ରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ହେଲା ବାଧ୍ୟତାମୂଳକ । ଅଫିସ ଆସିବାକୁ ହେଲେ ଟିକା ନେବା ଜରୁରୀ ।

କନକ ବ୍ୟୁରୋ: ଭୁବନେଶ୍ୱରରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ କରୋନା ଟିକା ନେବା ବାଧ୍ୟତାମୂଳକ କରିଛନ୍ତି ସରକାର । ଏ ନେଇ ସମସ୍ତ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା । ଏହି ଚିଠିରେ ସେ ଲେଖିଛନ୍ତି, ଭୁବନେଶ୍ୱରରେ ଥିବା ସରକାରୀ ଅଫିସ ଓ ସରକାରୀ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଜୁନ ୧୦ରୁ ୨୦ ତାରି୍ଖ ମଧ୍ୟରେ କରାଯାଉଛି । ଏଥିରେContinue reading “ରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ହେଲା ବାଧ୍ୟତାମୂଳକ । ଅଫିସ ଆସିବାକୁ ହେଲେ ଟିକା ନେବା ଜରୁରୀ ।”

ନନ୍ଦିଗ୍ରାମରେ ନିର୍ବାଚନ ହାରିବା ପ୍ରସଙ୍ଗରେ ହାଇକୋର୍ଟରେ ମମତା ବାନାର୍ଜୀଙ୍କ ଆବେଦନ । ଫଳାଫଳରେ ଅନିୟମିତତା ହୋଇଥିବା କଲେ ଅଭିଯୋଗ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗର  ନନ୍ଦିଗ୍ରାମ  ସିଟରୁ  ନିର୍ବାଚନ  ହାରିବା  ହାଇକୋର୍ଟଙ୍କ  ଦ୍ୱାରସ୍ଥ  ହୋଇଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ  । ନନ୍ଦିଗ୍ରାମ ଆସନରୁ ଶୁୁଭେନ୍ଦୁ  ଅଧିକାରୀଙ୍କ  ବିଜୟକୁ ଚ୍ୟାଲେଞ୍ଜ କରି ମମତା କୋର୍ଟରେ ଆବେଦନ କରିଛନ୍ତି  । ତେବେ  ଶୁକ୍ରବାର  ହାଇକୋର୍ଟ  ଶୁଣାଣି  କରି  ମାମଲାର  ପରବର୍ତୀ  ଶୁଣାଣୀ  ୨୪  ଜୁନ୍କୁ  ଘୁଂଚାଇ  ଦେଇଛନ୍ତି  ।  ଯାହାକୁ  ନେଇ  ଅସନ୍ତୁଷ୍ଟ  ପ୍ରକାଶ  କରିଛି  ଟିଏମସି  ।  କେବଳ  ସେତିକି  ନୁହେଁ  ମାମଲାର  ବିଚାର Continue reading “ନନ୍ଦିଗ୍ରାମରେ ନିର୍ବାଚନ ହାରିବା ପ୍ରସଙ୍ଗରେ ହାଇକୋର୍ଟରେ ମମତା ବାନାର୍ଜୀଙ୍କ ଆବେଦନ । ଫଳାଫଳରେ ଅନିୟମିତତା ହୋଇଥିବା କଲେ ଅଭିଯୋଗ ।”

କେବେ ଖୋଲିବ ସ୍କୁଲ? ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଲେ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭିକେ ପଲ ।

କନକ ବ୍ୟୁରୋ: କରୋନା ମହାମାରୀ ବେଳେ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି  । ପିଲାମାନଙ୍କର ପାଠପଢ଼ା ବ୍ୟାହତ ହେଇଛି  । ଅନଲାଇନରେ ଶିକ୍ଷାଦାନ କରିବାକୁ ଉଦ୍ୟମ ହେଉଛି  । ହେଲେ କ୍ଲାସରୁମ୍ରେ ପାଠପଢ଼ିବା ଓ ଅନଲାଇନରେ ଶିକ୍ଷାଦାନ ମଧ୍ୟରେ ଫରକ ରହୁଛି  । ଅନେକ ବେଳେ ପିଲାମାନେ ମଧ୍ୟ ଅନଲାଇନରେ ପାଠ ପଢ଼ିବାକୁ ସହଜ ମଣୁ ନାହାନ୍ତି  । ଏସବୁ ଭିତରେ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ବଡ଼ ପ୍ରଶ୍ନ, କେବେ ଖୋଲିବ ସ୍କୁଲ  । ଏହାରContinue reading “କେବେ ଖୋଲିବ ସ୍କୁଲ? ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଲେ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭିକେ ପଲ ।”

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ସ୍ଥାନାନ୍ତର ବିବାଦ । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ଥାନାନ୍ତରଣ ନକରି କରାଯାଉ ସୌନ୍ଦର୍ଯ୍ୟକରଣ । ବିଶିଷ୍ଟ ସ୍ଥପତିଙ୍କ ମତ ଭାଙ୍ଗି ଯାଇପାରେ ସ୍ଥାପତ୍ୟ ।

କନକ ବ୍ୟୁରୋ: ରାଜଧାନୀର ପରିଚୟ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଛକ ଘୋଡାର ସ୍ଥାନାନ୍ତରକୁ ନେଇ ତେଜୁଛି ବିବାଦ । ସ୍ଥାପନ ହେବାର ଦୀର୍ଘ ୪୩ବର୍ଷ ପରେ ଓଡିଆ ଜାତିର ବୀରତ୍ୱର କାହାଣୀ କହୁଥିବା ଘୋଡା ସ୍ଥାନାନ୍ତରଣକୁ ନେଇ ବଢ଼ିବାରେ ଲାଗିଛି ବିରୋଧ । କଂଗ୍ରେସ ଓ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯିବା ପରେ ଏହି ପ୍ରସଙ୍ଗରେ ଏଣ୍ଟ୍ରି ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଧର୍ମେନ୍ଦ୍ର କହିଛନ୍ତି,  ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି କୀର୍ତିରାଜିରContinue reading “ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ସ୍ଥାନାନ୍ତର ବିବାଦ । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ଥାନାନ୍ତରଣ ନକରି କରାଯାଉ ସୌନ୍ଦର୍ଯ୍ୟକରଣ । ବିଶିଷ୍ଟ ସ୍ଥପତିଙ୍କ ମତ ଭାଙ୍ଗି ଯାଇପାରେ ସ୍ଥାପତ୍ୟ ।”

ଭାରତ-ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ବର୍ଷା ଧୋଇନେଲା ପ୍ରଥମ ଦିନର ଖେଳ।

କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପର ଫାଇନାଲ ଆଗରେ ବର୍ଷା ଏକ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳକୁ ବାତିଲ କରାଯାଇଛି । ଆସନ୍ତା କାଲି ପାଗ ଭଲ ରହିଲେ ଟସ ପଡ଼ି ଖେଳ ଆରମ୍ଭ ହେବ । କିନ୍ତୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ସାଉଥହାମ୍ପଟନରେ ବର୍ଷା ସମ୍ଭାବନା ଥିବାରୁ ଖେଳ ଆରମ୍ଭ ହେବାକୁ ନେଇ ଆଶଙ୍କା ଦେଖାଦେଇଛି ।Continue reading “ଭାରତ-ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ବର୍ଷା ଧୋଇନେଲା ପ୍ରଥମ ଦିନର ଖେଳ।”

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ । ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ । ଡବଲ ମାସ୍କ ଏବଂ ଟିକା ନେବାକୁ ଅନୁରୋଧ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ  ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ଉଦଘାଟନ କରିଛନ୍ତି।  ଏହି ୮ଟି ଜିଲ୍ଲା ହେଉଛି ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ । ସୂଚନାଯୋଗ୍ୟ ଯେ ରାଜ୍ୟରେ ୨୦ଟି ଚାପ ଅବଶୋଷଣ ପ୍ରଣାଳୀରେ  ଅକ୍ସିଜେନ  ଉତ୍ପାଦନContinue reading “ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ । ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ । ଡବଲ ମାସ୍କ ଏବଂ ଟିକା ନେବାକୁ ଅନୁରୋଧ ।”

ପ୍ରାୟ ୨ ବର୍ଷ ହେଲାଣି ବସ୍ତାନୀ ଖୋଲି ନାହାନ୍ତି ଓଡିଆ ସ୍କୁଲ ପିଲା । ମୋବାଇଲ ନଥିବାରୁ ହୋଇପାରୁନି ଅନଲାଇନ୍ ପାଠପଢା । ୪ଟି ଜିଲ୍ଲାରୁ ଆସିଲା ଅଭାବନୀୟ ଖବର…

କନକ ବ୍ୟୁରୋ: କରୋନା ଯୋଗୁଁ ବସ୍ତାନୀ ଖୋଲି ନାହାଁନ୍ତି ଓଡିଆ ସ୍କୁଲ ପିଲା । ପ୍ରାୟ ଦୁଇବର୍ଷ ହେଲାଣି ସ୍କୁଲ ବନ୍ଦ ରହିଥିବାବେଳେ ଘରେ ମୋବାଇଲ ନଥିବା କାରଣରୁ ଅନଲାଇନରେ ପିଲା ପାଠ ପଢ଼ି ପାରୁନାହାଁନ୍ତି । ବିଶେଷ କରି ଓଡିଶାର ଉପାନ୍ତ ଅଞ୍ଚଳର ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ପଢ଼ିବାକୁ ଇଚ୍ଛା ଅଛି, ହେଲେ ସାଧନ ନାହିଁ । କରୋନା ଯୋଗୁଁ ସ୍କୁଲ ବନ୍ଦ, ମୋବାଇଲ ନଥିବାରୁ ଅନ୍ଲାଇନ୍ କ୍ଲାସ ମଧ୍ୟ ବନ୍ଦ ।Continue reading “ପ୍ରାୟ ୨ ବର୍ଷ ହେଲାଣି ବସ୍ତାନୀ ଖୋଲି ନାହାନ୍ତି ଓଡିଆ ସ୍କୁଲ ପିଲା । ମୋବାଇଲ ନଥିବାରୁ ହୋଇପାରୁନି ଅନଲାଇନ୍ ପାଠପଢା । ୪ଟି ଜିଲ୍ଲାରୁ ଆସିଲା ଅଭାବନୀୟ ଖବର…”

୪୦ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ରୟଟର ସର୍ଭେ । ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର ।

କନକ ବ୍ୟୁରୋ: ଭାରତରେ କୋଭିଡର ତୃତୀୟ ଲହରକୁ ନେଇ ଚର୍ଚ୍ଚା ଭିତରେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର, ବିଶ୍ୱର ୪୦ ଜଣ ବିଶେଷଜ୍ଞଙ୍କୁ ନେଇ ଏକ ସର୍ଭେ କରିଛି । ଏହି ସର୍ଭେରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ମହାରାଷ୍ଟ୍ରର ରାଜ୍ୟ କୋଭିଡ୍ ଟାସ୍କଫୋର୍ସ ପୂର୍ବାନୁମାନ କରିଥିଲା, ଯେ ଦୁଇରୁ ଚାରି ସପ୍ତାହ ମଧ୍ୟରେ ସେଠାରେ ତୃତୀୟ ଲହର ଆସିପାରେ । କିନ୍ତୁ ବିଶ୍ୱର ୪୦ ଜଣ ବିଶେଷଜ୍ଞ ଯେଉଁ ମତ ଦେଇଛନ୍ତିି,ସେଥିରୁContinue reading “୪୦ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ରୟଟର ସର୍ଭେ । ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର ।”

କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ? ମାଟ୍ରିକ ରେଜଲ୍ଟ ଆଧାରରେ କେମିତି ଫଳ ପାଇବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ? ପଢନ୍ତୁ, ପୂରା ରିପୋର୍ଟ..

କନକ ବ୍ୟୁରୋ: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବାହାରିବ ଯୁକ୍ତ ୨ ରେଜଲ୍ଟ । କେବଳ ମାଟ୍ରିକ୍ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ହେବ ବୋଲି କହିଛି ସିଏଚଏସଇ । ବିଶେଷଜ୍ଞ କମିଟିର ମାନସ ମନ୍ଥନ ପରେ ମୂଲ୍ୟାୟନର ପଦ୍ଧତି ସ୍ଥିର କରାଯାଇଛି । ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରୀ ପେପରରେ ମାଟ୍ରିକରେ ରଖିଥିବା ମାର୍କ ଆଧାରରେ ନମ୍ବର ଦିଆଯିବ । ଏଥିପାଇଁ ପ୍ରତ୍ୟେକ ବିଷୟରେ ମ୍ୟାପିଂ କରାଯିବ । ତେବେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁContinue reading “କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ? ମାଟ୍ରିକ ରେଜଲ୍ଟ ଆଧାରରେ କେମିତି ଫଳ ପାଇବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ? ପଢନ୍ତୁ, ପୂରା ରିପୋର୍ଟ..”

ପଶ୍ଚିମବଙ୍ଗରେ ଜୋର ଧରିଲା ଦଳବଦଳ । ଗଙ୍ଗାଜଳ ଛିଞ୍ଚି ହୋଇ ବିଜେପି ଛାଡି ଟିଏମସିରେ ଯୋଗଦେଲେ ୩୫୦ କାର୍ଯ୍ୟକର୍ତ୍ତା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଏବେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ନେତା ଓ କାର୍ଯ୍ୟକର୍ତ୍ତାମାନେ ପୁଣି ଟିଏମସିକୁ ଫେରିବା ଆରମ୍ଭ କରିଦେଇଛନ୍ତି । ବିଜେପିରେ ଯୋଗଦେଇ ପାପ କରିଥିବା କହିବା ସହ ଗଙ୍ଗାଜଳ ଛିଞ୍ଚି ହୋଇ ଆଜି ୩୫୦ ବିଜେପି କର୍ମୀ ଟିଏମସିରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ୩୫୦ ଜଣ ବିଜେପି କାର୍ଯ୍ୟକର୍ତ୍ତା ଆଜି ଟିଏମସିରେ ମିଶିବାକୁ ଦଳ କାର୍ଯ୍ୟାଳୟ ଆଗରେContinue reading “ପଶ୍ଚିମବଙ୍ଗରେ ଜୋର ଧରିଲା ଦଳବଦଳ । ଗଙ୍ଗାଜଳ ଛିଞ୍ଚି ହୋଇ ବିଜେପି ଛାଡି ଟିଏମସିରେ ଯୋଗଦେଲେ ୩୫୦ କାର୍ଯ୍ୟକର୍ତ୍ତା”

Design a site like this with WordPress.com
Get started