ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମତ : ଟିକା ନେବା ପରେ କୋଭିଡ ହେବନି ଏପରି କିଛି ନାହିଁ; କିନ୍ତୁ ଟିକା ନେବା ପରେ କମୁଛି ସିଭିୟରିଟି

କନକ ବ୍ୟୁରୋ : ଟିକା ଦୁଇଟି ଡ଼ୋଜ ନେବା ପରେ କାହିଁକି ସଂକ୍ରମିତ ହେଉଛନ୍ତି ଲୋକେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ପରିବେଶରେ ସଂକ୍ରମଣ ଥିବାରୁ ହେଉଛି ସଂକ୍ରମଣ । କିନ୍ତୁ ଟିକା ନେବା ପରେ କମୁଛି ସିଭିୟରିଟି । ଟିକା ନେବା ପରେ କୋଭିଡ ହେବନି ଏପରି କିଛି ନାହିଁ । ବିଭିନ୍ନ ଟିକା ୭୦ ରୁ ୯୦% ଭିତରେ କାର୍ଯ୍ୟ କରୁଛି । ଟିକା ନେବା ଦ୍ୱାରା ଆମ ଦେହରେ କୋଭିଡର ରୋଗ ପ୍ରତିରୋଧକContinue reading “ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମତ : ଟିକା ନେବା ପରେ କୋଭିଡ ହେବନି ଏପରି କିଛି ନାହିଁ; କିନ୍ତୁ ଟିକା ନେବା ପରେ କମୁଛି ସିଭିୟରିଟି”

ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଚିିଠି : କୋଭିଡ ମୃତ୍ୟୁ ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି; ଅନାଥ ଶିଶୁଙ୍କ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ ଚିଠି ଲେଖିଲେ ବିଜେପି ବିଧାୟକ ଦଳ । ଏନେଇ ସୁଚନା ଦେଇଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ । ରାଜ୍ୟରେ କୋଭିଡ଼ ସଂକ୍ରମିତ ମୃତ୍ୟୁ ସଂଖ୍ୟାର ତଦନ୍ତ କରି ପ୍ରକୃତ ତଥ୍ୟ ବାହାର କରି ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ବିଜେପି କହିଛି । ନହେଲେ ପିତୃମାତୃହୀନ ଶିଶୁମାନେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ପାଇବାରୁ ବଂଚିତ ହେବେ । ଅନ୍ୟ ରାଜ୍ୟ ଭଳି ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫Continue reading “ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଚିିଠି : କୋଭିଡ ମୃତ୍ୟୁ ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି; ଅନାଥ ଶିଶୁଙ୍କ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ”

ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ନେଇ ବଢ଼ିଲା ଅସନ୍ତୋଷ : ସୁପ୍ରିମକୋର୍ଟର ଦ୍ୱାରସ୍ତ ହେଲେ ୧୧୫୨ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ନେଇ ତେଜିଲା ଅସନ୍ତୋଷ । ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ୧୧୫୨ ଛାତ୍ରଛାତ୍ରୀ । ଆବେଦନକାରୀ ଛାତ୍ରଛାତ୍ରୀମାନେ ଅସନ୍ତୋଷ ଜାହିର କରିବା ସହ କେତେକ ପ୍ରସ୍ତାବ ଦେଇଛନ୍ତି । ମୂଲ୍ୟାୟନରେ କମ୍ପାର୍ଟମେଂଟ, ଫେଲ ହୋଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ, ଡ୍ରପ ଆଉଟ ଓ ଘରୋଇ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ଆବେଦନକାରୀ ଦାବି କରିଛନ୍ତି । ସିବିଏସଇର ନିଷ୍ପତି ସମ୍ବିଧାନ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରୁଛିContinue reading “ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ନେଇ ବଢ଼ିଲା ଅସନ୍ତୋଷ : ସୁପ୍ରିମକୋର୍ଟର ଦ୍ୱାରସ୍ତ ହେଲେ ୧୧୫୨ ଛାତ୍ରଛାତ୍ରୀ”

ଜମ୍ମୁ-କାଶ୍ମୀରକୁ ନେଇ କାହିଁକି ତତ୍ପର କେନ୍ଦ୍ର ସରକାର । ବିଧାନସଭା ନିର୍ବାଚନ ନା ରାଜ୍ୟର ମାନ୍ୟତା ?

କନକ ବ୍ୟୁରୋ : କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନକୁ ନେଇ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି ! ଜୁନ ୨୪ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜମ୍ମୁ-କାଶ୍ମୀରର ସମସ୍ତ ରାଜନୈତିକ ଦଳଙ୍କ ସର୍ବଦଳୀୟ ବୈଠଳରେ ଏହି ମୁଦ୍ଦା ଉପରେ ଆଲୋଚନା ହୋଇପାରେ । ଅନ୍ୟପଟେ ଜମ୍ମୁ-କାଶ୍ମୀରବାସୀ ଦୀର୍ଘଦିନ ହେବ ରାଜ୍ୟ ପାହିଆ ଦାବି କରିଆସୁଥିବା ବେଳେ ଏହା ଉପରେ ବି ଆଲୋଚନା ହୋଇପାରେ । କହିରଖୁ କି ଶୁକ୍ରବାର ଦିନ କେନ୍ଦ୍ର ଗୃହମନ୍ତ୍ରୀContinue reading “ଜମ୍ମୁ-କାଶ୍ମୀରକୁ ନେଇ କାହିଁକି ତତ୍ପର କେନ୍ଦ୍ର ସରକାର । ବିଧାନସଭା ନିର୍ବାଚନ ନା ରାଜ୍ୟର ମାନ୍ୟତା ?”

ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା : ଜୋରସୋରରେ ଚାଲିଛି ରଥକାମ; କାମରେ ଲାଗିଛନ୍ତି ବିଶ୍ୱକର୍ମା ସେବାୟତ

କନକ ବ୍ୟୁରୋ : ଜୁନ୍ ୨୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା । ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥ ଯାତ୍ରାର ଦଶଦିନ ପୂର୍ବରୁ ରଥକାମ ସାରି ଇତିହାସ ରଚିବାକୁ ଲକ୍ଷ ରଖିଛନ୍ତି ମହାରଣା ସେବକ । ସ୍ନାନପୁର୍ଣ୍ଣିମାରେ ୩ରଥର ଭୁଇଁ ପଡ଼ି ପୋଟୋଳ କାର୍ଯ୍ୟ ଶେଷ କରିବା ନେଇ ଚାଲିଛି ନିର୍ମାଣ । ସେପଟେ ମହାରଣାଙ୍କୁ ତାଳଦେଇ ରଥଖଳାରେ ରୂପକାରମାନେ ମଧ୍ୟ ତ୍ୱରିତ ବେଗରେ କାର୍ଯ୍ୟContinue reading “ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା : ଜୋରସୋରରେ ଚାଲିଛି ରଥକାମ; କାମରେ ଲାଗିଛନ୍ତି ବିଶ୍ୱକର୍ମା ସେବାୟତ”

୫୧ ବର୍ଷରେ ପଦାର୍ପଣ କଲେ କଂଗେସର ଯୁବନେତା ରାହୁଲ ଗାନ୍ଧୀ । ‘ସେବା ଦିବସ’ ଭାବେ ନିଜ ନେତାଙ୍କ ଜନ୍ମ ଦିବସ ପାଳୁଛି କଂଗ୍ରେସ

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି । କରୋନା ମହାମାରୀ ପାଇଁ ଦେଶରେ ଦେଖାଦେଇଥିବା ପରିସ୍ଥିତିକୁ ଅନୁଧ୍ୟାନ କରି ରାହୁଲ ଗାନ୍ଧୀ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବାକୁ ମନା କରିଦେଇଛନ୍ତି । ଏହାସହ ଦଳର କର୍ମକର୍ତ୍ତାକୁ ଅନୁରୋଧ କରିଛନ୍ତି କି ତାଙ୍କୁ ଜନ୍ମଦିନକୁ ଜାକ ଜମକରେ ପାଳନ ନକରିବାକୁ । ଆଜିର ଦିନରେ କ୍ଷମତା ଅନୁସାରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ସେContinue reading “୫୧ ବର୍ଷରେ ପଦାର୍ପଣ କଲେ କଂଗେସର ଯୁବନେତା ରାହୁଲ ଗାନ୍ଧୀ । ‘ସେବା ଦିବସ’ ଭାବେ ନିଜ ନେତାଙ୍କ ଜନ୍ମ ଦିବସ ପାଳୁଛି କଂଗ୍ରେସ”

ହିମାଳୟରେ ପ୍ରବଳ ବର୍ଷା, ବଢ଼ୁଛି ଅଳକାନନ୍ଦାର ଜଳସ୍ତର : ଉତ୍ତରାଖଣ୍ଡର ବିଭିନ୍ନ ଅଂଚଳ ଜଳମଗ୍ନ; ଶ୍ରୀନଗର, ପାଉରୀ, ଗରୱାରରେ ବି ବନ୍ୟା ପରିସ୍ଥିତି

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ତଳିଆ ଅଂଚଳରେ ଜମୁଛି ପାଣି । ଲ୍ୟାଣ୍ଡସ୍ଲାଇଡ଼ ଯୋଗୁଁ ରିଶିକେଶ-ଶ୍ରୀନଗର ରାସ୍ତା ମଧ୍ୟ ବନ୍ଦ ହୋଇପଡ଼ିଛି । ସେପଟେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଅଳକାନନ୍ଦା ନଦୀ । ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ଲଗାତର ବର୍ଷା ଜାରି ରହିଥିବାରୁ ବନ୍ୟା ଭଳି ସ୍ଥିତି ଦେଖାଦେଇଛି । ବିହାର, ଉତ୍ତରପ୍ରଦେଶ, ଉତରାଖଣ୍ଡରେ ମଧ୍ୟContinue reading “ହିମାଳୟରେ ପ୍ରବଳ ବର୍ଷା, ବଢ଼ୁଛି ଅଳକାନନ୍ଦାର ଜଳସ୍ତର : ଉତ୍ତରାଖଣ୍ଡର ବିଭିନ୍ନ ଅଂଚଳ ଜଳମଗ୍ନ; ଶ୍ରୀନଗର, ପାଉରୀ, ଗରୱାରରେ ବି ବନ୍ୟା ପରିସ୍ଥିତି”

ଓଡିଆ ଆଇଏଏସ ଅଧିକାରୀ ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କ ନିଧନ : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପରଲୋକ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

କନକ ବ୍ୟୁରୋ : କରୋନା ଆମ ଗହଣରୁ ଅନେକ ସମର୍ଥ ଲୋକଙ୍କୁ ଛଡାଇ ନେଉଛି । ପ୍ରତିଦିନ ରାତି ପାହିଲା ବେଳକୁ ଏମିତି ଏକାଧିକ ଖବର ଆସୁଛି । ଆଜି ସକାଳୁ ସକାଳୁ ସେମିତି ଜଣେ ଦକ୍ଷ ଓଡିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କର ନିଧନ ହୋଇଛି । କରୋନା ସଂକ୍ରମିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ୧୯୮୬ ମସିହାର ଗୁଜୁରାଟ କ୍ୟାଡର ଆଇଏଏସ ଥିଲେ । ତାଙ୍କContinue reading “ଓଡିଆ ଆଇଏଏସ ଅଧିକାରୀ ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କ ନିଧନ : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପରଲୋକ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ”

ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସୂଚନା । ୬ ରୁ ୮ ସପ୍ତାହ ମଧ୍ୟରେ ଦେଶରେ ଆରମ୍ଭ ହୋଇପାରେ କରୋନାର ତୃତୀୟ ଲହର !

କନକ ବ୍ୟୁରୋ : ଦେଶରେ ୬ ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ । ଏଭଳି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ । ସେ କହିଛନ୍ତି କି ତୃତୀୟ ଲହରରୁ ବଞ୍ଚିବା ବଡ ମୁସ୍କିଲ । ମାର୍ଚ୍ଚରୁ ସାରା ଦେଶରେ ଆରମ୍ଭ ହୋଇଥିଲା ଲକଡାଉନ୍ ଏବେ ଧିରେ ଧିରେ ଅନଲକ୍ ହେବାରେ ଲାଗିଛି । ଅନ୍ୟପଟେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି । ସେମାନେ କହିଛନ୍ତିContinue reading “ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସୂଚନା । ୬ ରୁ ୮ ସପ୍ତାହ ମଧ୍ୟରେ ଦେଶରେ ଆରମ୍ଭ ହୋଇପାରେ କରୋନାର ତୃତୀୟ ଲହର !”

ଦେଶରେ କମୁଛି କରୋନା : ଗୋଟିଏ ଦିନରେ ୬୦, ୭୫୩ ଆକ୍ରାନ୍ତ ଚିହ୍ନଟ, ୧୬୪୭ ମୃତ

କନକ ବ୍ୟୁରୋ : ଦେଶରେ ସଂକ୍ରମଣ ସଂଖ୍ୟା ସ୍ଥିର ରହିଛି କିନ୍ତୁ ମୃତ୍ୟୁ ସଂଖ୍ୟା ପୂର୍ବ ସପ୍ତାହ ତୁଳନାରେ କମି କମୁଛି ଏବଂ ସୁସ୍ଥ ହାର ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ସାରାଦେଶରୁ ୬୦ ହଜାର ୭୫୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୭ ହଜାର ୭୪୩ ଜଣ ସୁସ୍ଥ ହୋଇଛନ୍ତି ଓ ୧ ହଜାର ୬୪୭ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ୭ ଲକ୍ଷ ୬୦ ହଜାର ୧୯Continue reading “ଦେଶରେ କମୁଛି କରୋନା : ଗୋଟିଏ ଦିନରେ ୬୦, ୭୫୩ ଆକ୍ରାନ୍ତ ଚିହ୍ନଟ, ୧୬୪୭ ମୃତ”

Design a site like this with WordPress.com
Get started