ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ଡ୍ୟୁଟି ବେଳେ ପ୍ରାଣ ହରାଇଥିବା ୬ ଯବାନ ଓ ପୋଲିସ କର୍ମଚାରୀଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ।

କନକ ବ୍ୟୁରୋ :  ଦିଲ୍ଲୀ ସରକାର ରାଜ୍ୟର ୬ ଟି ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା  ଯବାନ, ପୋଲିସ ଓ ସିଭିଲ ଡିଫେନ୍ସ କର୍ମଚାରୀଙ୍କ ପରିବାରକୁ  ଏହି ସହାୟତା ରାଶି ପ୍ରଦାନ କରାଯିବ ।  ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ  ସିସୋଦିଆ ଶନିବାର ଦିନ ଏଭଳି ଘୋଷଣା କରିଛନ୍ତି  । ଏହି ଘୋଷଣା ମୁତାବକ ଯେଉଁ ୬ ଟି ପରିବାରକୁ ଏହି ସହାୟତା ରାଶିContinue reading “ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ଡ୍ୟୁଟି ବେଳେ ପ୍ରାଣ ହରାଇଥିବା ୬ ଯବାନ ଓ ପୋଲିସ କର୍ମଚାରୀଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ।”

ଅନଲକ୍ ପ୍ରକ୍ରିୟାକୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କଲା କେନ୍ଦ୍ର । କଟକଣା କୋହଳ ହେଲେ ବି କୋଭିଡ୍ ନିୟମ ପାଳନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ।

କନକ ବ୍ୟୁରୋ: କରୋନା ସଂକ୍ରମଣ କମୁଥିବାରୁ ପର୍ଯ୍ୟାୟକ୍ରମେ ଲକଡାଉନ କଟକଣାକୁ କୋହଳ କରୁଛନ୍ତି ବିଭିନ୍ନ ରାଜ୍ୟ । ହେଲେ ଏହି ଅନଲକ୍ ପ୍ରକ୍ରିୟାକୁ ନେଇ ରାଜ୍ୟମାନଙ୍କୁ ସତର୍କ କରିଛନ୍ତି କେନ୍ଦ୍ର ସରକାର । ଅନଲକ ପକ୍ରିୟା ଆରମ୍ଭ ହେବା ପରେ ଲୋକମାନେ ଯେମିତି କୋଭିଡ କଟକଣାକୁ ସଠିକ୍ ଭାବେ ପାଳନ କରିବେ, ତା ଉପରେ ସତର୍କ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛି କେନ୍ଦ୍ର । କଟକଣା କୋହଳ ହେବା ପରେ ବଜାର ଓ ଅନ୍ୟ ସ୍ଥାନମାନଙ୍କରେ ଲୋକContinue reading “ଅନଲକ୍ ପ୍ରକ୍ରିୟାକୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କଲା କେନ୍ଦ୍ର । କଟକଣା କୋହଳ ହେଲେ ବି କୋଭିଡ୍ ନିୟମ ପାଳନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ।”

ଅପରେସନକୁ ଆଉ ୫ଦିନ ବାକି, ଆଖିରେ ବିଧାତା ଦେଇଛି ଅର୍ଥଅଭାବର ଲୁହ । ବୋନ୍ କ୍ୟାନ୍ସରରେ ବେଡରେ ପଡ଼ି ସାହାଯ୍ୟ ମାଗୁଛି ଘରର ଏକମାତ୍ର ରୋଜଗାରିଆ ପୁଅ ।

କନକ ବ୍ୟୁରୋ: ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ । କେତେ କଷ୍ଟ ହୁଏ ଯେବେ ଘରର ଏକ ମାତ୍ର ପୁଅ ଶଯ୍ୟାଶାୟୀ ହୋଇପଡ଼େ । ଅପରେସନ୍ ପାଇଁ ହାତରେ ଆଉ ମାତ୍ର ୫ ଦିନ, ବିଧାତାକୁ ଅନେଇ କିଛି ଚମକ୍ରାରକୁ ଚାହିଁ ବସିଛି ଏ ଅସହାୟ ପରିବାର । କାରଣ ବିବାହର ପାଂଚ ମାସ ପରେ ବୋନ୍ କ୍ୟାନସର ରୋଗରେ ବେଡରେ ପଡ଼ି ଛଟପଟ ହେଉଛନ୍ତି  । କାନ୍ଦୁଛି ଜନ୍ମକଲା ମା’ ଲୁହ ଝରାଇContinue reading “ଅପରେସନକୁ ଆଉ ୫ଦିନ ବାକି, ଆଖିରେ ବିଧାତା ଦେଇଛି ଅର୍ଥଅଭାବର ଲୁହ । ବୋନ୍ କ୍ୟାନ୍ସରରେ ବେଡରେ ପଡ଼ି ସାହାଯ୍ୟ ମାଗୁଛି ଘରର ଏକମାତ୍ର ରୋଜଗାରିଆ ପୁଅ ।”

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ରହିଛି। ଏଥିପାଇଁ ଉକ୍ତ ୯ ଜିଲ୍ଲାର ବାସିନ୍ଦାଙ୍କୁ ବର୍ଷା ସମୟରେ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା କାଲିContinue reading “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।”

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ଟସ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ ।

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିବ । ଏହି ମ୍ୟାଚ ଉଭ୍ୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଉଭୟ ଦଳ ମ୍ୟାଚ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ । ୧୮ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବାର ଥିଲା । ହେଲେ ବର୍ଷାContinue reading “ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ଟସ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ ।”

ଏମିତି ପୁଅକୁ ଧିକ୍ : ମଦ ନିଶାରେ ବାପାକୁ ହାଣିଲା ପୁଅ; ଅଭିଯୁକ୍ତର ଗୋଡହାତ ବାନ୍ଧି ପୋଲିସକୁ ଖବର ଦେଲେ ଗ୍ରାମବାସୀ

କନକ ବ୍ୟୁରୋ : ମଦ ନିଶାରେ ବାପାକୁ ହାଣିଲା ପୁଅ । ଅଭିଯୁକ୍ତ ପୁଅର ଗୋଡ ହାତ ବାନ୍ଧି ପୋଲିସକୁ ଖବର ଦେଲେ ଗାଁଲୋକ । ଗତକାଲି ରାତିରେ ପୁଅ ଶ୍ରୀକାନ୍ତ ନାଇକି ମଦ ପିଇ ଘରକୁ ଆସି ବାପା ସହ ପାଟିତୁଣ୍ଡ କରି ଏଭଳି ଘଟଣା ଘଟାଇଥିବା ଗାଁଲୋକ କହିଛନ୍ତି । ଘଟଣାକୁ ଅନେକ ସମୟ ବିତି ଥିଲେ ମଧ୍ୟ ଗାଁରେ ଏପର୍ଯ୍ୟନ୍ତ ପହଂଚି ପାରି ନାହିଁ ପୋଲିସ । ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ଔପଦାContinue reading “ଏମିତି ପୁଅକୁ ଧିକ୍ : ମଦ ନିଶାରେ ବାପାକୁ ହାଣିଲା ପୁଅ; ଅଭିଯୁକ୍ତର ଗୋଡହାତ ବାନ୍ଧି ପୋଲିସକୁ ଖବର ଦେଲେ ଗ୍ରାମବାସୀ”

ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ବିବାଦ । ସଂସ୍କୃତି ଓ ପରମ୍ପରା ବଜାଇ ରଖିବାକୁ ବିଜୟ ମହାପାତ୍ରଙ୍କ ଦାବି । ବିରୋଧ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ 

କନକ ବ୍ୟୁରୋ: ସରକାର ଏକ ବିକଳ୍ପ ନିଷ୍ପତି ନେବା ପାଇଁ ଦାବି କଲେ ବିଜୟ ମହାପାତ୍ର । ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାଇବା ସହ କୋଭିଡ କଟକଣା ପାଳନ କରି କେମିତି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜିତ କରିହେବ ସେ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ରଥଯାତ୍ରାକୁ ନେଇ ଓଡିଶାବାସୀଙ୍କ ମନରେ ଭାବାବେଗ ରହିଛି । ସୁପ୍ରିମକୋର୍ଟ ଗତବର୍ଷ ବିନା ଭକ୍ତରେ ପୂରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ ।Continue reading “ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ବିବାଦ । ସଂସ୍କୃତି ଓ ପରମ୍ପରା ବଜାଇ ରଖିବାକୁ ବିଜୟ ମହାପାତ୍ରଙ୍କ ଦାବି । ବିରୋଧ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ “

ବଳଦେବଜୀଉଙ୍କ ରଥଯାତ୍ରା ଦାବି କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର : କହିଲେ, ପୁରୀ ପରି କେନ୍ଦ୍ରାପଡାରେ ହେଉ ରଥଯାତ୍ରା

କନକ ବ୍ୟୁରୋ : କେନ୍ଦ୍ରାପଡାରେ ହେଉ ରଥଯାତ୍ରା । ସରକାର ଏକ ବିକଳ୍ପ ନିଷ୍ପତି ନେବା ପାଇଁ ଦାବି କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାଇବା ସହ କୋଭିଡ କଟକଣା ପାଳନ କରି କେମିତି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜିତ କରିହେବ ସେ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ରଥଯାତ୍ରାକୁ ନେଇ ଓଡିଶାବାସୀଙ୍କ ମନରେ ଭାବାବେଗ ରହିଛି । ସୁପ୍ରିମକୋର୍ଟ ଗତବର୍ଷ ବିନାContinue reading “ବଳଦେବଜୀଉଙ୍କ ରଥଯାତ୍ରା ଦାବି କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର : କହିଲେ, ପୁରୀ ପରି କେନ୍ଦ୍ରାପଡାରେ ହେଉ ରଥଯାତ୍ରା”

ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ : ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ଦୁଇଟି ରହିଥିବା ଜଣାପଡିଛି; ଆଇଏଲଏସ ନିର୍ଦ୍ଦେଶକ କହିଲେ, ଚାଲିଛି ଅନୁଧ୍ୟାନ 

କନକ ବ୍ୟୁରୋ : ସମଗ୍ର ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ । ଏଥି ମଧ୍ୟରୁ ଝାଡ଼ଖଣ୍ଡ,ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣାପଡିଛି । ୪ଟି ରାଜ୍ୟ ବିହାର, ଛତିଶଗଡ଼, ଓଡିଶା ଓ ଝାଡ଼ଖଣ୍ଡର ସାମ୍ପୁଲକୁ ନେଇ ଆଇଏଲଏସ୍ ଜିନମ ସିକ୍ୟୁଏନସିଂ ହେଉଛି । ଅଧିକ ସାମ୍ପୁଲର ଜିନମ ସିକ୍ୟୁଏନସିଂ କରାଗଲେ ଜଣାପଡିବ ଯେ ଡେଲାଟା ପ୍ଲସ ଭାଇରସ୍ ସ୍ଥିତି କଣ ରହିଛି । ସେ ଆହୁରି ମଧ୍ୟ କରିଛନ୍ତି, ଲକଡ଼ାଉନ କୋହଳ ହେବା ପରେ ଲୋକମାନେContinue reading “ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ : ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ଦୁଇଟି ରହିଥିବା ଜଣାପଡିଛି; ଆଇଏଲଏସ ନିର୍ଦ୍ଦେଶକ କହିଲେ, ଚାଲିଛି ଅନୁଧ୍ୟାନ “

ପଶୁଙ୍କ ଠାରେ ବି ଦେଖାଗଲା କରୋନାର ଡେଲଟା ଭାରିଆଣ୍ଟ । ଚେନ୍ନାଇର ଏକ ଚିଡିଆଖାନାରେ ୪ ଟି ସିଂହଙ୍କ ଶରୀରରେ କରୋନାର ଡେଲଟା ଭୂତାଣୁ ଚିହ୍ନଟ

କନକ ବ୍ୟୁରୋ : କରୋନା ଭୂତାଣୁ କେବଳ ମଣିଷ ମାନଙ୍କ ଶରୀରେ ପପ୍ରବେଶ କରିବା ନେଇ ଧାରଣା ଏବେ ଭୂଲ ପ୍ରମାଣିତ ହୋଇଛି । ଚେନ୍ନାଇର ଏରିଗନାର ଜୋଲୋଜୀ ପାର୍କରେ ୪ ଟି ସିଂହଙ୍କ ଠାରେ କରୋନାର ଡେଲାଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ଚେନ୍ନାଇର ଭାଣ୍ଡାଲୁର ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ୪ ଟି ସିଂହ କୋଭିଡ ଡେଲଡା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଆଇସିଏଆର ସୂଚନା ଦେଇଛି । ଏହି ପ୍ରାଣୀ ଉଦ୍ୟାନରୁ ୧୧ ଟିContinue reading “ପଶୁଙ୍କ ଠାରେ ବି ଦେଖାଗଲା କରୋନାର ଡେଲଟା ଭାରିଆଣ୍ଟ । ଚେନ୍ନାଇର ଏକ ଚିଡିଆଖାନାରେ ୪ ଟି ସିଂହଙ୍କ ଶରୀରରେ କରୋନାର ଡେଲଟା ଭୂତାଣୁ ଚିହ୍ନଟ”

Design a site like this with WordPress.com
Get started