ପଞ୍ଜାବ ଗସ୍ତରେ କେଜ୍ରିୱାଲଙ୍କ ଘୋଷଣା । କହିଲେ, ଜଣେ ଶିଖ ହିଁ ହେବ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

କନକ ବ୍ୟୁରୋ: ପଞ୍ଜାବ ବିଧାନ ସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ଅଣ୍ଟା ଭିଡିସାରିଛନ୍ତି । ଏହାରି ମଧ୍ୟରେ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଞ୍ଜାବ ଗସ୍ତରେ ଯାଇଛନ୍ତି । ଜଣେ ଶିଖ ହିଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ବୋଲି ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ଏହି ଅବସରରେ କେଜ୍ରିୱାଲଙ୍କ ଉପସ୍ଥିତିରେ ପୂର୍ବତନ ଆଇପିଏସ ବିଜୟ ପ୍ରତାପ ସିଂ ଆପରେ ସାମିଲ ହୋଇଛନ୍ତି । ବିଜୟ ପ୍ରତାପ ସିଂଙ୍କୁ ପଞ୍ଜାବ ସରକାରରContinue reading “ପଞ୍ଜାବ ଗସ୍ତରେ କେଜ୍ରିୱାଲଙ୍କ ଘୋଷଣା । କହିଲେ, ଜଣେ ଶିଖ ହିଁ ହେବ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ”

ପୁଣି ସକ୍ରିୟ ହେଲେଣି ସାରଥୀ ଭକ୍ତ । ବୃକ୍ଷରୋପଣ ସହ ବାଣ୍ଟୁଛନ୍ତି ଖାଦ୍ୟ, କରୁଛନ୍ତି ସାରଥୀଙ୍କ ପ୍ରଚାର ।

କନକ ବ୍ୟୁରୋ : ପୁଣିଥରେ ସକ୍ରିୟ ହେଉଛନ୍ତି ସାରଥୀ ଭକ୍ତ । ସାରଥୀ କୋର୍ଟଙ୍କ ସର୍ତ୍ତ ଅନୁସାରେ ପଦାକୁ ବାହାରୁ ନଥିବାବେଳେ ତାଙ୍କ ଭକ୍ତମାନେ ପୁଣି ଥରେ ସକ୍ରିୟ ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ଗରିବଙ୍କୁ ଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳୁଛି । ଭୁବନେଶ୍ୱର ଓୟୁଏଟି ନିକଟ ସାରଥୀ ଭକ୍ତମାନେ ବୃକ୍ଷରୋପଣ ସହ ଗରିବଙ୍କୁ ଖାଦ୍ୟ ଓ ମାସ୍କ ବଣ୍ଟନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏନେଇ ଜଣେContinue reading “ପୁଣି ସକ୍ରିୟ ହେଲେଣି ସାରଥୀ ଭକ୍ତ । ବୃକ୍ଷରୋପଣ ସହ ବାଣ୍ଟୁଛନ୍ତି ଖାଦ୍ୟ, କରୁଛନ୍ତି ସାରଥୀଙ୍କ ପ୍ରଚାର ।”

ଏମିତି ବାହାଘର କେବେ ଦେଖିଛନ୍ତି…? ବେଦୀ ଗୋଟିଏ, ବର ଜଣେ, ହେଲେ କନ୍ୟା ଥିଲେ ଦୁଇ ଜଣ । ଏକାଥରେ ଦୁଇ ପ୍ରେମିକାଙ୍କୁ ବିବାହ କଲେ ପ୍ରେମିକ, ଆଶୀର୍ବାଦ ଦେଲା ପୂରା ଗାଁ ।

କନକ ବ୍ୟୁରୋ : ଜଣେ ବର, ଦୁଇ ଜଣ କନିଆ । ନିଆରା ବାହାଘରକୁ ନେଇ ଚର୍ଚ୍ଚା । ଆପଣ ଅନେକ ବାହାଘର ଦେଖିଥିବେ । ସବୁଠି ଜଣେ ବର ଜଣେ କନ୍ୟାଙ୍କ ସହ ବିବାହ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବାହାଘର ବିଷୟରେ କହିବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଏମିତି ଏକ ନିଆରା ବାହାଘର ଥିଲା, ଯେଉଁଠି ବର ତ ଜଣେ ଥିଲେ, କିନ୍ତୁContinue reading “ଏମିତି ବାହାଘର କେବେ ଦେଖିଛନ୍ତି…? ବେଦୀ ଗୋଟିଏ, ବର ଜଣେ, ହେଲେ କନ୍ୟା ଥିଲେ ଦୁଇ ଜଣ । ଏକାଥରେ ଦୁଇ ପ୍ରେମିକାଙ୍କୁ ବିବାହ କଲେ ପ୍ରେମିକ, ଆଶୀର୍ବାଦ ଦେଲା ପୂରା ଗାଁ ।”

ତୁରନ୍ତୁ ପାନ୍ କାର୍ଡ ସହ କରାଇଦିଅନ୍ତୁ ଆଧାର କାର୍ଡର ଲିଙ୍କ । ସରକାର ଦେଲେ ଡେଡଲାଇନ୍, ଗଣିବାକୁ ପଡିବ ମୋଟାଅଙ୍କର ଜୋରିମାନା ।

କନକ ବ୍ୟୁରୋ : ତୁରନ୍ତୁ କରନ୍ତୁ ପାନ୍ କାର୍ଡ ସହ ଆଧାର ଲିଙ୍କ୍ । ସରକାର ଦେଲେ ଡେଡଲାଇନ୍, ଗଣିବେ ତଣ୍ଡ । ଦେଶରେ ଆଧାର କାର୍ଡ ଏବଂ ପାନ କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଂଟ । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ଠାରୁ ଆରମ୍ଭ କରି ବଡ ବଡ ବ୍ୟାଙ୍କିଂ ଟ୍ରାଞ୍ଜାକସନ୍, ଅନ୍ୟ ଫାଇନାନସିଆଲ୍ କାମ ପାଇଁ ପାନ୍ କାର୍ଡର ଆବଶ୍ୟକତା ରହିଛି । ସେହିପରି ପ୍ରାୟ ପ୍ରତିଟି କ୍ଷେତ୍ରରେ ଆଧାର କାର୍ଡର ଆବଶ୍ୟକତାContinue reading “ତୁରନ୍ତୁ ପାନ୍ କାର୍ଡ ସହ କରାଇଦିଅନ୍ତୁ ଆଧାର କାର୍ଡର ଲିଙ୍କ । ସରକାର ଦେଲେ ଡେଡଲାଇନ୍, ଗଣିବାକୁ ପଡିବ ମୋଟାଅଙ୍କର ଜୋରିମାନା ।”

ତୃତୀୟ ଲହର : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଆମ ଦେଶରେ ବି ଆସିପାରେ ତୃତୀୟ ଲହର, ଡିଏମଇଟି କହିଲେ ତୃତୀୟ ଲହର ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର ।

କନକ ବ୍ୟୁରୋ : ପୃଥିବୀର ଅନେକ ଦେଶରେ ତୃତୀୟ ଲହର ଆସିଥିବା ବେଳେ କେତେକ ଦେଶରେ ଏ ପର୍ଯ୍ୟନ୍ତ ଆସିନି । ତେଣୁ ତୃତୀୟ ଲହର ପାଇଁ ଆମକୁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଡେଲଟା ପ୍ଳସ ଭେରିଆଂଟ ଆମ ଦେଶରେ ମାତ୍ର ୭ଟି ଚିହ୍ନଟ ହୋଇଛି । ତାଙ୍କୁ ଚିହ୍ନଟ କରି ଆଇସୋଲେଟ କରାଯାଇଛି । ଆଗକୁ ଯଦି କିଏ ଏମିତି ଚିହ୍ନଟ ହେବେ ତାକୁContinue reading “ତୃତୀୟ ଲହର : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଆମ ଦେଶରେ ବି ଆସିପାରେ ତୃତୀୟ ଲହର, ଡିଏମଇଟି କହିଲେ ତୃତୀୟ ଲହର ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର ।”

ସରକାରୀ ସ୍କୁଲରେ ଅନଲାଇନରେ ପାଠପଢା ଆରମ୍ଭ । କ୍ଲାସ ଚାଲିଥିବା ବେଳେ ତଦାରଖ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, କହିଲେ ଇଣ୍ଟରନାଲ ଆସେସମେଣ୍ଟ ହୋଇ କରାଯିବ ଇ-ମୂଲ୍ୟାୟନ ।

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ବ୍ୟାହତ ହୋଇଛି । ଶିକ୍ଷାବର୍ଷର ପାଠପଢ଼ା ତିନି ମାସ ଗଡି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀରେ କ୍ଲାସରୁମ୍ ଶିକ୍ଷାଦାନ ହୋଇପାରି ନାହିଁ । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବରେ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମରେ ପାଠପଢା ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୯ଟାରୁ ସାଢେ ୧୦ଟା ଯାଏଁContinue reading “ସରକାରୀ ସ୍କୁଲରେ ଅନଲାଇନରେ ପାଠପଢା ଆରମ୍ଭ । କ୍ଲାସ ଚାଲିଥିବା ବେଳେ ତଦାରଖ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, କହିଲେ ଇଣ୍ଟରନାଲ ଆସେସମେଣ୍ଟ ହୋଇ କରାଯିବ ଇ-ମୂଲ୍ୟାୟନ ।”

ଦେଶରେ ୯୦ ପ୍ରତିଶତ ଜିଲ୍ଲାରେ ସଂକ୍ରମଣ କମ । ୬୫୦ରୁ କେବଳ ୭୦ ଜିଲ୍ଲାରେ ବଢୁଛି ସଂକ୍ରମଣ ।

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଲଗାତାର କମିବାରେ ଲାଗିଛି । ଗୋଟିଏ ଦିନ ଥିଲା ଯେତେବେଳେ ପ୍ରତିଦିନ ଲକ୍ଷେ ସଂକ୍ରମଣ ଦେଶରୁ ଚିହ୍ନଟ ହେଉଥିଲେ । ହେଲେ ଏବେ ଏହି ଦୈନିକ ସଂଖ୍ୟା ୫୦ ହଜାରରେ ପହଞ୍ଚିଛି । ଏହାରି ଭିତରେ ଆଉ ଏକ ଖବର ଆସିଛି ଯେ ଦେଶରେ ୯୦ ପ୍ରତିଶତ ଏଭଳି ଜିଲ୍ଲା ରହିଛି ଯେଉଁଠି କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶର ୬୫୦ ଜିଲ୍ଲାରୁ ୯୦ ପ୍ରତିଶତରେ ସଂକ୍ରମଣ କମୁଥିବାContinue reading “ଦେଶରେ ୯୦ ପ୍ରତିଶତ ଜିଲ୍ଲାରେ ସଂକ୍ରମଣ କମ । ୬୫୦ରୁ କେବଳ ୭୦ ଜିଲ୍ଲାରେ ବଢୁଛି ସଂକ୍ରମଣ ।”

ଟିକାକରଣରେ ଆନ୍ଧ୍ରପ୍ରଦେଶର ରେକର୍ଡ । ଦିନକରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଦେଲା ଟିକା ।

କନକ ବ୍ୟୁରୋ: ଗୋଟିଏ ଦିନରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ରବିବାର ଦିନ ଆନ୍ଧ୍ରପ୍ରଦେଶ ନୂଆ ରେକର୍ଡ ସୃଷ୍ଟି କରିଛି। ଗତରାତି ୯ଟାରେ ଶେଷ ହୋଇଥିବା ସ୍ବତନ୍ତ୍ର ଟିକାକରଣ ଅଭିଯାନରେ ସମଗ୍ର ରାଜ୍ୟରେ ଲୋକମାନଙ୍କୁ ୧୩,୪୫,୦୦୪ ଡୋଜ୍‌ ଟିକା ଦିଆଯାଇଛି । ଏହା ପୂର୍ବ ଦିନ ମଧ୍ୟ ୬ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ଆନ୍ଧ୍ରପ୍ରଦେଶ ରେକର୍ଡ ସୃଷ୍ଟି କରିଥିଲା। ଏଥିସହ ୧କୋଟିରୁ ଅଧିକ ଆନ୍ଧ୍ରବାସୀଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇ ଆଉContinue reading “ଟିକାକରଣରେ ଆନ୍ଧ୍ରପ୍ରଦେଶର ରେକର୍ଡ । ଦିନକରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଦେଲା ଟିକା ।”

ଆପଣଙ୍କୁ ଟିକେଟ ନିଶ୍ଚିତ ମିଳିବ, ନିର୍ବାଚନ ପାଇଁ ପ୍ରସ୍ତୁତି କରନ୍ତୁ । ଉତ୍ତରପ୍ରଦେଶର ୫୦ ନେତାଙ୍କ ପାଖକୁ ଆସିଲା ପ୍ରିୟଙ୍କାକ ଫୋନ୍ ।

କନକ ବ୍ୟୁରୋ :  ଆପଣଙ୍କ ଟିକେଟ କନର୍ଫମ, ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କର । ପ୍ରାୟ ୫୦ ଜଣ ନେତାଙ୍କୁ ଏଭଳି ଫୋନ୍ କଲ ଆସିବା ପରେ ଚଳଚଞ୍ଚଳ ହୋଇ ଉଠିଛି ଉତ୍ତରପ୍ରଦେଶ ନିର୍ବାଚନ । ମିଳିଥିବା ସୂଚନା ମୁତାବକ ଆସନ୍ତାବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେଠୁ କସରତ ଆରମ୍ଭ କରିଛି କଂଗ୍ରେସ । ପ୍ରାୟ ୩ ଦଶନ୍ଧି ହେବ ଉତ୍ତରପ୍ରଦେଶ ଶାସନ କ୍ଷମତାରୁ ଦୂରରେ ଥିବା କଂଗ୍ରେସ ଫୋକସରେ ରହିଛିContinue reading “ଆପଣଙ୍କୁ ଟିକେଟ ନିଶ୍ଚିତ ମିଳିବ, ନିର୍ବାଚନ ପାଇଁ ପ୍ରସ୍ତୁତି କରନ୍ତୁ । ଉତ୍ତରପ୍ରଦେଶର ୫୦ ନେତାଙ୍କ ପାଖକୁ ଆସିଲା ପ୍ରିୟଙ୍କାକ ଫୋନ୍ ।”

ଟୀକା କେନ୍ଦ୍ରରେ ବିଜେପିର ହଙ୍ଗାମା… ଉଦଘାଟନୀ ଫିତା ଛିଡ଼ାଇ ଭିତରକୁ ପଶିଲେ, ଟୀକା କେନ୍ଦ୍ରରେ ମୋଦିଙ୍କ ପୋଷ୍ଟର ଲଗାଇଲେ। ବାଲେଶ୍ଵରରେ ବିଜେପିର ଟୀକା ରାଜନୀତି

କନକ ବ୍ୟୁରୋ : ବାଲେଶ୍ୱରରେ ଟିକାକରଣକୁ ନେଇ ଉତ୍ତେଜନା । ଗାନ୍ଧୀ ସ୍ମୃତି ଟିକାକରଣ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିଜେପି କର୍ମି ପ୍ରତିବାଦ କରିଛନ୍ତି । କେନ୍ଦ୍ର ଟିକା ଦେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର କାହିଁକି ରହିବ ବୋଲି ପ୍ରଶ୍ନ କରିବା ସହ ସେମାନେ ମୋଦୀଙ୍କ ଫଟୋ ନେଇ ଟିକାକରଣ କେନ୍ଦ୍ରରେ ରଖିବା ପରେ ଉତେଜନା ସୃଷ୍ଟି ହୋଇଛି । ସେପଟେ, ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛିContinue reading “ଟୀକା କେନ୍ଦ୍ରରେ ବିଜେପିର ହଙ୍ଗାମା… ଉଦଘାଟନୀ ଫିତା ଛିଡ଼ାଇ ଭିତରକୁ ପଶିଲେ, ଟୀକା କେନ୍ଦ୍ରରେ ମୋଦିଙ୍କ ପୋଷ୍ଟର ଲଗାଇଲେ। ବାଲେଶ୍ଵରରେ ବିଜେପିର ଟୀକା ରାଜନୀତି”

Design a site like this with WordPress.com
Get started