ଜରି ପାଲ ତଳୁ ଜୀବନର ଭିକ୍ଷା ମାଗୁଛନ୍ତି ଶଙ୍କର । ଦିନେ ଟ୍ରଲି ଟାଣି ପେଟ ପୋଷୁଥିଲେ, ଆଜି କର୍କଟ ପାଇଁ ରୋଗ ବିଛଣାରେ… ନା ଅଛି ରାସନ ନା ମିଳୁଛି ଭତ୍ତା ?

କନକ ବ୍ୟୁରୋ: ପାଲ ତଳେ ୨୦ ବର୍ଷ… ପ୍ଲାଷ୍ଟିକ୍ ଗୋଟାଇ ବିକ୍ରି କଲେ ଚଳିବେ ତିନିପ୍ରାଣୀ…କଥାରେ ଅଛି ଦଇବ ଯେତେବେଳେ ଦାଉ ସାଧେ… ତାକୁ କିଏ ବା ରୋକି ପାରିବ । ଆଉ ତାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ମହାନଦୀବିହାର ନିକଟସ୍ଥ ଗାନ୍ଧୀପଲ୍ଲୀରେ । ଜରି ପାଲରେ ତିଆରି ହୋଇଥିବା ଏହି ଝୁମ୍ପୁଡି ଘର ଭିତରୁ ବାହାରକୁ ଚାହିଁ ରହିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶଙ୍କର ଚମ୍ପିଆନ୍ । ଦିନ ଥିଲା ଟ୍ରିଲିContinue reading “ଜରି ପାଲ ତଳୁ ଜୀବନର ଭିକ୍ଷା ମାଗୁଛନ୍ତି ଶଙ୍କର । ଦିନେ ଟ୍ରଲି ଟାଣି ପେଟ ପୋଷୁଥିଲେ, ଆଜି କର୍କଟ ପାଇଁ ରୋଗ ବିଛଣାରେ… ନା ଅଛି ରାସନ ନା ମିଳୁଛି ଭତ୍ତା ?”

ରାଜ୍ୟରେ ସଂକ୍ରମଣ ସ୍ଥିର : ଗତ ୨୪ ଘଂଟାରେ ରାଜ୍ୟରେ ୩୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨ ମୃତ

କନକ ବ୍ୟୁରୋ : ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟା ଓ ସଂକ୍ରମଣ ହାର ପ୍ରାୟତ ସ୍ଥିର ରହିଛି । କିଛି ଦିନ ହେବ ସଂକ୍ରମଣ ୩ ରୁ ୪ ହଜାର ଭିତରେ ରହୁଛି । ସେହିପରି ସଂକ୍ରମଣ ହାର ୫ ରୁ ୬ ପ୍ରତିଶତ ମଧ୍ୟରୁ ରହୁଛି । ଗତ ୨୪ଘଂଟାରେ ୩୪୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୯୫୪ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୧୪୭୩ଜଣ ଚିହ୍ନଟ ହୋଇଛନ୍ତିContinue reading “ରାଜ୍ୟରେ ସଂକ୍ରମଣ ସ୍ଥିର : ଗତ ୨୪ ଘଂଟାରେ ରାଜ୍ୟରେ ୩୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨ ମୃତ”

ରେସ ଜିତୁଥିଲେ, ଜୀବନର ବାଜି ହାରିଗଲେ । ସ୍ତ୍ରୀଙ୍କ ମୃତ୍ୟୁର ୫ଦିନ ପରେ କରୋନାରେ ଆଖିବୁଜିଲେ କିମ୍ବଦନ୍ତୀ ମିଲଖା ସିଂ । ପ୍ରଥମେ ପତ୍ନୀ, ପଛେ ପଛେ ପରପାରିକୁ ଫେରିଗଲେ ମିଲଖା …

କନକ ବ୍ୟୁରୋ : ଆଗେ ଆଗେ ସ୍ତ୍ରୀ …ପଛେ ପଛେ ସ୍ୱାମୀ । ମାତ୍ର ପାଞ୍ଚ ଦିନର ବ୍ୟବଧାନରେ ଆରପାରିକୁ ଚାଲିଗଲେ ମିଲଖା ସିଂ ଏବଂ ତାଙ୍କ ପତ୍ନୀ ନିର୍ମଲ । ମିଲଖା ସିଂ ଏବଂ ତାଙ୍କ ପତ୍ନୀଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ରହିଥିଲା । ଖେଳ ପଡିଆରେ ପ୍ରଥମ ଥର ପାଇଁ ଉଭୟ ଉଭୟଙ୍କ ସହ ଦେଖା ହୋଇଥିଲେ । ସେହିଠାରୁ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।  ଏହା ପୂର୍ବରୁ ମିଲଖାContinue reading “ରେସ ଜିତୁଥିଲେ, ଜୀବନର ବାଜି ହାରିଗଲେ । ସ୍ତ୍ରୀଙ୍କ ମୃତ୍ୟୁର ୫ଦିନ ପରେ କରୋନାରେ ଆଖିବୁଜିଲେ କିମ୍ବଦନ୍ତୀ ମିଲଖା ସିଂ । ପ୍ରଥମେ ପତ୍ନୀ, ପଛେ ପଛେ ପରପାରିକୁ ଫେରିଗଲେ ମିଲଖା …”

୨୧ରୁ ପୁଣି ରାଜ୍ୟରେ ବଢ଼ିବ ବର୍ଷା : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇଛି । ବାଲେଶ୍ବର ଜିଲ୍ଲା ନୀଳଗିରିରେ ରାଜ୍ୟର ସର୍ବାଧିକ ବର୍ଷା ୬୭.୦ମିମି ରେକର୍ଡ ହୋଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି । ତେବେ ଆସନ୍ତା ୨ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ୨୧ ତାରିଖରୁ ପୁଣି ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁContinue reading “୨୧ରୁ ପୁଣି ରାଜ୍ୟରେ ବଢ଼ିବ ବର୍ଷା : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା”

ନା ଜନ୍ମଦିନ ହେଲା, ନା ବାହାଘର ହେଲା । ବିବାହ ପୂର୍ବରୁ କରୋନାରେ ଆଖିବୁଜିଲେ ବର । ଅଧୁରା ରହିଲା ବରବେଶ ସ୍ୱପ୍ନ… ବଣ୍ଟା ସରିଥିଲା ନିମନ୍ତ୍ରଣ ପତ୍ର, ସଜା ସରିଥିଲା ମଙ୍ଗନ ହାଣ୍ଡି…

କନକ ବ୍ୟୁରୋ: ଜନ୍ମ ଦିନ ପୂର୍ବରୁ ଚାଲିଗଲା ଜୀବନ । ମଙ୍ଗନ୍ନ ପୂର୍ବରୁ ମଶାଣୀ ଯାତ୍ରା… ଜନ୍ମଦିନକୁ ଆଉ ଗୋଟିଏ ଦିନ ଥିଲା, ବାହାଘରକୁ ଆଉ ମାତ୍ର ୪ ଦିନ ବାକି ଥିଲା । ଏକାଥରେ ଦୁଇ ଦୁଇଟି ଘଟଣା ଘରେ ଖୁସିର ମାହୋଲ ତିଆରି କରିଥିଲା । ରାତି ପାହିଥିଲେ ବାର୍ଥ ଡେ ସେଲିବ୍ରେସନ ଆଉ ତାପରେ ବାହାଘର… ପାଖାପାଖି ଦୁଇଟି ଖୁସି ପାଇଁ ବେଶ ଖୁସି ଥିଲେ ଚନ୍ଦ୍ରମଣୀ, ଖୁସି ଥିଲେ ପରିବାର ଲୋକେContinue reading “ନା ଜନ୍ମଦିନ ହେଲା, ନା ବାହାଘର ହେଲା । ବିବାହ ପୂର୍ବରୁ କରୋନାରେ ଆଖିବୁଜିଲେ ବର । ଅଧୁରା ରହିଲା ବରବେଶ ସ୍ୱପ୍ନ… ବଣ୍ଟା ସରିଥିଲା ନିମନ୍ତ୍ରଣ ପତ୍ର, ସଜା ସରିଥିଲା ମଙ୍ଗନ ହାଣ୍ଡି…”

ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ : କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ କୋଲକାତାରେ ଚାଲିଥିଲା ଚିକିତ୍ସା

କନକ ବ୍ୟୁରୋ : ବରିଷ୍ଠ ଆଇପିଏସ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । କୋଲକାତାର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଡକ୍ଟର ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ମେ ୨୯ ତାରିଖରେ କଟକର ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରୁ ‌ଏକମୋ ସହାୟତାରେ ଚିକିତ୍ସା ପାଇଁ ଜୁନ୍Continue reading “ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ : କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ କୋଲକାତାରେ ଚାଲିଥିଲା ଚିକିତ୍ସା”

ପରଲୋକରେ ପ୍ରଖ୍ୟାତ ଧାବକ ମିଲଖା ସିଂ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ

କନକ ବ୍ୟୁରୋ : କିମ୍ବଦନ୍ତୀ ଧାବକ ମିଲଖା ସିଂ ଆଉ ନାହାନ୍ତି । ଗତକାଲି ରାତି ୧୧ଟା ୨୪ ମିନିଟରେ ଚଣ୍ଡିଗଡ଼ର ପିଜିଆଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ପ୍ରାୟ ୧ମାସ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ମିଲଖା ସିଂ । ପାଂଚ ଦିନ ତଳେ ପତ୍ନୀ ନିର୍ମଲଙ୍କୁ ହରାଇଥିଲେ । ମିଲଖାଙ୍କ ବିୟୋଗ କ୍ରୀଡା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ସାରା ଦେଶରେ ଶୋକରContinue reading “ପରଲୋକରେ ପ୍ରଖ୍ୟାତ ଧାବକ ମିଲଖା ସିଂ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ”

କରୋନା ଭୂତାଣରୁ ଉତ୍ପତ୍ତି ନେଇ ଚୀନ୍ ଉପରେ ବର୍ଷିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । କହିଲେ ଆମେରିକା ସମେତ ଅନ୍ୟ ଦେଶକୁ କ୍ଷତିପୂରଣ ଦେଉ ଚୀନ ।

କନକ ବ୍ୟୁରୋ: କରୋନା ଭୂତାଣୁ ନେଇ ଚୀନ୍ ଉପରେ ବର୍ଷିଥିଲେ ଟ୍ରମ୍ପ  । ସାରା ବିଶ୍ୱରେ କରୋନା ଭୂତାଣୁ ବ୍ୟାପିବା ପାଇଁ ଚୀନ୍ ହିଁ ଦାୟୀ ଓ ଏଥିପାଇଁ ବେଜିଂକୁ ସାରା ବିଶ୍ୱକୁ ଉତ୍ତର ଦେବାକୁ ପଡ଼ିବ ବୋଲି ଟ୍ରମ୍ପ କହିଥିଲେ  । ଏବେ ପୁଣି ଆଉ ଥରେ କରୋନା ପାଇଁ ଚୀନକୁ ଟାର୍ଗେଟ୍ କରିଛନ୍ତି ଆମେରିକାର ଏହି ପୂର୍ବ ରାଷ୍ଟ୍ରପତି  । ଟ୍ରମ୍ପ ଫକ୍ସ ନ୍ୟୁଜକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, କରୋନା ଯୋଗୁଁ ଅଧିକାଂଶContinue reading “କରୋନା ଭୂତାଣରୁ ଉତ୍ପତ୍ତି ନେଇ ଚୀନ୍ ଉପରେ ବର୍ଷିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । କହିଲେ ଆମେରିକା ସମେତ ଅନ୍ୟ ଦେଶକୁ କ୍ଷତିପୂରଣ ଦେଉ ଚୀନ ।”

ରୁଷରେ ଗୃହପାଳିତ ପଶୁଙ୍କ ଟିକାକରଣ । କାର୍ନିଭାକ୍ କୋଭ୍ ଟିକାର ୧୭ ହଜାର ଡୋଜ୍ ପ୍ରସ୍ତୁତ କଲା ରୁଷ୍ ସଂସ୍ଥା ।

କନକ ବ୍ୟୁରୋ: କରୋନା ବିରୋଧୀ ମୁକାବିଲାରେ ଏବେ ମୁଖ୍ୟ ଅସ୍ତ୍ର ପାଲଟିଛି ଟିକା । ତେଣୁ ଟିକାକରଣ ଉପରେ ସାରା ବିଶ୍ୱରେ ଜୋର ଦିଆଯାଉଛି । ଭାରତ ସମେତ ପ୍ରାୟ ଅଧିକାଂଶ ଦେଶରେ ଟିକାକରଣ ଆଗେଇ ଚାଲିଛି । ତେବେ ଅନେକ ଦେଶରେ ଟିକାର ଅଭାବ କଥା ସାମନାକୁ ଆସୁଛି । ଏସବୁ ଭିତରେ ରୁଷରୁ ଏକ ନୂଆ ଖବର ଆସିଛି । ରୁଷରେ ଗୃହପାଳିତ ପଶୁଙ୍କ ଟିକାକରଣ ଆରମ୍ଭ ହୋଇଛି । କୁକୁର ଓ ବିଲେଇContinue reading “ରୁଷରେ ଗୃହପାଳିତ ପଶୁଙ୍କ ଟିକାକରଣ । କାର୍ନିଭାକ୍ କୋଭ୍ ଟିକାର ୧୭ ହଜାର ଡୋଜ୍ ପ୍ରସ୍ତୁତ କଲା ରୁଷ୍ ସଂସ୍ଥା ।”

ବୋସୱାନାରେ ମିଳିଲା ବିଶ୍ୱର ତୃତୀୟ ବୃହତ୍ତମ ହୀରା । ୧୦୯୮ କ୍ୟାରେଟର ହୀରାକୁ ନେଇ ସାମ୍ବାଦିକ ସମ୍ମିଳନୀରେ କଲେ ବୋସୱାନା ରାଷ୍ଟ୍ରପତି ।

କନକ ବ୍ୟୁରୋ: ବୋସୱାନାରେ ବିଶ୍ୱର ଅନ୍ୟତମ ବୃହତ ହୀରା ଆବଷ୍କୃତ ହୋଇଛି  । ଏନେଇ ଦେଶର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି  । ସିଏନଏନର ରିପୋର୍ଟ ଅନୁସାରେ ୧୦୯୮ କ୍ୟାରେଟର ହୀରା ମିଳିଛି  । ଏହାକୁ ବିଶ୍ୱର ତୃତୀୟ ବୃହତ୍ତମ ହୀରା କୁହାଯାଉଛି  । ବୋସୱାନା ରାଷ୍ଟ୍ରପତି ନିଜେ ଏହାକୁ ସାମ୍ବାଦିକଙ୍କୁ ଦେଖାଇଛନ୍ତି  । ଜାୱାନେଙ୍ଗ ଖଣିରୁ ଚଳିତମାସ ଏହି ହୀରାକୁ ଉତ୍ତୋଳନ କରାଯାଇଥିଲା  । ବିଶ୍ୱର ସବୁଠୁ ବଡ଼ ହୀରା କୁଲିନାନ ହୀରା  । ଏହାContinue reading “ବୋସୱାନାରେ ମିଳିଲା ବିଶ୍ୱର ତୃତୀୟ ବୃହତ୍ତମ ହୀରା । ୧୦୯୮ କ୍ୟାରେଟର ହୀରାକୁ ନେଇ ସାମ୍ବାଦିକ ସମ୍ମିଳନୀରେ କଲେ ବୋସୱାନା ରାଷ୍ଟ୍ରପତି ।”

Design a site like this with WordPress.com
Get started