲି ଔଷଧ କାରବାରର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାପରେ କ୍ରାଇମବ୍ରାଂଚ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତContinue reading “ନକଲି ଔଷଧ ମିଳିବା ଘଟଣା ତଦନ୍ତ ଜାରି ରଖିଛି ଏସଟିଏଫ : ଓଡ଼ିଶାରେ ଗୋଟିଏ ଟିମ ତଦନ୍ତ କରୁଥିବା ବେଳେ କୋଲକତା,ମହାରାଷ୍ଟକୁ ଯାଇଛି ଦୁଇଟି ଟିମ୍ “
ଆଜିଠୁ ଓଡିଶା ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ : ୬ ଅଗଷ୍ଟରୁ ୧୬ ଅଗଷ୍ଟ ମଧ୍ୟରେ ହେବ ପରୀକ୍ଷା
କନକ ବ୍ୟୁରୋ : ଆଜିଠୁ ଓଡିଶା ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ୪୭୭ଟି ଏସଆଇ ପଦବୀ ପାଇଁ ଅନଲାଇନ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି । ଏ ପର୍ଯ୍ୟନ୍ତ ୨୮୩୧ ଜଣ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିସାରିଥିବା ବେଳେ ୭୭୨ଜଣ ତାଙ୍କର ସମସ୍ତ ଡ଼କ୍ୟୁମେଣ୍ଟ ଅପଲୋଡ଼ କରିସାରିଛନ୍ତି । ଏହି ଆବେଦନ ପକ୍ରିୟା ଜୁଲାଇ ୧୫ ଯାଏଁ ଚାଲିବ । କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପରୀକ୍ଷାର ସମୟ ନିର୍ଘଣ୍ଟContinue reading “ଆଜିଠୁ ଓଡିଶା ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ : ୬ ଅଗଷ୍ଟରୁ ୧୬ ଅଗଷ୍ଟ ମଧ୍ୟରେ ହେବ ପରୀକ୍ଷା”
ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଥମୁନି ବିବାଦ : ଆଜି ବ୍ରହ୍ମପୁରର ଦୁଇଟି କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଫାଡିଲେ ବିଜେପି କର୍ମୀ
କନକ ବ୍ୟୁରୋ : ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଥମୁନି ବିବାଦ । ଗତକାଲି ବାଲେଶ୍ୱର, ଅନୁଗୁଳ ଓ ନବରଙ୍ଗପୁର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ବିବାଦ ଦେଖାଦେବା ପରେ ଆଜି ବ୍ରହ୍ମପୁରର ଦୁଇଟି କେନ୍ଦ୍ରରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବ୍ରହ୍ମପୁରର ଗିରିରୋଡ ହାଇସ୍କୁଲ, ତେଲୁଗୁ ହାଇସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଫାଡିଛନ୍ତି ବିଜେପି କର୍ମୀ । ଟିକାକରଣକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଟିକା ଯୋଗାଇ ଦେଉଥିବାବେଳେContinue reading “ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଥମୁନି ବିବାଦ : ଆଜି ବ୍ରହ୍ମପୁରର ଦୁଇଟି କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଫାଡିଲେ ବିଜେପି କର୍ମୀ”
ତୃତୀୟ ଲହରକୁ ନେଇ ସରକାରଙ୍କୁ ସତର୍କ କଲେ ରାହୁଲ ଗାନ୍ଧୀ : ଶ୍ୱେତପତ୍ର ଜାରି କରି କହିଲେ, କରାଯାଉ ବେଡ୍ ଓ ଅକ୍ସିଜେନର ବ୍ୟବସ୍ଥା
କନକ ବ୍ୟୁରୋ : ମହାମାରୀ କରୋନାକୁ ନେଇ ଶ୍ୱେତପତ୍ର ଜାରି କଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶ୍ୱେତପତ୍ରରେ ତୃତୀୟ ଲହରର ମୁକାବିଲା ପାଇଁ ସରକାରଙ୍କୁ ସତର୍କ କରିବା ସହ କେତେକ ପ୍ରସ୍ତାବ ଦେଇଛନ୍ତି ରାହୁଲ । କହିଛନ୍ତି, ଦ୍ୱିତୀୟ ଲହରକୁ ନେଇ ବୈଜ୍ଞାନିକମାନେ ସରକାରଙ୍କୁ ସତର୍କ କରିଥିଲେ । କିନ୍ତୁ ସରକାର କୌଣସି ପଦକ୍ଷେପ ନେଇ ନଥିଲେ । ସାରା ଦେଶ ଜାଣିଛି ତୃତୀୟ ଲହର ଆସୁଛି । କିନ୍ତୁ ପୁଣି ସେହିଭଳିContinue reading “ତୃତୀୟ ଲହରକୁ ନେଇ ସରକାରଙ୍କୁ ସତର୍କ କଲେ ରାହୁଲ ଗାନ୍ଧୀ : ଶ୍ୱେତପତ୍ର ଜାରି କରି କହିଲେ, କରାଯାଉ ବେଡ୍ ଓ ଅକ୍ସିଜେନର ବ୍ୟବସ୍ଥା”