ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ତେଜିଲା ରାଜନୀତି । ସଂସ୍କୃତି ଓ ପରମ୍ପରା ବଜାୟ ରଖିବାକୁ ବିଜୟ ମହାପାତ୍ରଙ୍କ ଦାବି, ରଥ ଉପରେ ନୀତିକାନ୍ତି କରିବା ସପକ୍ଷରେ ରଖିଲେ ମତ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାକୁ ନେଇ ରାଜ୍ୟ ସରାକାର ସବୁଜ ସଂକେତ ମିଳିବା ପରଠାରୁ ଯେଉଁ ଆଶଙ୍କା କରାଯାଉଥିଲା ସେଇଆ ହୋଇଛି । ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ବଳଦେବଜିଉ ଏବଂ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି ଜୋର ଧରିଛି । ବାରିପଦାରେ ଲୋକ ରାସ୍ତାକୁ ଓହ୍ଲାଇ ଦାବି କରିଥିବା ବେଳେ କେନ୍ଦ୍ରପଡ଼ା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ସେବାୟତ । ଆଉ ଏସବୁ ଭିତରେ ରଥଯାତ୍ରାକୁ ନେଇ ରାଜନୀତି ଆରମ୍ଭContinue reading “ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ତେଜିଲା ରାଜନୀତି । ସଂସ୍କୃତି ଓ ପରମ୍ପରା ବଜାୟ ରଖିବାକୁ ବିଜୟ ମହାପାତ୍ରଙ୍କ ଦାବି, ରଥ ଉପରେ ନୀତିକାନ୍ତି କରିବା ସପକ୍ଷରେ ରଖିଲେ ମତ”

କରୋନା ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ମୃତ ପରିବାରଙ୍କୁ କେନ୍ଦ୍ରୀୟ ପାଣ୍ଠିରୁ ସହାୟତା ଦିଆଯିବା ସମ୍ପର୍କରେ ଶ୍ୱେତପତ୍ର ଦାବି କଲେ ବିଜେପି ବିଧାୟକ ମୋହନ ମାଝି

କନକ ବ୍ୟୁରୋ: କରୋନା ମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି । କରୋନା ଜନିତ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ବିଜେପି ବିଧାୟକ ଦଳ । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଓ ସରକାରଙ୍କ କୋଭିଡ ମୃତ୍ୟୁ ତଥ୍ୟରେ ତାଳମେଳ ନାହିଁ । ଦ୍ୱିତୀୟ ଲହରରେ ରାଜ୍ୟରେ କେତେ ଜଣଙ୍କ ଜୀବନ ଯାଇଛି, ତାହାର ତଦନ୍ତ ପରେ ପ୍ରକୃତ ସଂଖ୍ୟା ବାହାର କରି ଶ୍ୱେତପତ୍ର ଜାରି କରିବାକୁ ଦାବିContinue reading “କରୋନା ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ମୃତ ପରିବାରଙ୍କୁ କେନ୍ଦ୍ରୀୟ ପାଣ୍ଠିରୁ ସହାୟତା ଦିଆଯିବା ସମ୍ପର୍କରେ ଶ୍ୱେତପତ୍ର ଦାବି କଲେ ବିଜେପି ବିଧାୟକ ମୋହନ ମାଝି”

ଟିକାର ଦୁଇଟି ଡୋଜ୍ ନେବା ପରେ ବି କାହିଁକି ହେଉଛି ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ପରିବେଶରେ ସଂକ୍ରମଣ ଥିବାରୁ ହେଉଛି ସଂକ୍ରମଣ, ହେଲେ ଟିକା ନେବା ପରେ କମୁଛି ସିଭିୟରିଟି

କନକ ବ୍ୟୁରୋ: ଦୁଇ ଡୋଜ୍ ଟିକା ପରେ କାହିଁକି ହେଉଛି ସଂକ୍ରମଣ ଓ କାହିଁକି ହେଉଛି ମୃତ୍ୟୁ । ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । କିଛି ଦିନ ମଧ୍ୟରେ ରାଜ୍ୟରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏମାନେ ଦୁଇ ଡୋଜ୍ ଟିକା ନେଇଥିବା ବେଳେ ସଂକ୍ରମିତ ହେଲେ ଏବଂ ଗୁରୁତରContinue reading “ଟିକାର ଦୁଇଟି ଡୋଜ୍ ନେବା ପରେ ବି କାହିଁକି ହେଉଛି ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ପରିବେଶରେ ସଂକ୍ରମଣ ଥିବାରୁ ହେଉଛି ସଂକ୍ରମଣ, ହେଲେ ଟିକା ନେବା ପରେ କମୁଛି ସିଭିୟରିଟି”

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦ୍‌ଘାଟନ କରିଛନ୍ତି। ଏଥିରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ଶଯ୍ୟା ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନରContinue reading “ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ”

ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୫,୨୮୧ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୫ ହଜାର ୨୮୧ କରୋନା ପଜିଟିଭ । ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୩,୪୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୨୦୪, କଟକରୁ ୫୧୦, ନବରଙ୍ଗପୁରରୁ ୧୩୪,Continue reading “ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୫,୨୮୧ କରୋନା ଆକ୍ରାନ୍ତ”

ଉତ୍ତରପ୍ରଦେଶ ରାଜନୀତିରେ ପ୍ରଧାନମନ୍ତ୍ରୀଙ୍କ ପାଖ ଲୋକ । ଏ.କେ ଶର୍ମା ହେଲେ ରାଜ୍ୟ ବିଜେପିର ଉପାଧ୍ୟକ୍ଷ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖଲୋକ କୁହାଯାଉଥିବା ପୂର୍ବତନ ଆଇଏଏସ ଅଧିକାରୀ ଏ.କେ ଶର୍ମା ଉତ୍ତରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି । ଏ.କେ ଶର୍ମାଙ୍କୁ ରାଜ୍ୟ ବିଜେପିର ଉପାଧ୍ୟକ୍ଷ ଦାୟୀତ୍ୱ ମିଳିଛି । ଗୁଜୁରାଟ କ୍ୟାଡରର ୧୯୮୮ ବ୍ୟାଚର ଆଇଏଏସ୍ ଅରବିନ୍ଦ ଶର୍ମାଙ୍କୁ ଜାନୁଆରୀ ୨୦୨୧ ରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂ ଓ ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ବିଜେପିର ସଦସ୍ୟତା ଦେଇଥିଲେ । ଏହାପରେ ସେ ଏମଏଲସି ନିର୍ବାଚନ ଭିତରେ ପୁରାContinue reading “ଉତ୍ତରପ୍ରଦେଶ ରାଜନୀତିରେ ପ୍ରଧାନମନ୍ତ୍ରୀଙ୍କ ପାଖ ଲୋକ । ଏ.କେ ଶର୍ମା ହେଲେ ରାଜ୍ୟ ବିଜେପିର ଉପାଧ୍ୟକ୍ଷ”

ପଞ୍ଚଭୂତରେ ଲୀନ ହେଲା ମିଲଖା ସିଂଙ୍କ ପାର୍ଥିବ ଶରୀର । ଭାବବିହ୍ୱଳ ପରିବେଶରେ ହେଲା ଅନ୍ତିମ ବିଦାୟ

କନକ ବ୍ୟୁରୋ: ପଞ୍ଚଭୂତରେ ଲୀନ ହେଲା କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ପାର୍ଥିବ ଶରୀର । ଚଣ୍ଡୀଗଡର ମଟକା ଚୈକରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଭାବ ବିହ୍ୱଳ ପରିବେଶରେ ମିଲଖା ସିଂଙ୍କୁ ଶେଷ ବିଦାୟ ଦିଆଯାଇଛି । ଏହି ସମୟରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜ୍ଜୁ, ପଞ୍ଜାବ ଗଭର୍ନର ଭିପି ସିଂ ବାଦନୋର ଓ ହରିୟାଣା କ୍ରିଡାମନ୍ତ୍ରୀ ସନ୍ଦିପ ସିଂ ପ୍ରମୁଖ ଉପସ୍ଥିତି ଥିଲେ । କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଗତକାଲିContinue reading “ପଞ୍ଚଭୂତରେ ଲୀନ ହେଲା ମିଲଖା ସିଂଙ୍କ ପାର୍ଥିବ ଶରୀର । ଭାବବିହ୍ୱଳ ପରିବେଶରେ ହେଲା ଅନ୍ତିମ ବିଦାୟ”

ଗୁରୁତ୍ୱପୂର୍ଣ୍ଣ ଘୋଷଣା କଲେ ତେଲେଙ୍ଗାନା ସରକାର । ରାଜ୍ୟରୁ ସମ୍ପୂର୍ଣ୍ଣ ହଟିଲା ଲକଡାଉନ୍ କଟକଣା

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ କମୁଥିବା ଦେଖି ତେଲେଙ୍ଗାନା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ନିର୍ଦ୍ଦେଶ ମୁତାବକ ରାଜ୍ୟରେ ଲାଗୁ ହୋଇଥିବା କୋଭିଡ କଟକଣା ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଗଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି କି, ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ମିଳିଥିବା ରିପୋର୍ଟ ଯାଂଚ କରିବା ପରେ ରାଜ୍ୟରେ ଲକଡାଉନ୍ କଟକଣା ସମ୍ପୂର୍ଣ୍ଣ ହଟାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ରାଜ୍ୟରେ କରୋନା ସଂକ୍ରମଣContinue reading “ଗୁରୁତ୍ୱପୂର୍ଣ୍ଣ ଘୋଷଣା କଲେ ତେଲେଙ୍ଗାନା ସରକାର । ରାଜ୍ୟରୁ ସମ୍ପୂର୍ଣ୍ଣ ହଟିଲା ଲକଡାଉନ୍ କଟକଣା”

ଚନ୍ଦକା ଅଂଚଳରେ ମହିଳାଙ୍କୁ ହତ୍ୟା ଘଟଣାର ୯ ବର୍ଷ ପରେ ପୁଣି ଖୋଳତାଡ । କାମାକ୍ଷନଗରରେ ପୋଷ୍ଟର ମାରିଲା କମିଶନରେଟ ପୁଲିସ । ମୃତ ମହିଳାଙ୍କ ଜାଣିଥିଲେ, ପୁଲିସକୁ ଜଣାଇବାକୁ ଅନୁରୋଧ

କନକ ବ୍ୟୁରୋ: ଭୁବନେଶ୍ୱର ଚନ୍ଦକା ଥାନା ଅଂଚଳରେ ମହିଳାଙ୍କୁ ହତ୍ୟା ଘଟଣାରେ କମିଶନରେଟ ପୁଲିସ କାମାକ୍ଷନଗର ପହଂଚିଛି । କାମାକ୍ଷନଗରରେ ମୃତ ମହିଳାଙ୍କ ପୋଷ୍ଟର ମାରିଛି ଚନ୍ଦକା ଥାନା ପୁଲିସ । ପ୍ରାୟ ୯ ବର୍ଷ ପରେ କମିଶନରେଟ ପୁଲିସ ଏହି ହତ୍ୟା ମାମଲାର ଫାଇଲ ଖୋଲିଛି । ରାଜଧାନୀ ପରେ କାମାକ୍ଷନଗରରେ ପୋଷ୍ଟର ମାରି ମୃତ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରାଯାଉଛି । ମୃତକଙ୍କ ପରିଚୟ ଜଣାପଡିଲେ ହତ୍ୟାକାଣ୍ଡର କାରଣ ଖୋଜିବା ସହଜ ହେବContinue reading “ଚନ୍ଦକା ଅଂଚଳରେ ମହିଳାଙ୍କୁ ହତ୍ୟା ଘଟଣାର ୯ ବର୍ଷ ପରେ ପୁଣି ଖୋଳତାଡ । କାମାକ୍ଷନଗରରେ ପୋଷ୍ଟର ମାରିଲା କମିଶନରେଟ ପୁଲିସ । ମୃତ ମହିଳାଙ୍କ ଜାଣିଥିଲେ, ପୁଲିସକୁ ଜଣାଇବାକୁ ଅନୁରୋଧ”

ରାଜଧାନୀରେ ଶିଶୁ ବିକ୍ରି ଘଟଣା । ମାଳିସାହିରୁ ଶିଶୁ ପୁତ୍ରକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍ । ୧୦ ଦିନର ନବଜାତକକୁ ୧୦ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ।

କନକ ବ୍ୟୁରୋ: ରାଜଧାନୀରେ ଶିଶୁ ବିକ୍ରି ଘଟଣା । ଭୁବନେଶ୍ୱର ମାଳି ସାହିରୁ ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ । ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ । ତେବେ ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଚାଇଲ୍ଡ ଲାଇନ ଏବଂContinue reading “ରାଜଧାନୀରେ ଶିଶୁ ବିକ୍ରି ଘଟଣା । ମାଳିସାହିରୁ ଶିଶୁ ପୁତ୍ରକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍ । ୧୦ ଦିନର ନବଜାତକକୁ ୧୦ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ।”

Design a site like this with WordPress.com
Get started