କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୪ ହଜାର ୫୮୭ କରୋନା ପଜିଟିଭ । ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୩, ୦୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୫୫, କଟକରୁ ୪୪୦, ନବରଙ୍ଗପୁରରୁContinue reading “ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୪, ୫୮୭ କରୋନା ଆକ୍ରାନ୍ତ”
Author Archives: Raghaba
ଟେଷ୍ଟ କ୍ରିକେଟର କିଙ୍ଗ ବନିବାକୁ ଯାଉଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଥର ପାଇଁ ଏମିତି ହେବ ଚାମ୍ପିୟନ ।
କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବର୍ଷା ସାଜିଛି ବାଧକ । ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯାଉଥିବା ଏହି ବଡ ମୁକାବିଲାର ଆଜି ଚତୁର୍ଥ ଦିନ ଥିବାବେଳେ ଆଜି ମଧ୍ୟ ବର୍ଷା କାରଣରୁ ମ୍ୟାଚ୍ ଖେଳାଯାଇପାରିନାହିଁ । ୪ଦିନ ମଧ୍ୟରୁ ମାତ୍ର ଦେଢ ଦିନ ଖେଳ ସମ୍ଭବ ହୋଇପାରିଛି । ବର୍ଷା ପାଗକୁ ନଜରରେ ରଖି ଜୁନ୍ ୨୩ ତାରିଖକୁ ରିଜର୍ଭ ଡେ ରଖିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କାଉନସିଲ୍ । କିନ୍ତୁ ଏପର୍ଯ୍ୟନ୍ତ ମ୍ୟାଚକୁ ଦେଖିଲେ ରିଜର୍ଭContinue reading “ଟେଷ୍ଟ କ୍ରିକେଟର କିଙ୍ଗ ବନିବାକୁ ଯାଉଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଥର ପାଇଁ ଏମିତି ହେବ ଚାମ୍ପିୟନ ।”
ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର । କଟକଣା କଠୋର ରହିଲେ ପ୍ରଭାବ କମ ରହିବ । ଆଇଆଇଟି କାନପୁରରୁ ଆସିଲା ବଡ ଅଧ୍ୟୟନ ।
କନକ ବ୍ୟୁରୋ : ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର । ଆଇଆଇଟି କାନପୁର କରିଥିବା ଅଧ୍ୟୟନରୁ ଏହା ଜଣାପଡିଛି । ପ୍ରଫେସର ରାଜେଶ ରଂଜନ ଏବଂ ମହେନ୍ଦ୍ର ବର୍ମାଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା । ତୃତୀୟ ଲହର ଖୁବ ଶୀଘ୍ର ଆସିବ ବୋଲି ଆଶଙ୍କା କରାଯାଉଥିବା ବେଳେ ପ୍ରଫେସର ରାଜେଶ ରଂଜନ ଏବଂ ମହେନ୍ଦ୍ର ବର୍ମା ଅଧ୍ୟୟନ ପରେ ଏହା ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିପାରେ ବୋଲି କହିଛନ୍ତି । ଆଇଆଇଟିContinue reading “ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର । କଟକଣା କଠୋର ରହିଲେ ପ୍ରଭାବ କମ ରହିବ । ଆଇଆଇଟି କାନପୁରରୁ ଆସିଲା ବଡ ଅଧ୍ୟୟନ । “
କୋଲକାତା ହାଇକୋର୍ଟ ମମତାଙ୍କୁ ଦେଲେ ବଡ ଝଟକା । ଜାଣନ୍ତୁ କଣ ରହିଛି ପୂରା ଘଟଣା ।
କନକ ବ୍ୟୁରୋ : କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗ ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି । ବାସ୍ତବରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି । ଯେଉଁଥିରେ ଏନଏଚଆରସି( ଜାତୀୟ ମାନବାଧିକାର କମିଶନ) ଟିମକୁ ପଶ୍ଚିମବଙ୍ଗକୁ ଆସିବା ବନ୍ଦ କରିବାକୁ ଦାବି କରାଯାଇଥିଲା। ସୂଚନା ଥାଉ କି ଯେ ଜୁନ୍ ୧୮ ରେ ହାଇକୋର୍ଟ କହିଥିଲେ ଯେ ଏନଏଚଆରସିର ଏକ ଟିମ୍ ନିର୍ବାଚନ ଫଳାଫଳ ଘୋଷଣା ପରେ ହୋଇଥିବା ହିଂସା ଘଟଣାର ତଦନ୍ତContinue reading “କୋଲକାତା ହାଇକୋର୍ଟ ମମତାଙ୍କୁ ଦେଲେ ବଡ ଝଟକା । ଜାଣନ୍ତୁ କଣ ରହିଛି ପୂରା ଘଟଣା ।”
କରୋନା ପାଇଁ ରଦ୍ଦ ହେଲା ଅମରନାଥ ଯାତ୍ରା । ଅନଲାଇନରେ ହିମଲିଙ୍ଗ ଦର୍ଶନ କରିବେ ଶ୍ରଦ୍ଧାଳୁ
କନକ ବ୍ୟୁରୋ: କରୋନା ମହାମାରୀ ପାଇଁ ରଦ୍ଦ ହେଲା ଅମରନାଥ ଯାତ୍ରା । ଅମରନାଥଙ୍କ ଦର୍ଶନ ପାଇଁ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିବେ ଶ୍ରଦ୍ଧାଳୁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜମ୍ମୁ କାଶ୍ମୀର ପ୍ରଶାସନ । ତେବେ ଅମରନାଥ ଯାତ୍ରା ରଦ୍ଦ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି । ହିମଲିଙ୍ଗର ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁ ଘରେContinue reading “କରୋନା ପାଇଁ ରଦ୍ଦ ହେଲା ଅମରନାଥ ଯାତ୍ରା । ଅନଲାଇନରେ ହିମଲିଙ୍ଗ ଦର୍ଶନ କରିବେ ଶ୍ରଦ୍ଧାଳୁ”
ବନ୍ଧୁକ ଦେଖାଇ ଲୁଟ୍ । ଫାଇନାନ୍ସ କର୍ମଚାରୀଙ୍କଠାରୁ ୨୨ ହଜାର ଟଙ୍କା ସହ ମୋବାଇଲ୍ ଲୁଟିନେଲେ ଲୁଟେରା ।
କନକ ବ୍ୟୁରୋ : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଅପରାଧୀ ବେଶ ସକ୍ରିୟ ଅଛନ୍ତି । ଲୁଟ, ରାହାଜାନୀ, ଚୋରି ସଂଖ୍ୟା ବଢୁଛି । ଲୁଟେରା ମାନେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି । ଆଜି ପୁଣି ଜଣେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନଗଦ ଟଙ୍କା ଏବଂ ମୋବାଇଲ ଲୁଟି ନେଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିଛି । ସୂଚନା ଅନୁସାରେ, ସୂର୍ଯୋଦୟContinue reading “ବନ୍ଧୁକ ଦେଖାଇ ଲୁଟ୍ । ଫାଇନାନ୍ସ କର୍ମଚାରୀଙ୍କଠାରୁ ୨୨ ହଜାର ଟଙ୍କା ସହ ମୋବାଇଲ୍ ଲୁଟିନେଲେ ଲୁଟେରା ।”
କରୋନାରେ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୂରଣ ଦେବା ନୁହେଁ, କୋଭିଡର ପରିଚାଳନା ଅତ୍ୟନ୍ତ ଜରୁରୀ । ସୁପ୍ରିମକୋର୍ଟକୁ କହିଲା କେନ୍ଦ୍ର ।
କନକ ବ୍ୟୁରୋ : ମହାମାରୀ ମଧ୍ୟରେ ଯେଉଁମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଅପେକ୍ଷା କେନ୍ଦ୍ର କୋଭିଡ -୧୯ ପରିଚାଳନାକୁ ପ୍ରାଥମିକତା ଦେଉଛି । ଆଜି ‘ରିଲିଫ୍ର ସର୍ବନିମ୍ନ ମାନକ’ ଏବଂ ‘କୋଭିଡ୍-୧୯ଜନିତ ମୃତ୍ୟୁ ବାବଦ କ୍ଷତିପୂରଣ’ ଦାବି କରି ଦାଏର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟକୁ ଏଭଳି କହିଛି କେନ୍ଦ୍ର । ଗତକାଲି ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ଶୂନ୍ୟ ହୋଇଯିବା ଦର୍ଶାଇContinue reading “କରୋନାରେ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୂରଣ ଦେବା ନୁହେଁ, କୋଭିଡର ପରିଚାଳନା ଅତ୍ୟନ୍ତ ଜରୁରୀ । ସୁପ୍ରିମକୋର୍ଟକୁ କହିଲା କେନ୍ଦ୍ର ।”
ଜାତୀୟ ରାଜନୀତିରେ ପ୍ରଶାନ୍ତ କିଶୋରଙ୍କ ଗୋଟିଚାଳନା । ଶରଦ ପାୱାରଙ୍କ ସହ କାଲି ଅଣ-କଂଗ୍ରେସ ଦଳମାନଙ୍କୁ ନେଇ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ ।
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବା ଆରମ୍ଭ କରିଛନ୍ତି । ସୋମବାର ପ୍ରଶାନ୍ତ କିଶୋର ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ବୈଠକ ପରେ ମଙ୍ଗଳବାର ଦିନ ରାଷ୍ଟ୍ର ମଞ୍ଚର ଏକ ବୈଠକ ହେବ । ମଙ୍ଗଳବାର ଦିନ ଅପରାହ୍ନ ୪ଟାରେ ଦିଲ୍ଲୀରେ ଶରଦ ପାୱାରଙ୍କ ଘରେContinue reading “ଜାତୀୟ ରାଜନୀତିରେ ପ୍ରଶାନ୍ତ କିଶୋରଙ୍କ ଗୋଟିଚାଳନା । ଶରଦ ପାୱାରଙ୍କ ସହ କାଲି ଅଣ-କଂଗ୍ରେସ ଦଳମାନଙ୍କୁ ନେଇ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ ।”
ଟିକାକୁ ନେଇ ରାଜନୀତି । ଟିକାକରଣ କେନ୍ଦ୍ରରେ ମୋଦିଙ୍କ ଫଟୋ ନଥିବାରୁ ତାତିଲେ ବିଜେପି କର୍ମୀ, ଅନୁଗୁଳରେ ଚିରିଲେ ନବୀନଙ୍କ ପୋଷ୍ଟର ।
କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ । ଉଭୟ ଅନଲାଇନ ଓ ଅଫ ଲାଇନରେ ପଂଜିକରଣ କରି ଟିକା ନେବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କିନ୍ତୁ ସେପଟେ ଟିକାକରଣକୁ ନେଇ ଜୋର ଧରିଛି ରାଜନୀତି । ଅନୁଗୁଳରେ ଟିକାକରଣ ପୋଷ୍ଟରକୁ ନେଇ ବିରୋଧ କରିଛନ୍ତି ବିଜେପି କର୍ମୀ । କୋଭିଡ ଟିକାକରଣ କେନ୍ଦ୍ରରେContinue reading “ଟିକାକୁ ନେଇ ରାଜନୀତି । ଟିକାକରଣ କେନ୍ଦ୍ରରେ ମୋଦିଙ୍କ ଫଟୋ ନଥିବାରୁ ତାତିଲେ ବିଜେପି କର୍ମୀ, ଅନୁଗୁଳରେ ଚିରିଲେ ନବୀନଙ୍କ ପୋଷ୍ଟର । “
ଟିକା ନେବା ପରେ ଜ୍ୱର ଆସି ଲୋକେ ଅସୁସ୍ଥ ହୋଇପଡୁଥିବା ଗୁଜବ ପ୍ରଚାର । ଭୟରେ ଟିକାକରଣ କେନ୍ଦ୍ରକୁ ଆସୁନାହାନ୍ତି ଉମରକୋଟର ଆଦିବାସୀ ଲୋକେ
କନକ ବ୍ୟୁରୋ : ୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ କରୋନା ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ହେଲେ ଉପାନ୍ତରେ ମୃତ୍ୟୁର ଗୁଜବ କରୋନା ଟୀକାକରଣରେ ବାଧକ ସାଜିଛି । କରୋନାର ଦ୍ୱିତୀୟ ଲହର ନବରଙ୍ଗପୁର ଜିଲ୍ଲାକୁ ଦୋହଲାଇ ଦେଇଥିବା ବେଳେ ବର୍ତର୍ମାନ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି । ପ୍ରଶାସନ ଟୀକାକରଣକୁ ଅଗ୍ରାଧିକାର ଭିତିରେ କାର୍ଯ୍ୟକାରୀ କରୁଛନ୍ତି । ହେଲେ ଆଦିବାସୀ ଗାଁରେ କରୋନାର ଚେନ୍ ବ୍ରେକ କରିବା ପ୍ରଶାସନ ପାଇଁ ଯେତିକି ଚ୍ୟାଲେଂଜContinue reading “ଟିକା ନେବା ପରେ ଜ୍ୱର ଆସି ଲୋକେ ଅସୁସ୍ଥ ହୋଇପଡୁଥିବା ଗୁଜବ ପ୍ରଚାର । ଭୟରେ ଟିକାକରଣ କେନ୍ଦ୍ରକୁ ଆସୁନାହାନ୍ତି ଉମରକୋଟର ଆଦିବାସୀ ଲୋକେ”