ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ।  ସକାଳ ୮ଟା ୩୦ରେ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା 

କନକ ବ୍ୟୁରୋ : ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ । ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର କେମିତି ନୀତି ହେବ, ସମସ୍ତ ନୀତିନିର୍ଘଣ୍ଟ ହୋଇଛି । ଛତିଶାନିଯୋଗ ବୈଠକରେ ଚୂଡାନ୍ତ ନୀତି ନିର୍ଘଣ୍ଟ ହୋଇଛି । ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚାରେ ସକାଳ ୮ଟାରେ ହେବ ରଥ ପ୍ରତିଷ୍ଠା । ୮ଟା ୩୦ରେ ପହଣ୍ଡି ଆରମ୍ଭ ହେବ  । ଅପରାହ୍ନ ୨ଟାରେ ଛେରାପହଁରା ହେବ । ୩ଟାରେ ରଥଟଣା ପାଇଁ ନୀତିନିର୍ଘଣ୍ଟ ହୋଇଛି । ସେହିପରି ବାହୁଡାରେ ୧୨ଟାରୁContinue reading “ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ।  ସକାଳ ୮ଟା ୩୦ରେ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା “

SBI ଓ HDFC ବ୍ୟାରେ ଆକାଉଣ୍ଟ ଅଛି କି? ଜୁନ୍ ଶେଷ ସୁଦ୍ଧା କରିନିଅନ୍ତୁ ଏହି କାମ, ନହେଲେ ହେବେ ବ୍ୟାଙ୍କିଙ୍ଗ୍ ସେବାରୁ ବଞ୍ଚିତ

ଏହି ମାସ ଶେଷ ସୁଦ୍ଧା ପରମାନେଣ୍ଟ ଆକାଉଣ୍ଟ ନମ୍ବର (ପ୍ୟାନ୍) କାର୍ଡ ଆଧାର କାର୍ଡ ସହିତ ଲିଙ୍କ ହେବା ଜରୁରୀ | ଯଦି ଆପଣ ଏଭଳି କରିନାହାନ୍ତି ତେବେ ଜୁନ ମାସ ଶେଷ ସୁଦ୍ଧା କରାଇନିଅନ୍ତୁ | କାରଣ ଜୁନ ୩୦ପରେ ଆଧାର କାର୍ଡ ସହିତ ଲିଙ୍କ ନଥିବା ପ୍ୟାନ୍ କାର୍ଡଗୁଡ଼ିକ ଅଦରକାରୀ ହୋଇଯିବ। ଯଦି କୌଣସି ବ୍ୟକ୍ତି ଆଧାର ନମ୍ବରକୁ ପ୍ୟାନ ସହ ଲିଙ୍କ କରିବାରେ ବିଫଳ ହୁଏ, ତେବେ ନିୟମ ଅନୁଯାୟୀ ଏପରି ବ୍ୟକ୍ତିଙ୍କୁContinue reading “SBI ଓ HDFC ବ୍ୟାରେ ଆକାଉଣ୍ଟ ଅଛି କି? ଜୁନ୍ ଶେଷ ସୁଦ୍ଧା କରିନିଅନ୍ତୁ ଏହି କାମ, ନହେଲେ ହେବେ ବ୍ୟାଙ୍କିଙ୍ଗ୍ ସେବାରୁ ବଞ୍ଚିତ”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନପାରନ୍ତି ମେହବୁବା ମୁଫତି । ଗୁପକାର ନେତା ଭାବେ ବୈଠକରେ ଯୋଗଦେବେ କି ଫାରକ୍ ଅବ୍ଦୁଲ୍ଲା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀର ପ୍ରସଙ୍ଗ ନେଇ ଜୁନ ୨୪ ତାରିଖରେ ଡାକିଥିବା ସର୍ବଦଳୀୟ ବୈଠଳରେ ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଯୋଗ ଦେଇ ନପାରନ୍ତି । ତାଙ୍କୁ ଏହି ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୋନ କଲ ଆସିଥିଲେ ବି ସେ ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ହେଲେ ଗୁପକାର ମେଣ୍ଟର ନେତା ଫାରୁକ୍ ଅବ୍ଦୁଲା ଏହିContinue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନପାରନ୍ତି ମେହବୁବା ମୁଫତି । ଗୁପକାର ନେତା ଭାବେ ବୈଠକରେ ଯୋଗଦେବେ କି ଫାରକ୍ ଅବ୍ଦୁଲ୍ଲା”

ଯେବେ ପାକିସ୍ତାନରେ ମିଲଖା ଉଡାଇଥିଲେ ବିଜୟ ବାନା…ମିଲଖାଙ୍କୁ ‘ଫ୍ଲାଇଙ୍ଗ ଶିଖ୍’ ନାଁ ଦେଇଥିଲା ପାକିସ୍ତାନ । ଦେଖନ୍ତୁ ମିଲଖା ସିଂଙ୍କ ହୃଦୟସ୍ପର୍ଶୀ କାହାଣୀ ।

କନକ ବ୍ୟୁରୋ : ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂ । ଦୌଡ ଟ୍ରାକରେ ବିଜୟର ବାନା ଉଡାଇଥିବା ଉଡନ୍ତା ଶିଖ୍ ମିଲଖା ସିଂ କିନ୍ତୁ ଜୀବନର ବାଜି ହାରିଯାଇଛନ୍ତି । ୯୧ ବର୍ଷ ବୟସରେ କରୋନାରେ ଆଖି ବୁଜିଛନ୍ତି ଦେଶର ଏହି ପ୍ରଖ୍ୟାତ ପୁରୁଷ ଧାବକ । କ୍ରୀଡା ଜଗତଠୁ ସାରା ଦେଶ ଶୋକରେ ବୁଡିଥିବା ବେଳେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତେ ଶୋକପ୍ରକାଶ କରିଛନ୍ତି । କାର୍ଡିଫଠୁ ଟୋକିଓ, ଜାକର୍ତାଠୁ କଟକ-କଲିକତା ।Continue reading “ଯେବେ ପାକିସ୍ତାନରେ ମିଲଖା ଉଡାଇଥିଲେ ବିଜୟ ବାନା…ମିଲଖାଙ୍କୁ ‘ଫ୍ଲାଇଙ୍ଗ ଶିଖ୍’ ନାଁ ଦେଇଥିଲା ପାକିସ୍ତାନ । ଦେଖନ୍ତୁ ମିଲଖା ସିଂଙ୍କ ହୃଦୟସ୍ପର୍ଶୀ କାହାଣୀ ।”

କାଲିଠୁ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟିକାକରଣ । ଦୈନିକ ୩ଲକ୍ଷ ଡୋଜ୍ ଦେବାକୁ ରାଜ୍ୟ ସରକାରଙ୍କ ଟାର୍ଗେଟ

କନକ ବ୍ୟୁରୋ : ଆସନ୍ତାକାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେବ ଟିକାକରଣ । ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରିବା ପାଇଁ ଟାର୍ଗେଟ ରଖିଛନ୍ତି ସରକାର । ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସପାଲଟିରେ କ୍ୟାମ୍ପେନ ମୋଡ଼ରେ ହେବ ଟିକାକରଣ । ଉଭୟ ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଟିକା ଲୋକମାନଙ୍କୁ ଦିଆଯିବ । ପ୍ରତ୍ୟେକContinue reading “କାଲିଠୁ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟିକାକରଣ । ଦୈନିକ ୩ଲକ୍ଷ ଡୋଜ୍ ଦେବାକୁ ରାଜ୍ୟ ସରକାରଙ୍କ ଟାର୍ଗେଟ”

ଅନାଥ ଶିଶୁଙ୍କ ପାଇଁ ଆସିଲା ଆଶୀର୍ବାଦ ଯୋଜନା । ବାପା ଓ ମା’ଙ୍କୁ ହରାଇଥିଲେ ମିଳିବ ମାସିକ ୨୫୦୦ ଟଙ୍କା ।

କନକ ବ୍ୟୁରୋ : ଅନାଥ ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଅନାଥ ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାପା, ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶୁଶୁଙ୍କ ପାଇଁ ନବୀନ ଏହି ଆଶୀର୍ବାଦ ଯୋଜନା ଘୋଷଣା କରିଛନ୍ତି । ଗତ ଏପ୍ରିଲ ୨୦୨୦ ପରେ ବାପା, ମା’ଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ଏହି ଯୋଜନା ଆଣିଛନ୍ତି ନବୀନ । ଉଭୟ ବାପା, ମା, କିମ୍ବାContinue reading “ଅନାଥ ଶିଶୁଙ୍କ ପାଇଁ ଆସିଲା ଆଶୀର୍ବାଦ ଯୋଜନା । ବାପା ଓ ମା’ଙ୍କୁ ହରାଇଥିଲେ ମିଳିବ ମାସିକ ୨୫୦୦ ଟଙ୍କା ।”

ରାମ ମନ୍ଦିର ଜମି ବିବାଦ : କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଆପ୍ ନେତା ସଂଜୟ ସିଂ । କହିଲେ ୭ ଦିନ ହୋଇଗଲା ନା ଯାଂଚ ହେଲା ନା ମୋ ଉପରେ ମାନହାନୀ ମକୋଦ୍ଦମା

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂ ଅଯୋଦ୍ଧାରେ ରାମ ମନ୍ଦିର ପାଇଁ ଜମି କିଣା ବିକାରେ ଆଉ ଏକ ଘୋଟାଲାକୁ ନେଇ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି କି, ୨୦ ଲକ୍ଷ ଟଙ୍କାର ଜମିକୁ ରାମ ଜନ୍ମଭୂମୀ ତୀର୍ଥ ଟ୍ରଷ୍ଟକୁ ୨.୫ କୋଟି ଟଙ୍କାରେ ବିକ୍ରି କରାଯାଇଛି । ଏନେଇ ସେ ଜାତୀୟ ଗଣମାଧ୍ୟମରେ କହିଛନ୍ତି କି ଏହି ଘୋଟାଲାର ଖୋଲାସା ସେ ୭ ଦିନ ତଳେContinue reading “ରାମ ମନ୍ଦିର ଜମି ବିବାଦ : କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଆପ୍ ନେତା ସଂଜୟ ସିଂ । କହିଲେ ୭ ଦିନ ହୋଇଗଲା ନା ଯାଂଚ ହେଲା ନା ମୋ ଉପରେ ମାନହାନୀ ମକୋଦ୍ଦମା”

ଓଡିଆ ପୁଅ ପାଇଁ ଦିଲ୍ଲୀରୁ ସହାୟତା ମାଗୁଛି ସ୍ତ୍ରୀ । ଇକମୋ ଚିକିତ୍ସା ପାଇଁ ଦରକାର ୨କୋଟି ଟଙ୍କା

କନକ ବ୍ୟୁରୋ : ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଗୁହାରୀ କରୁଛି ସ୍ତ୍ରୀ… । ଦିଲ୍ଲୀରୁ ନିଜର ସିନ୍ଦୁରକୁ ନୂଆ ଜୀବନ ଦେବାକୁ ସହାୟତା ଲୋଡୁଛନ୍ତି ଓଡ଼ିଆ ବୋହୂ ନିକିତା । ମନୋଜ ନାୟକ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତ ଜୁନ ୮ତାରିଖରେ ମନୋଜଙ୍କର ଜନ୍ମଦିନ ଥିଲା । ଜନ୍ମଦିନକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ଭାବିଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । କିନ୍ତୁ କରୋନା ସବୁ ଆଶାକୁ ପାଣିରେContinue reading “ଓଡିଆ ପୁଅ ପାଇଁ ଦିଲ୍ଲୀରୁ ସହାୟତା ମାଗୁଛି ସ୍ତ୍ରୀ । ଇକମୋ ଚିକିତ୍ସା ପାଇଁ ଦରକାର ୨କୋଟି ଟଙ୍କା”

ଜମ୍ମୁ-କାଶ୍ମୀରରେ ମୋଦିଙ୍କ ବୈଠକ ପୂର୍ବରୁ ଚିହିଁକି ଉଠିଛି ପାକିସ୍ତାନ୍ । ଭାରତକୁ ଦେଲା ସତର୍କବାଣୀ

ଜୁନ୍‌ ୨୪ରେ ଜମ୍ମୁ ଓ କଶ୍ମୀରର ରାଜନୈତିକ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୋଜନ କରିଥିବା ବୈଠକ ଆଗରୁ ଭାରତ ପ୍ରତି ପାକିସ୍ତାନ ସତର୍କବାଣୀ ଜାରି କରିଛି। ଶନିବାର ଦିନ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଜାରି କରିଥିବା ଏହି ସତର୍କବାଣୀରେ ଉଲ୍ଲେଖ ଅଛି ଯେ, କଶ୍ମୀରରେ କୌଣସି ବିଭାଜନ କିଂବା ପରିବର୍ତ୍ତନ ପାଇଁ ଭାରତର ଯେକୌଣସି ପଦକ୍ଷେପକୁ ପାକିସ୍ତାନ ବିରୋଧ କରିବ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କ୍ୟୁରେଶି କହିଛନ୍ତି ଯେ, ୨୦୧୯ ଅଗଷ୍ଟContinue reading “ଜମ୍ମୁ-କାଶ୍ମୀରରେ ମୋଦିଙ୍କ ବୈଠକ ପୂର୍ବରୁ ଚିହିଁକି ଉଠିଛି ପାକିସ୍ତାନ୍ । ଭାରତକୁ ଦେଲା ସତର୍କବାଣୀ”

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଓଡ଼ିଶାର ୫ ଜିଲ୍ଲାରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର ।

କନକ ବ୍ୟୁରୋ : ରବିବାର ଦିନ ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ଟପିଯାଇଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୨୨ ଓ ଡିଜେଲ ଲିଟର ପିଛା ୮୭.୯୭ ଟଙ୍କାରେ ବିକ୍ରି ହେଉଛି । ସେହିପରିContinue reading “ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଓଡ଼ିଶାର ୫ ଜିଲ୍ଲାରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର ।”

Design a site like this with WordPress.com
Get started