କନକ ବ୍ୟୁରୋ : ରବିବାର ଦିନ ଗଙ୍ଗା ଦଶହରା ଅବସରରେ ଉତ୍ତରାଖଣ୍ଡ ହରିଦ୍ୱାରର ଗଙ୍ଗା କୂଳରେ ଶହ ଶହ ଭକ୍ତ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି । କରୋନା ମହାମାରୀ ପାଇଁ ପ୍ରଶାସନ ଗଙ୍ଗା ସ୍ନାନ ଉପରେ ରୋକ ଲଗାଇଥିବା ବେଳେ ଲୋକେ ଖୁଲମ ଖୁଲା ନିୟମ ଉଲ୍ଲଙ୍ଘନ କରି ଗଙ୍ଗାରେ ବୁଡ଼ ପକାଉଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଏହି ସମାନ ଦୃଶ୍ୟ ଉତ୍ତରପ୍ରଦେଶର ଫାରୁଖବାଦ୍ ସହରରେ ମଧ୍ୟ ଦେଖିବାକୁ ମିଳିଛି । ଲୋକେContinue reading “ମାନିଲେନି କଟକଣା….ନିୟମ ଭାଙ୍ଗି ଗଙ୍ଗାରେ ବୁଡ଼ ପକାଇଲେ ଶହ ଶହ ଲୋକେ ।”
Author Archives: Raghaba
ପାଠ ପଢିବା ବୟସରେ ହାତରେ ଧରିଛି ହଳ । ପରିବାରର ପେଟ ପୋଶିବା ଲାଗି ସଂଘର୍ଷ କରୁଛି ପାଠୁଆ ଝିଅ ।
କନକ ବ୍ୟୁରୋ: ପାଠ ପଢିବା ବୟସରେ ହାତରେ ହଳ ଧରିଛି ଆଦିବାସୀ ଝିଅ । ପରିବାରରେ ପେଟ ପୋଶିବା ଲାଗି ସଂଘର୍ଷ କରୁଛି ପାଠୁଆ ଝିଅ । ବାପାଙ୍କ ବିୟୋଗ ପରେ ଘର ର ମୁରବି ସାଜି ଭାଇ ଭଉଣୀ ଙ୍କ ସହ ଅସୁସ୍ଥ ମାଁ ଙ୍କ ବୋଝ ମୁଣ୍ଡେଇ ନିଜ ବହି ବସ୍ତାନି ରେ ଡୋରି ବାନ୍ଧିଛି ସେ । ମାଲାକନଗିରି ଜିଲ୍ଲା ର ଦୁର୍ଗମ ମାଟେରୁ ପଂଚାୟତ ରେ ଏଭଳି ଏକ ଶିକ୍ଷିତ ଆଦିବାସୀContinue reading “ପାଠ ପଢିବା ବୟସରେ ହାତରେ ଧରିଛି ହଳ । ପରିବାରର ପେଟ ପୋଶିବା ଲାଗି ସଂଘର୍ଷ କରୁଛି ପାଠୁଆ ଝିଅ ।”
ବେହାଲ ଷ୍ଟିଲ୍ ସିଟିର ବର୍ତମାନ ସ୍ଥିତି । ରାଉରକେଲା ସହରରେ ସିୱେଜ ଓ ଗ୍ୟାସ ଲାଇନ୍ ପ୍ରକଳ୍ପ କାମ ଚାଲିଥିବାରୁ ବିପର୍ଯ୍ୟସ୍ତ ରାସ୍ତାଘାଟ
କନକ ବ୍ୟୁରୋ: ଯୁଆଡେ ଦେଖିବ କାଦୁଅ ପଚପଚ ଆଉ ବଡ଼ବଡ଼ ଗାତ । ସ୍ମାର୍ଟସିଟି ରାଉରକେଲାର ଚାରିଆଡେ ରାସ୍ତାଘାଟ ଅବସ୍ଥା ବିପର୍ୟ୍ୟସ୍ତ। କର୍ତ୍ତୃପକ୍ଷ ଯାହା ଆଳ ଦେଖାନ୍ତୁ ନା’ କାହିଁକି, ଏହା ହିଁ ହେଉଛି ସତ। ରାଉରକେଲା ସହରରେ ମାଟିତଳ ସିୱେଜ ଓ ଗ୍ୟାସ ଲାଇନ ପ୍ରକଳ୍ପ କାର୍ୟ୍ୟ ଜାରି ରହିଛି। ଫଳରେ ଅଧିକାଂଶ ଅଞ୍ଚଳରେ କେଉଁଠି ରାସ୍ତା ଉପରେ ମାଟିଗଦା ତ’ ଆଉ କେଉଁଠି ବଡ଼ବଡ଼ ଗାତ। ଫଳରେ ଛୋଟବଡ଼ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତContinue reading “ବେହାଲ ଷ୍ଟିଲ୍ ସିଟିର ବର୍ତମାନ ସ୍ଥିତି । ରାଉରକେଲା ସହରରେ ସିୱେଜ ଓ ଗ୍ୟାସ ଲାଇନ୍ ପ୍ରକଳ୍ପ କାମ ଚାଲିଥିବାରୁ ବିପର୍ଯ୍ୟସ୍ତ ରାସ୍ତାଘାଟ”
ପୁଣି ରୂପ ବଦଳାଉଛି କରୋନା ଭୂତାଣୁ । ବିଶେଷଜ୍ଞ କହିଲେ, ସତର୍କ ନହେଲେ ଚିନ୍ତାର କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଣ୍ଟ
କନକ ବ୍ୟୁରୋ: ଅଧିକ ଆକ୍ରମଣାତ୍ମକ ବି.୧.୬୧୭.୨ ଷ୍ଟ୍ରେନର ପରିବର୍ତ୍ତିତ ସଂସ୍କରଣ ଡେଲଟା ଭାରିଆଣ୍ଟ କେତେ ଭୟଙ୍କର ଥିଲା ତାହା ସାରା ଭାରତ ଦେଖିଛି । କରୋନା ଭୂତାଣୁର ପ୍ରଥମ ଲହର ପରେ ଲୋକେ କଟକଣା ନମାନିବାରୁ କରୋନା ଭୂତାଣୁ ନିଜ ରୂପ ବଦଳାଇ ଅଧିକ ଶକ୍ତିଶାଳୀ ହେବା ସହ ଭାରତରେ କରୋନାର ଦ୍ଵିତୀୟ ଲହର ତାଣ୍ଡବ ରଚିଥିଲା । ଏବେ କରୋନା ଭୂତାଣୁ ପୁଣି ନିଜ ରୂପ ବଦଳାଉଛି । ଯଦି ଏବେ ଲୋକେ ସତର୍କ ନହେବେContinue reading “ପୁଣି ରୂପ ବଦଳାଉଛି କରୋନା ଭୂତାଣୁ । ବିଶେଷଜ୍ଞ କହିଲେ, ସତର୍କ ନହେଲେ ଚିନ୍ତାର କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଣ୍ଟ”
ମଦ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଭଦ୍ରକ ଟାଉନ ଥାନା ଏଏସଆଇ ।
କନକ ବ୍ୟୁରୋ : ଭଦ୍ରକ ଟାଉନ୍ ଥାନାର ଏଏସ୍ଆଇ ବୀରକିଶୋର ବେହେରା ରବିବାର ନିଲମ୍ବିତ ହୋଇଛନ୍ତି । ଭଦ୍ରକ ଏସ୍ପି ଚରଣ ସିଂହ ମୀନା ଏଏସ୍ଆଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଏଏସ୍ଆଇ ବୀରକିଶୋର ବେହେରା ଭଦ୍ରକ ଟାଉନର ଜଣେ ଯୁବକଙ୍କୁ ମଦ ମାଗୁଥିଲେ । ଏହି ଘଟଣାର ଅଡିଓ ଟ୍ୟାପ୍ ସାମାଜିକ ଗଣାମାଧ୍ୟମରେ ଭାଇରାଲ ହୋଇଥିଲା । ଏଭଳି ଭାଇରାଲ ଟ୍ୟାପ ସଂପର୍କରେ ଭଦ୍ରକ ଏସ୍ପିଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲାContinue reading “ମଦ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଭଦ୍ରକ ଟାଉନ ଥାନା ଏଏସଆଇ ।”
କୋଭିଡ୍-୧୯ ସହ ଜଡିତ ସାମଗ୍ରୀ ଉପରେ ହ୍ରାସ ହେଲା ଜିଏସଟି ଦର । ୧ ଲକ୍ଷ ଟଙ୍କା କମିଲା ଆମ୍ବୁଲାନ୍ସ ମୂଲ୍ୟ ।
କନକ ବ୍ୟୁରୋ : ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସଂଶୋଧିତ ଜିଏସଟି ହାର ଅନୁଯାୟୀ, କୋଭିଡ -୧୯ ସହ ଜଡିତ ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ କରାଯାଇଛି । ଏହି କାରଣରୁ ଦେଶର ବୃହତ୍ତମ ଅଟୋମେକର୍ ମାରୁତି ଭାରତରେ ଏହାର ଇକୋ ଭ୍ୟାନର ଆମ୍ବୁଲାନ୍ସ ସଂସ୍କରଣର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସହିତ ଏକ ନିୟାମକ ଦାଖଲ ମାଧ୍ୟମରେ କମ୍ପାନୀ ଏହା ଘୋଷଣା କରିଛି ଏବଂ ପରିବର୍ତ୍ତିତ ଜିଏସଟିContinue reading “କୋଭିଡ୍-୧୯ ସହ ଜଡିତ ସାମଗ୍ରୀ ଉପରେ ହ୍ରାସ ହେଲା ଜିଏସଟି ଦର । ୧ ଲକ୍ଷ ଟଙ୍କା କମିଲା ଆମ୍ବୁଲାନ୍ସ ମୂଲ୍ୟ ।”
ଗୁଜୁରାଟ ପରେ ଏବେ କେଜ୍ରିୱାଲଙ୍କ ଫୋକସରେ ପଞ୍ଜାବ । ଜୁନ ୨୧ ରେ ପଞ୍ଜାବ ଗସ୍ତ କରିବେ ଅରବିନ୍ଦ । ଦଳରେ ସାମିଲ ହୋଇପାରନ୍ତି ପୂର୍ବ ଆଇପିଏସ୍ ଅଫିସର
କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୁନ ୨୧ ଅର୍ଥାତ ଆସନ୍ତା କାଲି ପଞ୍ଜାବ ଗସ୍ତ କରିବେ । ଗତ ୩ ମାସ ମଧ୍ୟରେ କେଜ୍ରିୱାଲଙ୍କର ଏହା ଦ୍ୱିତୀୟ ପଞ୍ଜାବ ଗସ୍ତ । ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଥିବାବେଳେ ଅରବିନ୍ଦଙ୍କ ଏଭଳି ପଞ୍ଜାବ ଗସ୍ତକୁ ନେଇ ପଞ୍ଜାବ ରାଜନୀତି ସରଗରମ ହେଉଛି । କେଜ୍ରିୱାଲ ପଞ୍ଜାବ ଗସ୍ତ କରିବା ପୂର୍ବରୁ ପଞ୍ଜାବୀ ଭାଷାରେ ଏକ ଟ୍ୱିଟ୍Continue reading “ଗୁଜୁରାଟ ପରେ ଏବେ କେଜ୍ରିୱାଲଙ୍କ ଫୋକସରେ ପଞ୍ଜାବ । ଜୁନ ୨୧ ରେ ପଞ୍ଜାବ ଗସ୍ତ କରିବେ ଅରବିନ୍ଦ । ଦଳରେ ସାମିଲ ହୋଇପାରନ୍ତି ପୂର୍ବ ଆଇପିଏସ୍ ଅଫିସର”
ଖରିଫ ଚାଷ ଆରମ୍ଭ ହେଲାଣି ହେଲେ ଏଯାଏଁ ବିକ୍ରି ହୋଇନି ରବି ଧାନ । ବର୍ଷାରେ ଓଦା ହୋଇଗଲା ବରଗଡ କ୍ୱିଂଟାଲ କ୍ୱିଂଟାଲ ଧାନ । ଗଜା ଧାନକୁ କିଣିବ କିଏ ତାକୁ ନେଇ ଚିନ୍ତାରେ ଚାଷୀ ।
କନକ ବ୍ୟୁରୋ: ବର୍ତ୍ତମାନ ଚାଷୀ ଖରିଫ ଋତୁ ଧାନ ଚାଷ ପାଇଁ ସଜବାଜ ଆରମ୍ଭ କରିଦେଇଥିବା ବେଳେ ଏହି ସମୟରେ ବିଭିନ୍ନ କାରଣ ରୁ ରବି ଋତୁ ର ଧାନ ବିକ୍ରି କରିପାରି ନାହିଁ । ଏବେ ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁ ବିଲରେ ଓ କ୍ଷେତରେ ପଡିଥିବା ଧାନ ଗଜା ହୋଇଯାଇଛି,ଏପରି ସମୟରେ ମଣ୍ଡିରେ ପଡିଥିବା ଧାନ ଶୀଘ୍ର ଉଠାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ଦାବି ହୋଇଛିContinue reading “ଖରିଫ ଚାଷ ଆରମ୍ଭ ହେଲାଣି ହେଲେ ଏଯାଏଁ ବିକ୍ରି ହୋଇନି ରବି ଧାନ । ବର୍ଷାରେ ଓଦା ହୋଇଗଲା ବରଗଡ କ୍ୱିଂଟାଲ କ୍ୱିଂଟାଲ ଧାନ । ଗଜା ଧାନକୁ କିଣିବ କିଏ ତାକୁ ନେଇ ଚିନ୍ତାରେ ଚାଷୀ ।”
ତାମିଲନାଡୁରେ ଜୁନ୍ ୨୮ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ ଅବଧି । ସାମାନ୍ୟ କୋହଳ ହେଲା କଟକଣା ।
କନକ ବ୍ୟୁରୋ : ଡାକ୍ତରୀ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ତାମିଲନାଡୁ ସରକାର ଜୁନ୍ ୨୮ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ବଢ଼ାଇଛନ୍ତି । ତେବେ ଲକଡାଉନର ଅବଧି ବଢ଼ିଥିଲେ ମଧ୍ୟ ସଂକ୍ରମଣ କମ ଥିବା ଜିଲ୍ଲାରେ ଲକଡାଉନ କଟକଣା କୋହଳ କରାଯାଇଛି । କମ ସଂକ୍ରମଣ ଥିବା ସ୍ଥାନରେ ଜରୁରୀ ସେବା ସହିତ ଅନ୍ୟ ଦୋକାନକୁ ଖୋଲିବାକୁ ଅନୁମତି ମିଳିଥିବା ବେଳେ ବିଭିନ୍ନ ପ୍ରକାର କାର୍ଯ୍ୟକୁ ଅନୁମତି ମିଳିଛି । ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାContinue reading “ତାମିଲନାଡୁରେ ଜୁନ୍ ୨୮ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ ଅବଧି । ସାମାନ୍ୟ କୋହଳ ହେଲା କଟକଣା ।”
ଆସନ୍ତା କାଲି ଠାରୁ ଦିଲ୍ଲୀ ଓ ୟୁପିରେ ଆଶିଂକ ଅନଲକ୍ । ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ
କନକ ବ୍ୟୁରୋ : ଦିଲ୍ଲୀ ‘ ଅନଲକ୍’ ପ୍ରକ୍ରିୟାରେ ରବିବାର ଦିନ ‘ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ (ଡିଡିଏମ୍ଏ) ଜାତୀୟ ରାଜଧାନୀ ନିମନ୍ତେ ଆହୁରି କିଛି କୋଭିଡ୍-୧୯ କଟକଣା କୋହଳ କରିଛନ୍ତି। ସୋମବାର ଠାରୁ ପୁଣି ଥରେ ଜାତୀୟ ରାଜଧାନୀ ଅଞ୍ଚଳରେ ଆସନ ସାମର୍ଥ୍ୟର ୫୦% ପୂରଣ କରି ବାର୍, ସର୍ବସାଧାରଣ ପ୍ରମୋଦ ଉଦ୍ୟାନ, ବଗିଚା, ଗଲ୍ଫ୍ କ୍ଲବ୍ ଏବଂ ମୁକ୍ତାକାଶ ଯୋଗ କାର୍ଯ୍ୟକଳାପ, ଆରମ୍ଭ କରାଯାଇ ପାରିବ ବୋଲି ‘ଡିଡିଏମ୍ଏ’ ଏକ ଆଦେଶନାମାରେ କହିଛି। କାର୍ଯ୍ୟକଳାପ,Continue reading “ଆସନ୍ତା କାଲି ଠାରୁ ଦିଲ୍ଲୀ ଓ ୟୁପିରେ ଆଶିଂକ ଅନଲକ୍ । ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ”