କନକ ବ୍ୟୁରୋ: ରବିବାର ବିଳମ୍ବିତ ରାତିରେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋରରେ ଆରମ୍ଭ ହୋଇଥିବା ‘ଏନ୍କାଉଣ୍ଟର୍’ରେ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର-ଏ-ତୈବା’ର ଜଣେ କୁଖ୍ୟାତ କମାଣ୍ଡରଙ୍କ ସମେତ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ସୋପୋରର ଗୁଣ୍ଡବ୍ରାଠ୍ ଅଞ୍ଚଳରେ ସେନା, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ‘ସିଆରପିଏଫ୍’ର ମିଳିତ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ହେଉଛି ଏହି ‘ଏନକାଉଣ୍ଟର୍’ର କାରଣ। ପୁଲିସ ଇନସପେକ୍ଟର୍ ଜେନେରାଲ୍ ବିଜୟ କୁମାର କହିଛନ୍ତି, ନିକଟContinue reading “ଜାମ୍ମୁ କାଶ୍ମୀରରେ ଯବାନଙ୍କୁ ବଡ ସଫଳତା । ଏନକାଉଣ୍ଟରରେ ଲଶ୍କରର କୁଖ୍ୟାତ କମାଣ୍ଡରଙ୍କ ସମେତ ୩ଜଣ ଆତଙ୍କବାଦୀ ନିହତ”
Author Archives: Raghaba
ବର୍ଷା ସାଧିଲା ଦାଉ । ସମ୍ବଲପୁରରେ ରାସ୍ତା ଉପରେ ଗଛ ହୋଇଗଲା ଅମଳ ଧାନ । ସରକାରୀ ସହାୟତାକୁ ଅପେକ୍ଷା
କନକ ବ୍ୟୁରୋ : କରୋନା ମହାମାରୀ ଅର୍ଥନୀତିକୁ ଉଜାଡି ଦେଇଥିବାବେଳେ କେବଳ କୃଷି କ୍ଷେତ୍ର ହିଁ ଶେଷ ଭରଷା ସାଜିଛି । ଏଭଳି ସ୍ଥିତିରେ ସମ୍ବଲପୁରରୁ ଆସିଛି ଚାଷୀ ବେଦନାର ଚିତ୍ର । ଧାନ ଅମଳ ହୋଇ ରାସ୍ତାରେ ପଡିି ଗଜା ହେବା ପରେ ଗଛ ହେଲାଣି । ସେପଟେ କିଛି ଚାଷୀ ଶ୍ରମିକ ଅଭାବ ଓ ବର୍ଷା ଯୋଗୁଁ ଅମଳ କରିନପାରି ଆଖି ସାମ୍ନାରେ କୁଇଂଟାଲ କୁଇଂଟାଲ ଧାନ ନଷ୍ଟ ହେଉଥିବାର ଦେଖୁଛନ୍ତି । ଚଳିତContinue reading “ବର୍ଷା ସାଧିଲା ଦାଉ । ସମ୍ବଲପୁରରେ ରାସ୍ତା ଉପରେ ଗଛ ହୋଇଗଲା ଅମଳ ଧାନ । ସରକାରୀ ସହାୟତାକୁ ଅପେକ୍ଷା”
ହୀରା ବାହାରୁଛି ଭାବି ହେକ୍ଟର ହେକ୍ଟର ଜମି ଖୋଳିପକାଇଲେ ଲୋକେ । ପରୀକ୍ଷା ପରେ ଜଣା ପଡିଲା ଏହା ହୀରା ନୁହେଁ, ଏ ହେଉଛି…
ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଅନ୍ତର୍ଗତ କ୍ବାଜୁଲୁ-ନାତାଲ ପ୍ରଦେଶର ଗୋଟାଏ ପାହାଡ଼ିଆ ଅଞ୍ଚଳରୁ ହଜାର ହଜାର ଲୋକେ ରତ୍ନପଥର ବିଚାରି ଯେଉଁଗୁଡ଼ିକୁ ନେବା ପାଇଁ ଖୋଳାତଡ଼ା କରିଥିଲେ ସେ ସବୁ ମାମୁଲି ‘ବାଲୁକା-ସ୍ଫଟିକ’ ବୋଲି ରବିବାର ଦିନ ହୋଇଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି। ପ୍ରଥମେ ଜଣେ ଗାଈଆଳ ଖୋଳି ପାଇଥିବା ଏହି ‘ରତ୍ନପଥର’କୁ ଲୋକେ ହୀରା ବୋଲି ମନେକରିଥିଲେ। ଏ କଥା ପ୍ରଘଟ ହୋଇଯିବା ପରେ ଜୋହାନ୍ସ୍ବର୍ଗର ଦକ୍ଷିଣପୂର୍ବକୁ ପ୍ରାୟ ୩୦୦ କିଲୋମିଟର୍ ଦୂର ‘ଡୋଲ୍ରାଇଟ୍’ ନାମକContinue reading “ହୀରା ବାହାରୁଛି ଭାବି ହେକ୍ଟର ହେକ୍ଟର ଜମି ଖୋଳିପକାଇଲେ ଲୋକେ । ପରୀକ୍ଷା ପରେ ଜଣା ପଡିଲା ଏହା ହୀରା ନୁହେଁ, ଏ ହେଉଛି…”
ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ୫୩,୨୫୬ ପଜିଟିଭ୍ ଚିହ୍ନଟ । ୧୪୨୨ ମୃତ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୩ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୪ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। ଦୀର୍ଘ ୮୮ ଦିନ ପରେ ଆଜି ସଂକ୍ରମଣ ସଂଖ୍ୟା ସର୍ବନିମ୍ନ ଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୩,୨୫୬ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧,୪୨୨ ମୃତ୍ୟୁ ରେକର୍ଡContinue reading “ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ୫୩,୨୫୬ ପଜିଟିଭ୍ ଚିହ୍ନଟ । ୧୪୨୨ ମୃତ”
ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଆଜି ଚତୁର୍ଥ ଦିନ : ୨୧୭ରେ ସୀମିତ ରହିଲା ଭାରତର ପ୍ରଥମ ଇନିଂସ; ଜଣେ ବି ବ୍ୟାଟ୍ସମ୍ୟାନ ଛୁଇଁପାରିଲେନି ୫୦ରନ୍
କନକ ବ୍ୟୁରୋ : ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଆଜି ଚତୁର୍ଥ ଦିନ । ଜିସ୍ ବାୱେଲରେ ଚାଲିଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲରେ ଭାରତର ପ୍ରଥମ ପାଳି ୨୧୭ ରନ୍ରେ ଶେଷ ହୋଇଯାଇଛି। କାଇଲ୍ ଜାମିସନ୍ଙ୍କ ୫ ୱିକେଟ୍ ସଫଳତା ବିରାଟ କୋହଲିଙ୍କ ଦଳକୁ ପ୍ରଥମ ପାଳିରେ ଆହ୍ବାନଭରା ସ୍କୋର୍ କରିବାରୁ ରୋକି ଦେଇଛି। ଜବାବରେ ତୃତୀୟ ଦିନ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ନ୍ୟୁଜିଲାଣ୍ଡ୍ ୨ ୱିକେଟ୍ ହରାଇ ୧୦୧ ରନ୍ କରିଛି। ଭାରତ ରବିବାରContinue reading “ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଆଜି ଚତୁର୍ଥ ଦିନ : ୨୧୭ରେ ସୀମିତ ରହିଲା ଭାରତର ପ୍ରଥମ ଇନିଂସ; ଜଣେ ବି ବ୍ୟାଟ୍ସମ୍ୟାନ ଛୁଇଁପାରିଲେନି ୫୦ରନ୍”
ପେଟ୍ରୋଲ୍ ପରେ ୧୦୦ ଟଙ୍କା ଟପିଲା ଡ଼ିଜେଲ୍ ଦର : କାଲିମେଳା ପରେ ୨ୟ ଜିଲ୍ଲା ଭାବେ କୋରାପୁଟରେ ଶତକ ଛୁଇଁଛି ଡ଼ିଜେଲ୍
କନକ ବ୍ୟୁରୋ : ପେଟ୍ରୋଲ ପରେ ଏବେ ଶତକ ମାରିଛି ଡିଜେଲ । କୋରାପୁଟରେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିଛି । ଗତକାଲି ଦର ୯୯ ଟଙ୍କା ୭୫ ପଇସା ଥିବାବେଳେ ଆଜି ଏହା ୩୦ ପଇସା ବୃଦ୍ଧି ପାଇ ଶହେ ଟଙ୍କା ୫ ପଇସାରେ ପଂହଚିଛି । ମାଲକାନଗିରିର କାଲିମେଳା ପରେ ୨ୟ ଜିଲ୍ଲା ଭାବେ କୋରାପୁଟରେ ଶତକ ଛୁଇଁଛି ଡିଜେଲ । ଡିଜେଲ ଦାମ ବଢିବା ପରେ ଏହାର ପ୍ରଭାବ ଖାଉଟିଙ୍କContinue reading “ପେଟ୍ରୋଲ୍ ପରେ ୧୦୦ ଟଙ୍କା ଟପିଲା ଡ଼ିଜେଲ୍ ଦର : କାଲିମେଳା ପରେ ୨ୟ ଜିଲ୍ଲା ଭାବେ କୋରାପୁଟରେ ଶତକ ଛୁଇଁଛି ଡ଼ିଜେଲ୍”
ଆଜି ରୁକ୍ମଣୀ ହରଣ ଏକାଦଶୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ନୀତି
କନକ ବ୍ୟୁରୋ : ଆଜି ରୁକ୍ମଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ନୀତି । ମହାପ୍ରଭୁ ଆଜି ଶିଶୁପାଳକୁ ହରାଇ ରୁକ୍ମଣୀଙ୍କୁ ହରଣ କରିବେ । ସକାଳ ଧୂପ ପରେ ଏହି ନୀତି ଆରମ୍ଭ ହେବ । ଶ୍ରୀମନ୍ଦିରରେ ଏନେଇ ୪୪ଟି ନୀତି ରହିଛି । ରାତିରେ ବିବାହ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଭିତରେ ଚନ୍ଦନ ଯାତ୍ରା ଅବସରରେ ଜଳକ୍ରୀଡା ବିଧି ମଧ୍ୟ ଅନୁଷ୍ଠିତ ମଧ୍ୟ କରାଯିବ । ଆସନ୍ତାକାଲି ଚମ୍ପକContinue reading “ଆଜି ରୁକ୍ମଣୀ ହରଣ ଏକାଦଶୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ନୀତି”
ଦୈନିକ ଟିକାକରଣରେ ଆନ୍ଧ୍ରପ୍ରଦେଶର ରେକର୍ଡ : ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା; ରବିବାର ଦିନକରେ ଦିଆଯାଇଛି ୧୩ଲକ୍ଷ ୨୬ ହଜାର ୪୧୦ ଡୋଜ୍
କନକ ବ୍ୟୁରୋ : ଦୈନିକ ଟିକାକରଣରେ ଆନ୍ଧ୍ରପ୍ରଦେଶର ରେକର୍ଡ । ମେଗା ଟିକାକରଣ ଅଭିଯାନର ଆୟୋଜନ କରି ଦିନକରେ ୧୩ଲକ୍ଷ ଡୋଜ୍ ଦେଇ ସାରାବିଶ୍ୱରରେ ରେକର୍ଡ କରିଛି ଆନ୍ଧ୍ର ସରକାର । ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରବିବାର ଦିନକରେ ୧୩ଲକ୍ଷ ୨୬ ହଜାର ୪୧୦ ଡୋଜ୍ ଦିଆଯାଇଛି । ଏନେଇ ସୂଚନା ଦେଇ ଆନ୍ଧ୍ର କୋଭିଡ୍ ଟ୍ୟାସ୍କ ଫୋର୍ସ ଅଧ୍ୟକ୍ଷ କେଏସ ଜୱାହାର ରେଡ୍ଡୀ କହିଛନ୍ତି, ଏହା ଦର୍ଶାଉଛି ଯେ ଯଦି କେନ୍ଦ୍ର ସରକାରContinue reading “ଦୈନିକ ଟିକାକରଣରେ ଆନ୍ଧ୍ରପ୍ରଦେଶର ରେକର୍ଡ : ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା; ରବିବାର ଦିନକରେ ଦିଆଯାଇଛି ୧୩ଲକ୍ଷ ୨୬ ହଜାର ୪୧୦ ଡୋଜ୍”
ରାଜ୍ୟରେ କମିଲା ସଂକ୍ରମଣ ହାର : ୨୪ ଘଂଟାରେ ୩୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩ ମୃତ; ଖୋର୍ଦ୍ଧାରେ ବି କମିଲା ସଂକ୍ରମଣ
କନକ ବ୍ୟୁରୋ : ଦୀର୍ଘଦିନ ପରେ ୫ ପ୍ରତିଶତକୁ ଖସିଲା ସଂକ୍ରମଣ ହାର । ରାଜ୍ୟର ସଂକ୍ରମଣ ହାର ୪ ଦଶମିକ ୯୭ ପ୍ରତିଶତକୁ ଖସି ଆସିଛି । ସେହିପରି ଦୈନିକ ସଂକ୍ରମଣ ସଂଖ୍ୟା ମଧ୍ୟ ପ୍ରାୟ ୩ହଜାରରେ ପହଁଚିଛି । ଦିନକରେ ସାରାରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୩୧ ନୂଆ ସଂକ୍ରମିତ । ସଂଗରୋଧରୁ ୧୭୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୧୨୯୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୩୮୧, ଅନୁଗୁଳରୁ ୧୨୧ ଜଣ,Continue reading “ରାଜ୍ୟରେ କମିଲା ସଂକ୍ରମଣ ହାର : ୨୪ ଘଂଟାରେ ୩୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩ ମୃତ; ଖୋର୍ଦ୍ଧାରେ ବି କମିଲା ସଂକ୍ରମଣ”
ବରିଷ୍ଠ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୫ ଘଣ୍ଟାର ମାରାଥନ୍ ବୈଠକ ସୂଚନା : ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପୁଣି ବଢିଲା ଚର୍ଚ୍ଚା
କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ପୁଣି ଥରେ ଜୋରଦାର ହୋଇଛି । ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଉଭୟ କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ମହ ଆଲୋଚନା କରିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ପ୍ରାୟ ୫ ଘଂଟା ଧରି ଆଲୋଚନା ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳମନ୍ତ୍ରୀ ପିୟୂଷ ଗୋଏଲ, ପେଟ୍ରୋଲିୟମ ମନ୍ତ୍ରୀContinue reading “ବରିଷ୍ଠ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୫ ଘଣ୍ଟାର ମାରାଥନ୍ ବୈଠକ ସୂଚନା : ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପୁଣି ବଢିଲା ଚର୍ଚ୍ଚା”