କନକ ବ୍ୟୁରୋ: ଓଡିଶା ମୋ ପରିବାରର ସଂଯୋଜକ ସୁବାଷ ମହାରଣାଙ୍କୁ ପ୍ରଶଂସା କଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀଙ୍କ ପତ୍ନୀଙ୍କୁ ଚିକିତ୍ସା ସହାୟତା ଯୋଗାଇ ଥିବାରୁ ଅକ୍ଷୟ କୁମାର ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଏହାସହ ଏକ କୃତଜ୍ଞତା ପତ୍ର ଲେଖିଥିଲେ । ଗତ ମେ ୬ ତାରିଖରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓଡିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କୁ ଟେଲିଫୋନ କରି ତାଙ୍କର ଜଣେ ବ୍ୟକ୍ତିଗତContinue reading “ଓଡିଶା ମୋ ପରିବାର ସଂଯୋଜକ ସୁବାଷ ମହାରଣାଙ୍କୁ ପ୍ରଶଂସା କଲେ ବଲିଉଡ ଅଭିନେତା ଅକ୍ଷୟ କୁମାର “
Author Archives: Raghaba
ସାଂଘାତିକ ହୋଇପାରେ ତୃତୀୟ ଲହର । ସତର୍କ ରହିବାକୁ ପରାମର୍ଶ ଦେଲେ ବରିଷ୍ଠ ଡାକ୍ତର । ଦୁଇ ଡୋଜ୍ ଟିକା ନେବା ପରେ ବି ରହିବାକୁ ପଡ଼ିବ ସତର୍କ
କନକ ବ୍ୟୁରୋ: ତୃତୀୟ ଲହରକୁ ନେଇ ଆଶଙ୍କା ବଢୁଥିବା ବେଳେ କିଛି ବରିଷ୍ଠ ଡାକ୍ତରଙ୍କ ମତରେ ଏହା ଦ୍ୱିତୀୟ ଲହର ଠାରୁ ଅଧିକ ସାଂଘାତିକ ହୋଇପାରେ । କାରଣ ତୃତୀୟ ଲହରରେ ଅଧିକ ମ୍ୟୁଟେସନ୍ ଓ ଅଧିକ ସଂକ୍ରାମକ ହେବା ଆଶଙ୍କା ରହିଛି । ଟିକା ନେଇନଥିବାରୁ ପିଲାମାନେ ଅଧିକ ଅସୁରକ୍ଷିତ ରହିବା ସମ୍ଭାବନା ଥିବାରୁ ସେମାନେ କିପରି ସଂକ୍ରମଣରୁ ଦୂରେଇ ରହିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଦୁଇ ଡୋଜ୍ ଟିକାContinue reading “ସାଂଘାତିକ ହୋଇପାରେ ତୃତୀୟ ଲହର । ସତର୍କ ରହିବାକୁ ପରାମର୍ଶ ଦେଲେ ବରିଷ୍ଠ ଡାକ୍ତର । ଦୁଇ ଡୋଜ୍ ଟିକା ନେବା ପରେ ବି ରହିବାକୁ ପଡ଼ିବ ସତର୍କ”
ରଥଯାତ୍ରା ପାଇଁ ନୀତି ନିର୍ଘଂଟ ଚୂଡ଼ାନ୍ତ । କରୋନା କଟକଣା ଭିତରେ ସକାଳ ସାଢ଼େ ୮ରେ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା
କନକ ବ୍ୟୁରୋ: ଏଥର ବି ଏହିଭଳି ହେବ ରଥଯାତ୍ରା । ବିନା ଭକ୍ତରେ ମାଉସୀ ଘରକୁ ଯିବେ ଜଗନ୍ନାଥ । କୋଭିଡ କଟକଣା ସହ ୧୪୪ ଧାରା ଜାରି କରାଯାଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥ ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ରାତି ଗୋଟାଏରୁ ପହଣ୍ଡି ଆରମ୍ଭ ହେବ । ଦିନ ୧୧ଟାରେ ହେବ ଗଜାନନ ବେଶ ଓ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ । ସ୍ନାନପୂର୍ଣ୍ଣିମାରେContinue reading “ରଥଯାତ୍ରା ପାଇଁ ନୀତି ନିର୍ଘଂଟ ଚୂଡ଼ାନ୍ତ । କରୋନା କଟକଣା ଭିତରେ ସକାଳ ସାଢ଼େ ୮ରେ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା “
କାଲିଠୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ । ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ । ବିନା ପୂର୍ବ ପଂଜିକରଣରେ ସିଧାସଳଖ ନେଇପାରିବେ ଟିକା
କନକ ବ୍ୟୁରୋ: ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷରେ ପହଁଚି ତଳକୁ ଖସୁଥିବା ବେଳେ ତୃତୀୟ ଲହର ଆଶଙ୍କା ବଢ଼ିବାରେ ଲାଗିଛି । ୨ ମାସ ମଧ୍ୟରେ ଦେଶରେ ତୃତୀୟ ଲହର ଆସିବା ସମ୍ଭାବନା ନେଇ ବିଶେଷଜ୍ଞଙ୍କ ଚେତାବନୀକୁ ଆଖି ଆଗରେ ରଖି ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଜୁନ ୨୧ ତାରିଖରୁ କ୍ୟାମ୍ପେନ ମୋଡ୍ରେ ଆରମ୍ଭ ହେବ ଟିକାକରଣ । ଆଉ ସରକାରଙ୍କ ଟାର୍ଗେଟ-ଦିନକୁ ୩ ଲକ୍ଷ ଟିକାକରଣContinue reading “କାଲିଠୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ । ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ । ବିନା ପୂର୍ବ ପଂଜିକରଣରେ ସିଧାସଳଖ ନେଇପାରିବେ ଟିକା”
ବୋହୂ ବେଶରେ ବିଦାୟ ନେଲେ ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ । କରୋନାରେ ଭଲ ହେବା ପରେ ହୃଦଘାତରେ ହୋଇଥିଲା ପରଲୋକ
କନକ ବ୍ୟୁରୋ: ଶଂଖା ସିନ୍ଧୁର ପିନ୍ଧି, ହଳଦୀ ଲଗେଇ ଶାଶୂ ଘର ଯିବେ ବୋଲି ଏକ ଗୀତରେ କଣ୍ଠଦାନ କରିଥିଲେ ତପୁ । କିନ୍ତୁ ବିଧିର ବିଧାନ କିଛି ଅଲଗ।। ଥିଲା । ଶଂଖା , ସିନ୍ଦୂର ପିନ୍ଧି ହଳଦୀ ଲଗେଇ ଅହିସୁଲକ୍ଷଣୀ ହୋଇ କୋକେଇରେ ବିଦାୟ ନେଉଛନ୍ତି ତପୁ । ଗୀତ ମାଧ୍ୟମରେ ଲକ୍ଷଲକ୍ଷ ଓଡିଆଙ୍କ ମନ ଜିଣି ନେଇଥିବା ଏହି କଣ୍ଠଶିଳ୍ପୀ ମାତ୍ର ୩୬ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି ।Continue reading “ବୋହୂ ବେଶରେ ବିଦାୟ ନେଲେ ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ । କରୋନାରେ ଭଲ ହେବା ପରେ ହୃଦଘାତରେ ହୋଇଥିଲା ପରଲୋକ”
ଆସନ୍ତାକାଲି ଠାରୁ ସରକାରୀ ସ୍କୁଲରେ ଆରମ୍ଭ ହେବ ଅନଲାଇନରେ ପାଠପଢା । ପ୍ରଥମରୁ ଅଷ୍ଟମ ଯାଏଁ ସକାଳ ୯ଟାରୁ ସାଢ଼େ ୧୦ଟା, ନବମ, ଦଶମରେ ୧୦ଟା ୪୫ରୁ ଗୋଟାଏ ଯାଏଁ ହେବ କ୍ଲାସ
କନକ ବ୍ୟୁରୋ: ସୋମବାର ଠାରୁ ପ୍ରଥମଥର ପାଇଁ ୟୁ ଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପାଠପଢା ହେବ । କରୋନା ମହାମାରୀରେ ଆଗକୁ କଣ ହେବ ତାହା ସ୍ପଷ୍ଟ ହେଉନଥିବାରୁ ଅନଲାଇନ୍ ମାଧ୍ୟମରେ ପାଠପଢା ପାଇଁ ଶିକ୍ଷା ବିଭାଗ ନିଷ୍ପତି ନେଇଛି । ସୋମବାର ଠାରୁ ଓଡିଶାର ଗଣଶିକ୍ଷା ବିଭାଗ ଏକ ନୂଆ ପ୍ରୟୋଗ କରିବାକୁ ଯାଉଛି । ୟୁ ଟ୍ୟୁବ୍ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମରେContinue reading “ଆସନ୍ତାକାଲି ଠାରୁ ସରକାରୀ ସ୍କୁଲରେ ଆରମ୍ଭ ହେବ ଅନଲାଇନରେ ପାଠପଢା । ପ୍ରଥମରୁ ଅଷ୍ଟମ ଯାଏଁ ସକାଳ ୯ଟାରୁ ସାଢ଼େ ୧୦ଟା, ନବମ, ଦଶମରେ ୧୦ଟା ୪୫ରୁ ଗୋଟାଏ ଯାଏଁ ହେବ କ୍ଲାସ”
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ
କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇଂନିସରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ଭାରତ ୨୧୭ ରନରେ ଅଲଆଉଟ ହୋଇ ଯାଇଛି । ଭାରତର କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ । ଫଳରେ ବ୍ୟାଟିଂ ଆରମ୍ଭContinue reading “ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ “
ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୮୭ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୫୩୭ ଜଣ
କନକ ବ୍ୟୁରୋ: ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨୮୭ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୫ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୫୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୮୭ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୫୩୭ ଜଣ”
ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ । ସକାଳ ୬.୩୦ରେ ଜନତାଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ସକାଳ ୬ଟା ୩୦ରେ ସମ୍ବୋଧନ କରିବା ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ ଏଥର ଭର୍ଚୁଆଲ ମାଧ୍ୟମରେ ଯୋଗ କରାଯିବ । ପ୍ରଧାମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, କାଲି ୨୧ ଜୁନରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବୁ । ଏଥର ଥିମ ରହିଛି ୟୋଗ ଫର ୱେଲନେସContinue reading “ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ । ସକାଳ ୬.୩୦ରେ ଜନତାଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ”
ପୋଲିସ ଏନକାଉଣ୍ଟରରେ ୨ ନକ୍ସଲ ନିହତ । ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ ।
କନକ ବ୍ୟୁରୋ : ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ୨ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ନାରାୟଣପୁରର ଡିଆରଜି ଯବାନ ଅରଛୁ ଅଂଚଳର ଇତୁଲ, ଗୋରବାୟା, ଭାଟବେଡା, ବଡ ଟୋଣ୍ଟାବେଡା ଏବଂ ଆଦେର ଜଂଗଲରେ ଚଢାଉ କରିଥିଲେ । ଆଜି ସକାଳ ୯ଟା ବେଳେ ଯବାନ ମାଓ କ୍ୟାମ୍ପ ନିକଟରେ ପହଞ୍ଚିବା ପରେ ମାଓବାଦୀ ଯବାନଙ୍କୁ ଦେଖିContinue reading “ପୋଲିସ ଏନକାଉଣ୍ଟରରେ ୨ ନକ୍ସଲ ନିହତ । ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ ।”