କନକ ବ୍ୟୁରୋ : ପ୍ରେମ ଜିତିଲା, ପୁଲିସ ହାରିଲା । ଓଡିଶା-ଉତରପ୍ରଦେଶ ପୁଲିସର ଟଣାଓଟରା ଭିତରେ ପ୍ରେମର ବାଜିମାତ ହୋଇଛି । ପ୍ରେମ ପାଇଁ ୟୁପିରୁ ଓଡିଶା ଚାଲିଆସିଥିବା ଝିଅ ସାବାଳିକା ବୋଲି ପ୍ରମାଣ ପତ୍ର ଦେଖାଇବା ପରେ ସ୍ୱାମୀ ସହ ରହିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଆଉ ଅପହରଣର ଅଭିଯୋଗ ନେଇ ଓଡିଶା ଆସିଥିବା ୟୁପି ପୁଲିସ ଶେଷରେ ଖାଲି ହାତରେ ଫେରି ଯାଇଛି । ଯୁବତୀଙ୍କ ପ୍ରେମବିବାହ । ଓଡ଼ିଶା ପୋଲିସ ଓContinue reading “ୟୁପି ଝିଅ ଓଡ଼ିଶା ପୁଅଙ୍କ ପ୍ରେମବିବାହକୁ ନେଇ ୟୁପି ପୋଲିସ, ଓଡ଼ିଶା ପୋଲିସ ମୁହାଁମୁହିଁ । କୋର୍ଟରେ ଯୁବତୀଙ୍କ ବୟାନ ରେକର୍ଡ, ମାମଲା ଖାରଜ, ଖାଲି ହାତରେ ଫେରିଲା ୟୁପି ପୋଲିସ ।”
Author Archives: Raghaba
ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଚତୁର୍ଥ ଦିନ ବି ବର୍ଷାରେ ଧୋଇଗଲା ।
କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ବର୍ଷା ସାଜିଛି ବାଧକ । ଆଜି ଚତୁର୍ଥ ଦିନରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଗୋଟିଏ ବି ବଲ୍ ଖେଳାଯାଇପାରିନାହିଁ । ଫଳରେ ଏହି ମ୍ୟାଚ୍ ଏବେ ଡ୍ର ହେବା ନେଇ ଅନେକ କ୍ରିକେଟ୍ ବିଶେଷଜ୍ଞ ଏବେ ଆଗୁଆ ଆକଳନ କରିବା ଆରମ୍ଭ କରିଛନ୍ତି । ଏଯାବତ ଏହି ମ୍ୟାଚରେ କେବଳ ୧୪୧.୧ ଓଭର ବୋଲିଂ ହୋଇଛି । ତେବେ ବର୍ଷା କାରଣରୁ ଆଜି ସମ୍ଭବContinue reading “ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଚତୁର୍ଥ ଦିନ ବି ବର୍ଷାରେ ଧୋଇଗଲା । “
ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ ।
କନକ ବ୍ୟୁରୋ : ଓଡିଶାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ୟୁ-ଟ୍ୟୁବରେ ପାଠପଢା । କରୋନାରେ ସ୍କୁଲ ଖୋଲିବାରେ ଅନିଶ୍ଚିତତା ଦେଖାଦେବାରୁ ଅନଲାଇନ୍ ପାଠପଢା ଆରମ୍ଭ ହୋଇଛି । କିନ୍ତୁ ଏହା କେତେଦୂର ସବୁ ଅଂଚଳରେ ପହଂଚି ପାରୁଛି, କେତେ ଛାତ୍ରଛାତ୍ରୀ ଏହାର ସୁଫଳ ପାଉଛନ୍ତି, କନକ ନ୍ୟୁଜ ଏହାର ଅନୁସନ୍ଧାନ କରିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଚିତ୍ର ଅନେକ କଥା ବୟାନ କରୁଛି । ପାଠପଢା ପାଇଁ ଦୂରଦୂରାନ୍ତରର ଏ ସବୁ ଗାଁରେ ଛାତ୍ରଛାତ୍ରୀଙ୍କContinue reading “ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ ।”
ବାରିପଦାରେ ଅଜବ ଘଟଣା । ୫ ମିନିଟ୍ ବ୍ୟବଧାନରେ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ୨ଟି ଡୋଜ୍ ଟିକା ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ ।
କନକ ବ୍ୟୁରୋ : କରୋନା ଟିକାକରଣ କେନ୍ଦ୍ରରେ ଚରମ ଅବହେଳା ଅଭିଯୋଗ । ମାତ୍ର ୫ ମିନିଟରେ ଜଣେ ବ୍ୟକ୍ତିଙ୍କୁ ଦୁଇଟି ଡୋଜ୍ ଟିକା ଦେଇ ଦେଲେ ସ୍ୱାସ୍ଥ୍ୟକର୍ମୀ । ଏକାଥରେ ଦୁଇଟି ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ଭୁଲ ହୋଇଯାଇଛି କହି, ବିନା ଅବର୍ଜରବେସନରେ ଘରକୁ ପଠାଇ ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ । କରୋନାର ଭୟାବହତା ଭିତରେ ଭ୍ୟାକସିନକୁ ସଞ୍ଜିବନୀ ଭାବେ ଦେଶବାସୀଙ୍କୁ ଦିଆଯାଉଛି । ଆଉ ଏତିକି ବେଳେ ଟିକାକରଣ କେନ୍ଦ୍ରରେ ଏଭଳି ଦାୟିତ୍ୱହୀନContinue reading “ବାରିପଦାରେ ଅଜବ ଘଟଣା । ୫ ମିନିଟ୍ ବ୍ୟବଧାନରେ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ୨ଟି ଡୋଜ୍ ଟିକା ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ । “
୧୦୦ ମିଟର ରେସରେ ନୂଆ ଜାତୀୟ ରେକର୍ଡ କଲେ ଦୂତୀ । ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ୦.୦୨ ସେକେଣ୍ଡ ପାଇଁ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ।
କନକ ବ୍ୟୁରୋ: ନୂଆ ଜାତୀୟ ରେକର୍ଡ କଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ଆଜି ସେ ନିଜ ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିବା ସହିତ ୧୦୦ ମିଟର ରେସରେ ନୂଆ କିର୍ତ୍ତୀ ଅର୍ଜନ କରିଛନ୍ତି । ମାତ୍ର ୧୧.୧୭ ସେକେଣ୍ଡରେ ଦୂତୀ ୧୦୦ ମିଟର ଅତିକ୍ରମ କରିବା ସହିତ ରେକର୍ଡ ବୁକରେ ନିଜ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି । ତେବେ ଦୁଃଖର ବିଷୟ ହେଉଛି, ମାତ୍ର .୦୦୨ ସେକେଣ୍ଡ ପାଇଁ ସେ ଟୋକିଓ ଅଲିମ୍ପିକ୍ସରୁContinue reading “୧୦୦ ମିଟର ରେସରେ ନୂଆ ଜାତୀୟ ରେକର୍ଡ କଲେ ଦୂତୀ । ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ୦.୦୨ ସେକେଣ୍ଡ ପାଇଁ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ।”
ରାଜ୍ୟରେ ୧ କୋଟି ଟପିଲା ଟିକାକରଣ । ଚାଲିଛି ବଡ଼ ଅଭିଯାନ, ଗୋଟିଏ ଦିନରେ ୩ ଲକ୍ଷ ଟାର୍ଗେଟ୍, ଟିକାକେନ୍ଦ୍ରରେ ଲାଗିଲା ଲମ୍ବାଲାଇନ୍ ।
କନକ ବ୍ୟୁରୋ : ଟିକାକରଣରେ ଏକ ମାଇଲ ଖୁଂଟ ଅତିକ୍ରମ କଲା ଓଡିଶା । ୫ ମାସ ଭିତରେ ରାଜ୍ୟରେ ୧ କୋଟି ଡୋଜ ଟିକାକରଣକୁ ଅତିକ୍ରମ କରିଛି ଓଡିଶା । ଗତ ଜାନୁୟାରୀ ୧୬ ତାରିଖରେ ଆରମ୍ଭ ହୋଇଥଲା ଟିକାକରଣ । ପର୍ଯ୍ୟାୟ କ୍ରମେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୪୫ ବର୍ଷରୁ ଉଦ୍ଧ୍ୱର୍ ଓ ୧୮ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକାକରଣରେ ସାମିଲ କରାଯାଇଛି । ୧ କୋଟି ଡୋଜ ମଧ୍ୟରେ ୮୧ ଲକ୍ଷ ୮୪ ହଜାରContinue reading “ରାଜ୍ୟରେ ୧ କୋଟି ଟପିଲା ଟିକାକରଣ । ଚାଲିଛି ବଡ଼ ଅଭିଯାନ, ଗୋଟିଏ ଦିନରେ ୩ ଲକ୍ଷ ଟାର୍ଗେଟ୍, ଟିକାକେନ୍ଦ୍ରରେ ଲାଗିଲା ଲମ୍ବାଲାଇନ୍ ।”
ଟିକାକରଣକୁ ନେଇ ତେଜିଲା ରାଜନୀତି । ରାଜ୍ୟର ବିଭିନ୍ନ ଟିକାକେନ୍ଦ୍ରରେ ଧସେଇ ପଶିଲେ ବିଜେପି କର୍ମୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଲେ ମୋଦୀଙ୍କ ଫଟୋ ରଖିବାକୁ ଦାବି ।
କନକ ବ୍ୟୁରୋ : ଦେଶରେ ଆଜିଠାରୁ ବଡଧରଣର ଟିକା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ଟିକାକରଣ ସମୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଜି ଅନୁଗୁଳ, ବାଲେଶ୍ୱର ଓ ରାୟଗଡାରେ ବିଜେପି କର୍ମୀ ଟିକାକରଣ କେନ୍ଦ୍ରରେ ଧସେଇ ପଶିଛନ୍ତି । ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା ନେଇ ପ୍ରତିବାଦ କରିଛନ୍ତି । ସେହିପରି ଅନୁଗୁଳ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ପକାଇଛନ୍ତି ବିଜେପି କର୍ମୀ । ବାଲେଶ୍ୱରରେ ଜୋର ଜବରଦସ୍ତ ମୋଦି ପୋଷ୍ଟରContinue reading “ଟିକାକରଣକୁ ନେଇ ତେଜିଲା ରାଜନୀତି । ରାଜ୍ୟର ବିଭିନ୍ନ ଟିକାକେନ୍ଦ୍ରରେ ଧସେଇ ପଶିଲେ ବିଜେପି କର୍ମୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଲେ ମୋଦୀଙ୍କ ଫଟୋ ରଖିବାକୁ ଦାବି ।”
ବୃହତ ଟିକାକରଣ ଅଭିଯାନର ପ୍ରଥମ ଦିନରେ ରେକର୍ଡ । ଦେଶରେ ଗୋଟିଏ ଦିନରେ ଲାଗିଲା ୭୦ ଲକ୍ଷ ଡୋଜ
କନକ ବ୍ୟୁରୋ: ଦେଶରେ କରୋନା ମହାମାରୀକୁ ରୋକିବାକୁ ଟିକାକରଣ ଅଭିଯାନକୁ ଜୋରଦାର କରାଯାଉଛି । ଆଜିଠୁ ଦେଶରେ ବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଆଉ ପ୍ରଥମ ଦିନରେ ହିଁ ଟିକାକରଣରେ ରେକର୍ଡ କରିଛି ଭାରତ । ଆଜି ୭୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । କେନ୍ଦ୍ର ସରକାର ଆଜିଠୁ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଉପଲବ୍ଧ କରାଉଛନ୍ତି । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏନେଇ ଘୋଷଣା କରିଛନ୍ତି ।Continue reading “ବୃହତ ଟିକାକରଣ ଅଭିଯାନର ପ୍ରଥମ ଦିନରେ ରେକର୍ଡ । ଦେଶରେ ଗୋଟିଏ ଦିନରେ ଲାଗିଲା ୭୦ ଲକ୍ଷ ଡୋଜ “
ଟୀକାକରଣ ଭିତରେ ନିୟମକୁ ନେଇ ବଢିଲା ବିବାଦ । କେନ୍ଦ୍ର କହୁଛି ସିଧାସଳଖ ଆସିଲେ ବି ଦିଆଯିବ ଟୀକା, ଯାଜପୁର ଜିଲ୍ଲାପାଳ କହିଲେ ପଞ୍ଜୀକରଣ ବାଧ୍ୟତାମୂଳକ ।
କନକ ବ୍ୟୁରୋ : ଆଜିଠୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡରେ ଆରମ୍ଭ ହୋଇଛି ଟୀକାକରଣ ପ୍ରକ୍ରିୟା । କେନ୍ଦ୍ର ସରକାରଙ୍କ ନୂଆ ଟୀକା ନୀତି ଅନୁଯାୟୀ ଟୀକାକରଣ କରାଯାଉଛି । ପ୍ରତ୍ୟେକ ଦିନ ୩ ଲକ୍ଷ ଟୀକାକରଣ କରିବା ପାଇଁ ଟାର୍ଗେଟ୍ ରଖିଛନ୍ତି ସରକାର । କିନ୍ତୁ ଏହାରି ଭିତରେ ଦ୍ୱନ୍ଦ୍ୱ ବଢାଇଛି ନିୟମ । କେନ୍ଦ୍ର ସରକାରଙ୍କ ନିୟମ କହୁଛି, ଟୀକାଦାନ କେନ୍ଦ୍ରକୁ ସିଧାସଳଖ ଆସିଲେ ବି ଟୀକା ନେଇହେବ । କିନ୍ତୁ ଯାଜପୁର ଜିଲ୍ଲାContinue reading “ଟୀକାକରଣ ଭିତରେ ନିୟମକୁ ନେଇ ବଢିଲା ବିବାଦ । କେନ୍ଦ୍ର କହୁଛି ସିଧାସଳଖ ଆସିଲେ ବି ଦିଆଯିବ ଟୀକା, ଯାଜପୁର ଜିଲ୍ଲାପାଳ କହିଲେ ପଞ୍ଜୀକରଣ ବାଧ୍ୟତାମୂଳକ । “
ରାଜଧାନୀରେ ସଂକ୍ରମଣ କମ, ସୁସ୍ଥ ଅଧିକ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୫୫୧ ଜଣ
କନକ ବ୍ୟୁରୋ: ଭୁବନେଶ୍ୱରରେ ସଂକ୍ରମଣ କମୁଛି, ଆଉ ସୁସ୍ଥ ସଂଖ୍ୟା ବଢୁଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨୪୬ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରରୁ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୧୧ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୫୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ,Continue reading “ରାଜଧାନୀରେ ସଂକ୍ରମଣ କମ, ସୁସ୍ଥ ଅଧିକ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୫୫୧ ଜଣ”