ଏବେବି ଦେଶରେ କରୋନା ସ୍ଥିତି ସୁଧୁରିନି! ସତର୍କତାର ସହ ଅନଲକ୍ ହେଉ । ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ଦେଶରେ କରୋନାର ଦ୍ବିତୀୟ ଲହର ଏବେ ଚାଲିଛି। ସଂକ୍ରମଣର ଭୟାବହତା ହ୍ରାସ ପାଇଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ହେବାକୁ ଆହୁରି ଅନେକ ଦିନ ଲାଗିଯିବ।  ଏଭଳି ସ୍ଥିତିରେ ଲୋକେ ଯେଭଳି କୋଭିଡ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ ଜାରି ରଖିବେ ଏବଂ ପରୀକ୍ଷା-ଚିକିତ୍ସା-ଟିକାକରଣ ରଣନୀତି ପାଳନରେ ଆଦୌ ଅବହେଳା ହେବନାହିଁ ସେଥିପ୍ରତି ରାଜ୍ୟମାନେ ସତର୍କ ରହିବାକୁ ହେବ ବୋଲି  କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଜି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଜଣାଇଛନ୍ତି। ରାଜ୍ୟContinue reading “ଏବେବି ଦେଶରେ କରୋନା ସ୍ଥିତି ସୁଧୁରିନି! ସତର୍କତାର ସହ ଅନଲକ୍ ହେଉ । ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ”

ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ତପୁଙ୍କ ଦେହାନ୍ତ 

କନକ ବ୍ୟୁରୋ: ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର  ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ରାତି ୧୧ଟାରେ ତପୁ ମିଶ୍ରଙ୍କ ପରଲୋକ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ତପୁ ମିଶ୍ର କରୋନ ଆକ୍ରାନ୍ତ ହୋଇଥିଲେ । ପରେ କରୋନା ପରବର୍ତ୍ତୀ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ । ପରେ ଆଜି ତାଙ୍କରContinue reading “ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ତପୁଙ୍କ ଦେହାନ୍ତ “

ଜମ୍ମୁକାଶ୍ମୀରରେ ସ୍ଥିତିରେ ସୁଧାର ପାଇଁ କେନ୍ଦ୍ରର ପ୍ରୟାସ । ଆସନ୍ତା ସପ୍ତାହରେ ସର୍ବଦଳୀୟ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀରେ ବୈଠକ ବସିବା ସମ୍ଭାବନା

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ସ୍ଥିତିରେ ସୁଧାର ଆଣିବାକୁ କେନ୍ଦ୍ର ସରକାର ଆଉ ଏକ ପ୍ରୟାସ କରିବାକୁ ଯାଉଛନ୍ତି । ସେଠାକାର ସବୁ ଦଳର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜମ୍ମୁକାଶ୍ମୀରର ଅଧିକାଂଶ ଦଳର ମୁଖ୍ୟମାନଙ୍କୁ ଏନେଇ କେନ୍ଦ୍ର ପକ୍ଷରୁ ଆମନ୍ତ୍ରଣ କରାଯାଇଛି, ଅନେକ ଦଳ ଆଲୋଚନାରେ ସାମିଲ ହେବାକୁ ମଧ୍ୟ ସହମତି ଦେଇଥିବାର ସୂଚନା ମିଳିଛି । ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜContinue reading “ଜମ୍ମୁକାଶ୍ମୀରରେ ସ୍ଥିତିରେ ସୁଧାର ପାଇଁ କେନ୍ଦ୍ରର ପ୍ରୟାସ । ଆସନ୍ତା ସପ୍ତାହରେ ସର୍ବଦଳୀୟ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀରେ ବୈଠକ ବସିବା ସମ୍ଭାବନା”

ନେପାଳରେ ବର୍ଷା, ଭାରତରେ ବନ୍ୟା । ନେପାଳରେ ମୁଶଳଧାରାରେ ବର୍ଷାର ପ୍ରଭାବ ଭାରତରେ । ବିହାର, ଉତରାଖଣ୍ଡ ଓ ୟୁପିରେ ବିଭିନ୍ନ ଜଗାରେ ଜଳବନ୍ଦୀ ଅବସ୍ଥା

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷା ଫଳରେ ତଳମୁଣ୍ଡରେ ବନ୍ୟା । ନେପାଳରେ ଗତ କିଛିଦିନ ଧରି ଲାଗି ରହିଥିବା ମୁଶଳଧାରାର ବର୍ଷା ଫଳରେ ଭାରତର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନେପାଳର ବନ୍ୟା ଜଳରେ ବିହାର, ଉତରପ୍ରଦେଶର ଅନେକ ସ୍ଥାନ ଏବେ ଜଳବନ୍ଦୀ । ନେପାଳରେ ଲାଗି ରହିଥିବା ମୁଶଳଧାରାର ବର୍ଷା ପାଇଁ ଭାରତରେ ବନ୍ୟା । ଲଗାଣ ବର୍ଷା ପାଇଁ ନେପାଳର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଛିContinue reading “ନେପାଳରେ ବର୍ଷା, ଭାରତରେ ବନ୍ୟା । ନେପାଳରେ ମୁଶଳଧାରାରେ ବର୍ଷାର ପ୍ରଭାବ ଭାରତରେ । ବିହାର, ଉତରାଖଣ୍ଡ ଓ ୟୁପିରେ ବିଭିନ୍ନ ଜଗାରେ ଜଳବନ୍ଦୀ ଅବସ୍ଥା”

ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଢ଼ୁଛି ବିବାଦ । ସଂସଦୀୟ ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହେଲେ ଟ୍ୱିଟର ପ୍ରତିନିଧି । କମିଟି ପ୍ରଶ୍ନର ରଖିଲେ ଉତ୍ତର

କନକ ବ୍ୟୁରୋ: ମାଇକ୍ରୋବ୍ଲଗିଂସାଇଟ ଟ୍ୱିଟର ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ସରକାର ଟ୍ୱିଟର ଉପରେ କାବୁ କରିବାକୁ ପ୍ରୟାସ କରୁଛି, ଅନ୍ୟପଟେ ଟ୍ୱିଟର କହିଛି, ଆମେ ଆମ ନିୟମ ପାଳନ କରିବୁ । ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଆହୁରି ଘନେଇବାରେ ଲାଗିଛି । ଆଇଟି ସମ୍ପର୍କିତ ସଂସଦୀୟ ଷ୍ଟାଂଡି କମିଟି ଆଗରେ ହାଜର ହୋଇଛନ୍ତି ଭାରତରେ ଥିବା ଟ୍ୱିଟର ଅଧିକାରୀ ।Continue reading “ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଢ଼ୁଛି ବିବାଦ । ସଂସଦୀୟ ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହେଲେ ଟ୍ୱିଟର ପ୍ରତିନିଧି । କମିଟି ପ୍ରଶ୍ନର ରଖିଲେ ଉତ୍ତର”

ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୋରିଆଙ୍କ ପ୍ରତିକ୍ରିୟା । ଚୀନ୍ ସହ ସୀମା ବିବାଦ ନେଇ ଆଗାମୀ ବୈଠକ ପାଇଁ ଚାଲିଛି ପ୍ରକ୍ରିୟା 

କନକ ବ୍ୟୁରୋ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ନେଇ ଖୁବଶୀଘ୍ର ଆଗାମୀ ଆଲୋଚନା ହୋଇପାରେ  । ଏନେଇ ପ୍ରକ୍ରିୟା ଜାରି ରହିଛି  । ଏବିଷୟରେ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ  ଭଦୋରିଆ  । ଦୁଣ୍ଡିଗାଲରେ ବାୟୁସେନା ଏକାଡେମୀରେ ଗ୍ରାଜୁଏସନ ପରେଡରେ ସମ୍ବୋଧନ କରିବା ଅବସରରେ ବାୟୁସେନା ମୁଖ୍ୟ ଏକଥା କହିଛନ୍ତି  । ସୀମାରୁ ସେନା ଅପସାରଣ ନେଇ ଆଲୋଚନା ଭିତରେ ସୀମା ଉପରେ କଡ଼ା ନଜର ରଖିଛନ୍ତି ତିନିContinue reading “ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୋରିଆଙ୍କ ପ୍ରତିକ୍ରିୟା । ଚୀନ୍ ସହ ସୀମା ବିବାଦ ନେଇ ଆଗାମୀ ବୈଠକ ପାଇଁ ଚାଲିଛି ପ୍ରକ୍ରିୟା “

କେବେ ଆସିବ ଦେଶରେ କରୋନାର ତୃତୀୟ ଲହର? ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଲେ, କୋଭିଡ ନିୟମ ପାଳନରେ ହେଳା କଲେ ୬ରୁ ୮ ସପ୍ତାହ ମଧ୍ୟରେ ଆସିପାରେ ତୃତୀୟ ଲହର

କନକ ବ୍ୟୁରୋ: କେବେ ଆସିବ ଦେଶରେ କରୋନାର ତୃତୀୟ ଲହର । ଏହା ଏବେ ଏକ ବଡ଼ ପ୍ରଶ୍ନ ପାଲଟିଥିବା ବେଳେ ଏପ୍ରସଙ୍ଗରେ ଉତର ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଯଦି ଲୋକ କୋଭିଡ ନିୟମ ପାଳନ ନ କରନ୍ତି ଓ ଖାମଖିଆଲି ବ୍ୟବହାର କରନ୍ତି, ତାହେଲେ ଦେଶରେ ଆସନ୍ତା ୬ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଦେଖାଦେଇପାରେ ବୋଲି ସେ ସତର୍କ କରିଛନ୍ତି । ଯେ ପର୍ଯ୍ୟନ୍ତ ଦେଶରContinue reading “କେବେ ଆସିବ ଦେଶରେ କରୋନାର ତୃତୀୟ ଲହର? ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଲେ, କୋଭିଡ ନିୟମ ପାଳନରେ ହେଳା କଲେ ୬ରୁ ୮ ସପ୍ତାହ ମଧ୍ୟରେ ଆସିପାରେ ତୃତୀୟ ଲହର”

କେବଳ ମଣିଷ ନୁହେଁ ପେଟ ବି ମାରୁଛି କରୋନା । ପୋଲସରାରୁ ଆସିଲା କରୋନା କଷ୍ଟର ଆଉ ଏକ କାହାଣୀ । ବୁଡ଼ି ଗଲା ବ୍ୟାଣ୍ଡ, ପେଟ ପାଇଁ ବାଉଁଶ କାରିଗର ସାଜିଲେ ବୁଗୁଡ଼ାର କେ.ପ୍ରକାଶ ପାତ୍ର

କନକ ବ୍ୟୁରୋ: ପେଶା ବୁଡ଼ି ଯିବାର ଦୁଃଖ ରହିଛି, ନୂଆ ଜୀବିକା ବାଛି ନେବାର ସାହସ ବି ରହିଛି । ଦିିନେ ବ୍ୟାଣ୍ଡ ପାର୍ଟିର ମାଲିକ ଥିବା ପ୍ରକାଶ, ଏବେ ବାଉଁଶ କାରିଗର । ୧୦ରୁ ୧୨ ଜଣକୁ ରୋଜଗାର ଦେଉଥିବା ମଣିଷ, ଏବେ ନିଜ ପେଟ ପାଟଣା ପାଇଁ ସଂଘର୍ଷ କରୁଛନ୍ତି । ମହାମାରୀ ଆସି କେବଳ ମଣିଷ ମାରିଲାନି, ବରଂ କେ. ପ୍ରକାଶ ପାତ୍ରଙ୍କ ଭଳି ଶହ ଶହ ଛୋଟ ଛୋଟ ଉଦ୍ୟୋଗୀଙ୍କ ଉଦ୍ୟୋଗକୁContinue reading “କେବଳ ମଣିଷ ନୁହେଁ ପେଟ ବି ମାରୁଛି କରୋନା । ପୋଲସରାରୁ ଆସିଲା କରୋନା କଷ୍ଟର ଆଉ ଏକ କାହାଣୀ । ବୁଡ଼ି ଗଲା ବ୍ୟାଣ୍ଡ, ପେଟ ପାଇଁ ବାଉଁଶ କାରିଗର ସାଜିଲେ ବୁଗୁଡ଼ାର କେ.ପ୍ରକାଶ ପାତ୍ର”

ପୁଣି ଥରେ ତାଜା ହୋଇଗଲା, ମିଲଖା ସିଂହଙ୍କ କଟକ କାହାଣୀ । ଦୌଡ଼ ସରିବା ପରେ ଟ୍ରାକ୍ ମାପିଥିଲେ ମିଲଖା

କନକ ବ୍ୟୁରୋ: ନିଜ କ୍ରୀଡା କ୍ୟାରିୟରରେ ମୋଟ୍ ୮୦ଟି ରେସ୍ ରେ ଅଂଶ ଗ୍ରହଣ କରିଥିଲେ ମିଲଖା ସିଂ । ଏଥିରୁ କେତୋଟିରେ ବିଜୟୀ ହୋଇଥିଲେ ଜାଣିଛନ୍ତି । ମିଲଖା ସିଂ ଏହା ମଧ୍ୟରୁ ୭୭ଟି ରେସରେ ବାଜି ମାରିନେଇଥିଲେ । ଏହି ବିଜୟ ଭିତରୁ ରହିଛି ଓଡିଶା କନେକ୍ସନ । ବାରବାଟୀ ଷ୍ଟାଡିୟମରେ ଗୋଟିଏ ରେସ୍ ଦୌଡି ଥିଲେ ମିଲଖା ସିଂ । ଏଥିରେ କିପରି ବିଜୟୀ ହୋଇଥିଲେ ମିଲଖା ଆସନ୍ତୁ ଦେଖିବା । ମିଲଖାContinue reading “ପୁଣି ଥରେ ତାଜା ହୋଇଗଲା, ମିଲଖା ସିଂହଙ୍କ କଟକ କାହାଣୀ । ଦୌଡ଼ ସରିବା ପରେ ଟ୍ରାକ୍ ମାପିଥିଲେ ମିଲଖା”

କୁନି ପିଲାର ମୂଲ୍ୟ ୧୦ ହଜାର ଟଙ୍କା । ଭୁବନେଶ୍ୱର ମାଳି ସାହିରୁ ଶିଶୁ ବିକ୍ରି ଅଭିଯୋଗ ଘଟଣା ପରେ ପିଲାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍

କନକ ବ୍ୟୁରୋ: ରାଜଧାନୀରେ ବିକ୍ରି ହୋଇଥିବା ନବଜାତ ଶିଶୁକୁ ଚାଇଲଡ ଲାଇନ ଉଦ୍ଧାର କରିବା ପରର ଏ ହେଉଛି ଦୃଶ୍ୟ । ମାତ୍ର ୨୪ ଘଂଟା ମାଆ ହେବାକୁ ସୁଯୋଗ ପାଇଥିଲେ ସାମେଦ୍ଦୁନ ବିବି । ହେଲେ ଚାଇଲଡ ଲାଇନ୍ ଛୁଆକୁ ନେଇଯିବା ପରେ ପୁଣି ତାଙ୍କ କୋଳ ଖାଲି ହୋଇଯାଇଛି । ସାମେଦ୍ଦୁନ କୋଳରେ ଥିବା ଏହି ୧୦ ଦିନର ନବଜାତକକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ରାଜଧାନୀ ଭୁବନେଶ୍ୱରରେContinue reading “କୁନି ପିଲାର ମୂଲ୍ୟ ୧୦ ହଜାର ଟଙ୍କା । ଭୁବନେଶ୍ୱର ମାଳି ସାହିରୁ ଶିଶୁ ବିକ୍ରି ଅଭିଯୋଗ ଘଟଣା ପରେ ପିଲାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍”

Design a site like this with WordPress.com
Get started